ବାଣିଜ୍ୟ |

ପେମେଣ୍ଟ ସେବା ଲାଗି ଆର୍‌ବିଆଇ ନୀତି ମାନିବ ଗୁଗୁଲ

ପେମେଣ୍ଟ ସେବା ଲାଗି ଆର୍‌ବିଆଇ ନୀତି ମାନିବ ଗୁଗୁଲ
ନୂଆଦିଲ୍ଲୀ,୧୧ା୯: ଭାରତରେ ପେମେଣ୍ଟ ସେବା ଆରମ୍ଭ କରିବାକୁ ହେଲେ ଦେଶରେ ଡାଟାକୁ ସୁରକ୍ଷିତ ରଖିବାକୁ ହେବ ବୋଲି ରିଜର୍ଭ ବ୍ୟାଙ୍କର ପ୍ରଣୀତ ନୀତିକୁ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ କମ୍ପାନୀ ଗୁଗୁଲ ମାନିବ। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଦୁଇ ମାସ ପୂର୍ବେ ଆମେରିକାରେ ଗୁଗୁଲ ମୁଖ୍ୟ ସୁନ୍ଦର ପିଚାଇଙ୍କୁ ଭେଟିବା ବେଳେ କମ୍ପାନୀ ପକ୍ଷରୁ ଏସଂକ୍ରାନ୍ତରେ ଜଣାଇ ଦିଆଯାଇଥିଲା। ଦେଶରେ ପେମେଣ୍ଟ ସେବା ଆରମ୍ଭ କରିଥିବା ସମସ୍ତ କମ୍ପାନୀ ଭାରତରେ ଡାଟାକୁ ସୁରକ୍ଷିତ ରଖିବାକୁ ବାଧ୍ୟ ବୋଲି ରିଜର୍ଭ ବ୍ୟାଙ୍କ ଗତ ବର୍ଷ ଅକ୍ଟୋବରରେ ନୀତି ପ୍ରଣୟନ କରିଥିଲେ। ଏବେ ପେମେଣ୍ଟ ବ୍ୟବସ୍ଥା ଯୋଗାଣକାରୀ ତଥା ସେମାନଙ୍କ ଆଉଟସୋର୍ସ କମ୍ପାନୀ ଭାରତରେ ଡାଟାକୁ ସମ୍ପୂର୍ଣ୍ଣ କିମ୍ବା ଅର୍ଦ୍ଧେକ ଗଚ୍ଛିତ ରଖୁଛନ୍ତି ବୋଲି ଆର୍‌ବିଆଇ କହିଛି।
All Right Reserved By

ବାଣିଜ୍ୟ |

ଅନ୍ତରୀଣ ବଜେଟରେ ପ୍ରତ୍ୟକ୍ଷ ଟିକସ ଉପରେ ଜୋର୍‌

ଅନ୍ତରୀଣ ବଜେଟରେ ପ୍ରତ୍ୟକ୍ଷ ଟିକସ ଉପରେ ଜୋର୍‌

ନୂଆଦିଲ୍ଲୀ,୧୬-୧୧: ଆସନ୍ତାବର୍ଷ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ତାଙ୍କର ଶେଷ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ପରମ୍ପରା ଦୃଷ୍ଟିରୁ ଏହା ଏକ ଅନ୍ତରୀଣ ବଜେଟ୍‌ ହେବାକୁ ଯାଉଛି। 

ରପ୍ତାନି ୧୭.୮୬% ବଢ଼ିଲା; ଅକ୍ଟୋବରରେ ବାଣିଜ୍ୟ ନିଅଣ୍ଟ ୧୭.୧୩ ବିଲିୟନ ଡଲାର

ରପ୍ତାନି ୧୭.୮୬% ବଢ଼ିଲା; ଅକ୍ଟୋବରରେ ବାଣିଜ୍ୟ ନିଅଣ୍ଟ ୧୭.୧୩ ବିଲିୟନ ଡଲାର

ନୂଆଦିଲ୍ଲୀ,୧୬-୧୧: ଅକ୍ଟୋବରରେ ଦେଶର ରପ୍ତାନି ୧୭.୮୬ ପ୍ରତିଶତ ବଢ଼ି ୨୬.୯୮ ବିଲିୟନ ଡଲାରରେ ପହଞ୍ଚତ୍ଛି। ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ତଥ୍ୟ ଜାରି କରାଯାଇଛି।

