ଅପରାଧ | ରାୟଗଡା

୧୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

୧୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ
ମାଲକାନଗିରି,୧୧।୯ (ଡି.ଏନ୍‌.ଏ.) - ମାଲକାନଗିରି ଜିଲା ଓର୍କେଲ ପୋଲିସ ଚୋରା ଚାଲାଣ ବେଳେ ଏକ ଗଞ୍ଜେଇଭର୍ତ୍ତି  ଗାଡି ଜବତ କରିଛି। ଏଥିରେ ସମ୍ପୃକ୍ତ ପଶ୍ଚିମବଙ୍ଗର ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମେହେବୁବ୍‌ ରେହେମାନ (୨୮), ଜଲାଲ ଶେଖ୍‌ (୨୩)  ଓ ବସିର୍‌ ଶେଖ (୨୪) । ବାଲିମେଳା ଏସ୍‌ଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶରେ ଓର୍କେଲ ଥାନା ଅଧିକାରୀ ସୁମିତ୍ରା ଜେନାଙ୍କ ସହ ପୋଲିସ କର୍ମଚାରୀମାନେ ଏମ୍‌.ଭି.- ୩୫ ଗ୍ରାମ ନିକଟ ରାସ୍ତାରେ ଗାଡି ମୋଟର ଯାଞ୍ଚ କରିଥିବା ବେଳେ ବାଲିମେଳା ଆଡୁ ଏକ କାର୍‌ ଦ୍ରୁତ ଗତିରେ ଆସୁଥିବା ଦେଖି ଏହାକୁ ଅଟକାଇ ଯାଞ୍ଚ କରିଥିଲେ।  ଯାଞ୍ଚ ସମୟରେ ଗାଡିରୁ ୪ଟି ବ୍ୟାଗରେ ଥିବା ପ୍ରାୟ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲେ। ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ।  
All Right Reserved By

ଅପରାଧ | ରାୟଗଡା

ଲୁଗା ଦୋକାନରୁ ଚୋରି

ଲୁଗା ଦୋକାନରୁ ଚୋରି

ବଡ଼ସାହି,୨୧।୯(ସ୍ବ.ପ୍ର)-ବଡ଼ସାହି ଥାନା ଅଧୀନ ବଡ଼ସାହି-ବେତନଟୀ ରାସ୍ତା କୋଚିଲାଖୁଣ୍ଟାା ଛକରେ ଥିବା ଏକ ଲୁଗା ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଛି । 

ପୋଲିସ କବ୍‌ଜାରେ ୩ ଆନ୍ତଃଜିଲା ଲୁଟେରା

ପୋଲିସ କବ୍‌ଜାରେ ୩ ଆନ୍ତଃଜିଲା ଲୁଟେରା

ବଲାଙ୍ଗୀର ଅଫିସ, ୨୧।୯: ଗତ ମାର୍ଚ୍ଚମାସରେ ବଲାଙ୍ଗୀର ସହର ସନ୍ନିକଟ ସଦାଇପାଲି-କନ୍ଧପାଲି ରାସ୍ତାରେ ଜଣେ ବାଇକ ଆରୋହୀଙ୍କୁ ମାଡ ମାରି ତାଙ୍କଠାରୁ ୧ଲକ୍ଷ ୭୫ହଜାର ଲୁଟ୍‌ ହୋଇଥିଲା। 

୪୦ ହଜାର ଲାଞ୍ଚ: କନିଷ୍ଠ ସହାୟକ ଗିରଫ

୪୦ ହଜାର ଲାଞ୍ଚ: କନିଷ୍ଠ ସହାୟକ ଗିରଫ

କଟକ ଅଫିସ, ୨୧।୯- ୪୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର  ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଫୁଲବାଣୀ ଜିଲା କନ୍ଧମାଳ ପୌର ପରିଷଦ କାର୍ଯ୍ୟାଳୟର କନିଷ୍ଠ ସହାୟକ ଶରତ ଚନ୍ଦ୍ର ସେଠୀ। 

