ଖେଳ |

ଭାରତୀୟ ଦଳର ବୃହତ୍‌ ବିଜୟ

ଭାରତୀୟ ଦଳର ବୃହତ୍‌ ବିଜୟ
ଗାଲେ, ୧୧।୯- ଘରୋଇ ଶ୍ରୀଲଙ୍କା ମହିଳା କ୍ରିକେଟ ଦଳ ବିପକ୍ଷରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌କୁ ଭାରତ ୯ ଉଇକେଟ୍‌ରେ ବୃହତ ବ୍ୟବଧାନରେ ବିଜୟ ହାସଲ କରିଛି। ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୯୯ ରନର ଛୋଟିଆ ଲକ୍ଷ୍ୟକୁ ମିଥାଲି ରାଜଙ୍କ ନେତୃତ୍ୱାଧୀନ ଭାରତ ୩୦ ଓଭର ଓ ୯ ଉଇକେଟ୍‌ ସୁରକ୍ଷିତ ଥାଇ ହାସଲ କରିନେଇଛି। ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନସିଲ (ଆଇସିସି) ମହିଳା ଚାମ୍ପିୟନଶିପ୍‌ ତୃତୀୟ ରାଉଣ୍ଡ ପରିପ୍ରେକ୍ଷୀରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ସିରିଜ ଅନୁଷ୍ଠିତ ହେଉଛି।
ସ୍ଥାନୀୟ ଗାଲେ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଭାରତୀୟ ବୋଲରଙ୍କୁ ଉଚିତ୍‌ ମୁକାବିଲା କରି ନ ପାରି ଶ୍ରୀଲଙ୍କା ମହିଳା ଦଳ ୩୫.୧ ଓଭରରେ ମାତ୍ର ୯୮ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। ଦଳ ପକ୍ଷରୁ ଅଧିନାୟିକା ଚାମାରି ଅଟ୍ଟାପାଟୁ (୩୩ ରନ), ଶ୍ରୀପାଲି ଓ୍ବିରାକୋଡି (୨୬) ଓ ଡିଲାନି ମାଣ୍ଡୋରା (୧୨)ଙ୍କୁ ଛାଡ଼ିଦେଲେ ଅନ୍ୟ ଆଠଜଣ ବ୍ୟାଟ୍ସଓ୍ବିମ୍ୟାନ ଦୁଇ ଅଙ୍କ ସ୍କୋର କରିପାରି ନ ଥିଲେ। ଭାରତ ପକ୍ଷରୁ ମାନସୀ ଜୋଶୀ ୩ଟି ଏବଂ ଝୁଲଣ ଗୋସ୍ବାମୀ ଓ ପୁନମ ଯାଦବଙ୍କୁ ୨ଟି ଲେଖାଏ ଉଇକେଟ୍‌ ମିଳିଥିଲା। ଦୀପ୍ତି ଶର୍ମା, ରାଜେଶ୍ୱରୀ ଗାଏକ୍ୱାଡ ଓ ଦୟଲାନ ହେମଲତା ଗୋଟିଏ ଲେଖାଏ ଉଇକେଟ୍‌ ପାଇଥିଲେ। ଜବାବରେ ୯୯ ରନର ଛୋଟିଆ ଲକ୍ଷ୍ୟକୁ ପିଛା କରିଥିବା ଭାରତ ଓପନିଂ ଯୋଡ଼ିରେ ଦମ୍‌ଦାର ଆରମ୍ଭ କରିଥିଲା। ଦୁଇ ଓପନର ପୁନମ ଯାଦବ ଓ ସ୍ମୃତି ମନ୍ଧନା ୯୬ ରନ ଯୋଗ କରି ଶ୍ରୀଲଙ୍କା ଦଳକୁ ନିରାଶ କରିଥିଲେ। ବିଜୟ ପାଇଁ ଆଉ ୩ ରନ ଆବଶ୍ୟକ ହେଉଥିବାବେଳେ ପୁନମ ୨୪ ରନ କରି ଆଉଟ୍‌ ହୋଇଥିଲେ। ଏହାପରେ ଅଧିନାୟିକା ମିଥାଲି ଓ ସ୍ମୃତି ଦଳକୁ ଆଉ କୌଣସି କ୍ଷତି ନ ପହଞ୍ଚାଇ ୯ ଉଇକେଟ୍‌ରେ ବୃହତ ବିଜୟୀ କରାଇଥିଲେ। ମନ୍ଧନା ଦ୍ରୁତ ବ୍ୟାଟିଂ କରି ୭୬ ବଲରୁ ୧୧ ଚୌକା ଓ ୨ ଛକା ସହ ୭୩ ରନ କରି ଅପରାଜିତ ରହିଥିଲେ। ଏହି ବିଜୟ ସହ ଭାରତ ୩ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ୨ୟ ମ୍ୟାଚ୍‌ ଗୁରୁବାର ଖେଳାଯିବ।
All Right Reserved By

