ଖେଳ |

ଆଫ୍ରିଦୀ, ଗେଲ୍‌ ଆଇକନ୍‌ ଖେଳାଳି

ଆଫ୍ରିଦୀ, ଗେଲ୍‌ ଆଇକନ୍‌ ଖେଳାଳି
ଦୁବାଇ, ୧୧।୯- ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଫଗାନିସ୍ତାନ ପ୍ରିମିୟର ଲିଗ୍‌ (ଏପିଏଲ୍‌) ପାଇଁ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶାହିଦ ଆଫ୍ରିଦୀ, କ୍ରିସ ଗେଲ୍‌ ଆଇକନ୍‌ ଖେଳାଳି ତାଲିକାରେ ରହିଛନ୍ତି। ସେହିଭଳି ତାରକା ସ୍ପିନର ରଶିଦ ଖାଁ, ବ୍ରେଣ୍ଡନ ମ୍ୟାକକୁଲମ ଓ ଆନ୍ଦ୍ରେ ରସେଲ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଅକ୍ଟୋବର ୫ରୁ ୨୩ ତାରିଖ ପର୍ଯ୍ୟନ୍ତ ଏପିଏଲ୍‌ର ଉଦ୍‌ଘାଟନୀ ସଂସ୍କରଣ ୟୁଏଇର ଶାରଜା କ୍ରିକେଟ୍‌ ଷ୍ଟାଡିୟରେ ଖେଳାଯିବ। ଏଥିଲାଗି ମଙ୍ଗଳବାର ଖେଳାଳି ନିଲାମୀ ଅନୁଷ୍ଠିତ ହେବା ସହ ଆଇକନ୍‌ ଖେଳାଳି ତାଲିକା ପ୍ରକାଶ ପାଇଥିଲା। ମୋଟ୍‌ ୫ଟି ଫ୍ରାଞ୍ଚାଇଜକୁ ନେଇ ଏହି ଟି୨୦ ଲିଗ୍‌ ଅନୁଷ୍ଠିତ ହେବ। ଆଫଗାନିସ୍ତାନର ୫ଟି ସହରକୁ ନେଇ ଟିମ୍‌ଗୁଡ଼ିକର ନାମ ରଖାଯାଇଛି। ଏହି ଟିମ୍‌ଗୁଡ଼ିକ ହେଲେ କାବୁଲ, କାନ୍ଦାହାର, ନଙ୍ଗାରହର, ପକ୍ତିୟା ଓ ବଲଖ। ଆଫ୍ରିଦୀଙ୍କୁ ପକ୍ତିୟା, ରଶିଦ୍‌ଙ୍କୁ କାବୁଲ ଦଳ ନିଲାମୀରେ ନେଇଛନ୍ତି। ସେହିଭଳି ଜାମାଇକାନ ଷ୍ଟାର ଗେଲ୍‌ ଓ ରସେଲଙ୍କୁ ଯଥାକ୍ରମେ ବଲ୍‌ଖ ଓ ନଙ୍ଗାରହର ଦଳ କ୍ରୟବେଳେ ମ୍ୟାକ୍‌କୁଲମ କାନ୍ଦାହାର ପକ୍ଷରୁ ଖେଳିବେ ବୋଲି ସ୍ପଷ୍ଟ ହୋଇଛି। ପ୍ରତିଦଳରେ ସର୍ବନିମ୍ନ ୧୭ ଓ ସର୍ବାଧିକ ୨୦ ଖେଳାଳି ରହିପାରିବେ ବୋଲି ଏପିଏଲ୍‌ ଗଭର୍ନିଂ କାଉନସିଲ ପକ୍ଷରୁ କୁହାଯାଇଛି।  
All Right Reserved By

