ରାଜ୍ୟ |

ଚାକିରିରୁ ଛଟେଇ ହେବା ପରେ ମହିଳା ଗୃହରକ୍ଷୀଙ୍କ ଆତ୍ମାହୃତି ଉଦ୍ୟମ, କିଛିଦିନ ତଳେ କୁଆଖାଇକୁ ଡେଇଁଥିଲେ

ଚାକିରିରୁ ଛଟେଇ ହେବା ପରେ ମହିଳା ଗୃହରକ୍ଷୀଙ୍କ ଆତ୍ମାହୃତି ଉଦ୍ୟମ, କିଛିଦିନ ତଳେ କୁଆଖାଇକୁ ଡେଇଁଥିଲେ
ଭୁବନେଶ୍ୱର,୧୧।୯(ବ୍ୟୁରୋ): ଚାକିରିରୁ ଛଟେଇ ହେବାପରେ ଜଣେ ମହିଳା ଗୃହରକ୍ଷୀ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ମହିଳା ଜଣକ ହେଲେ କାଞ୍ଚନବାଳା ନାୟକ। ମଙ୍ଗଳବାର ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିରେ ଲୋକ ଗହଳି ଲାଗି ରହିଥିଲା। ଏହି ସମୟରେ ମହିଳାଜଣଙ୍କ ନିଜ ଦେହରେ କିରୋସିନି ଲଗାଇ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ସେଠାରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ଉଦ୍ଧାର କରିଥିଲେ। 

ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ୫ ବର୍ଷ ତଳେ ମହିଳାଙ୍କ ସ୍ବାମୀ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏଥିରେ ଗୃହରକ୍ଷୀ ଥିବା କାଞ୍ଚନ ସହଯୋଗ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ଏହାପରେ ତାଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଥିଲା। ଛଟେଇ ପରେ ମହିଳାଜଣଙ୍କ ମାନସିକ ଭାରସାମ୍ୟ ହରାଇ ଏଭଳି ବାରମ୍ବାର ଆତ୍ମାହୃତି ଉଦ୍ୟମ କରୁଛନ୍ତି।

ସୂଚନାଯୋଗ୍ୟ, କାଞ୍ଚନ ଜୁଲାଇ ୨୫ ତାରିଖରେ କୁଆଖାଇ ଓଭରବ୍ରିଜରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ଉକ୍ତ ସମୟରେ ବୁଡ଼ିଯାଇଥିବା ୩ଜଣ ସ୍କୁଲ ଛାତ୍ରଙ୍କୁ ଉଦ୍ଧାର କରାଯାଉଥିଲା। ଫଳରେ ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କୁ ଦେଖି ଉଦ୍ଧାର କରିଥିଲେ। ଏଭଳି ସ୍ଥିତିରେ ମହିଳାଜଣଙ୍କ ପୁଣି ଥରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

All Right Reserved By

ରାଜ୍ୟ |

ହୋମ୍‌ ଡେଲିଭର୍‌ କରିବେ ଡେଲିଭରି ଗର୍ଲ: ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ‘ହେ ଦିଦି’

ହୋମ୍‌ ଡେଲିଭର୍‌ କରିବେ ଡେଲିଭରି ଗର୍ଲ: ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ‘ହେ ଦିଦି’

ଭୁବନେଶ୍ୱର,୧୫।୧୧(ବ୍ୟୁରୋ)-ଖାଇବା ଡେଲିଭରି ହେଉ କି ଅନ୍‌ଲାଇନ୍‌ରେ ମଗାଇଥିବା ପୋଷାକ। ଏଣିକି ଡେଲିଭରି ବୟଙ୍କ ସହ ଡେଲିଭରି ଗର୍ଲ କରିବେ ହୋମ୍‌ ଡେଲିଭରି। 

