ରାଜ୍ୟ | ବାଲେଶ୍ୱର

ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହେଲେ ଛାତ୍ରୀଛାତ୍ର: ୭ ଦଫା ଦାବି ନେଇ ବିଭିନ୍ନ ବ୍ଲକ ଆଗରେ ମିଳିତ ମଞ୍ଚର ଧାରଣା

ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହେଲେ ଛାତ୍ରୀଛାତ୍ର: ୭ ଦଫା ଦାବି ନେଇ ବିଭିନ୍ନ ବ୍ଲକ ଆଗରେ ମିଳିତ ମଞ୍ଚର ଧାରଣା
ଚାନ୍ଦବାଲି/ଭଣ୍ଡାରିପୋଖରୀ/ବାସୁଦେବପୁର/ବନ୍ତ/ତିହିଡି,୧୧ା୮(ସ୍ବ.ପ୍ର./ଡି.ଏନ.ଏ.)- ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ  ମିଳିତ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ଛାତ୍ରୀଛାତ୍ର ସମର୍ଥନ ଜଣାଇ ଏଥିରେ ସାମିଲହୋଇଛନ୍ତି।  ମଙ୍ଗଳବାର ଜିଲାର ବିଭିନ୍ନ  ବ୍ଲକ ମୁଖ୍ୟାଳୟରେ ୭ ଦଫା ଦାବି ନେଇ ଧାରଣା ଦିଆଯାଇଥିଲା।  ଏହିଅବସରରେ  ଚାନ୍ଦବାଲି ବ୍ଲକ ଅଧୀନ ମତୋ ଯୁକ୍ତ ତିନ ସ୍ନାତକ କଲେଜର ଛାତ୍ରୀଛାତ୍ର କଲେଜ ଗେଟ୍‌ ସମ୍ମୁଖରେ ଗଣଧାରଣା ଦେଇ  ଅଧ୍ୟାପିକା ଓ ଅଧ୍ୟାପକଙ୍କ ଦାବି ଯଥାର୍ଥ ବୋଲି ଦାବି କରିଥିଲେ। ସେମାନେ  ପ୍ରତିବାଦ ସଭା କରି ସରକାରଙ୍କ ଉଦାସୀନତାକୁ ସମାଲୋଚନା କରିଥିଲେ। ଅନୁରୂପ ଭାବେ ଶିକ୍ଷକମାନେ ବ୍ଲକ ଅଫିସ ଆଗରେ ଧାରଣା ଦେଇ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ। 
ଭଣ୍ଡାରିପୋଖରୀ ବ୍ଲକ ସମ୍ମୁଖରେ ଅନୁଷ୍ଠିତ ଧାରଣା ଓ ପ୍ରତିବାଦ ସଭାରେ ରାଜ୍ୟପାଳ ପୁରସ୍କୃତ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ସ୍ବାଇଁ, ଅଧ୍ୟାପକ ଡଃ ଶଶଧର ସାହୁ, ଅନାଦି ଚରଣ ସାହୁ, ଶିକ୍ଷକ ନେତା ମନୋରଞ୍ଜନ ପଣ୍ଡା, ପଦ୍ମଲୋଚନ ଦାଶ, ଭଣ୍ଡାରିପୋଖରୀ ଓଷ୍ଟା ଶିକ୍ଷକ ସଂଘ ସଭାପତି ଲକ୍ଷ୍ମୀଧର ନାୟକ, ସମ୍ପାଦକ ଆଦିତ୍ୟ କୁମାର ଜେନା, ଅଧ୍ୟାପିକା ମନୋରମା ଖଣ୍ଡାୟୀ, ବିରଞ୍ଚି ନାରାୟଣ ସାମଲ, ପ୍ରଦ୍ୟୁମ୍ନ ମହାପାତ୍ର, ଚିତ୍ତ ମହାପାତ୍ର, ବିପିନ ବିହାର ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଭଣ୍ଡାରିପୋଖରୀ କଲେଜ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ ସଭାପତିତ୍ୱ କରିଥିଲେ। ସେହିଭଳି  ବାସୁଦେବପୁର ବ୍ଲକ ସମ୍ମୁଖରେ ମିଳିତ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଥିଲା। ମଞ୍ଚର ଆବାହକ କମଳାକାନ୍ତ ନାୟକ, ଓଷ୍ଟା ସଭାପତି ବିଷ୍ଣୁମୋହନ ସାହୁ, ସୁଶୀଲ କୁମାର ମାଇତି, ମନୋରଞ୍ଜନ ମଲିକ, ଅଧ୍ୟାପକ ସନାତନ ମୁଦୁଲି, ପ୍ରହ୍ଲାଦ ମାହୁନ୍ତ, ଅମୂଲ୍ୟ ବାରିକ, ଅରୁଣ ଶତପଥି, ବସନ୍ତ କୁମାର ବିଶ୍ୱାଳ ପ୍ରମୁଖ ଏହି ଧାରଣାରେ ସାମିଲ ହୋଇ ବକ୍ତବ୍ୟ ରଖିଥିଲେ। ସୁରେଶ ଚନ୍ଦ୍ର ନାୟକ ଏହି ପ୍ରତିବାଦ ସଭାରେ ଅଧ୍ୟକ୍ଷତା କରିଥିଲେ। ସେହିପରି ବନ୍ତ ବ୍ଲକ ସମ୍ମୁଖରେ ମିଳିତ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମଞ୍ଚ ପକ୍ଷରୁ ଧାରଣା ଦିଆ ଯାଇ  ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନାଙ୍କ ଉପସ୍ଥିତିରେ ବିଡିଓ ରେବେକା ବିଲୁଂଗଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପ୍ରତିବାଦ ସଭାରେ ବ୍ଲକ ଓଷ୍ଟା ସଂପାଦକ ଶଶୀ ଶେଖର କରଶର୍ମା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ା ପୂର୍ବତନ ରାଜ୍ୟ ଓଷ୍ଟା ସାଧାରଣ ସମ୍ପାଦକ ରଘୁନାଥ ସାହୁ, ଅବସରପ୍ରାପ୍ତ ଅଧ୍ୟାପକ ପ୍ରଭାସ ମହାପାତ୍ର, ମହେଶ୍ୱର ନାୟକ, ପଞ୍ଚାନନ ରାଉତ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ ା ଗଣଧାରଣାରେ ବିଭିନ୍ନ ଶିକ୍ଷକ ସଂଗଠନ ସାମିଲ ହୋଇଥିଲେ। 
ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧୀନ ୯ଟି ବ୍ଲକ ଗ୍ରାଣ୍ଟ ସ୍କୁଲ ଏବଂ ୪ଟି କଲେଜର ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀମାନେ ୭ଦଫା ଦାବି ନେଇ ଧାରଣା ଦେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ  ଦାବିପତ୍ର ପ୍ରଦାନ କରିଥିଲେ। ତିହିଡ଼ି ଡିଗ୍ରୀ କଲେଜ ଅଧ୍ୟକ୍ଷ ଦେବେନ୍ଦ୍ର ପ୍ରସାଦ ସାମଲ, ଗୁଆମାଳ ସଂସ୍କୃତ କଲେଜ ଅଧ୍ୟକ୍ଷ ଶମ୍ଭୁନାଥ ବେହେରା, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ବାରିକ, ନାରାୟଣ ପୃଷ୍ଟି, ରମେଶ ପ୍ରତାପ, ଜ୍ଞାନରଞ୍ଜନ ଭୂୟଁା ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ।
All Right Reserved By

