ରାଜ୍ୟ |

ରେଳଧାରଣାରୁ ସନ୍ଦେହଜନକ ଭାବେ ଯୁବ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ସତ୍ୟବାଦୀରେ ଶୋକ

ରେଳଧାରଣାରୁ ସନ୍ଦେହଜନକ ଭାବେ ଯୁବ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ସତ୍ୟବାଦୀରେ ଶୋକ
ସାକ୍ଷୀଗୋପାଳ, ୧୧।୯(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ପଞ୍ଚାୟତର ଯୁବ ସରପଞ୍ଚ ଅଜୟ ବେହେରା( ୩୮)ଙ୍କ ସନ୍ଦେହଜନକ ଭାବେ ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସଦାନନ୍ଦପୁର ଗ୍ରାମ ରେଳଫାଟକ ନିକଟ ରେଳଧାରଣା ଉପରୁ ମଙ୍ଗଳବାର ସକାଳେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସତ୍ୟବାଦୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଜିଲାପରିଷଦ ସଭ୍ୟା ପ୍ରହଲ୍ଲାଦ ଘଟୁଆରୀ, ବ୍ଲକ ଚେୟାରମ୍ୟାନ ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ ଜେନା, ସରପଞ୍ଚ, ସମିତିସଭ୍ୟ, ଦଳମତ ନିର୍ବିିଶେଷ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକମାନେ ତାଙ୍କ ବାସଭବନରେ ପହଞ୍ଚିଥିଲେ।

ପରିବାରଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ପଟ୍ଟନାୟିକିଆ ଛକ ନିକଟରେ ତାଙ୍କର ଏକ ହୋଟେଲ ରହିଛି। ସୋମବାର ରାତିରେ ହୋଟେଲରୁ ସେ ଘରକୁ ଫେରିବା ପରେ ପୁଣି ବାହାରକୁ ଯାଇଥିଲେ। ମାତ୍ର ଆଉ ଘରକୁ ଫେରି ନ ଥିଲେ।

ସାକ୍ଷୀଗୋପାଳ ଜିଆର୍‌ପି ଫାଣ୍ଡି ଅଧିକାରୀ ପ୍ରଶନ୍ନ କୁମାର ପାତ୍ର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଥିଲେ। କେଉଁ ପରିସ୍ଥିତିରେ ସେ ରେଳ ଧାରଣା ଉପରକୁ ଗଲେ, ଯଦି ଏହା ଆତ୍ମହତ୍ୟା ତେବେ ଏହାର କାରଣ କଣ କିମ୍ବା ତାଙ୍କୁ କେହି ହତ୍ୟା କରିବା ପରେ ରେଳଧାରଣାରେ ପକାଇ ଦେଇଛି ଏସବୁ ଦିଗପ୍ରତି ପୋଲିସ ଅନୁଧ୍ୟାନ କରୁଛି। ସତ୍ୟବାଦୀ ଥାନା ଆଇଆଇସି ଜ୍ୟୋତିପ୍ରକାଶ ସ୍ବାଇଁଙ୍କ ନେତୃତ୍ୱରେ ପୋଲିସ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି।

All Right Reserved By

ରାଜ୍ୟ |

ଶ୍ରୀଲିଙ୍ଗରାଜ ମନ୍ଦିରରେ ପଞ୍ଚକ ଆରମ୍ଭ: ପ୍ରସାଦ ମିଳିଲାନି, ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଶ୍ରୀଲିଙ୍ଗରାଜ ମନ୍ଦିରରେ ପଞ୍ଚକ ଆରମ୍ଭ: ପ୍ରସାଦ ମିଳିଲାନି, ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ପୁରୁଣାଭୁବନେଶ୍ୱର, ୧୯ା୧୧( ଡି.ଏନ.ଏ.)-  କାର୍ତ୍ତିକ ମାସର ଶେଷ ସୋମବାର ସହ ପବିତ୍ର ପଞ୍ଚକ ପାଇଁ ଏକାମ୍ରକ୍ଷେତ୍ର ବେଶ ଚଳଚଞ୍ଚଳ ହୋଇ ଉଠିଥିଲା। ଶ୍ରୀଲିଙ୍ଗରାଜଙ୍କ ରାଇ ଦାମୋଦର ବେଶ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା।

