ଅନଗୁଳ-ଢେଙ୍କାନାଳ

ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ମିଳିତ ମଞ୍ଚ: ଶତାଧିକ ସ୍କୁଲରେ ପାଠପଢ଼ା ଠପ୍‌

ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ମିଳିତ ମଞ୍ଚ:  ଶତାଧିକ ସ୍କୁଲରେ ପାଠପଢ଼ା ଠପ୍‌


ପରଜଙ୍ଗ/କାମାକ୍ଷାନଗର/ଭୁବନ/ହିନ୍ଦୋଳ, ୧୧।୯(ଡି.ଏନ.ଏ.)-ସରକାରୀ ଉଦାସୀନତା ପ୍ରତିବାଦରେ ସ୍କୁଲ, କଲେଜ ମିଳିତ ମଞ୍ଚ ପକ୍ଷରୁ ଆରମ୍ଭ ହୋଇଥିବା ଧାରଣା ୨୭ଦିନରେ ପହଞ୍ଚତ୍ଛି। ଦାବିପୂରଣ ଦିଗରେ ସରକାର କର୍ଣ୍ଣପାତ କରୁ ନ ଥିବାରୁ ଆନ୍ଦୋଳନକୁ ଅଧିକ ତୀବ୍ର କରିଛି ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ  ମିଳିତ ମଞ୍ଚ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାରଠାରୁ ବିଭିନ୍ନ ବ୍ଲକ ଆଗରେ ଦୁଇଦିନିଆ ଧାରଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ନେଇ ଶତାଧିକ ସ୍କୁଲ, କଲେଜରେ ପାଠପଢ଼ା ପ୍ରଭାବିତ ହୋଇଛି।
ପରଜଙ୍ଗ ବ୍ଲକ ଅଫିସ ଆଗରେ ୧୫ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନର ୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଧାରଣାରେ ବସିଛନ୍ତି। ଫଳରେ ୨୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପାଠପଢ଼ାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ଶାରଦା ପ୍ରସନ୍ନ କବି, ନରେନ୍ଦ୍ର ପଣ୍ଡା, ପ୍ରସନ୍ନ ସାହୁ, ଉମେଶ ପତି, ଅଶ୍ୱନୀ  ପଣ୍ଡା, ବିଦ୍ୟାଧର ବିଶ୍ୱାଳ ପ୍ରମୁଖ ଏଥିରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣନୀତିକୁ ତୀବ୍ର ସମାଲୋଚନା କରିଥିଲେ।
କାମାକ୍ଷାନଗର ବ୍ଲକ କାର୍ଯ୍ୟାଳୟ ଆଗରେ ଆୟୋଜିତ ଧାରଣାର ନେତୃତ୍ୱ ନେଉଛନ୍ତି ପୂର୍ଣ୍ଣଚନ୍ଦ୍ର ସାହୁ। ବ୍ଲକ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ବିନୋଦ ସ୍ବାଇଁ, ସମ୍ପାଦକ ବିନୋଦ ସାହୁ, ରାଜ୍ୟ କାର୍ଯ୍ୟନିର୍ବାହୀ ସଭ୍ୟ ଶ୍ରୀରାମ ରାଉତ, ଅଧ୍ୟାପକ ପ୍ରସନ୍ନ ସାହୁ, ଶିଶିର ସାହୁ, ରଶ୍ମିରଞ୍ଜନ ଦାଶ, ଚନ୍ଦନ ସାହୁ, ଶିକ୍ଷକ ଗଜେନ୍ଦ୍ର ନାୟକ, ଧ୍ରୁବଚରଣ ସୁନ୍ଦରାୟ, ଚନ୍ଦ୍ରମଣି ଲେଙ୍କାଙ୍କ ସମେତ ଶତାଧିକ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ। ସମାନ କାମକୁ ସମାନ ଦରମା, ଚାକିରି ସର୍ତ୍ତବଳୀ ଏବଂ ଅବସରକାଳୀନ ଦାବି ପୂରଣ ନ କରାଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଭୁବନ ବ୍ଲକ କାର୍ଯ୍ୟାଳୟ ଆଗରେ ମହିଳା କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ପୋଥାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଧାରଣାରେ ବାରୁଅଁା କଲେଜ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ, ମହୁଲପାଳ କଲେଜ ଅଧ୍ୟକ୍ଷ ଦିବ୍ୟପ୍ରକାଶ ଦାସ, ଅଧ୍ୟାପିକା ସୁପ୍ତିମୟୀ ସେନ, ପ୍ରମିଳା ଦାସ, କର୍ମଚାରୀ ବିଜୟ କୁମାର ପୃଷ୍ଟି, କୈଳାସ ପାତ୍ର, ସୁରେନ୍ଦ୍ର ଗୁରୁଙ୍କ ସମେତ ୨୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଉପସ୍ଥିତ ଥିଲେ। 
ହିନ୍ଦୋଳ ବ୍ଲକ ସଂଘ ପକ୍ଷରୁ ଆୟୋଜିତ ଧାରଣାରେ ୨୦ ବ୍ଲକ ଗ୍ରାଣ୍ଠ ସ୍କୁଲ, ୫ କଲେଜ ଏବଂ ୪ ମାଧ୍ୟମିକ ବିଦ୍ୟାଳୟର ୧୫୦ କର୍ମଚାରୀ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଗୁରୁଦିବସରୁ ଶିକ୍ଷକ, କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବାରୁ ଶିକ୍ଷାଦାନ ପ୍ରଭାବିତ ହୋଇଛି। ସରକାର ଦାବି ପୂରଣ ନ କଲେ ଏହାକୁ ତୀବ୍ର କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। 

