ଅନଗୁଳ-ଢେଙ୍କାନାଳ

ସାତମାଇଲରେ ‘ଆମ ଗଁା ଆମ ବିକାଶ’ କାର୍ଯ୍ୟକ୍ରମ : ୨୭୯ ପ୍ରକଳ୍ପ ପାଇଁ ୭ କୋଟି

ସାତମାଇଲରେ ‘ଆମ ଗଁା ଆମ ବିକାଶ’ କାର୍ଯ୍ୟକ୍ରମ : ୨୭୯ ପ୍ରକଳ୍ପ ପାଇଁ ୭ କୋଟି

ହିନ୍ଦୋଳ/ସାତମାଇଲ, ୧୧ା୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ସାତମାଇଲସ୍ଥିତ ବହୁବର ପଡ଼ିଆରେ ମଙ୍ଗଳବାର ‘ଆମ ଗଁା ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ବ୍ଲକ ଅଧୀନ ୩୫ ପଞ୍ଚାୟତରେ ପ୍ରସ୍ତାବିତ ୨୭୯ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଲେ, ହିନ୍ଦୋଳ ଉପଖଣ୍ଡର ବିଭିନ୍ନ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ମଧ୍ୟ ଏହି ବିକାଶ ଧାରା ଜାରି ରହିବ। ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ସଫଳ ରୂପାୟନ ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟିକା ସୀମାରାଣୀ ନାୟକ, ଜିଲା ପରିଷଦ ସଭାନେତ୍ରୀ ମିନତୀ ନାୟକ, ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ଉପାଧ୍ୟକ୍ଷା ଅନସୂୟା ମାହୁନ୍ତ, ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଉପଜିଲାପାଳ ଭବେଶ ନାୟକ, ବିଡିଓ ହେମନ୍ତ ମହାନ୍ତି, ତହସିଲଦାର ଅଜୟ କୁମାର ମଲ୍ଲିକ, ରାଜ୍ୟ ସମବାୟ ବ୍ୟଙ୍କ ସଭାପତି ଅକ୍ଷୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ବ୍ଲକ କଳାସଂସ୍କୃତି ଉପସଭାପତି ବିମଳ କୁମାର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦୦୦ରୁ ଊର୍ଦ୍ଧ୍ୱ କଳାକାର ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ବରୁଣ ସର, ନଗର ସଭାପତି ଗୋବିନ୍ଦ ବେହେରା, ବିଜେଡି ନେତା ପ୍ରଶାନ୍ତ ସର, ଆତ୍ମା ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ, ଯୁବ ବିଜେଡି ସମ୍ପାଦକ ଦେବୀପ୍ରସାଦ ପଟ୍ଟନାୟକ, ହାପି ଗଡନାୟକ, ରାମଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ, ନିର୍ମାଣ ଶ୍ରମିକ ସମେତ ୧୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ଦୁର୍ଘଟଣାରେ ଭଣଜା ମୃତ, ମାମୁ ଗୁରୁତର

ଦୁର୍ଘଟଣାରେ ଭଣଜା ମୃତ, ମାମୁ ଗୁରୁତର

ପାଲଲହଡ଼ା,୧୭।୧୧(ଡି.ଏନ.ଏ.)- ଅନୁଗୁଳ ଜିଲା ପାଲଲହଡା ବ୍ଲକ ୧୪୯ନଂ. ଜାତୀୟ ରାଜପଥ ବାରକୋଟିଆ ନିକଟରେ ଶନିବାର ଏକ ସ୍କୁଟି ଭାରମାମ୍ୟ ହରାଇ ଖୁଣ୍ଟିରେ ଧକ୍କା ହୋଇଛି। ଏଥିରେ ଭଣଜା ଜମ୍ବୁଆ ଗ୍ରାମର କିରଣ କିଷାନ(୪) ପ୍ରାଣ ହରାଇଥିବାବେଳେ ମାମୁ କୁମ୍ଭୀବହଲ ଗ୍ରାମର ପପୁ କିଷାନ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ବିପଦସଙ୍କୁଳ ଅବସ୍ଥାରେ ରହିଛି ୧୧ କେଭି ବିଦ୍ୟୁତ୍‌  ଖୁଣ୍ଟ:   ସ୍ଥାନାନ୍ତର ନ କରି ମାଟି ଖୋଳିଲେ ଠିକାଦାର