ପ୍ରସ୍ତାବିତ ବିୟର ବଟ୍‌ଲିଂ ପ୍ଲାଣ୍ଟ ଉପରେ ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ

ପ୍ରସ୍ତାବିତ ବିୟର ବଟ୍‌ଲିଂ ପ୍ଲାଣ୍ଟ ଉପରେ ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବଳରାମପୁରରେ ପ୍ରସ୍ତାବିତ ବିୟର ବଟ୍‌ଲିଂ ପ୍ଲାଣ୍ଟ ଉପରେ ରୋକ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆର୍‌ଡିସି ସ୍ତରୀୟ ତଦନ୍ତ ପରେ ରିପୋର୍ଟକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି। 

ଏଲ୍‌.ମାଣିକପ୍ରଭା ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା

ଏଲ୍‌.ମାଣିକପ୍ରଭା ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା

ତାଳଚେର,୧୯ା୧୧(ନି.ପ୍ର.)- ଓଡ଼ିଶା ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ତଥା ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ସୁଶ୍ରୀ ସୁସ୍ମିତା ଦେବଙ୍କ ଅନୁମୋଦନକ୍ରମେ ଓଡ଼ିଶା ମହିଳା କଂଗ୍ରେସ ପ୍ରଭାରୀ ସନ୍ଧ୍ୟା ସାୱାଲେଖା ରାଜ୍ୟ ମହିଳା କଂଗ୍ରେସ କମିଟି ପୁନର୍ଗଠନ କରିଛନ୍ତି। 

ତିତ୍‌ଲି କ୍ଷତିଗ୍ରସ୍ତ ପରିବାରକୁ ମିଳିବ ବିଜୁ ପକ୍କା ଘର

ତିତ୍‌ଲି କ୍ଷତିଗ୍ରସ୍ତ ପରିବାରକୁ ମିଳିବ ବିଜୁ ପକ୍କା ଘର

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ସାମୁଦ୍ରିକ ଝଡ ତିତ୍‌ଲି କ୍ଷତିଗ୍ରସ୍ତଙ୍କୁ ବିଜୁ ପକ୍କାଘର ଯୋଗାଇ ଦିଆଯିବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। 

ଅଳିଆଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଅଳିଆଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବଅଁରପାଳ,୧୯।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା କାଣ୍ଡସର ମହୁଲବୁରି ସାହିର ଏକ ଅଳିଆଗଦାରୁ ସୋମବାର ସକାଳେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। 

ସାକ୍ଷୀଗୋପାଳ ଠାକୁରଙ୍କ ଫଟୋ ଭାଇରାଲ

ସାକ୍ଷୀଗୋପାଳ ଠାକୁରଙ୍କ ଫଟୋ ଭାଇରାଲ

ସାକ୍ଷୀଗୋପାଳ, ୧୯।୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସାଙ୍ଗସାଥୀଙ୍କୁ ଅଁଳାନବମୀର ଅଭିନନ୍ଦନ ଜଣାଇ ଜଣେ ଯୁବକ ସାକ୍ଷୀଗୋପାଳ ଠାକୁର ଓ ଶ୍ରୀରାଧାଙ୍କ ଫଟୋ ଭାଇରାଲ କରିଛନ୍ତି।

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ

ପୁରୀ ଅଫିସ,୧୯ା୧୧: ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ । କେତେବେଳେ ଭକ୍ତ ସେଲ୍‌ଫି ଉଠାଇ ପୋଷ୍ଟ କରୁଛନ୍ତି ତ ଆଉ କେତେବେଳେ ପୋଲିସ କର୍ମଚାରୀ। 

