ରାଜ୍ୟ |

ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

 ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
 ଖୋର୍ଦ୍ଧା ଅଫିସ,୧୧।୯: ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ଦାବିରେ ଖୋର୍ଦ୍ଧା ବ୍ଲକ ସମ୍ମୁଖରେ ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି ।   
       ପ୍ରକାଶ ଯେ, ବ୍ଲକ ଗ୍ରାଣ୍ଟ ଉଚ୍ଛେଦ, ଚାକିରି ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ପ୍ରଦାନ, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସମାନ କାମକୁ ସମାନ ଦରମା ବ୍ୟବସ୍ଥା, ସମସ୍ତ ଯୋଗ୍ୟ ବିବେଚିତ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ, ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ ଓ ସ୍କୁଲ କଲେଜର ଛାତ୍ରୀଛାତ୍ରଙ୍କୁ ସରକାରୀ ସୁବିଧା ପ୍ରଦାନ ଦାବିରେ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ ଅଧ୍ୟାପକ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ଗତ ୧୬ ତାରିଖରୁ ଭୁବନେଶ୍ୱରରେ ଚାଲୁ ରହିଛି । ତେବେ ମିଳିତ ମଞ୍ଚର ଆନ୍ଦୋଳନ ୨୭ ଦିନରେ ପହଞ୍ଚି ଥିବାବେଳେ ସମାନ ଦାବିକୁ ନେଇ ଶିକ୍ଷକ ଓ ଅଧ୍ୟାପକମାନେ ୪ ବର୍ଷ ଧରି ଆନ୍ଦୋଳନ ଚଳାଇ ଆସୁଛନ୍ତି । ହେଲେ ସୁଫଳ ମିଳୁ ନାହିଁ। ଏହାର ପ୍ରତିବାଦରେ ଖୋର୍ଦ୍ଧା ବ୍ଲକ ସମ୍ମୁଖରେ ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି ।
All Right Reserved By

ରାଜ୍ୟ |

ଫେରାର ଝସକେତନଙ୍କୁ ଧରିପାରୁନି ଅନୁଗୋଳ ପୋଲିସ ସିବିଆଇ ତଦନ୍ତ ପାଇଁ ଦାବିପତ୍ର

ଫେରାର ଝସକେତନଙ୍କୁ ଧରିପାରୁନି ଅନୁଗୋଳ ପୋଲିସ ସିବିଆଇ ତଦନ୍ତ ପାଇଁ ଦାବିପତ୍ର

ଅନୁଗୋଳ ଅଫିସ, ୨୦ା୯ ଅନୁଗୋଳ କୋର୍ଟ ପରିସର ହାଜତରୁ ଗତ ମେ ୧୮ରେ ଚମ୍ପଟ ମାରିଥିବା ବହୁଚର୍ଚ୍ଚିତ କୁଶକିଳା ଡବଲ ମର୍ଡର ଓ କୁକୁରପେଟା ମାଉସୀ-ପୁତୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଝସକେତନ ରାଉତଙ୍କୁ ଧରିବାରେ ଅନୁଗୋଳ ପୋଲିସ ଏଯାଏ ସକ୍ଷମ ହୋଇପାରି ନାହିଁ। 

ପୋଲିଓ ଇଞ୍ଜେକ୍ସନରୁ ଶିଶୁ ମୃତ୍ୟୁ ଅଭିଯୋଗ

ପୋଲିଓ ଇଞ୍ଜେକ୍ସନରୁ ଶିଶୁ ମୃତ୍ୟୁ ଅଭିଯୋଗ

ଓଡ଼ାପଡ଼ା, ୨୦ା୯(ଡି.ଏନ.ଏ.) ପୋଲିଓ ନିପାତ କରିବାକୁ ବିଶ୍ୱବ୍ୟାପୀ ଚାଲିଛି ସ୍ବତନ୍ତ୍ର ଅଭିଯାନ। ବୁନ୍ଦା ସାଙ୍ଗକୁ କୋମଳମତି ଶିଶୁଙ୍କୁ ଦିଆଯାଉଛି ଇଞ୍ଜେକ୍ସନ। ହେଲେ ଏହି ଇଞ୍ଜେକ୍ସନ ଯୋଗୁ ଜଣେ ଶିଶୁ ପ୍ରାଣ ହରାଇଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି। 

ସୁନ୍ଦରୀ ଭୟରେ ପାଠପଢ଼ା ଠପ୍‌

ସୁନ୍ଦରୀ ଭୟରେ ପାଠପଢ଼ା ଠପ୍‌

ବଇଣ୍ଡା, ୨୦ା୯(ଡି.ଏନ.ଏ.) ସାତକୋଶିଆ ବାଘୁଣୀ ସୁନ୍ଦରୀକୁ ନେଇ ଏବେ ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ଓ ଆଠମଲ୍ଲିକ ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଏଥିଯୋଗୁ ଲୋକଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହୋଇଥିବାବେଳେ ପାଠପଢାରେ ମଧ୍ୟ ବ୍ୟାହତ ସୃଷ୍ଟି ହୋଇଛି। 