All Right Reserved By

ଅନଗୁଳ-ଢେଙ୍କାନାଳ

୬୩ ୟୁନିଟ୍‌ ରକ୍ତ ସଂଗ୍ରହ

୬୩ ୟୁନିଟ୍‌ ରକ୍ତ ସଂଗ୍ରହ

ସାତମାଇଲ, ୨୫।୯(ଡି.ଏନ୍‌.ଏ.)-ହିନ୍ଦୋଳ ବ୍ଲକ ଖଜୁରିଆକଟାସ୍ଥିତ ଜନତା କଲେଜ ଅଡିଟୋରିୟମ୍‌ରେ ୟୁଥ ରେଡ୍‌କ୍ରସ୍‌ ଏବଂ ଏଚଡିଏଫ୍‌ସି ବ୍ୟାଙ୍କର ମିଳିତ ସହଯୋଗରେ ମଙ୍ଗଳବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୩ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। 

ନିର୍ମାଣ ଶ୍ରମିକଙ୍କୁ ସହାୟକ ଉପକରଣ ବଣ୍ଟନ

ନିର୍ମାଣ ଶ୍ରମିକଙ୍କୁ ସହାୟକ ଉପକରଣ ବଣ୍ଟନ


ସାତମାଇଲ, ୨୫।୯(ଡି.ଏନ୍‌.ଏ.)-ହିନ୍ଦୋଳ ବ୍ଲକ ଖଜୁରିଆକଟା ଦଶହରା ପଡ଼ିଆରେ ଓଡ଼ିଶା ନିର୍ମାଣ ମଜଦୁର ସଭା ଶାଖା ପକ୍ଷରୁ ମଙ୍ଗଳବାର ନିର୍ମାଣ ଶ୍ରମିକଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଛି। ବିଧାୟିକା ସୀମାରାଣୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ  ୫୦୦ଜଣ ଶ୍ରମିକଙ୍କୁ ଗୃହ ନିିର୍ମାଣ ଉପକରଣ ଏବଂ ୪୮୦ ଜଣଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା।

ମଦ ଜବତ, ୨ ଗିରଫ

ମଦ ଜବତ, ୨ ଗିରଫ


ବଇଣ୍ଡା,୨୫।୯(ଡି.ଏନ.ଏ.)- ହଣ୍ଡପା ପୋଲିସ ସୋମବାର ରାତିରେ କଣ୍ଢାଳ ଓ ପାପସରା ଗ୍ରାମରେ ଚଢାଉ କରି ଚୋରା ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଣ୍ଢାଳ ଗ୍ରାମର ନିଳକଣ୍ଠ ପ୍ରଧାନ, ପାପସରା ଗ୍ରାମର ଝାଡ଼ୁ ବେହେରା।

