ରାଜ୍ୟ |

ପାରିଶ୍ରମିକ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ: ଅଙ୍ଗନଓ୍ବାଡି ପାଇବେ ୪,୫୦୦; ସହାୟିକା ୨,୨୫୦ ଟଙ୍କା

ପାରିଶ୍ରମିକ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ: ଅଙ୍ଗନଓ୍ବାଡି ପାଇବେ ୪,୫୦୦; ସହାୟିକା ୨,୨୫୦ ଟଙ୍କା
ଭୁବନେଶ୍ୱର,୧୧।୯(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଏହା ଆଗାମୀ ମାସରୁ ଲାଗୁ ହେବ। ଦେଶର ବିଭିନ୍ନ ସ୍ଥାନରେ ଆଶା, ଅଙ୍ଗନଓ୍ବାଡି ଏବଂ ଏଏନ୍‌ଏମ୍‌ କର୍ମଚାରୀଙ୍କ ସହିତ ଏକ ଭିଡିଓ କନ୍‌ଫେରେନ୍ସିଂ  ମାଧ୍ୟମରେ ମତ ବିନିମୟ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି। 

ଆଶା କର୍ମୀମାନଙ୍କୁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ନିୟମିତ ଭତ୍ତା ଦୁଇଗୁଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଏଥିସହିତ ସମସ୍ତ ଆଶାକର୍ମୀ ଏବଂ ସେମାନଙ୍କ ସହାୟିକାମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ମାଗଣା ବୀମାଭୁକ୍ତ କରାଯିବ। ଅଙ୍ଗନବାଡି କର୍ମଚାରୀଙ୍କ ପାରିଶ୍ରମିକରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଯେଉଁମାନେ ପୂର୍ବରୁ ୩୦୦୦ଟଙ୍କା ପାଉଥିଲେ ସେମାନେ ଏବେ ୪,୫୦୦ଟଙ୍କା ପାଇବେ। ସେହିପରି ଯେଉଁମାନେ ୨୨୦୦ ଟଙ୍କା ପାଉଥିଲେ ସେମାନେ ୩୫୦୦ ଟଙ୍କା ପାଇବେ। ଅଙ୍ଗନବାଡି ସହାୟିକାମାନଙ୍କ ପାରିଶ୍ରମିକ ମଧ୍ୟ ୧୫୦୦ ଟଙ୍କାରୁ ବୃଦ୍ଧି ପାଇ ୨୨୫୦ ଟଙ୍କା କରାଯାଇଛି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ କମନ ଆପ୍ଲିକେସନ ସଫ୍ଟୱେର(ଆଇସିଡିଏସ୍‌ସିଏଏସ୍‌) ବ୍ୟବହାର କରୁଥିବା ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକାମାନଙ୍କୁ ଅତିରିକ୍ତ ଭତ୍ତା ପ୍ରଦାନ କରାଯିବ। ଏହି ଭତ୍ତା ୨୫୦ରୁ ୫୦୦ଟଙ୍କା ମଧ୍ୟରେ ହେବ ଏବଂ ଏହା ପ୍ରଦର୍ଶନ ଭିତ୍ତିିକ ହେବ।

All Right Reserved By

ରାଜ୍ୟ |

ସମସ୍ୟାରେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ:  ପ୍ରତିଶ୍ରୁତିରେ ଅଟକିଛି ବିକାଶ

ସମସ୍ୟାରେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ: ପ୍ରତିଶ୍ରୁତିରେ ଅଟକିଛି ବିକାଶ

ବନ୍ତ, ୧୮।୧୧ (ଡି.ଏନ.ଏ.)- ଭଦ୍ରକ ନୂତନ ଜିଲାର ମାନ୍ୟତା ପାଇବା ପରେ ବିକାଶ ତ୍ୱରାନ୍ବିତ ହେବ ବୋଲି ଲୋକେ ଆଶା ରଖିଥଲେ। 

‘ଧାନକଟା ଛୁଟିରେ ଘରକୁ ଯିବୁ, ପାଇଖାନା କରିଥିବ’

‘ଧାନକଟା ଛୁଟିରେ ଘରକୁ ଯିବୁ, ପାଇଖାନା କରିଥିବ’

ବାରିପଦା ଅଫିସ,୧୮।୧୧-   ଧାନକଟା ଛୁଟିରେ ଆମେ ଘରକୁ ଯିବୁ, ହେଲେ ପାଇଖାନା କରିଥିବ। ଏପରି ହାତଲେଖା ଚିଠି ମୟୂରଭଞ୍ଜ ଜିଲାର ବିଭିନ୍ନ  ଆବାସିକ ବିଦ୍ୟାଳୟରେ ରହୁଥିବା ପ୍ରାୟ ଲକ୍ଷେରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନିଜ ମା’ବାପାଙ୍କ ନିକଟକୁ ପଠାଇବେ। 