ନେତାଙ୍କ ଗାଡ଼ି ଧକ୍କାରେ ଗୁରୁତର ଶିଶୁକନ୍ୟା କଟକରେ ଚିକିତ୍ସାଧୀନ

ନେତାଙ୍କ ଗାଡ଼ି ଧକ୍କାରେ ଗୁରୁତର ଶିଶୁକନ୍ୟା କଟକରେ ଚିକିତ୍ସାଧୀନ

ଅନୁଗୋଳ ଅଫିସ, ୨୦ା୯ ଅନୁଗୋଳ ବ୍ଲକ ବନ୍ତଳା ଥାନା ପୋକତୁଙ୍ଗା ବନ୍ଧଫର ଛକ ଅଞ୍ଚଳରେ ଗତ ୧୫ ତାରିଖ ଅପରାହ୍ନରେ ଦୁର୍ଘଟଣା ଘଟି ଜଣେ ଶିଶୁକନ୍ୟା ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। 

୨ ମାସ ହେଲା ଦରମା ମିଳିନି , ରେଞ୍ଜ ଅଧିକାରୀଙ୍କୁ ଅଭିଯୋଗ କଲେ ଓ୍ବାଚର

୨ ମାସ ହେଲା ଦରମା ମିଳିନି , ରେଞ୍ଜ ଅଧିକାରୀଙ୍କୁ ଅଭିଯୋଗ କଲେ ଓ୍ବାଚର

ବନ୍ତଳା, ୨୦।୯ (ଡି.ଏନ.ଏ.) ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟକୁ ୨୪ ଘଣ୍ଟିଆ ସୁରକ୍ଷା ଦେଉଥିବା ୱାଚରମାନଙ୍କୁ ୨ ମାସ ହେଲା ଦରମା ଦିଆଯାଇ ନାହିଁ। ବୁଧବାର ଏ ନେଇ ପମ୍ପାସର ରେଞ୍ଜର ସମସ୍ତ ୱାଚର ରେଞ୍ଜ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସଙ୍କଟରେ ବ୍ରିଟିଶ୍‌ ଅମଳର କୁକୁଡ଼ା ଚିଆଁ ପ୍ରଜନନ କେନ୍ଦ୍ର , ମାସେ ସ୍ଥାନରେ ଲାଗୁଛି ୬ ମାସ

ସଙ୍କଟରେ ବ୍ରିଟିଶ୍‌ ଅମଳର କୁକୁଡ଼ା ଚିଆଁ ପ୍ରଜନନ କେନ୍ଦ୍ର , ମାସେ ସ୍ଥାନରେ ଲାଗୁଛି ୬ ମାସ

ଅନୁଗୋଳ ଅଫିସ, ୨୦ା୯ ବ୍ରିଟିଶ୍‌ ଶାସନ କାଳର ଅନୁଗୋଳ କୁକୁଡ଼ା ଚିଆଁ ପ୍ରଜନନ କେନ୍ଦ୍ର ଏବେ ସଙ୍କଟରେ। ଦିନ ଥିଲା ପ୍ରତି ମାସରେ ଏଠାରୁ ଚିଆଁ ଉପତ୍ାଦନ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା। କିନ୍ତୁ ଏବେ ଚିଆଁ ଉପତ୍ାଦନ କରିବାକୁ ମାସେ ନୁହେଁ, ୬ ମାସ ଅପେକ୍ଷା କରିବାକୁ ପଡ଼ୁଛି।

ଜଗତ୍‌ସିଂହପୁର ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି , ଦାମଙ୍କ ଗଡ଼ରୁ ପ୍ରାର୍ଥୀ ହେବାକୁ ବିଷ୍ଣୁଙ୍କ ଇଚ୍ଛା

ଜଗତ୍‌ସିଂହପୁର ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି , ଦାମଙ୍କ ଗଡ଼ରୁ ପ୍ରାର୍ଥୀ ହେବାକୁ ବିଷ୍ଣୁଙ୍କ ଇଚ୍ଛା

ଜଗତ୍‌ସିଂହପୁର ଅଫିସ, ୨୦ା୯: ଜଗତ୍‌ସିଂହପୁର ଜିଲା ବିଜେଡି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଜିଲା ବିଜେଡି ସଭାପତି ବିଷ୍ଣୁଚରଣ ଦାସ ଅଧିକ ଉତ୍ସାହିତ ହୋଇ ପଡିଛନ୍ତି। 

ପାଚିକା, ସହାୟିକାଙ୍କ ବିଇଓ ଅଫିସ ଘେରାଉ

ପାଚିକା, ସହାୟିକାଙ୍କ ବିଇଓ ଅଫିସ ଘେରାଉ

ଏରସମା,୨୦ା୯(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାଚିକା ଓ ସହାୟିକା ସଂଘ ପକ୍ଷରୁ ବୁଧବାର ଏରସମାସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଅଫିସ ଘେରାଉ କରାଯାଇଛି। ସଂଘ ସଭାପତି ପ୍ରଦୀପ ରାମଙ୍କ ନେତୃତ୍ୱରେ ପାଚିକା ସହାୟିକାମାନେ ଏରସମା ଜଗନ୍ନାଥ ମନ୍ଦିର ନିକଟରୁ