ସାତକୋଶିଆରେ ବାଘ ମୃତ୍ୟୁ

ସାତକୋଶିଆରେ ବାଘ ମୃତ୍ୟୁ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ)-ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପଠାରେ ବାଘମୃତ୍ୟୁ ହୋଇଥିବା ବୁଧବାର ସୂଚନା ମିଳିଛି। ହିନ୍ଦୋଳ ନରସିଂହପୁର ସୀମାଠାରେ ବାଘର ମୃତଦେହ ଠାବ କରାଯାଇଛି।

‘ମେକ୍‌ ଇନ୍‌ ଓଡ଼ିଶା’ର ରକ୍‌ଷ୍ଟାର୍‌ ପାଲଟିଲେ ଜୟନ୍ତୀ: ମୁଖ୍ୟମନ୍ତ୍ରୀ ଦେଲେ ଷ୍ଟାଣ୍ଡିଂ ଓଭେସନ୍‌

‘ମେକ୍‌ ଇନ୍‌ ଓଡ଼ିଶା’ର ରକ୍‌ଷ୍ଟାର୍‌ ପାଲଟିଲେ ଜୟନ୍ତୀ: ମୁଖ୍ୟମନ୍ତ୍ରୀ ଦେଲେ ଷ୍ଟାଣ୍ଡିଂ ଓଭେସନ୍‌

ଭୁବନେଶ୍ୱର,୧୫।୧୧(ବ୍ୟୁରୋ)- ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ଯାଇଛି, ଯାହାର ଉଦାହରଣ ବୁଧବାର ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ରେ ଦେଖିବାକୁ ମିଳିଛି। 

ଉଚ୍ଚଶିକ୍ଷା ବିଭାଗରେ ଆସିବ ସଂସ୍କାର: ଗବେଷଣାକୁ ଅଧିକ ଗୁରୁତ୍ୱ

ଉଚ୍ଚଶିକ୍ଷା ବିଭାଗରେ ଆସିବ ସଂସ୍କାର: ଗବେଷଣାକୁ ଅଧିକ ଗୁରୁତ୍ୱ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ)-ଉଚ୍ଚଶିକ୍ଷାରେ ଏଣିକି ଗବେଷଣାକୁ ଅଧିକ ଗୁରୁତ୍ୱ ଦିଆଯିବ। ଯୁବ ଅଧ୍ୟାପକମାନଙ୍କୁ ଗବେଷଣା ପାଇଁ ଉତ୍ସାହିତ କରାଯିବ। ସ୍ବତନ୍ତ୍ର ଶିକ୍ଷାବୃତ୍ତି ସହ ସେଣ୍ଟର ଅଫ୍‌ ଏକ୍ସେଲେନ୍ସ ପ୍ରତିଷ୍ଠା କରାଯିବ।

ରାୟଗଡ଼ା ଫୁଡ୍‌ ପାର୍କରେ ଯୋଡ଼ିହେବ ଦୁଇ ନୂତନ ପ୍ଲାଣ୍ଟ୍‌

ରାୟଗଡ଼ା ଫୁଡ୍‌ ପାର୍କରେ ଯୋଡ଼ିହେବ ଦୁଇ ନୂତନ ପ୍ଲାଣ୍ଟ୍‌

ଭୁବନେଶ୍ୱର,୧୫।୧୧(ବ୍ୟୁରୋ)-ରାୟଗଡ଼ାରେ ଥିବା ମିଟ୍‌ସ ମେଗା ଫୁଡ୍‌ ପାର୍କରେ ଯୋଡ଼ିହେବ ଦୁଇଟି ନୂଆ ପ୍ଲାଣ୍ଟ୍‌। ପ୍ରାୟ ୨୫କୋଟିର ପୁଞ୍ଜିନିବେଶରେ ଏକ ‘ରେଡି ଟୁ କନ୍‌ଜ୍ୟୁମ୍‌’ ଜୁସ୍‌ ପ୍ଲାଣ୍ଟ୍‌ ଏବଂ ଏକ କର୍ନ ବା ମକା ପ୍ରୋସେସିଂ ପ୍ଲାଣ୍ଟ୍‌ ପ୍ରତିଷ୍ଠା କରାଯିବ। 