ଓ୍ବାଲମାର୍ଟର ଯାଞ୍ଚ ଶେଷ; ସହମତିରେ ମହିଳାଙ୍କ ସହ ବିନ୍ନିଙ୍କ ସମ୍ପର୍କ ଥିଲା

ଓ୍ବାଲମାର୍ଟର ଯାଞ୍ଚ ଶେଷ; ସହମତିରେ ମହିଳାଙ୍କ ସହ ବିନ୍ନିଙ୍କ ସମ୍ପର୍କ ଥିଲା

ନୂଆଦିଲ୍ଲୀ,୧୬-୧୧: ବ୍ୟକ୍ତିଗତ ଦୁର୍ବ୍ୟବହାର ଅଭିଯୋଗ ପରେ ଫ୍ଲିପକାର୍ଟର ସିଇଓ ପଦରୁ ଇସ୍ତଫା ଦେଇଥିବା ବିନ୍ନି ବଂଶଲଙ୍କ ବିରୋଧରେ ଆରମ୍ଭ ହୋଇଥିବା ତଦନ୍ତ ଶେଷ ହୋଇଛି। 

ବଜାରକୁ ଫେରିବ ଫିଲିପ୍ସ ଟିଭି

ବଜାରକୁ ଫେରିବ ଫିଲିପ୍ସ ଟିଭି

ନୂଆଦିଲ୍ଲୀ,୧୬-୧୧: ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଭାରତୀୟ ବଜାରରୁ ଗାଏବ ହୋଇଯିବା ପରେ ଫିଲିପ୍ସ ଟିଭି ପୁନର୍ବାର ଫେରିବାକୁ ଯାଉଛି। ଏହି ଟିଭିକୁ ଭିଡିଓକନ ଗ୍ରୁପ୍‌ ଉତ୍ପାଦନ  କରିବା ସହ ବିକ୍ରି କରୁଥିଲା।

୭୦ ସମ୍ପତ୍ତି ବିକି ୮୦୦ କୋଟି ଯୋଗାଡ କରିବ ଏୟାର ଇଣ୍ଡିଆ

୭୦ ସମ୍ପତ୍ତି ବିକି ୮୦୦ କୋଟି ଯୋଗାଡ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୬-୧୧: ପ୍ରାୟ ୫୫ ହଜାର କୋଟି ଟଙ୍କାର ଋଣରେ ବୁଡି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ୭ଶହରୁ ୮ଶହ କୋଟି ଟଙ୍କା ଯୋଗାଡ କରିବା ଲାଗି ନିଜର ୭୦ଟି ସମ୍ପତ୍ତି ବିକ୍ରି କରିବ। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। 

ଜେଟ୍‌ ଏୟାରଓ୍ବେଜ କ୍ରୟ: ଆଜି ଟାଟା ସନ୍ସ ବୋର୍ଡର ନିଷ୍ପତ୍ତି

ଜେଟ୍‌ ଏୟାରଓ୍ବେଜ କ୍ରୟ: ଆଜି ଟାଟା ସନ୍ସ ବୋର୍ଡର ନିଷ୍ପତ୍ତି

ମୁମ୍ବାଇ,୧୬-୧୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜକୁ କିଣିବା ନେଇ ଶୁକ୍ରବାର ଟାଟା ସନ୍ସ ବୋର୍ଡ ନିଷ୍ପତ୍ତି ନେବ। ପୂର୍ବରୁ ବିମାନ କ୍ଷେତ୍ରରେ ପ୍ରବେଶ କରିଥିବା ଟାଟା ଗ୍ରୁପ୍‌ ନିଜସ୍ବ ଏକ କମ୍ପାନୀ ପାଇଁ ଆଗ୍ରହ ପ୍ରକାଶ କରିଛି।

ଭାରତର ରେଟିଂ ଅପରିବର୍ତ୍ତିତ ରଖିଲା ଫିଚ୍‌

ଭାରତର ରେଟିଂ ଅପରିବର୍ତ୍ତିତ ରଖିଲା ଫିଚ୍‌

ନୂଆଦିଲ୍ଲୀ,୧୬-୧୧: ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ଫିଚ୍‌ ବୃହତ ଆର୍ଥିକ ଦୃଶ୍ୟପଟରେ ବିପଦକୁ ଦୃଷ୍ଟିରେ ରଖି ଭାରତର ରେଟିଂକୁ ବର୍ତ୍ତମାନ ପାଇଁ ‘ବିବିବି-’ରେ ଅପରିବର୍ତ୍ତିତ ରଖିଛି। ଫିଚ୍‌ର ନିବେଶ ଯୋଗ୍ୟ ତାଲିକାରେ ଭାରତକୁ ସର୍ବନିମ୍ନ ରେଟିଂ ଦିଆଯାଇଛି।

