ରାଜ୍ୟ |

‘ଏନ୍‌ଏଚ୍‌ ୧୬ବିଶ୍ୱ“କୁ ନାଟ୍ୟ ମେଳାରେ ୭ଟି ପୁରସ୍କାର

‘ଏନ୍‌ଏଚ୍‌ ୧୬ବିଶ୍ୱ“କୁ ନାଟ୍ୟ ମେଳାରେ ୭ଟି ପୁରସ୍କାର
ଖୋର୍ଦ୍ଧା ଅଫିସ,୧୧।୯: ଚଳିତ ମାସ ୧ ତାରିଖଠାରୁ ୯ ତାରିଖ ପଯର୍‌ୟନ୍ତ କଟକ ଶାରଳା ଭବନଠାରେ ବିଶ୍ୱନାଟ୍ୟମେଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧାର ସାଂସ୍କୃତିକ ଅନୁଷ୍ଠାନ ଆନ୍ଦୋଳନ ତରଫରୁ ନାଟକ ”ଏନ୍‌ଏଚ୍‌୧୬“ମଞ୍ଚସ୍ଥ ହୋଇଥିଲା।ତେବେ ସୋମବାର ନାଟ୍ୟମେଳାର ଉଦ୍‌ଯାପନୀ ଓ ପୁରଷ୍କାର ବିତରଣ ଉତ୍ସବରେ  ଆନ୍ଦୋଳନ ଅନୁଷ୍ଠାନ ୭ଟି ପୁରସ୍କାର ହାସଲ କରିଛି। ଶ୍ରେଷ୍ଠ ଓଡିଆ  ବିଭାଗରେ ନାଟକ ”ଏନ୍‌ଏଚ୍‌୧୬“ର  ଶ୍ରେଷ୍ଠ ନାଟ୍ୟକାର  ନାଟ୍ୟଭୂଷଣ ଡା. ଧନେଶ୍ୱର ସାହୁ, ଶ୍ରେଷ୍ଠ ନିିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ପୁରସ୍କୃତ ହୋଇଛନ୍ତି । ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ଲିପ୍‌ସା ଦାଶ, ଶ୍ରେଷ୍ଠ ହାସ୍ୟ ଅଭିନେତା ରତ୍ନାକର ପ୍ରଧାନ, ସହ ଅଭିନେତା ସୁବାସ ପାଟଶାଣୀ   ଓ  ଶ୍ରେଷ୍ଠ ସଙ୍ଗୀତକାର ଭାବରେ ସୁବାସ ନାୟକ  ଅନୁରୂପ ପୁରସ୍କୃତ ହୋଇଥିଲେ। 
ପ୍ରକାଶ ଯେ, ଏହି ନାଟକଟି ଆସନ୍ତା ଅକ୍ଟୋବର ୮ତାରିଖରେ ଜାତୀୟ ବହୁଭାଷୀ ନାଟକ ପ୍ରତିଯୋଗିତା ଆହ୍ବାନ ରଙ୍ଗମହୋତ୍ସବ ୨୦୧୮ ସଂସ୍କୃତି ଭବନ ଯାଜପୁରଠାରେ ମଞ୍ଚସ୍ଥ ହେବ। 

All Right Reserved By

ରାଜ୍ୟ |

ଧୂଆଁପଦା ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ବିରୋଧ: ଶିକ୍ଷକ ଛାଡ଼ିଲେ, ପିଲା ଛାଡୁନାହାନ୍ତି

ଧୂଆଁପଦା ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ବିରୋଧ: ଶିକ୍ଷକ ଛାଡ଼ିଲେ, ପିଲା ଛାଡୁନାହାନ୍ତି

ନାଉଗାଁ,୧୭ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକ କୋରୁଅ ପଞ୍ଚାୟତରେ ଥିବା ଧୂଆଁପଦା ପ୍ରାଥମିକ ବିଦ୍ୟାଳୟକୁ କୋରୁଅ ଉ.ପ୍ରା ବିଦ୍ୟାଳୟରେ ମିଶ୍ରଣ କରାଯାଇଛି। ଉକ୍ତ ବିଦ୍ୟାଳୟରେ ପିଲାଙ୍କ ଉପସ୍ଥାନ କମ୍‌ ଥିବାରୁ ଚଳିତ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟକୁ ମିଶ୍ରଣ କରାଯାଇଥିବା ଜଣାପଡିଛି। ସେହି ଅନୁଯାୟୀ ଏହି ବିଦ୍ୟାଳୟରେ ଥିବା ୨ ଶିକ୍ଷକ ନୂତନ ବିଦ୍ୟାଳୟରେ ଯୋଗ ଦେଇଛନ୍ତି। ମାତ୍ର ନିଜ ବିଦ୍ୟାଳୟ ଛାଡି ଅନ୍ୟ ବିଦ୍ୟାଳୟକୁ ଯାଇ ପାଠ ପଢିବାକୁ ଛାତ୍ରୀଛାତ୍ର ରାଜି ହେଉନାହାନ୍ତି। 