ଖେଳ |

ମୁମ୍ବାଇକୁ ୫ ଉଇକେଟ୍‌ରେ ହରାଇଲା ରାଜସ୍ଥାନ

ମୁମ୍ବାଇକୁ ୫ ଉଇକେଟ୍‌ରେ ହରାଇଲା ରାଜସ୍ଥାନ

ଜୟପୁର, ୨୦।୪(ପି.ଟି.)- ଆଇପିଏଲ୍‌ରେ ଶନିବାର ଅପରାହ୍ନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଘରୋଇ ରାଜସ୍ଥାନ ରୟାଲ୍ସ ୫ ଉଇକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫ ଉଇକେଟରେ ୧୬୧ ରନ କରିଥିବାବେଳେ ରାଜସ୍ଥାନ ୫ଟି ବଲ୍‌ ଓ ୫ ଉଇକେଟ୍‌ ବଳକା ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଅଧିନାୟକ ପଦକୁ ଫେରିଥିବା ଷ୍ଟିଭ ସ୍ମିଥ୍‌ ନେତୃତ୍ୱର ପ୍ରଥମ ମ୍ୟାଚ୍‌ରେ ବିଜୟ ସ୍ବାଦ ଚାଖିଛନ୍ତି। ପ୍ରତିଯୋଗିତାରେ ରାଜସ୍ଥାନ ୯ମ ମ୍ୟାଚ୍‌ରୁ ଏହା ୩ୟ ବିଜୟ ଥିଲା। ଦଳ ୬ ପଏଣ୍ଟ ସହ ଟେବୁଲ ତାଲିକାର ୭ମ ସ୍ଥାନରେ ରହିଛି। ଅପରପକ୍ଷରେ ମୁମ୍ବାଇ ୧୦ ମ୍ୟାଚ୍‌ରୁ ୪ ପରାଜୟ ଓ ୬ ବିଜୟ ସହ ୧୨ ପଏଣ୍ଟ ପାଇ ଟେବୁଲରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପଛକୁ ୨ୟ ସ୍ଥାନରେ ରହିଛି।

ବକ୍ସର ମିଲର ଦ୍ୱିତୀୟ ଥର ଡୋପ୍‌ ଟେଷ୍ଟରେ ବିଫଳ

ବକ୍ସର ମିଲର ଦ୍ୱିତୀୟ ଥର ଡୋପ୍‌ ଟେଷ୍ଟରେ ବିଫଳ

 ଲସ୍‌ଆଞ୍ଜେଲ୍ସ, ୨୦ା୪ (ଏଏଫ୍‌ପି)-ଆମେରିକୀୟ ବକ୍ସର ଜାରେଲ ମିଲର ଦ୍ୱିତୀୟ ଥର ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି।  ୟୁଏସ ମିଡିଆ ରିପୋର୍ଟରେ ଏହା ପ୍ରକାଶ ପାଇଛି। ମିଲର ପ୍ରଥମ ଟେଷ୍ଟରେ ବିଫଳ ହେବା ପରେ ନ୍ୟୁୟର୍କ ବକ୍ସିଂ ଅଫିସିଆଲମାନେ ବୁଧବାର ତାଙ୍କୁ ଲାଇସେନ୍ସ ଦେବାକୁ ମନା କରିଦେଇଥିଲେ। ମିଲରଙ୍କ ନିକଟରେ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ଦ୍ୱାରା ହୋଇଥିବା ଡୋପ୍‌ ଟେଷ୍ଟରେ ପଜିଟିଭ ଆସିଥିଲ। ତାଙ୍କ ସାମ୍ପଲରେ ନିଷିଦ୍ଧ ହ୍ୟୁମ୍ୟାନ ଗ୍ରୋଥ୍‌ ହରମୋନ୍‌ (ଏଚ୍‌ଜିଏଚ୍‌) ମାତ୍ରା ଠାବ କରାଯାଇଥିଲା। ମିଲର ଜୁନ୍‌ ୧ରେ ହେଭିଓ୍ବେଟ୍‌ ଚାମ୍ପିୟନ ଆନ୍ଥୋନୀ ଜୋସୁଆଙ୍କ ସହିତ ଲଢେଇ କରିବା କାର୍ଯ୍ୟକ୍ରମ ରହିଥିଲା।  

କୁଲଦୀପଙ୍କ ଆଖିରେ ଲୁହ

କୁଲଦୀପଙ୍କ ଆଖିରେ ଲୁହ

 ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା କୁଲଦୀବ ଯାଦବଙ୍କୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମୋଏନ ଅଲି କନ୍ଦାଇ ଦେଇଛନ୍ତି।

