ଫୁରସତ |

ଝିଅମାନେ ନାମର ପ୍ରଥମ ଅକ୍ଷର ଦେଖି ବାଛନ୍ତୁ ଜୀବନସାଥୀ

ଝିଅମାନେ ନାମର ପ୍ରଥମ ଅକ୍ଷର ଦେଖି ବାଛନ୍ତୁ ଜୀବନସାଥୀ
ଜଣେ ବ୍ୟକ୍ତିର ନାମରୁ ହିଁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନୁମାନ ଲଗାଯାଇପାରେ। ବିଶେଷ କରି ନାମର ପ୍ରଥମ ଅକ୍ଷର ହିଁ ଜଣେ ବ୍ୟକ୍ତି ବିଷୟରେ ଅନେକ କିଛି ତଥ୍ୟ ପ୍ରଦାନ କରେ। ସେଥିପାଇଁ ପିଲାଟିଏ ଜନ୍ମ ହେଲେ ପ୍ରାୟ ମାତାପିତା ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଅକ୍ଷର ଚୟନ କରି ଶିଶୁଟିର ନାମକରଣ କରିଥାଆନ୍ତି। ତେବେ ଝିଅମାନେ ଯେତେବେଳେ ଜୀବନସାଥୀ ଖୋଜୁଛନ୍ତି ସେତେବେଳେ ସେମାନେ ଏହି ଦିଗପ୍ରତି ଧ୍ୟାନ ଦେଇପାରିବେ। 
ଏମ୍‌- ଏହି ଇଂରାଜୀ ଅକ୍ଷରରୁ ଯେଉଁ ପୁଅମାନଙ୍କ ନାମ ଆରମ୍ଭ ହୋଇଥାଏ ସେମାନେ ଜୀବନସାଥୀଙ୍କୁ କେବେ ଧୋକା ଦେଇ ନ ଥାଆନ୍ତି। ଯଦି ଉଭୟଙ୍କ ମଧ୍ୟରେ ଝଗଡା ହୁଏ ତେବେ ଏମାନେ ଏହାକୁ ଖୁବ୍‌ ଶୀଘ୍ର ସମାଧାନ କରିବାକୁ ଚେଷ୍ଟା କରନ୍ତି। ଏମାନେ କୌଣସି କଥା ଲୁଚାଇ ରଖିପାରନ୍ତି ନାହିଁ।
କେ- ଏମାନେ ସ୍ବଭାବରେ ଖୁବ୍‌ ସଚ୍ଚୋଟ। ଏଭଳି ଅକ୍ଷରରେ ଯେଉଁ ପୁଅମାନଙ୍କ ନାମ ଆରମ୍ଭ ହୋଇଥାଏ ସେମାନେ ଖୁବ୍‌ ରୋମାଣ୍ଟିକ୍‌ ଓ ଖୋଲା ହୃଦୟର ହୋଇଥାଆନ୍ତି। ସର୍ବଦା ଜୀବନସାଥୀ ନିକଟରେ ରହିବାକୁ ପସନ୍ଦ କରନ୍ତି।
ଏସ୍‌- ଏମାନେ ସ୍ବଭାବରେ ଖୁବ୍‌ ସାଦାସିଧା। ସହଜରେ ଅନ୍ୟମାନଙ୍କୁ ବିଶ୍ୱାସ କରି ନିଅନ୍ତି। ଆଉ ଏମାନେ ଖୁବ୍‌ ସମ୍ବେଦନଶୀଳ ଜୀବନସାଥୀଙ୍କୁ ପସନ୍ଦ କରନ୍ତି। 
ପି- ଏମାନେ ଖୁବ୍‌ ଚାଲାକ୍‌, ସବୁବେଳେ ସଫଳତା ପଛରେ ଧାଇଁଥାଆନ୍ତି। ଆଉ ଜୀବନସାଥୀ ଆଗରେ ନିଜ ସଫଳତା ବଖାଣି ଥାଆନ୍ତି। ଏମାନେ ନିଜ ଜୀବନସାଥୀଙ୍କୁ ସର୍ବଦା ସୁରକ୍ଷା ଦେଇଥାଆନ୍ତି। 
All Right Reserved By

ଫୁରସତ |

ବିଶ୍ୱରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ମରନ୍ତି ୩୦ଲକ୍ଷ

ବିଶ୍ୱରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ମରନ୍ତି ୩୦ଲକ୍ଷ

ଜେନେଭା: ବିଶ୍ୱରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଏଡ୍‌ସ, ହିଂସାକାଣ୍ଡ ଓ ସଡକ ଦୁର୍ଘଟଣାରେ ସମୁଦାୟ ମୃତ୍ୟୁବରଣ କରୁଥିବା ଲୋକସଂଖ୍ୟାଠାରୁ ଏହା ଅଧିକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଶୁକ୍ରବାର ଏହାର ରିପୋର୍ଟ ପ୍ରକାଶ କରିଛି। ବିଶେଷକରି ପୁରୁଷମାନେ ମଦ୍ୟପାନ ଯୋଗୁ ଅଧିକ ସଂଖ୍ୟାରେ ମୃତ୍ୟୁର ଶିକାର ହେଉଥିବା ଦର୍ଶାଯାଇଛି।