ରେବସା ମଠରୁ ଠାକୁର ଗାଏବ ପ୍ରସଙ୍ଗ: ଉଦ୍‌ବେଗ ପ୍ରକାଶ କଲେ ମଠାଧୀଶ, ଗବେଷକ

ରେବସା ମଠରୁ ଠାକୁର ଗାଏବ ପ୍ରସଙ୍ଗ: ଉଦ୍‌ବେଗ ପ୍ରକାଶ କଲେ ମଠାଧୀଶ, ଗବେଷକ

ପୁରୀ ଅଫିସ,୧୭ା୧୧: ପୁରୀର ଗୋଟିଏ ପରେ ଗୋଟିଏ ମଠ ଅସାମାଜିକଙ୍କ କବ୍‌ଜାକୁ ଚାଲିଯାଉଛି। ମଠ ମହନ୍ତଙ୍କୁ ଭୟଭୀତ କରି ତଡ଼ିଦେବା ପରେ ସେଠାରେ ଆଡ୍ଡା ଜମାଉଛନ୍ତି। ସଞ୍ଜ ନଇଁଲେ ଜମୁଛି ନିଶାର ଆସର। 

ବନ୍ଧୁକ ଦେଖାଇ ଔଷଧ ଦୋକାନୀଙ୍କୁ ଲୁଟ୍‌ ଉଦ୍ୟମ: ବାଇକ୍‌, କଟୁରି ଛାଡି ପଳାଇଲେ ଦୁର୍ବୃତ୍ତ

ବନ୍ଧୁକ ଦେଖାଇ ଔଷଧ ଦୋକାନୀଙ୍କୁ ଲୁଟ୍‌ ଉଦ୍ୟମ: ବାଇକ୍‌, କଟୁରି ଛାଡି ପଳାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୧୭ା୧୧(ବ୍ୟୁରୋ)- ଖଣ୍ଡଗିରି ବାରି ଅଞ୍ଚଳରେ ଥିବା ରାଧାକୃଷ୍ଣ ମେଡିସିନ୍‌ ଷ୍ଟୋର ମାଲିକଙ୍କୁ ବନ୍ଧୁକ ଓ କଟୁରି ଦେଖାଇ ଲୁଟ ଉଦ୍ୟମ ହୋଇଛି। ଦୋକାନୀଙ୍କ ଉପସ୍ଥିତ ବୃଦ୍ଧିଯୋଗୁ ଲୁଟେରାମାନେ ଲୁଟ କରିବାରେ ବିଫଳ ହୋଇଛନ୍ତି। ଶେଷରେ ଧରାପଡିଯିବା ଭୟରେ ସେମାନେ ବାଇକ୍‌ ଏବଂ ମାରଣାସ୍ତ୍ର ଛାଡ଼ି ଫେରାର ହୋଇଯାଇଛନ୍ତି। 

ଖାକିବାବୁଙ୍କ ବାସ୍ତୁ ଚିନ୍ତା: ଉଦ୍‌ଘାଟନ ପରଠାରୁ ତାଲା ପଡ଼ିଛି, ଭୟରେ କାର୍ଯ୍ୟାଳୟରେ ପଶୁନାହାନ୍ତି

ଖାକିବାବୁଙ୍କ ବାସ୍ତୁ ଚିନ୍ତା: ଉଦ୍‌ଘାଟନ ପରଠାରୁ ତାଲା ପଡ଼ିଛି, ଭୟରେ କାର୍ଯ୍ୟାଳୟରେ ପଶୁନାହାନ୍ତି