ରାଜ୍ୟ | ବାଲେଶ୍ୱର

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ଲାଗି ରହିଛି। କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଜଗତ୍‌ସିଂହପୁର ଆଦି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ସତର୍କ କରାଯାଇଛି।

ବିଧାନସଭା ମୌସୁମୀ ଅଧିବେଶନ ଶେଷ

ବିଧାନସଭା ମୌସୁମୀ ଅଧିବେଶନ ଶେଷ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି। ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ମୋଟ ୧୧ଟି କାର୍ଯ୍ୟଦିବସ ରହିଥିଲା। ଅଧିବେଶନ କାଳରେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୧୨ଟି ବିଲ୍‌ ଗୃହରେ ଅନୁମୋଦନ ଲାଭ କରିଛି।

ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲା: ୨୪ରେ ସୁପ୍ରିମକୋର୍ଟରେ ଶୁଣାଣି

ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲା: ୨୪ରେ ସୁପ୍ରିମକୋର୍ଟରେ ଶୁଣାଣି

ପୁରୀ ଅଫିସ,୨୦।୯: ଶ୍ରୀମନ୍ଦିରର ପରିଚାଳନାଗତ ସଂସ୍କାରକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଆସନ୍ତା ୨୪ରେ ହେବ ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟ ଗୁରୁବାର ଏହି ତାରିଖ ଧାର୍ଯ୍ୟ କରିଛନ୍ତି। ତାରିଖ ଧାର୍ଯ୍ୟ ହେବା ପରେ ସେବାୟତ ଓ ଭକ୍ତଙ୍କ ମହଲରେ ଉତ୍ସୁକତା ପ୍ରକାଶ ପାଇଛି।