ନାସା ବେଲୁନ୍‌ ମିଶନ୍‌ର ଫଟୋ ଅନୁଧ୍ୟାନ

ନାସା ବେଲୁନ୍‌ ମିଶନ୍‌ର ଫଟୋ ଅନୁଧ୍ୟାନ

ଓ୍ବାଶିଂଟନ୍‌: ନାସାର ବେଲୁନ ମିଶନ୍‌ ଦ୍ୱାରା ଆମ ବାୟୁମଣ୍ଡଳରେ ଥିବା ନୀଳ ବାଦଲର ଫଟୋ ଉଠାଯାଇପାରିଛି। ଏଥିରୁ ମିଳିଥିବା ତଥ୍ୟକୁ ନକ୍ଟିଲୁସେଣ୍ଟ କ୍ଲାଉଡ୍ସ ବା ପୋଲାର ମେସୋସ୍ଫରିକ୍‌ କ୍ଲାଉଡ୍ସ(ପିଏମ୍‌ସି) କୁହାଯାଏ। ଏହାକୁ ଅନୁଧ୍ୟାନକରି ପାଣିପାଗ, ମହାସାଗର, ହ୍ରଦ ଏବଂ ଅନ୍ୟ ଗ୍ରହର ପରିବେଶର ଅସ୍ଥିରତା ସମ୍ପର୍କରେ ବିଶେଷ ସୂଚନା ଜଣାପଡିବ ବୋଲି ନାସା ପକ୍ଷରୁ ଏକ ବିବୃତିରେ କୁହାଯାଇଛି। 

୧୦ବର୍ଷ ମଧ୍ୟରେ ମୁସଲମାନ, ଦଳିତଙ୍କ ଦାରିଦ୍ର୍ୟ ହ୍ରାସ ପାଇଛି: ଜାତିସଂଘ

୧୦ବର୍ଷ ମଧ୍ୟରେ ମୁସଲମାନ, ଦଳିତଙ୍କ ଦାରିଦ୍ର୍ୟ ହ୍ରାସ ପାଇଛି: ଜାତିସଂଘ

ଜାତିସଂଘ: ଭାରତ ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା ବେଳେ ମୁସଲମାନ, ଅନୁସୂଚିତ ଜନଜାତି ଓ ଦଳିତମାନେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛନ୍ତି। ଜାତିସଂଘ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଏହି ସୂଚନା ମିଳିଛି। 

କଟା ଅଙ୍ଗ ଦେଖାଇ ଯୁବତୀ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

କଟା ଅଙ୍ଗ ଦେଖାଇ ଯୁବତୀ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ଆମେରିକାର ଓକଲାହମ୍‌ରେ ରହୁଥିବା କିଷ୍ଟ୍ରି ଲୋୟାଲ ନାମକ ଜଣେ ଯୁବତୀ ତାଙ୍କର ଏକ କଟା ଅଙ୍ଗକୁ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।  ସୂଚନା ଅନୁଯାୟୀ, ୨୦୧୬ରେ ଲୋୟାଲ ମାରାତ୍ମକ କ୍ୟାନସରରେ ପୀଡିତ ହୋଇଥିଲେ। 

ଏଭଳି ସ୍ତ୍ରୀ ସ୍ବାମୀଙ୍କ ପାଇଁ କ’ଣ ଆଣନ୍ତି...

ଏଭଳି ସ୍ତ୍ରୀ ସ୍ବାମୀଙ୍କ ପାଇଁ କ’ଣ ଆଣନ୍ତି...

ଦାମ୍ପତ୍ୟ ଜୀବନକୁ ଦୃଢ଼ କରିବା ଲାଗି ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମଧୁର ସମ୍ପର୍କ  ଗୁରୁତ୍ୱପୂର୍ଣ୍ଣ। ଏହା ବିନା ଦାମ୍ପତ୍ୟ ଜୀବନ ନିରର୍ଥକ ପାଲଟି ଯାଏ । ବିବାହପରେ ଜୀବନରେ ପରିବର୍ତ୍ତନ ଆସିବାର ସ୍ବପ୍ନ ଦେଖିଥାନ୍ତି ଅନେକ ଯୁବକ। 

 ଗଧର ହେଲା ବିବାହ

ଗଧର ହେଲା ବିବାହ

କର୍ନାଟକ ହୋରା ଗାଁର ଲୋକେ ଗଧ ସହିତ ଏକ ଗଧୁଣୀର ବିବାହ ବେଶ୍‌ ଧୁମାଧାମ୍‌ରେ କରିଛନ୍ତି। ପୂର୍ବରୁ ଗଧ ସହିତ ଅନ୍ୟ ଏକ ଗଧୁଣୀ ରହୁଥିଲା। ତେବେ ଗଧୁଣୀକୁ ଚିତାବାଘ ମାରି ଦେବା ପରେ ଗଧର ବ୍ୟବହାରରେ ଆସିଥିଲା ପରିବର୍ତ୍ତନ।