ବିଶ୍ୱକପ୍‌ ହକିର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ବିଶ୍ୱକପ୍‌ ହକିର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଶ୍ୱକପ୍‌ ହକିର ପ୍ରଥମ ଟିକେଟ କିଣିଛନ୍ତି। ହକି ଇଣ୍ଡିଆର କର୍ତ୍ତୃପକ୍ଷ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକରି  ହକିର ଟିକେଟ ପ୍ରଦାନ କରିଛନ୍ତି। 

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୪୫ ପଞ୍ଚାୟତକୁ ୩୩.୩୦ କୋଟି ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୪୫ ପଞ୍ଚାୟତକୁ ୩୩.୩୦ କୋଟି ମଞ୍ଜୁର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୬  ଜିଲାର ୭ ବ୍ଲକ ପାଇଁ ୩୩.୩୦ କୋଟି ଟଙ୍କାର ପ୍ରକଳ୍ପ  ମଞ୍ଜୁର କରିଛନ୍ତି। 

 ପଞ୍ଚରାସରେ  ପ୍ରାଚୀ ଉପତ୍ୟକା ଉତ୍ସବମୁଖର

ପଞ୍ଚରାସରେ ପ୍ରାଚୀ ଉପତ୍ୟକା ଉତ୍ସବମୁଖର

କାକଟପୁର,୧୯।୧୧(ଡି.ଏନ୍‌.ଏ.): ମାସ ମଧ୍ୟରେ କାର୍ତ୍ତିକକୁ ଧର୍ମମାସ କୁହାଯାଏ। ଏହାକୁ ମଧ୍ୟ ଶ୍ରେଷ୍ଠ ମାସ ଭାବେ ବିବେଚନା କରାଯାଏ। ଏହି ମାସର ଶେଷ ୫ ଦିନକୁ ପଞ୍ଚକ କୁହାଯାଏ।

ଏସସିଙ୍କ ଅନୁଦାନ ହ୍ରାସ ନେଇ ବିଧାନସଭାରେ ହଙ୍ଗାମା: ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଏସସିଙ୍କ ଅନୁଦାନ ହ୍ରାସ ନେଇ ବିଧାନସଭାରେ ହଙ୍ଗାମା: ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): କେନ୍ଦ୍ରରୁ ଅନୁସୂଚିତ ଜାତି ବର୍ଗର ଛାତ୍ରୀଛାତ୍ରଙ୍କ ମେଧାବୃତ୍ତି ପାଇଁ ମିଳୁଥିବା ଅନୁଦାନ ହ୍ରାସ କରିବା ଏବଂ ସଚିବାଳୟରେ ସିବିଆଇ ପ୍ରବେଶ କରିବା ଘଟଣାକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଛି। ଉଭୟ ଶାସକ ଓ ବିରୋଧୀ ଦଳଙ୍କ ଗର୍ଜନରେ ଗୃହକାର୍ଯ୍ୟ ଅଚଳ ହୋଇଯାଇଛି। ପ୍ରବଳ ହଟ୍ଟଗୋଳ ଓ ନାରାବାଜି ଯୋଗୁ ଗୃହକୁ  ଅପରାହ୍ଣ ୩ ପର୍ଯ୍ୟନ୍ତ ବାଚସ୍ପତି ପ୍ରଦୀପ ଅମାତ ମୁଲତବୀ ଘୋଷଣା କରିଛନ୍ତି।

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଦୁଇ ଜଷ୍ଟିସ୍‌

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଦୁଇ ଜଷ୍ଟିସ୍‌

କଟକ ଅଫିସ୍‌, ୧୯।୧୧: ହାଇକୋର୍ଟ ବିଚାରପତି ଭାବେ ଶତ୍ରୁଘ୍ନ ପୂଜାହାରୀ ଓ ଡ. ଅକ୍ଷୟ କୁମାର ମିଶ୍ର ସୋମବାର ପୂର୍ବାହ୍ନ ୧୦ଟା ୧୫ରେ ଶପଥ ନେଇଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ. ଝାବେରୀ ଦୁଇ ଜଷ୍ଟିସଙ୍କୁ ଶପଥ ପାଠ କରାଇଛନ୍ତି।