ପ୍ଲାଷ୍ଟିକ ଫ୍ରି ଓଡ଼ିଶା ଅଭିଯାନ: ଶ୍ରୀଅରବିନ୍ଦ ସ୍କୁଲ ସାମିଲ

ପ୍ଲାଷ୍ଟିକ ଫ୍ରି ଓଡ଼ିଶା ଅଭିଯାନ: ଶ୍ରୀଅରବିନ୍ଦ ସ୍କୁଲ ସାମିଲ

ସମ୍ବଲପୁର, ୨୦।୯ (ବ୍ୟୁରୋ)- ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ୍‌ ଫ୍ରି ଓଡ଼ିଶା ଅଭିଯାନରେ ଗୁରୁବାର ସମ୍ବଲପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର (ଶ୍ରୀଅରବିନ୍ଦ ସ୍କୁଲ) ସାମିଲ ହୋଇଛି। ପ୍ରାର୍ଥନା ପରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ ପ୍ଲାଷ୍ଟିକ ମୁକ୍ତ ଓଡିଶା ଗଢ଼ିବାକୁ ସ୍ଲୋଗାନ ଦେଇଥିଲେ। ଏଥିରେ ନର୍ସରୀ ରୁ ୧୦ମ ଶ୍ରେଣୀର ୧୪୧୮ ଜଣ ଛାତ୍ରୀଛାତ୍ର ସାମିଲ ଥିଲେ। ସେହିପରି ୪୦ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ, ଶିକ୍ଷକ ଏହି ଅଭିଯାନରେ ସାମିଲ 

କାର-ଟ୍ରକ ମୁହାଁମୁହିଁ: ୫ ମୃତ

କାର-ଟ୍ରକ ମୁହାଁମୁହିଁ: ୫ ମୃତ

କଟକ ଅଫିସ, ୨୦।୯(ଡି.ଏନ୍‌.ଏ): କଟକ ଜିଲା ଜଗତପୁର ଥାନା ଅନ୍ତର୍ଗତ ଅନନ୍ତପୁର ନିକଟରେ ଗୁରୁବାର ସକାଳେ କାର ଓ ଟ୍ରକ ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇଛି। 

ଗିରଫ ହେଲେ ଅଭିଜିତ୍‌

ଗିରଫ ହେଲେ ଅଭିଜିତ୍‌

ଭୁବନେଶ୍ୱର,୨୦।୯(ବ୍ୟୁରୋ):  ଅଭିଜିତ ଆୟାର ମିତ୍ର। ନିକଟରେ ଓଡ଼ିଶା ସମ୍ପର୍କରେ ତଥା କୋଣାର୍କ ମନ୍ଦିର ଓ ବିଧାୟକମାନଙ୍କ ପ୍ରତି ଆକ୍ଷେପମୂଳକ ତଥା ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିଲେ।

ଭସାଣି ଶୋଭାଯାତ୍ରାରେ ସ୍ବାସ୍ଥ୍ୟ, ସ୍ବଚ୍ଛତାର ବାର୍ତ୍ତା

ଭସାଣି ଶୋଭାଯାତ୍ରାରେ ସ୍ବାସ୍ଥ୍ୟ, ସ୍ବଚ୍ଛତାର ବାର୍ତ୍ତା

ବୀରମହାରାଜପୁର, ୨୦।୯ (ଡି.ଏନ.ଏ)- ବୀରମହାରାଜପୁର ବ୍ଲକର ସୁବଳୟା ଗଡଭିତରେ ଚାଲିଥିବା ଶ୍ରୀ ଗଣେଶଙ୍କ ପୂଜନୋତ୍ସବ ବୁଧବାର ମୁର୍ତ୍ତି ବିସର୍ଜନ ସହ ସମ୍ପନ୍ନ ହୋଇଛି। ଏଥର ଭସାଣି ଶୋଭଯାତ୍ରା ଖୁବ୍‌ ଆକର୍ଷଣୀୟ ହୋଇଥିବା ବେଳେ ଏହାରି ମାଧ୍ୟମରେ ଦିଆଯାଇଥିଲା ସଚେତନତାର ବାର୍ତ୍ତା। ବିଶେଷକରି ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ଭଳି ରୋଗରେ ନିରାକରଣ ପାଇଁ ସ୍ବଚ୍ଛତା ସମ୍ପର୍କିତ ସଚେତନଧର୍ମୀ ବାର୍ତ୍ତା ପ୍ଲାକାର୍ଡ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ତାଛଡା ପିଲାମାନେ ବିଭିନ୍ନ 