ଭୁବନେଶ୍ୱର, ୧୭ା୧୧(ବ୍ୟୁରୋ)- କମିଶନରେଟ ପୋଲିସରେ କାର୍ଯ୍ୟରତ ପୋଲିସ ଅଫିସରଙ୍କୁ ଏବେ ବାସ୍ତୁଚିନ୍ତା ଘାରିଛି। ଅଫିସରେ କାର୍ଯ୍ୟ ସମୟରେ ମଧ୍ୟ ବାସ୍ତୁ ଉପରେ ଧ୍ୟାନ ଦେଉଛନ୍ତି। ଅଫିସରେ କେଉଁ ଜାଗାରେ ବସିଲେ ଭଲ ହେବ, କେଉଁଠି ବସିଲେ ଖରାପ ହେବ ତାହାକୁ ବି ଗୁରୁତ୍ୱ ଦେଉଛନ୍ତି।

୮ମ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ ଆଓ୍ବାର୍ଡ: ଜେ.କେ. ମହାନ୍ତିଙ୍କୁ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ ପୁରସ୍କାର

୮ମ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ ଆଓ୍ବାର୍ଡ: ଜେ.କେ. ମହାନ୍ତିଙ୍କୁ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ ପୁରସ୍କାର

ଭୁବନେଶ୍ୱର,୧୭।୧୧(ବ୍ୟୁରୋ)- ଓଡ଼ିଶା ଡାଏରୀ ପକ୍ଷରୁ ୮ମ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ ଏବଂ ଯୁବ ପ୍ରେରଣା ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି। ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଶା ଡାଏରୀ ଜାତୀୟ ଲିଭିଙ୍ଗ୍‌ ଲିଜେଣ୍ଡ ପୁରସ୍କାର ଆରମ୍ଭ କରିଛି। ଅକ୍ଷୟପାତ୍ର ଫାଉଣ୍ଡେଶନ ଅଧ୍ୟକ୍ଷ ମଧୁପଣ୍ଡିତ ଦାସଙ୍କୁ ଏଥର ପ୍ରଥମ ଜାତୀୟ ଲିଭିଙ୍ଗ୍‌ ଲିଜେଣ୍ଡ ପୁରସ୍କାର ୨୦୧୮ ପ୍ରଦାନ କରାଯାଇଛି।

୭ ମହାଦେଶର ୭ ଉଚ୍ଚତମ ପର୍ବତ ଶିଖର ଛୁଇଁବା ଲକ୍ଷ୍ୟ: ଅର୍ଥ ସାଜିଛି ବାଧକ

୭ ମହାଦେଶର ୭ ଉଚ୍ଚତମ ପର୍ବତ ଶିଖର ଛୁଇଁବା ଲକ୍ଷ୍ୟ: ଅର୍ଥ ସାଜିଛି ବାଧକ

ଭୁବନେଶ୍ୱର,୧୭।୧୧(ସସ୍ମିତା ପାଇକରାୟ)- ଏକ ସାଧାରଣ ପରିବାରର ହୋଇ ବି ଶିଖରରେ ପହଞ୍ଚିବା ତାଙ୍କ ସ୍ବପ୍ନ। କିଛି ଅସାଧାରଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଏବଂ ପ୍ରତିକୂଳ ପରିସ୍ଥିତିରେ ଆଗକୁ ବଢ଼ି ରାଜ୍ୟ ଓ ଦେଶର ନାମକୁ ଗୌରବାନ୍ବିତ କରିବା ପାଇଁ ତାଙ୍କର ରହିଛି ଉଚ୍ଚ ଆଶା। 

ପାରମ୍ପରିକ ବାଦ୍ୟରେ କମ୍ପିଲା ରାସ୍ତାଘାଟ: ଶୋଭାଯାତ୍ରାରେ ମେଲାଣି ନେଲେ ମା’ କାଳୀ

ପାରମ୍ପରିକ ବାଦ୍ୟରେ କମ୍ପିଲା ରାସ୍ତାଘାଟ: ଶୋଭାଯାତ୍ରାରେ ମେଲାଣି ନେଲେ ମା’ କାଳୀ

ଭଦ୍ରକ ଅଫିସ,୧୭।୧୧-ଦୀର୍ଘ ୧୦ ଦିନ ଧରି ଭଦ୍ରକ ସହରର ଐତିହାସିକ କାଳୀପୂଜାର ଭସାଣି   ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଭସାଣି ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ଚମକ ଖେଳାଇଥିଲା। ପ୍ରଶାସନର କଟକଣାକୁ ଦୃଷ୍ଟିରେ ରଖି ଡିଜେ ବାଦ୍ୟ ପରିବର୍ତ୍ତେ ଢୋଲ, ଢାପ, ଘଣ୍ଟଘଣ୍ଟା, ମହୁରୀ ଭଳି ବିଭିନ୍ନ ଦେଶୀ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଇଥିଲା।