ବିଦ୍ୟୁତ୍‌ ତାର ଲାଗି ହାତୀ ମୃତ୍ୟୁ ଘଟଣା: ‘ନିଲମ୍ବିତ ଯନ୍ତ୍ରୀଙ୍କ ମୁଣ୍ଡରେ ଅଠା ବୋଳାଯାଇଛି’

ବିଦ୍ୟୁତ୍‌ ତାର ଲାଗି ହାତୀ ମୃତ୍ୟୁ ଘଟଣା: ‘ନିଲମ୍ବିତ ଯନ୍ତ୍ରୀଙ୍କ ମୁଣ୍ଡରେ ଅଠା ବୋଳାଯାଇଛି’

ବାରିପଦା ଅଫିସ,୧୮।୧୧- ବାରିପଦା ବନଖଣ୍ଡ ଅଧୀନ ଦେଉଳି ବନାଞ୍ଚଳ ସୁନାପୋଷି ନିକଟରେ ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀର ମୃତ୍ୟୁ ହେବା ଘଟଣା ନେଇ ବନ ଓ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ଟଣାଓଟରା ଜାରି ରହିଛି।

ଟେଙ୍ଗରାମାରୀ ଗାଁରେ ଡାକ୍ତରୀ ଦଳ

ଟେଙ୍ଗରାମାରୀ ଗାଁରେ ଡାକ୍ତରୀ ଦଳ

ଭୋଗରାଇ,୧୮।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଟେଙ୍ଗରାମାରୀ ଗ୍ରାମରେ ଅଧିକାଂଶ ଲୋକ ପାଣି ବସନ୍ତରେ ଆକ୍ରାନ୍ତ ହେବା ପରେ ଶନିବାର ସକାଳେ ଏକ ଡାକ୍ତରୀ ଦଳ ଗ୍ରାମରେ ପହଞ୍ଚତ୍ଛନ୍ତି। 

ଉନ୍ନୟନ ପ୍ରକଳ୍ପର ଶୁଭ ଦେଲେ ଏମ୍‌ପି

ଉନ୍ନୟନ ପ୍ରକଳ୍ପର ଶୁଭ ଦେଲେ ଏମ୍‌ପି

ରେମୁଣା,୧୮ା୧୧(ଡି.ଏନ.ଏ.)-ଏମ୍‌ପି ରବୀନ୍ଦ୍ର କୁମାର ଜେନା ଶନିବାର ରେମୁଣାର ବିଭିନ୍ନ ଗଁାକୁ ତୋଫାନୀ ଗସ୍ତ କରିଥିଲେ। ପୂର୍ବାହ୍ନରେ ଏମ୍‌ପି ଜେନା ପ୍ରତିପାଳ ପଞ୍ଚାୟତର ବାଲିପାଳ ଛକଠାରେ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ ା ପରେ ବଡପାଳ ପଞ୍ଚାୟତର କାକବୋରାଇ ହାଟ ପଡିଆଠାରେ ଆମ ଗଁା ଆମ ବିକାଶ ଯୋଜନରେ ୬ଲକ୍ଷ ଟଙ୍କାର ଏକ କମ୍ୟୁନିଟି ସେଣ୍ଟର ଏବଂ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୨ ଲକ୍ଷ ୧୫ ହଜାର ଟଙ୍କାର ଏକ ରାସ୍ତା ନିର୍ମାଣର ଶୁଭ ଦେଇଥିଲେ ା ସେଠାରେ ବ୍ଲକ ସଭାପତି ନଳିନୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜନ କରାଯାଇଥିଲା। 

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ପରାମର୍ଶ:  ‘ଲୋକଙ୍କ ନିକଟକୁ ଯାଇ ସେବା ଯୋଗାଅ’

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ପରାମର୍ଶ: ‘ଲୋକଙ୍କ ନିକଟକୁ ଯାଇ ସେବା ଯୋଗାଅ’

ବାଲେଶ୍ୱର ଅଫିସ,୧୮।୧୧-କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ମହେନ୍ଦ୍ର କୁମାର ମଲ୍ଲିକ ଶୁକ୍ରବାର ଦିନିକିଆ ବାଲେଶ୍ୱର ଗସ୍ତରେ ଆସି ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ବ ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି।  

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସରିଲା ଖନ୍ତାପଡା ମହୋତ୍ସବ

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସରିଲା ଖନ୍ତାପଡା ମହୋତ୍ସବ

ବାହାନଗା,୧୮ା୧୧(ଡି.ଏନ.ଏ.)-ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡା ମହୋସବ ଶୁକ୍ରବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍‌ଯାପିତ ହୋଇଛି ା ଖନ୍ତାପଡାସ୍ଥିତ ରାମନଗର ପଡିଆରେ ପଞ୍ଚମ ବାର୍ଷିକ ଖନ୍ତାପଡା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। 