ଯାତ୍ରୀବାହୀ ବସ୍‌ ଓଲଟିଲା: ୩୦ଆହତ, ୨ଗୁରୁତର

ଯାତ୍ରୀବାହୀ ବସ୍‌ ଓଲଟିଲା: ୩୦ଆହତ, ୨ଗୁରୁତର

ବଣାଇଁ, ୨୦।୯(ସ୍ବ.ପ୍ର.)-ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ ୧୪୩ ନଂ. ଜାତୀୟ ରାଜପଥର ବଲାଣିଘାଟ ଛକରେ ଗୁରୁବାର ଭୋର ଏକ ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ୩୦ରୁ ଅଧିକ ଯାତ୍ରୀ ଅଳ୍ପ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାକୁ ନିଆଯାଇଥିଲା। ପାରାଦୀପରୁ ରାଉରକେଲା ଯାଉଥିବା ଗଙ୍ଗା ନାମକ ବସ୍‌ (ଓଡ଼ି ୦୫ ଏଏ ୫୪୩୫)ର ଚକ ଫାଟି ଯିବାରୁ ଏଭଳି ଦୁର୍ଘଟଣା 

ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନ: ସାମିଲ ହେଲେ ସାରଦା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଛାତ୍ରୀଛାତ୍ର

ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନ: ସାମିଲ ହେଲେ ସାରଦା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଛାତ୍ରୀଛାତ୍ର

ରଘୁନାଥପୁର,୨୦।୯(ଡି.ଏନ.ଏ.): ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ ଗୋକୁଳପୁରସ୍ଥିତ ସାରଦା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରୀଛାତ୍ର ଗୁରୁବାର  ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନରେ ସାମିଲ ହୋଇଛନ୍ତି।

ବଜ୍ରପାତରେ ଫାଟିଲା ଗ୍ୟାସ ଟାଙ୍କି: ଭୁଷୁଡ଼ିଲା ଘର, ୩ ଗୁରୁତର

ବଜ୍ରପାତରେ ଫାଟିଲା ଗ୍ୟାସ ଟାଙ୍କି: ଭୁଷୁଡ଼ିଲା ଘର, ୩ ଗୁରୁତର

ମୋରଡ଼ା,୨୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ତୁଟାପଡ଼ା ପଞ୍ଚାୟତ ଅଧୀନ ଅସନଖାଲି ଗ୍ରାମରେ ବୁଧବାର ବଜ୍ରପାତରେ ଗ୍ୟାସ ଟାଙ୍କି ଫାଟିଯିବା ଯୋଗୁ ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବାଲି ହେମ୍ରମ(୭୦), ହେମ୍ରମ(୧୦), ଝିଆରି ପୁଷ୍ପଲତା ମାରାଣ୍ଡି(୧୨)। 

ଭିଜିଲାନ୍ସ ଜାଲରେ କେନ୍ଦୁଝର ସଦର ଥାନା ଏଏସ୍‌ଆଇ

ଭିଜିଲାନ୍ସ ଜାଲରେ କେନ୍ଦୁଝର ସଦର ଥାନା ଏଏସ୍‌ଆଇ

କେନ୍ଦୁଝର,୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଏଏସ୍‌ଆଇ ଗୌତମ ଦାସ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜବତ ଗାଡ଼ି ଛାଡ଼ି ଦେବା ପାଇଁ ସେ ହୃଦାନନ୍ଦ ନାୟକଙ୍କ ଠାରୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବା ଭିଜିଲାନ୍ସ ଇନ୍ସପେକ୍ଟର ହେମାମାଳିନୀ ନାୟକ କହିଛନ୍ତି। 

ଫେରାର ଝସକେତନଙ୍କୁ ଧରିପାରୁନି ଅନୁଗୋଳ ପୋଲିସ ସିବିଆଇ ତଦନ୍ତ ପାଇଁ ଦାବିପତ୍ର

ଫେରାର ଝସକେତନଙ୍କୁ ଧରିପାରୁନି ଅନୁଗୋଳ ପୋଲିସ ସିବିଆଇ ତଦନ୍ତ ପାଇଁ ଦାବିପତ୍ର

ଅନୁଗୋଳ ଅଫିସ, ୨୦ା୯ ଅନୁଗୋଳ କୋର୍ଟ ପରିସର ହାଜତରୁ ଗତ ମେ ୧୮ରେ ଚମ୍ପଟ ମାରିଥିବା ବହୁଚର୍ଚ୍ଚିତ କୁଶକିଳା ଡବଲ ମର୍ଡର ଓ କୁକୁରପେଟା ମାଉସୀ-ପୁତୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଝସକେତନ ରାଉତଙ୍କୁ ଧରିବାରେ ଅନୁଗୋଳ ପୋଲିସ ଏଯାଏ ସକ୍ଷମ ହୋଇପାରି ନାହିଁ।