ବିପଦସଙ୍କୁଳ ଅବସ୍ଥାରେ ରହିଛି ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ: ସ୍ଥାନାନ୍ତର ନ କରି ମାଟି ଖୋଳିଲେ ଠିକାଦାର

ବଇଣ୍ଡା,୧୭।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ଗାଁ ବଇଣ୍ଡା ଗ୍ରାମରେ ଥିବା ୧୧ କେଭି ବିଦ୍ୟୁତ୍‌  ଖୁଣ୍ଟ ଗୁଡ଼ିକ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଥିଯୋଗୁ  ସାଧାରଣ ଲୋକ ଓ ବାଟୋଇଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଘଟଣାରୁ ପ୍ରକାଶ, ବଇଣ୍ଡାଠାରୁ ଆଠମଲ୍ଲିକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାକୁ ପ୍ରଶସ୍ତିକରଣ କରାଯାଉଛି। ରାସ୍ତାର ଦୁଇପାର୍ଶ୍ୱ ୨ ମିଟର ନୂତନ ରାସ୍ତା  ନିର୍ମାଣ କରାଯାଉଥିବାବେଳେ ଠିକାଦାରଙ୍କ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଛି।

ପରିବେଶ ସୁରକ୍ଷିତ ରହିଲେ ସଭ୍ୟତା ତିଷ୍ଠିବ

ପରିବେଶ ସୁରକ୍ଷିତ ରହିଲେ ସଭ୍ୟତା ତିଷ୍ଠିବ

ସାତମାଇଲ, ୧୭।୧୧(ଡି.ଏନ.ଏ.)-ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତ ଖଣ୍ଡତିରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୋଳ କଲ୍ୟାଣ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଶନିବାର ଜଙ୍ଗଲ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ରଞ୍ଜନ କୁମାର ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍‌ ରମେଶ ମିଶ୍ର, ସମ୍ମାନିତ ଅତିଥି ସାମାଜିକ କର୍ମୀ ଦିଲୀପ ଦାସ, ପରିବେଶବିତ୍‌ ରତିକାନ୍ତ ଗଡ଼ନାୟକ, ତ୍ରିଲୋଚନ ଗଡ଼ନାୟକ ଯୋଗଦେଇଥିଲେ। କ୍ରମାଗତ ଜଙ୍ଗଲ ସମ୍ପଦ ଅବକ୍ଷୟ ଯୋଗୁ ତାପମାତ୍ରା ବଢ଼ିଚାଲିଛି। 

ସ୍ବଚ୍ଛତା ହିଁ ସ୍ବାଭିମାନ

ସ୍ବଚ୍ଛତା ହିଁ ସ୍ବାଭିମାନ

କାମାକ୍ଷାନଗର, ୧୭।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର  ସ୍ବଚ୍ଛ ଭାରତ ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝରସ୍ଥିତ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜନସମ୍ପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା। 

ମୁଁ ହିରୋ କାର୍ଯ୍ୟକ୍ରମ

ମୁଁ ହିରୋ କାର୍ଯ୍ୟକ୍ରମ

ଭୁବନ,୧୭।୧୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ବ୍ଲକ କୁନିନ୍ଦା ମହାବିଦ୍ୟାଳୟ ପରିସରରେ ଶନିବାର ବିଜୁ ଯୁବ ବାହିନୀ ପକ୍ଷରୁ ମୁଁ ହିରୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଉପସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍‌ଘାଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଉପସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍‌ଘାଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ବଅଁରପାଳ,୧୭।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀଠାରେ ଏକ ଉପସ୍ବାସ୍ଥ୍ୟକେନ୍ଦ୍ର ଶନିବାର ଉଦ୍‌ଘାଟିତ ହୋଇଯାଇଛି।