ସନ୍ତାନ ଜନ୍ମ ପାଇଁ ମିଳୁଛି ଋଣ

ସନ୍ତାନ ଜନ୍ମ ପାଇଁ ମିଳୁଛି ଋଣ

ଘରପାଇଁ, ଗାଡ଼ି ପାଇଁ ଲୋନ୍‌ ଋଣ ନେବା କଥା ଆମେ ଜାଣିଛେ। ତେବେ ସନ୍ତାନ ଜନ୍ମ ଲାଗି ଋଣ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏବେ ଛତିଶଗଡ଼ ରାୟପୁରରେ କିଛି ଘରୋଇ କ୍ଲିନିକ୍‌ରେ ଆରମ୍ଭ ହୋଇଛି ଏଭଳି ବ୍ୟବସ୍ଥା। 

ଫେସବୁକ୍‌ ସାଙ୍ଗଙ୍କୁ ଭେଟିବାକୁ ଆମେରିକାରୁ ଅମୃତସର ପହଞ୍ଚିଲେ ମହିଳା

ଫେସବୁକ୍‌ ସାଙ୍ଗଙ୍କୁ ଭେଟିବାକୁ ଆମେରିକାରୁ ଅମୃତସର ପହଞ୍ଚିଲେ ମହିଳା

ଅମୃତସର, ୨୧।୯: ଫେସବୁକ ବନ୍ଧୁଙ୍କୁ ଭେଟିବାକୁ ସୁଦୂର ଆମେରିକାରୁ ଅମୃତସର ଚାଲି ଆସିଛନ୍ତି ଜଣେ ମହିଳା। ଏହି ମହିଳାଙ୍କ ନାମ ହ୍ବିଟନ୍‌ ହ୍ୟାରିସ୍‌। ସେ ଆମେରିକାରେ ଏକ ଜିମ୍‌ରେ ଟ୍ରେନର ଭାବେ କାମ କରନ୍ତି।

ବିଶ୍ୱର ସର୍ବବୃହତ ଘଣ୍ଟି

ବିଶ୍ୱର ସର୍ବବୃହତ ଘଣ୍ଟି

ପୋଲାଣ୍ଡ, ୨୧।୯: ବିଶ୍ୱର ସର୍ବବୃହତ୍‌ ଘଣ୍ଟି ପୋଲାଣ୍ଡରେ ନିର୍ମାଣ କରାଯାଇଛି। ୫୫ ଟନ ଓଜନର ଏହି ଘଣ୍ଟିଟି ଟ୍ରାଇଡେଣ୍ଟ୍‌ ସହରସ୍ଥିତ ଏକ ଧାର୍ମିକ ସ୍ଥଳରେ ଲଗାଯାଇଛି।

ବିବାହ କଲେ ୬୫ କୋଟି ଦେବେ ମଡେଲ

ବିବାହ କଲେ ୬୫ କୋଟି ଦେବେ ମଡେଲ

ନିଜ ମନପସନ୍ଦର ସାଥୀଙ୍କୁ ବିବାହ କରିବାକୁ ସମସ୍ତଙ୍କ ସ୍ବପ୍ନ ଥାଏ। ଏହାକୁ ପୂରଣ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥା’ନ୍ତି ଯୁବତୀଯୁବକ।

୧୦୦ ଟଙ୍କାରେ ବ୍ରାଣ୍ଡେଡ୍‌ ଜିନ୍ସ

୧୦୦ ଟଙ୍କାରେ ବ୍ରାଣ୍ଡେଡ୍‌ ଜିନ୍ସ

ସାଧାରଣତଃ ବ୍ରାଣ୍ଡେଡ୍‌ କପଡା ପିନ୍ଧିବାକୁ ସମସ୍ତଙ୍କର ଇଚ୍ଛା ଥାଏ। ଅର୍ଥାଭାବରୁ କେହିକେହି ବ୍ରାଣ୍ଡେଡ୍‌ କପଡା କିଣିବାରେ ଅସମର୍ଥ ହୋଇଥାନ୍ତି। 

ଲୁହ ଆସିଲେ ଲାଲ୍‌ ପଡିଯାଉଛି ଶରୀର

ଲୁହ ଆସିଲେ ଲାଲ୍‌ ପଡିଯାଉଛି ଶରୀର

ବିଶ୍ୱରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଅଜବ ରୋଗରେ ପୀଡିତ ଅଛନ୍ତି। ଏମିତି ଏକ ନିଆରା ରୋଗରେ ପୀଡିତ ୧୯ ବର୍ଷୀୟ ଲିଣ୍ଡେସ୍‌ ଚୋବ୍ରେ।