ଖୁବ୍‌ଶୀଘ୍ର ଓଡ଼ିଶାରେ ‘ଫିକି’ର ମହିଳା ଚାପ୍ଟର

ଖୁବ୍‌ଶୀଘ୍ର ଓଡ଼ିଶାରେ ‘ଫିକି’ର ମହିଳା ଚାପ୍ଟର

ଭୁବନେଶ୍ୱର,୧୫।୧୧(ବ୍ୟୁରୋ)-ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକି) ଖୁବ୍‌ଶୀଘ୍ର ଓଡ଼ିଶା ପାଇଁ ଏହାର ମହିଳା ଚାପ୍ଟର ଗଠନ କରିବ। 

ଅନ୍‌ଲାଇନରେ ମହାପ୍ରସାଦ ବିକ୍ରିକୁ ବିରୋଧ: ବିକ୍ରି ପାଇଁ ଖୋଲାଯାଇଛି ୱେବ୍‌ସାଇଟ୍‌

ଅନ୍‌ଲାଇନରେ ମହାପ୍ରସାଦ ବିକ୍ରିକୁ ବିରୋଧ: ବିକ୍ରି ପାଇଁ ଖୋଲାଯାଇଛି ୱେବ୍‌ସାଇଟ୍‌

ପୁରୀ ଅଫିସ,୧୫ା୧୧: ମହାପ୍ରଭୁଙ୍କ ମହାପ୍ରସାଦ ଭାଗ୍ୟରେ ଥିଲେ ମିଳେ। ଶ୍ରୀମନ୍ଦିରକୁ ଆସୁଥିବା ପ୍ରତିଟି ଶ୍ରଦ୍ଧାଳୁ କଣିକାଏ ଅବଢ଼ା ପାଇବା ପାଇଁ ଅପେକ୍ଷା କରିଥାନ୍ତି। 

ବ୍ରହ୍ମ ବିଭ୍ରାଟ: ମୁହଁ ଖୋଲିଲେ ମହାରଣା ସେବକ

ବ୍ରହ୍ମ ବିଭ୍ରାଟ: ମୁହଁ ଖୋଲିଲେ ମହାରଣା ସେବକ

ପୁରୀ ଅଫିସ,୧୫ା୧୧: ବ୍ରହ୍ମ ବିଭ୍ରାଟ ଘଟଣାରେ ୧୧ ସେବାୟତଙ୍କୁ ନୋଟିସ ହୋଇଛି। କିନ୍ତୁ ନୋଟିସ ସେମାନଙ୍କ ପାଖରେ ନ ପହଞ୍ଚୁଣୁ ସେବାୟତଙ୍କ ମଧ୍ୟରେ ଦେଖାଦେଇଛି କୋକୁଆ ଭୟ। ପୂର୍ବ କଥାକୁ ଦୋହରାଇ ପୁଣି ହଟଚମଟ ସୃଷ୍ଟି କରିଛନ୍ତି। ସୁଭଦ୍ରାଙ୍କ ମୁଖ୍ୟ ମହାରଣା ସେବକ କୃଷ୍ଣଚନ୍ଦ୍ର ମହାରଣା ପୂର୍ବ କଥା ଦୋହରାଇ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। 