ବିୟର ବଟ୍‌ଲିଂ ପ୍ଲାଣ୍ଟ ନିର୍ମାଣକୁ ବିରୋଧ: ପୋଲିିସ-ଗ୍ରାମବାସୀ ମୁହାଁମୁହିଁ

ବିୟର ବଟ୍‌ଲିଂ ପ୍ଲାଣ୍ଟ ନିର୍ମାଣକୁ ବିରୋଧ: ପୋଲିିସ-ଗ୍ରାମବାସୀ ମୁହାଁମୁହିଁ

ଓଡ଼ାପଡ଼ା,୧୭।୧୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବଳରାମପୁର ଅଞ୍ଚଳରେ ପ୍ରସ୍ତାବିତ ବିୟର ବଟଲିଂ ପ୍ଲାଣ୍ଟ ନିର୍ମାଣକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। 

ମାଟି ତଳୁ ୨ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ

ମାଟି ତଳୁ ୨ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ

ବଇଣ୍ଡା,୧୭।୧୧(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ରାଣୀବନ୍ଧ ନାଳ ନିକଟ ମାଟି ତଳୁ ଗତ ୪ ତାରିଖରେ ହତାଶିମିଳି ଗ୍ରାମର ସିପୁନ ନାୟକ(୧୪) ଓ ଅମୂଲ୍ୟ ନାୟକ(୧୭)ଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ବାପା ଭୀମସେନ ନାୟକ ବାର୍‌ହା ଶିକାର ପାଇଁ ବସାଇଥିବା ଫାଶରେ ପଡ଼ି ପୁଅ ଅମୂଲ୍ୟ ଓ ତାଙ୍କ ସାଙ୍ଗ ସିପୁନଙ୍କ ମୃତ୍ୟୁ ହୋଇଥିବା ଶୁକ୍ରବାର ଠାକୁରଗଡ଼ ପୋଲିସ ସୂଚନା ଦେଇଛି। 

ପ୍ରକଳ୍ପ ସ୍ଥଗିତ, ଡମ୍ପିଂୟାଡ୍‌ରେ ପଡ଼ିବ ଅଳିଆ

ପ୍ରକଳ୍ପ ସ୍ଥଗିତ, ଡମ୍ପିଂୟାଡ୍‌ରେ ପଡ଼ିବ ଅଳିଆ

ଅନୁଗୋଳ ଅଫିସ,୧୭ା୧୧ ଅନୁଗୋଳ ସହରର ଅଳିଆ କୁଶାସିଂହାରେ ପଡ଼ିବା ନେଇ ଉପୁଜିଥିବା ବିବାଦ ତୁଟିବାର ନଁା ଧରୁନି। ଏ ନେଇ ଶୁକ୍ରବାର ଉପ ଜିଲାପାଳ ବାସୁଦେବ ଶତପଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ମଧ୍ୟ ଫେଲ ମାରିଛି। ଗାଁ ଲୋକଙ୍କ ଜିଦ୍‌ ସମ୍ମୁଖରେ ମୁଣ୍ଡ ନୁଅଁାଇ ପୌର ପ୍ରଶାସନ ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଡମ୍ପିଂୟାଡରେ ପୂର୍ବଭଳି ଅଳିଆ ପଡ଼ିବ ବୋଲି ବୈଠକ ପରେ ଉପଜିଲାପାଳ ସୂଚନା ଦେଇଛନ୍ତି।