ଚିକେନ୍‌ ସେଣ୍ଟର ଉପରେ ମାଡ଼ିଗଲା କୋର୍ଟ ଭ୍ୟାନ୍‌ , ଗାଡ଼ିତଳେ ଫସିରହିଲେ ନାବାଳକ ସମେତ ୪ଜଣ

ଚିକେନ୍‌ ସେଣ୍ଟର ଉପରେ ମାଡ଼ିଗଲା କୋର୍ଟ ଭ୍ୟାନ୍‌ , ଗାଡ଼ିତଳେ ଫସିରହିଲେ ନାବାଳକ ସମେତ ୪ଜଣ

ନୟାଗଡ଼ ଅଫିସ,୨୦ା୯- ନୟାଗଡ଼ ସହରର କଲେଜ ରୋଡ଼ସ୍ଥିତ ଗଡ଼ାଣିଠାରେ ଥିବା ଏକ ଚିକେନ୍‌ ସେଣ୍ଟର ଉପରକୁ  ବୁଧବାର ସନ୍ଧ୍ୟାରେ ପୋଲିସ କୋର୍ଟ ଭ୍ୟାନ ମାଡିଯାଇଥିଲା। ସୌଭାଗ୍ୟବଶତଃ ସେଠାରେ କାମ କରୁଥିବା ୪ଜଣ ବ୍ୟକ୍ତି ଗାଡ଼ି ତଳେ ପଡ଼ିଯାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ମହିଳାଙ୍କୁ ଆକ୍ରମଣ ଘଟଣାରେ ଯୁବକଙ୍କୁ ଜେଲ

ମହିଳାଙ୍କୁ ଆକ୍ରମଣ ଘଟଣାରେ ଯୁବକଙ୍କୁ ଜେଲ

ରଣପୁର,୨୦।୯ (ସ୍ବ.ପ୍ର.)- ରଣପୁର ଥାନା ସିନ୍ଦୂରିଆ ଗ୍ରାମରେ ଘର ମାଲିକାଣୀଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଯୁବକ ନରେନ୍ଦ୍ର ସାହୁ (୪୨)ଙ୍କୁ ପୋଲିସ ଗିରଫ କରି ବୁଧବାର ନୟାଗଡ଼ କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ରଣପୁର ଉପ କାରାଗାରକୁ ପଠାଇ ଦିଆଯାଇଛି ।

କୋଲାବିରା ବନାଞ୍ଚଳରେ ଅସୁସ୍ଥ ହାତୀର ଜୀବନ ଗଲା

କୋଲାବିରା ବନାଞ୍ଚଳରେ ଅସୁସ୍ଥ ହାତୀର ଜୀବନ ଗଲା

କୋଲାବିରା,୨୦।୯ (ଡି.ଏନ.ଏ.)  -ଝାରସୁଗୁଡା ଜିଲା କୋଲାବିରା ବନାଞ୍ଚଳରେ ଅସୁସ୍ଥ ଅବସ୍ଥାରେ ତିନି ଦିନ ପଡିରହିଥିବା ହାତୀର ବୁଧବାର ସନ୍ଧ୍ୟାରେ ମୃତ୍ୟୁ ହୋଇଯାଇଛି। ଘଟଣାସ୍ଥଳକୁ ଡିଏଫ୍‌ଓ ସୁଶାନ୍ତ କୁମାର, ଏସିଏଫ୍‌ ସରୋଜ ପଣ୍ଡା, ପ୍ରାଣୀ ଚିକିତ୍ସାଧିକାରୀ ସାଲିନୀ ସେଠୀ ପହଞ୍ଚି

ରାସ୍ତା ପୁନରୁଦ୍ଧାର ପାଇଁ ଜିଲାପାଳଙ୍କୁ ଫେରାଦ

ରାସ୍ତା ପୁନରୁଦ୍ଧାର ପାଇଁ ଜିଲାପାଳଙ୍କୁ ଫେରାଦ

ଖୋର୍ଦ୍ଧା ଅଫିସ,୧୯।୯: ଖୋର୍ଦ୍ଧା ଜିଲା ତାପଙ୍ଗ ମନ୍ଦାରବସ୍ତ ରାସ୍ତାର ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ ବୁଧବାର ଜିଲାପାଳଙ୍କୁ ଭେଟିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ମରାମତି ଅଭାବରୁ ତାପଙ୍ଗ ମନ୍ଦାରବସ୍ତ ରାସ୍ତା ମରଣଯନ୍ତା ପାଲଟିଛି। ଫଳରେ ଯାତାୟାତରେ  ସମସ୍ୟା ସୃଷ୍ଟି ହେଉଛି।