କାଜୁଆଲିଟି ପାଇଁ ବସିଲା ଉଚ୍ଚସ୍ତରୀୟ ବୈଠକ: ସୁବ୍ୟବସ୍ଥା ସହ ସୁରକ୍ଷା ଲୋଡ଼ିଲେ ଡାକ୍ତର

କାଜୁଆଲିଟି ପାଇଁ ବସିଲା ଉଚ୍ଚସ୍ତରୀୟ ବୈଠକ: ସୁବ୍ୟବସ୍ଥା ସହ ସୁରକ୍ଷା ଲୋଡ଼ିଲେ ଡାକ୍ତର

କଟକ ଅଫିସ, ୧୫।୧୧- କାଜୁଆଲିଟିରେ ଭିତ୍ତିଭୂମି ଦୁର୍ବଳ। ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଲାଗି ରହୁଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ ନାହିଁ। ତେଣୁ ବିଳମ୍ବିତ ରାତିରେ ଗୁରୁତର ରୋଗୀଙ୍କ ସହିତ ଆସୁଥିବା ଆଟେଣ୍ଡାଣ୍ଟମାନେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ଗାଳିଗୁଲଜଠାରୁ ଆରମ୍ଭ କରି ଡାକ୍ତରଙ୍କୁ ମାଡ଼ମାରିବା ପର୍ଯ୍ୟନ୍ତ କଥା ଯାଉଛି। ତେଣୁ କାଜୁଆଲିଟି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କାଜୁଆଲିଟି ଡାକ୍ତରମାନେ ଅଧୀକ୍ଷକଙ୍କୁ ପ୍ରସ୍ତାବ ଦେଇଛନ୍ତି।

ପୁରୀ ହିଂସା: ଆଉ ଜଣେ ଗିରଫ

ପୁରୀ ହିଂସା: ଆଉ ଜଣେ ଗିରଫ

ପୁରୀ ଅଫିସ,୧୫।୧୧: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ଘଟିଥିବା ପୁରୀ ହିଂସାରେ ଗିରଫଦାରି ସଂଖ୍ୟା ୧୧୭ ଛୁଇଁଛି। ପୂର୍ବରୁ ପୋଲିସ ୧୧୬ଜଣଙ୍କୁ ଗିରଫ କରିଥିବାବେଳେ ବୁଧବାର ଆଉ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ: ୧୦ ସେବକଙ୍କ ପାଖରେ ପହଞ୍ଚିଲା ନୋଟିସ

ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ: ୧୦ ସେବକଙ୍କ ପାଖରେ ପହଞ୍ଚିଲା ନୋଟିସ

ପୁରୀ ଅଫିସ,୧୫।୧୧: ବ୍ରହ୍ମ ବିଭ୍ରାଟ ଘଟଣାରେ ୯ ଜଣ ଦଇତାପତି ଓ ଜଣେ ମହାରଣା ସେବକଙ୍କ ପାଖରେ ନୋଟିସ ପହଞ୍ଚତ୍ଥିବା ଅସମର୍ଥିତ ସୂତ୍ରରୁ ଜଣାପଡିଛି। 

ବାଲିଯାତ୍ରା ପାଇଁ ସିଏମ୍‌ସି ହେଲ୍‌ଥ ଷ୍ଟାଣ୍ଡିଂ କମିଟି ବୈଠକ: ସୁସ୍ଥ ପରିବେଶ, ତାଜା ଖାଦ୍ୟ  ଉପରେ ଗୁରୁତ୍ୱ

ବାଲିଯାତ୍ରା ପାଇଁ ସିଏମ୍‌ସି ହେଲ୍‌ଥ ଷ୍ଟାଣ୍ଡିଂ କମିଟି ବୈଠକ: ସୁସ୍ଥ ପରିବେଶ, ତାଜା ଖାଦ୍ୟ ଉପରେ ଗୁରୁତ୍ୱ

କଟକ ଅଫିସ, ୧୫।୧୧- ଚଳିତ ବର୍ଷ ବାଲିଯାତ୍ରାକୁ ସମ୍ପୂର୍ଣ୍ଣ ନିଆରା କରିବା ପାଇଁ ସିଏମ୍‌ସି ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ବିଶେଷକରି ବାଲିଯାତ୍ରାର ପ୍ରମୁଖ ସମସ୍ୟା ଧୂଳି ରୋକିବା ପାଇଁ ପୂର୍ବରୁ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଥିବାବେଳେ ଅନ୍ୟ ପ୍ରମୁଖ ସମସ୍ୟା ବାସି ଖାଦ୍ୟ ବିକ୍ରି ବନ୍ଦ ପାଇଁ ଗୁରୁତ୍ୱ ଦିଆଯାଇଛି।