ଏସି ଟ୍ରେନରୁ ୨୧ ଲକ୍ଷ ଟାଓ୍ବେଲ, ବେଡସିଟ୍‌ ନେଇଗଲେ

ଏସି ଟ୍ରେନରୁ ୨୧ ଲକ୍ଷ ଟାଓ୍ବେଲ, ବେଡସିଟ୍‌ ନେଇଗଲେ

ନୂଆଦିଲ୍ଲୀ,୧୬-୧୧: ସମ୍ଭ୍ରାନ୍ତ ବ୍ୟକ୍ତିମାନେ ଯାଉଥିବା ଏସି ଟ୍ରେନରୁ ଚୋରି ହେବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ଅଥଚ ଏହା ସତ। ରେଲଓ୍ବେର କହିବାନୁଯାୟୀ ଗତ ଆର୍ଥିକ ବର୍ଷ ୨୦୧୭-୧୮ରେ ଏସି ଟ୍ରେନରୁ ୨୧ ଲକ୍ଷ ଟାଓ୍ବେଲ, ବେଡସିଟ୍‌, ବ୍ଲାଙ୍କେଟ ଆଦି ଗାଏବ ହୋଇଯାଇଛି। 

ହଲ୍‌ମାର୍କଯୁକ୍ତ ସୁନା ଗହଣା ବିକ୍ରିକୁ ବାଧ୍ୟତାମୂଳକ କରାଯିବ

ହଲ୍‌ମାର୍କଯୁକ୍ତ ସୁନା ଗହଣା ବିକ୍ରିକୁ ବାଧ୍ୟତାମୂଳକ କରାଯିବ

ନୂଆଦିଲ୍ଲୀ,୧୬-୧୧: ଦେଶରେ ହଲମାର୍କଯୁକ୍ତ ସୁନା ଗହଣାର ବିକ୍ରିକୁ ବାଧ୍ୟତାମୂଳକ କରାଯିବ। ଏ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତ ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ କହିଛନ୍ତି। 

ଆଇଟି କ୍ଷେତ୍ରରେ ୧୪ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ

ଆଇଟି କ୍ଷେତ୍ରରେ ୧୪ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ

ନୂଆଦିଲ୍ଲୀ,୧୬-୧୧: ଦେଶର ଆଇଟି କ୍ଷେତ୍ରରେ ୨୦୨୭ ସୁଦ୍ଧା ୧୪ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବ। ସିସ୍କୋ ଏବଂ ଇଣ୍ଟରନ୍ୟାଶନାଲ ଡାଟା କର୍ପୋରେଶନ(ଆଇଡିସି) ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି। ସାଇବର ସୁରକ୍ଷା, ଇଣ୍ଟରନେଟ ଅଫ୍‌ ଥିଙ୍ଗସ(ଆଇଓଟି) ଏବଂ ବିଗ୍‌ ଡାଟା ଭଳି ବିକାଶଶୀଳ ପ୍ରଯୁକ୍ତିରେ ଏହି ନିଯୁକ୍ତି ମିଳିବ। 

ଶିଳ୍ପୋଦ୍ୟୋଗୀଙ୍କ ମୁହଁରୁ.....

ଶିଳ୍ପୋଦ୍ୟୋଗୀଙ୍କ ମୁହଁରୁ.....

ରାଜ୍ୟର ବିକାଶରେ ସହଭାଗୀ

ମେକ୍‌ ଇନ୍‌ ଓଡିଶା ୨୦୧୮ କାର୍ଯ୍ୟକ୍ରମରେ ଏକ ଅଂଶ ହୋଇ ଅତ୍ୟନ୍ତ ଖୁସି । ଗତ ଏକର ଦେଶ ଦଶନ୍ଧି ଧରି ଓଡିଶା ଅନେକ କିଛି ହାସଲ କରିବାକୁ ସମକ୍ଷ ହୋଇଛି।

ଓଡିଶା ଆସିବେ ଅଧିକ ଜାପାନ କମ୍ପାନୀ

ଓଡିଶା ଆସିବେ ଅଧିକ ଜାପାନ କମ୍ପାନୀ

ଭୁବନେଶ୍ୱର, ୧୫।୧୧ : ଓଡିଶାରେ ଜାପାନ କମ୍ପାନୀଙ୍କ ଅଧିକ ନିବେଶ ସୁଯୋଗ ସୃଷ୍ଟି ଲାଗି ସରକାର ଯୋଜନା ରଖିଛନ୍ତି। ଭୁବନେଶ୍ୱର ନିକଟବର୍ତ୍ତୀ ସ୍ଥାନରେ ସରକାର ୬୬୫ ଏକର ଏକ ସ୍ଥାନ ଚୟନ କରିଛନ୍ତି।