କ୍ରିକେଟରୁ ଦୂରେଇଲେ ଇଂଲଣ୍ଡ ଓପନର ହେଲ୍ସ

କ୍ରିକେଟରୁ ଦୂରେଇଲେ ଇଂଲଣ୍ଡ ଓପନର ହେଲ୍ସ

ଲଣ୍ଡନ,୨୦।୪- ବିଶ୍ୱକପ୍‌ ଲାଗି ଘୋଷିତ ସାମ୍ଭବ୍ୟ ଇଂଲଣ୍ଡ ଦଳରେ ସ୍ଥାନ ପାଇଛନ୍ତି ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ। ହେଲେ ସେ ବ୍ୟକ୍ତିଗତ

ଆଇପିଏଲରୁ ଓହରିଲେ ବଟଲର

ଆଇପିଏଲରୁ ଓହରିଲେ ବଟଲର

ଜୟପୁର,୨୦।୪- ଜସ ବଟଲରଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅଭିଯାନ ଶନିବାର ଶେଷ ହୋଇଛି।

କୋହଲିଙ୍କୁ ମଙ୍କଡିଙ୍ଗ୍‌ ଡର

କୋହଲିଙ୍କୁ ମଙ୍କଡିଙ୍ଗ୍‌ ଡର

କୋଲକାତା,୨୦।୪- ରବିଚନ୍ଦ୍ରନ ଅଶ୍ୱିନ ରାଜସ୍ଥାନ ରୟାଲ୍ସ ଦଳର ଓପନର ଜୋସ ବଟଲରଙ୍କୁ ବିବାଦୀୟ ଢଙ୍ଗରେ ଆଉଟ୍‌ କରିବା ପରେ ଆଇପିଏଲରେ ନନ୍‌ ଷ୍ଟ୍ରାଇକ ଏଣ୍ଡରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ମଙ୍କଡିଙ୍ଗ୍‌ ଭୟ ଘାରିଛି। 

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ମୁମ୍ବାଇ,୨୦।୪- ଟିଭି ଶୋ’ କଫି ଓ୍ବିଥ କରନରେ ମହିଳାଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେବା ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ଦଣ୍ଡିତ କରାଯାଇଛି। 

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ,୨୦।୪- ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାନେଙ୍କୁ ବିଦା କରାଯାଇଛି।

ଗେଲ୍‌ଙ୍କଠାରୁ ଆଗରେ ରସେଲ

ଗେଲ୍‌ଙ୍କଠାରୁ ଆଗରେ ରସେଲ

କୋଲକାତା,୨୦।୪- ଛକା ଲଗାଇବାରେ ୟୁନିଭର୍ସାଲ ବସ ଭାବେ ପରିଚିତ କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ।

କଦାପି ନୋ ବଲ ପକାଇ ନ ଥିବା ବୋଲର

କଦାପି ନୋ ବଲ ପକାଇ ନ ଥିବା ବୋଲର

ଆଧୁନିକ କ୍ରିକେଟରେ ବୋଲରମାନେ ନୋ ବଲ ପକାଇବା ଏକ ସାଧାରଣ କଥା। ହେଲେ ଏମିତି ବହୁ କିମ୍ବଦନ୍ତୀ କ୍ରିକେଟର

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ, ୨୦।୪- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ପ୍ର୍‌ତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଡାନିଲ ମେଡଭେଡେଭ ୬-୩, ୪-୬, ୬-୨ ସେଟ୍‌ରେ ଜୋଭୋଭିଚ୍‌ଙ୍କୁ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ରୁଷିଆର ଡାନିଲଙ୍କୁ ୨ ଘଣ୍ଟା ୨୦ ମିନିଟ୍‌ ସମୟ ଲାଗିଥିଲା। 

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ହାଇଦ୍ରାବାଦ, ୨୦।୪- ଇଂଲଣ୍ଡରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ନିକଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। 


Model This Week

କ୍ରିଷ୍ଣା
Why Dharitri