୪୮ବର୍ଷ ପରେ ମିଳିଲା ଘରଡିହ ପଟ୍ଟା:  ଖୁସି ମନାଇଲେ ଗାନ୍ଧୀନଗର ବାସିନ୍ଦା

୪୮ବର୍ଷ ପରେ ମିଳିଲା ଘରଡିହ ପଟ୍ଟା: ଖୁସି ମନାଇଲେ ଗାନ୍ଧୀନଗର ବାସିନ୍ଦା

ଚାନ୍ଦବାଲି, ୧୭।୧୧ (ଡି.ଏନ.ଏ.)- ୧୯୭୧ ମସିହାର ଘଟଣା। ପ୍ରଳୟଙ୍କରୀ ବାତ୍ୟା ଓ ସାମୁଦ୍ରିକ ଲୁଣାପାଣି ପ୍ରଭାବରେ ଅବିଭକ୍ତ ବାଲେଶ୍ୱର ଜିଲାର ବୈତରଣୀ ନଦୀ ତଟବର୍ତ୍ତୀ କନ୍ଧା ଓ ଘିକୋଇଲି ଗଁାର ଅଧିକାଂଶ ପରିବାର ବାସହରା ହୋଇଥିଲେ। ସେତେବେଳେ ଏହି ବାସହରା ଗରିବ ପରିବାରକୁ ଚାନ୍ଦବାଲି ସନ୍ନିକଟ ବାଲିଗଁାଠାରେ ଏକ ସରକାରୀ ଜମିରେ ଥଇଥାନ କରାଯାଇଥିଲା। 

ଧାରଣରେ ବସିଲେ କ୍ଷତିଗ୍ରସ୍ତ ଚାଷୀ

ଧାରଣରେ ବସିଲେ କ୍ଷତିଗ୍ରସ୍ତ ଚାଷୀ

କପ୍ତିପଦା,୧୭ା୧୧(ଡ଼ି.ଏନ୍‌.ଏ.)-ଚଳିତ ଖରିଫ୍‌ କପ୍ତିପଦା ବ୍ଲକରେ ଧାନ ଫସଲ ଅମଳ ପୂର୍ବରୁ ଚକଡ଼ା ରୋଗର ପ୍ରାଦୂର୍ଭାବ ନେଇ ଚାଷୀ  ହତାଶ ହୋଇପଡ଼ିଛି । 

 ତୀରନ୍ଦାଜ ପ୍ରତିଯୋଗିତାରେ ୧୫୦ ପ୍ରତିଯୋଗୀ

ତୀରନ୍ଦାଜ ପ୍ରତିଯୋଗିତାରେ ୧୫୦ ପ୍ରତିଯୋଗୀ

ବାରିପଦା ଅଫିସ,୧୭।୧୧- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ  ବାରିପଦା ମହାବିଦ୍ୟାଳୟ  ସହଯୋଗରେ ଯୁକ୍ତ ଦୁଇ ରାଜ୍ୟସ୍ତରୀୟ ଆନ୍ତ ମହାବିଦ୍ୟାଳୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। 

ଉଠବସ୍‌ ଘଟଣାକୁ ପୁଣି ଦୋହରାଇଲେ ଛାତ୍ର ନେତା

ଉଠବସ୍‌ ଘଟଣାକୁ ପୁଣି ଦୋହରାଇଲେ ଛାତ୍ର ନେତା

ବାରିପଦା ଅଫିସ,୧୭।୧୧- ମୟୂରଭଞ୍ଜ ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଜଣେ ରାଜନେତାଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିବା ଛାତ୍ର ନେତା ତଥା ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତୁଷାର କୁମାର ନାୟକ ଦୀର୍ଘ ୪ ମାସ ପରେ ପୁଣି ମୁହଁ ଖୋଲିଛନ୍ତି।  

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା

ଭୋଗରାଇ, ୧୭।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଖଇର୍ଦ୍ଦା ନୋଡ଼ାଲ ସ୍କୁଲରେ ପ୍ରଧାନଶିକ୍ଷକ ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବିରେ ଶୁକ୍ରବାର ଛାତ୍ରୀଛାତ୍ର, ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନେ ପୂର୍ବାହ୍ନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ସ୍କୁଲ ମୁଖ୍ୟ ଫାଟକରେ ଅନିର୍ଦ୍ଦିଷ୍ଟ କାଳ ତାଲା ପକାଇ ଧର୍ମଘଟ କରିଛନ୍ତି।