ଖେଳ |

ପୁନୀତ୍‌-ନେଗୀ ମେଘାଳୟକୁ ଜିତାଇଲେ

ପୁନୀତ୍‌-ନେଗୀ ମେଘାଳୟକୁ ଜିତାଇଲେ

ଆନନ୍ଦ, ୨୪।୯(ପି.ଟି.)- ବିଜୟ ହଜାରେ ଟ୍ରଫି ଏକଦିବସୀୟ କ୍ରିକେଟ ପ୍ରତିଯୋଗିତାରେ ସୋମବାର ପ୍ଲେଟ୍‌ ଗ୍ରୁପ୍‌ର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ମେଘାଳୟ ୨୫୬ ରନର ବୃହତ ବ୍ୟବଧାନରେ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରିଛି। ପୁନୀତ୍‌ ବିସ୍ତଙ୍କ କ୍ୟାରିୟର ଶ୍ରେଷ୍ଠ ୧୩୫ ରନ ଓ ଏବଂ ଅଭୟ ନେଗୀଙ୍କ ୭ ଉଇକେଟ୍‌ ସଫଳତା ବଳରେ ମେଘାଳୟ ଏହି ବୃହତ ବିଜୟ ଲାଭ କରିଛି। 

ଭାରତୀୟ ମହିଳା ଦଳ ସିରିଜ ଜିତିଲା

ଭାରତୀୟ ମହିଳା ଦଳ ସିରିଜ ଜିତିଲା

କଲମ୍ବୋ, ୨୪।୯(ପି.ଟି.)- ଅଞ୍ଜୁ ପାଟିଲ ଓ ଜେମିମା ରୋଡ୍ରିଗୁଏଜଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ସୋମବାର ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟ୍‌ରେ ଘରୋଇ ଶ୍ରୀଲଙ୍କାକୁ ପରାସ୍ତ କରିଛି। 

ଭଲିବଲ ପ୍ରତିଯୋଗିତା: କାଳାହି ଚାମ୍ପିୟନ

ଭଲିବଲ ପ୍ରତିଯୋଗିତା: କାଳାହି ଚାମ୍ପିୟନ

ଭୋଗରାଇ, ୨୪।୯(ଡି.ଏନ.ଏ.)-ଭୋଗରାଇ ବ୍ଲକ ଅଧୀନ ଚୌକି ନୀଳକଣ୍ଠେଶ୍ୱର ମହାଦେବ ପଡ଼ିଆରେ ଚୌକି ଚାମ୍ପିୟନ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଡା. ଦୀନବନ୍ଧୁ ଦାସ ସ୍ମାରକୀ ଭଲିବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି। 

ପୂର୍ବତନ ବିସିସିଆଇ ସଭାପତି ବି.ଏନ୍‌. ଦତ୍ତଙ୍କ ପରଲୋକ

ପୂର୍ବତନ ବିସିସିଆଇ ସଭାପତି ବି.ଏନ୍‌. ଦତ୍ତଙ୍କ ପରଲୋକ

କୋଲକାତା, ୨୪।୯- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ବିଶ୍ୱନାଥ ଦତ୍ତଙ୍କ ପରଲୋକ ଘଟିଛି। ଫୁସଫୁସ ଜନିତ ସଂକ୍ରମଣ କାରଣରୁ ସୋମବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। 

ଚଣ୍ଡିମାଲଙ୍କୁ ଶ୍ରୀଲଙ୍କା ଦିନିକିଆ ଦଳର ନେତୃତ୍ୱ

ଚଣ୍ଡିମାଲଙ୍କୁ ଶ୍ରୀଲଙ୍କା ଦିନିକିଆ ଦଳର ନେତୃତ୍ୱ

କଲମ୍ବୋ,୨୪।୯- ଚଳିତ ଏସିଆ କପ୍‌ରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେବା ପରେ ଶ୍ରୀଲଙ୍କା ଦଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଶ୍ରୀଲଙ୍କା ଜାତୀୟ ଚୟନକର୍ତ୍ତା ଦିନେଶ ଚଣ୍ଡିମାଲଙ୍କୁ ଦିନିକିଆ ଦଳର ଅଧିନାୟକ ଘୋଷଣା କରିଛନ୍ତି। 

ବିଶ୍ୱ ଚାମ୍ପିୟନଶିପ୍‌ରୁ ଭିନେଶ ବାଦ୍‌

ବିଶ୍ୱ ଚାମ୍ପିୟନଶିପ୍‌ରୁ ଭିନେଶ ବାଦ୍‌

ନୂଆଦିଲ୍ଲୀ,୨୪।୯- ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭିନେଶ ଫୋଗତ ବିଶ୍ୱ ଚାମ୍ପିୟନଶିପ୍‌ରୁ ବାଦ୍‌ ପଡ଼ିଛନ୍ତି। ଆହତ ସମସ୍ୟା ଯୋଗୁ ସେ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟରେ ଭାଗନେଇ ପାରିବେ ନାହିଁ। 