ହତ୍ୟା ଅଭିଯୁକ୍ତ ଗିରଫ

ହତ୍ୟା ଅଭିଯୁକ୍ତ ଗିରଫ

ତାଳଚେର,୨୫ା୯(ନି.ପ୍ର.)- ତାଳଚେର ବ୍ଲକ କୁକୁଡଲା ଗ୍ରାମର ଭିକାରୀ ଭୂତିଆ(୫୨)ଙ୍କୁ ହତ୍ୟା ଅଭିଯୋଗରେ ତାଳଚେର ପୋଲିସ ସେହି ଗ୍ରାମର କିଶୋରୀ ଭୂତିଆଙ୍କୁ ଗିରଫ କରିଛି। ମୃତ ଭିକାରୀଙ୍କ ପୁଅ ଗଙ୍ଗୁଆ ଦେଇଥିବା ଏତଲା ଓ ବ୍ୟବଚ୍ଛେଦ ରିପୋର୍ଟକୁ ଭିତ୍ତିକରି ପୋଲିସ ନମ୍ବର ୨୬୮/୧୮ରେ ଏକ ହତ୍ୟା ମାମଲା ରୁଜୁ କରିଛି। ପୋଲିସ କହିଛି, ଭିକାରୀ ରବିବାର ଅପରାହ୍ନ ୧ଟାରେ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ କିଶୋରୀ ତାଙ୍କୁ ଛୁରୀରେ ଭୁଶି ଦେଇଥିଲେ।

ଅଘୋଷିତ ବିଦ୍ୟୁତ୍‌  କାଟ: ଉପଭୋକ୍ତା ହନ୍ତସନ୍ତ

ଅଘୋଷିତ ବିଦ୍ୟୁତ୍‌ କାଟ: ଉପଭୋକ୍ତା ହନ୍ତସନ୍ତ


ମାଧପୁର,୨୫।୯- ଆଠମଲ୍ଲିକ ବ୍ଲକ ମାଧପୁର ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌  କାଟ ହେଉଛି। ଫଳରେ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛିଦିନ ହେବ ପ୍ରତିଦିନ ୧୨ ରୁ୧୫ ଘଣ୍ଟା ବିଦ୍ୟୁତ୍‌ କାଟ ହେଉଥିବା ଉରଭୋକ୍ତା ଅଭିଯୋଗ କରିଛନ୍ତି। 

୫ ଫୁଟ୍‌  ଲମ୍ବର ନାଗ ସାପ ଉଦ୍ଧାର

୫ ଫୁଟ୍‌ ଲମ୍ବର ନାଗ ସାପ ଉଦ୍ଧାର


ଢେଙ୍କାନାଳ ଅଫିସ,୨୫।୯- ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରୁ  ମଙ୍ଗଳବାର ଏକ ୫ ଫୁଟ୍‌  ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି।

ବିଜୁ ଯୁବ ବାହିନୀ ବୈଠକ

ବିଜୁ ଯୁବ ବାହିନୀ ବୈଠକ

ଛେଣ୍ଡିପଦା,୨୫।୯(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କୁଶକିଳା ପଞ୍ଚାୟତ ଅଫିସଠାରେ ବିଜୁ ଯୁବ ବାହିନୀ ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ପଞ୍ଚାୟତ ସଭାପତି ଚିତ୍ତ ରଞ୍ଜନ ବିଶ୍ୱାଳଙ୍କ ଆହ୍ବାନକ୍ରମେ ଆୟୋଜିତ ଏହି ବୈଠକରେ ବିଜୁ ଯୁବ ବାହିନୀ ସଙ୍ଗଠନ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଟ୍ରକକୁ ଧକ୍କା ଦେଲା ବାଇକ: ଜଣେ ଗୁରୁତର

ଟ୍ରକକୁ ଧକ୍କା ଦେଲା ବାଇକ: ଜଣେ ଗୁରୁତର


ଛେଣ୍ଡିପଦା,୨୫।୯(ସ୍ବ.ପ୍ର)- ଛେଣ୍ଡିପଦା ବ୍ଲକ ଜରପଡା ଥାନା ତୁକୁଡା ଗାଈକଟା ପୋଲ ନିକଟରେ ମଙ୍ଗଳବାର ଏକ ଟ୍ରକକୁ ବାଇକ ଧକ୍କା ଦେଇଛି। ଏଥିରେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ପୋଲିସ କହିଛି, ବଇଣ୍ଡାରୁ ଅନୁଗୋଳ ଅଭିମୁଖେ ଯାଉଥିବା ଉକ୍ତ ବାଇକ ପୋଲ ନିକଟରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। 