ମହିଳାଙ୍କୁ ପୋଡି ହତ୍ୟା ଅଭିଯୋଗ ମାମଲା: ବୟାନ ଭିଡିଓ ଭାଇରାଲ

ମହିଳାଙ୍କୁ ପୋଡି ହତ୍ୟା ଅଭିଯୋଗ ମାମଲା: ବୟାନ ଭିଡିଓ ଭାଇରାଲ

ଛତ୍ରପୁର,୧୮ା୧୧(ଡି.ଏନ.ଏ.)- ଆର୍ଯ୍ୟପଲ୍ଲୀ ମେରାଇନ ଥାନା ଅଧୀନ ବଡ ଆର୍ଯ୍ୟପଲ୍ଲୀ ଗଁ। ର ପି. ରାମାୟାଙ୍କ ସ୍ତ୍ରୀ  ପି.କର୍ଲାମ୍ମା ୧୧ ତାରିଖରେ ପୋଡି ହୋଇଯାଇଥିଲେ ।  ପରେ ୧୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୋଇଥିବା  ମୃତ୍ୟୁ ଭିନ୍ନମୋଡ ନେଇଛି ।  

୧୩ ଚୋରି ମାମଲାରେ ୮ ଗିରଫ: ସୁନା, ରୁପା ଗହଣା ଜବତ

୧୩ ଚୋରି ମାମଲାରେ ୮ ଗିରଫ: ସୁନା, ରୁପା ଗହଣା ଜବତ

ଦିଗପହଣ୍ଡି,୧୮ା୧୧(ଡି.ଏନ.ଏ.)- ଦିଗପହଣ୍ଡି ଥାନା ଇଲାକାର ବିଭିନ୍ନ ଗ୍ରାମରେ ଘଟିଥିବା ଚୋରି ମାମଲାରେ ପୋଲିସକୁ ମିଳିଛି ସଫଳତା। ଗତ ପ୍ରାୟ ୫ ମାସ ମଧ୍ୟରେ ୧୩ ଗାଁରେ ସଂଘଟିତ ଚୋରି ମାମଲାରେ ଶନିବାର ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଅନ୍ଧାରୀ, ପାନ୍ତିଆମାରେ ହାତୀ ଆତଙ୍କ

ଅନ୍ଧାରୀ, ପାନ୍ତିଆମାରେ ହାତୀ ଆତଙ୍କ

ପୋଲସରା,୧୮ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ପୋଲସରା ବନାଞ୍ଚଳଆଦିବାସୀ ବହୁଳ ଗ୍ରାମ ଅନ୍ଧାରୀ, ପାନ୍ତିଆମାରେ ହାତୀ ଆତଙ୍କ ଦେଖାଦେଇଛି। ରାତିରେ ହାତୀପଲ ଧାନ ଜମିରେ ପଶି ଫସଲ ଖାଇବା ସହ ବ୍ୟାପକ ଫସଲ ଦଳିମକଚି ନଷ୍ଟ କରୁଛନ୍ତି। 

ଲାଞ୍ଚ ନେଇ ଧରାପଡ଼ିଲେ ହେଲ୍‌ଥ ସୁପରଭାଇଜର୍‌

ଲାଞ୍ଚ ନେଇ ଧରାପଡ଼ିଲେ ହେଲ୍‌ଥ ସୁପରଭାଇଜର୍‌

ବ୍ରହ୍ମପୁର ଅଫିସ୍‌,୧୮ା୧୧-ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ବରିଷ୍ଠ କିରାଣି ତଥା ହେଲ୍‌ଥ ସୁପରଭାଇଜର୍‌ ବୁଲୁ କୁମାର ନାୟକ ଶନିବାର ଭିଜିଲାନ୍ସ ଜାଲରେ ପଡିଛନ୍ତି ।  ଜନ୍ମ ପ୍ରମାଣପତ୍ର ପାଇଁ ରମ୍ଭା ଥାନା ମଥୁରାଛୁଅଁ।  ଗ୍ରାମର ମାୟାଧର ନାହାକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ କାବୁ କରାଯାଇଛି ।  ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।  

ବର୍ଷେ ହେଲା ରେଳଫାଟକ ବନ୍ଦ: ଅଞ୍ଚଳବାସୀ ହନ୍ତସନ୍ତ

ବର୍ଷେ ହେଲା ରେଳଫାଟକ ବନ୍ଦ: ଅଞ୍ଚଳବାସୀ ହନ୍ତସନ୍ତ

ନନ୍ଦପୁର,୧୮।୧୧(ଡି.ଏନ.ଏ.)-ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ପାତ୍ରପଣ୍ଡି ଗ୍ରାମଦେଇ ଯାଇଥିବା ରେଳଫାଟକ ବର୍ଷେ ହେଲା ବନ୍ଦ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗରେ ଘୋର ସମସ୍ୟା ସୃଷ୍ଟି ହୋଇଛି।