ୟୁରୋପ ଟିମ୍‌ ଜିତିଲା ଲାଭର କପ୍‌

ୟୁରୋପ ଟିମ୍‌ ଜିତିଲା ଲାଭର କପ୍‌

ଶିକାଗୋ,୨୪।୯- କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ରୋଜର ଫେଡେରର ଓ ଆଲେକ୍ସଜାଣ୍ଡର ଜେଭରେଭଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ୟୁରାପ ଦଳ ୧୩-୮ ବ୍ୟବଧାନରେ ଓ୍ବାଲର୍‌ଡ ଟିମ୍‌କୁ ହରାଇ ଦେଇଛି। ଫଳରେ କ୍ରମାଗତ ଦ୍ୱିତୀୟ ଥର ଲାଗି ୟୁରୋପ ଦଳ ଲାଭର କପ୍‌ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି।

ମେସିଙ୍କ ରେକର୍ଡ

ମେସିଙ୍କ ରେକର୍ଡ

ବାର୍ସିଲୋନା,୨୪।୯- ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲର ଲିଓନେଲ ମେସି ରବିବାର ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଅଣ ସ୍ପାନିଶ ଖେଳାଳି ଭାବେ ଲା ଲିଗା ଲିଗ୍‌ରେ ସର୍ବାଧିକ ମ୍ୟାଚ୍‌ ଖେଳିଥିବା ଖେଳାଳି ହୋଇପାରିଛନ୍ତି। 

ଜୁଭେଣ୍ଟସ ଜିତାଇଲେ ରୋନାଲ୍ଡୋ

ଜୁଭେଣ୍ଟସ ଜିତାଇଲେ ରୋନାଲ୍ଡୋ

ମିଲାନ,୨୪।୯(ଏପି)- ଚାମ୍ପିୟନ୍ସ ଲିଗ୍‌ ମ୍ୟାଚ୍‌ରେ ମିଳିଥିବା ରେଡ୍‌କାର୍ଡକୁ ଭୁଲି ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରେନାଲ୍ଡୋ ସଫଳତାର ସହ ପଡ଼ିଆକୁ ଫେରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଇଟାଲିଆନ କ୍ଲବ ଜୁଭେଣ୍ଟସ ୨-୦ ଗୋଲରେ ଫ୍ରେସିନୋନକୁ ହରାଇ ଦେଇଛି। 

୨୦୨୧ରେ ଭାରତ-ପାକିସ୍ତାନ ସିରିଜ୍‌ ଖେଳାଯିବ

୨୦୨୧ରେ ଭାରତ-ପାକିସ୍ତାନ ସିରିଜ୍‌ ଖେଳାଯିବ

ଦୁବାଇ,୨୪।୯- ଆଗାମୀ ୨୦୨୧ ବର୍ଷରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଟେଷ୍ଟ ସିରିଜ୍‌ ଖେଳାଯିବ। ଏ ନେଇ ଆଇସିସି ଆଶ୍ୱାସନା ଦେଇଥିବା ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଭାବେ ଅଧ୍ୟକ୍ଷ ଏହସାନ ମାନି କହିଛନ୍ତି।

ଲାଓସ ସହ ମାଚ୍‌ ଡ୍ର’ କଲା ଭାରତ

ଲାଓସ ସହ ମାଚ୍‌ ଡ୍ର’ କଲା ଭାରତ

ଉଲାନବାତାର(ଥାଇଲାଣ୍ଡ),୨୪।୯- ସ୍ଥାନୀୟ ଏମ୍‌ଏଫ୍‌ଏଫ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ୧୬ ବର୍ଷରୁ କମ୍‌ ବାଳିକା ଏଏଫ୍‌ସି ଚାମ୍ପିୟନଶିପ୍‌ ଟୁର୍ନାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟର ଲାଓସ ବିପକ୍ଷ ଅନ୍ତିମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌କୁ ଭାରତୀୟ ଦଳ ୧-୧ ଗୋଲରେ ଡ୍ର’ ରଖିଛି।

ଜାପାନ ଫୁଟ୍‌ବଲ ଦଳର କୋଚ୍‌ ଦାୟିତ୍ୱ ନେଇପାରନ୍ତି ଡୋନାଡୋନି

ଜାପାନ ଫୁଟ୍‌ବଲ ଦଳର କୋଚ୍‌ ଦାୟିତ୍ୱ ନେଇପାରନ୍ତି ଡୋନାଡୋନି

ମିଲାନ,୨୪।୯(ଏଏଫ୍‌ପି)- ଇଟାଲି ଫୁଟ୍‌ବଲ ଦଳର ପୂର୍ବତନ କୋଚ୍‌ ରବର୍ଟ ଡୋନାଡୋନି ଜାପାନ ଦଳର ଦାୟିତ୍ୱ ନେଇପାରନ୍ତି। ଏ ନେଇ ଇଟାଲିର ଏକ ଖବରକାଗଜରେ ରବିବାର ପ୍ରକାଶ ପାଇଛି। ସ୍ଥାନୀୟ ଖବରକାଗଜ ଗାଜେଟ୍ଟୋ ଡେଲୋ ସ୍ପୋର୍ଟ ଅନୁଯାୟୀ,