ହିରୋ ‘ଡେଷ୍ଟିନି’ର ବଜାର ପ୍ରବେଶ

ହିରୋ ‘ଡେଷ୍ଟିନି’ର ବଜାର ପ୍ରବେଶ

ଅନୁଗୋଳ ଅଫିସ,୧୭ା୧୧- ହିରୋ ମୋଟୋକର୍ପ ଲିଃ ପକ୍ଷରୁ ନୂଆ ପ୍ରିମିୟମ ସ୍କୁଟର ଡେଷ୍ଟିନି ୧୨୫ର ବଜାର ପ୍ରବେଶ ହୋଇଛି। ସ୍ଥାନୀୟ ପାର୍ବତୀ ହିରୋ ଶୋ’ରୁମଠାରେ  ଏହାର ସତ୍ତ୍ବାଧିକାରୀ ଅଶୋକ ମାଣ୍ଡୋଠିଆ ନୂଆ ମଡେଲଟିକୁ ଉନ୍ମୋଚନ କରିଥିଲେ।  ଏହା ଦୁଇଟି ଭାରିଆଣ୍ଟରେ ଉପଲବ୍ଧ ହେଉଛି। ଏଲ୍‌ଏକ୍ସ ଭାରିଆଣ୍ଟର ମୂଲ୍ୟ ୫୬, ୯୫୦ ଥିବା ବେଳେ ଭିଏକ୍ସ ଭାରିଆଣ୍ଟରେ ମୂଲ୍ୟ ୬୦ ହଜାର ରହିଛି।

ପଞ୍ଚାୟତ ସମିତି ବୈଠକରେ ଘଣ୍ଟ ବଜାଇ ପ୍ରତିବାଦ

ପଞ୍ଚାୟତ ସମିତି ବୈଠକରେ ଘଣ୍ଟ ବଜାଇ ପ୍ରତିବାଦ

କଣିହାଁ, ୧୭।୧୧(ଡି.ଏନ୍‌.ଏ.)କଣିହାଁ ବ୍ଲକ ପବିତ୍ରମୋହନ ସଭାଗୃହ ପରିସରରେ ଶୁକ୍ରବାର ପଞ୍ଚାୟତ ସମିତିର ୪ର୍ଥ ସାଧାରଣ ବୈଠକରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୈଠକରେ ଘଣ୍ଟବଜାଇ ପ୍ରତିବାଦ ସହ ଦାବି  ନେଇ ହୋହାଲ୍ଲା କରାଯାଇଥିବା ବେଳେ ଭାଜପା ସମର୍ଥିତ ସମିତି ସଭ୍ୟ ଓ ସରପଞ୍ଚ କକ୍ଷତ୍ୟାଗ କରି ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ବିଡିଓଙ୍କ ବୁଝାଶୁଝା ପରେ ସେମାନେ ଧାରଣାରୁ ନିବୃତ୍ତ ହୋଇଥିଲେ। 

ସାତକୋଶିଆରେ ମହାବଳ ମହାବୀର ମୃତ୍ୟୁ ଘଟଣା : ଘଟଣାସ୍ଥଳରେ ଏନ୍‌ଟିସିଏ, ଡବ୍ଲ୍ୟୁଆଇଆଇ ବିଶେଷଜ୍ଞ

ସାତକୋଶିଆରେ ମହାବଳ ମହାବୀର ମୃତ୍ୟୁ ଘଟଣା : ଘଟଣାସ୍ଥଳରେ ଏନ୍‌ଟିସିଏ, ଡବ୍ଲ୍ୟୁଆଇଆଇ ବିଶେଷଜ୍ଞ

ବନ୍ତଳା, ୧୭।୧୧ (ଡି.ଏନ.ଏ.)ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ କାହ୍ନାରୁ ଆସିଥିବା ମହାବଳ ମହାବୀର ମୃତ୍ୟୁ ଘଟଣାର ଅନୁଧ୍ୟାନ ଆରମ୍ଭ କରିଛି ଏନ୍‌ଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ) ଓ ଡବ୍ଲ୍ୟୁଆଇଆଇ (ଓ୍ବାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ)।