କାଠ ବୋଝେଇ ବାଇକ ଜବତ, ଚାଳକ ଗିରଫ

କାଠ ବୋଝେଇ ବାଇକ ଜବତ, ଚାଳକ ଗିରଫ

ଛେଣ୍ଡିପଦା,୨୫।୯(ସ୍ବ.ପ୍ର)- ଛେଣ୍ଡିପଦା ବନବିଭାଗ ମଙ୍ଗଳବାର ଚଢାଉ କରି ଏକ କାଠ ବୋଝେଇ ବାଇକ ସହ  ଏହାର ଚାଳକ ନୂଆପଡା ଗ୍ରାମର ଲୋଚନ ବେହେରା (୨୫)ଙ୍କୁ ଗିରଫ କରିଛି। 

ଝାଡ଼ାବାନ୍ତିରେ ୨୯ ଆକ୍ରାନ୍ତ: ଗ୍ରାମରେ ପହଞ୍ଚିଲା ମେଡ଼ିକାଲ ଟିମ୍‌

ଝାଡ଼ାବାନ୍ତିରେ ୨୯ ଆକ୍ରାନ୍ତ: ଗ୍ରାମରେ ପହଞ୍ଚିଲା ମେଡ଼ିକାଲ ଟିମ୍‌


କଣିହାଁ,୨୫।୯(ଡି.ଏନ.ଏ.)- କଣିହାଁ ବ୍ଲକ ବଡହିରା ଗ୍ରାମରେ ୨ଦିନ ହେଲା ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ସୋମବାର ୭ ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ଘରୋଇ କ୍ଲିନିକରେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ୨୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଖବରପାଇ କଣିହାଁ ମେଡିକାଲ ଟିମ୍‌ ଗ୍ରାମରେ ପହଞ୍ଚି  ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି।

ଝାମ୍ପିନେଲେ ୩ ଲକ୍ଷ

ଝାମ୍ପିନେଲେ ୩ ଲକ୍ଷ


ଅନୁଗୋଳ ଅଫିସ, ୨୫ା୯- ଅନୁଗୋଳ ସହର ଶଙ୍କର ସିନେମା ରୋଡ୍‌ସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସମ୍ମୁଖରୁ ସୋମବାର ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ଝାମ୍ପି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ନଂ. ୬୪୩/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି। 

 ମହ୍ଲାର ଦମ୍ପତିି ବୁଡ଼ିଯିବା ଘଟଣା: ବ୍ରାହ୍ମଣୀରୁ ସ୍ବାମୀଙ୍କ ମୃତଦେହ ଉଦ୍ଧାର

ମହ୍ଲାର ଦମ୍ପତିି ବୁଡ଼ିଯିବା ଘଟଣା: ବ୍ରାହ୍ମଣୀରୁ ସ୍ବାମୀଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଅଫିସ,୨୫ା୯- ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଗୁଣ୍ଡିଚାନାଳି ଗ୍ରାମର ମହ୍ଲାର ଦମ୍ପତି ଗୁରୁବାର ମହୁ ସଂଗ୍ରହ କରିବାକୁ ଯାଇ ଫେରିବା ବେଳେ ନଦୀରେ ଭାସି ଯାଇଥିଲେ ା ଘଟଣାର ୪ ଦିନ ପରେ ସ୍ତ୍ରୀ  ରିଙ୍କିଙ୍କ ମୃତଦେହ ଗ୍ରାମସ୍ଥିତ ନଦୀରୁ ମିଳିଥିବା ବେଳେ ରବିବାର ସନ୍ଧ୍ୟାରେ ସ୍ବାମୀ କୁଶ ପଧାନଙ୍କ ମୃତଦେହ ଭୁବନ ଥାନା କିଙ୍ଗୋଳ ଗ୍ରାମ ବ୍ରାହ୍ମଣୀ ନଦୀକୂଳରୁ ଉଦ୍ଧାର କରାଯାଇଛି ା