ଗୋଷ୍ଠୀ ସଂଘର୍ଷ ମାମଲା, ୩ ଗିରଫ

ଗୋଷ୍ଠୀ ସଂଘର୍ଷ ମାମଲା, ୩ ଗିରଫ

ଛତ୍ରପୁର,୨୦।୯(ଡି.ଏନ.ଏ)- ଚମାଖଣ୍ଡି ଥାନା ଭିକାରିପଲ୍ଲୀ ପଞ୍ଚାୟତ ନରସିଂହପୁର ଗାଁରେ ୧୭ ତାରିଖରେ ଚାଷ ଜମିରେ ପାଣି ମଡାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର  ଆହତଙ୍କୁ ପୋଲିସ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଥିଲା। ଉଭୟ ଗୋଷ୍ଠୀ ପକ୍ଷରୁ ଚମାଖଣ୍ଡି ଥାନାରେ ପୃଥକ ପୃଥକ ଏତଲା ଦିଆଯାଇଥିଲା। ଏହାକୁ ଭିତ୍ତିକରି ୨ଟି ମାମଲା (ନଂ. ୯୩/୧୮ ଓ ୯୪/୧୮) ରୁଜୁ ହୋଇଥିଲା। ଗୁରୁବାର ପୋଲିସ ଏହି ମାମଲାରେ ଉଭୟ ଗୋଷ୍ଠୀର ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହରିବନ୍ଧୁ ପାତ୍ର, ପ୍ରଫୁଲ ପାତ୍ର ଓ  ନାଗେଶ୍ୱର ପାତ୍ର। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ଗିରଫ ପରେ ମନ୍ତ୍ରୀଙ୍କ ପୁଅ କୋର୍ଟ ଚାଲାଣ

ଗିରଫ ପରେ ମନ୍ତ୍ରୀଙ୍କ ପୁଅ କୋର୍ଟ ଚାଲାଣ

କେନ୍ଦୁଝର, ୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଏବଂ ପଦନାଠାରେ ପୋଲିସକୁ ମାଡ଼ ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ କେନ୍ଦୁଝର ପୋଲିସ ଗିରଫ କରି ଗୁରୁବାର ଜିଲା କୋର୍ଟକୁ ଚାଲାଣ କରିଛି। ଚାଲାଣ ବେଳେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଓ ନେତା ଥାନା ନିକଟରେ ଭିଡ଼ ଜମାଇଥିଲେ।

ଶାଗୁଆନ କାଠଗଣ୍ଡି ବୋଝେଇ ଗାଡ଼ି ଜବତ, ୪ ଗିରଫ

ଶାଗୁଆନ କାଠଗଣ୍ଡି ବୋଝେଇ ଗାଡ଼ି ଜବତ, ୪ ଗିରଫ

ପୋଲସରା,୨୦।୯(ଡି.ଏନ.ଏ.)- ପୋଲସରା ବନାଞ୍ଚଳ ଜୋକବନ୍ଧ ରେଞ୍ଜ ରାଇପଡ଼ା ଗ୍ରାମସ୍ଥିତ ସ୍କୁଲ ନିକଟରେ ବୁଧବାର ରାତି ପ୍ରାୟ ସାଢେ ୨ଟାରେ ବନବିଭାଗ ଶାଗୁଆନ କାଠଗଣ୍ଡି ବୋଝେଇ ଏକ ପିକଅପ୍‌ ଭ୍ୟାନ (ନଂ ଓଆର୦୭ଡି-୪୫୨୯) ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି।

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୦।୯:  କୋର୍ଟପେଟାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଗୁରୁବାର ବାଟ ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ। ଅଯୋଧ୍ୟାନଗର ଦ୍ୱିତୀୟ ଲାଇନ୍‌ର ଅନୀଲ କୁମାର ପ୍ରଧାନ ୨ ଲକ୍ଷ ଟଙ୍କା ଜମା କରିବା ନିମନ୍ତେ ବ୍ୟାଙ୍କକୁ ଯାଇଥିଲେ। ମାତ୍ର ଦୁଇଜଣ ଲୁଟେରା ଏକ ବାଇକ୍‌ରେ ଆସି ଅନିଲଙ୍କୁ ଛତ୍ରପୁର ଯିବାକୁ ରାସ୍ତା ପଚାରିଥିଲେ।

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡା,୨୦।୯(ଡି.ଏନ.ଏ.)-ମହାକାଳପଡା ବ୍ଳକ ଅଧୀନ ବଡିହ ଗ୍ରାମର ବସନ୍ତ ନାୟକ (୨୨) ନାମକ ଜଣେ ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ: ଅଭିଯୁକ୍ତଙ୍କ ଥାନାରେ ଆତ୍ମସମର୍ପଣ

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ: ଅଭିଯୁକ୍ତଙ୍କ ଥାନାରେ ଆତ୍ମସମର୍ପଣ

ବେଲପଡା,୨୦।୯(ଡି.ଏନ.ଏ)-ବଲାଙ୍ଗିର ଜିଲା ବେଲପଡା ଥାନା ମୁଣ୍ଡଦର୍ହ ଗ୍ରାମରେ ବୁଧବାର ରାତି ୨ଟାରେ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ  ସ୍ତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ସ୍ତ୍ରୀଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ସ୍ବାମୀ ଗୁରୁବାର ପ୍ରାତଃ ୫ଟାରେ ଥାନାକୁ ଆସି ଆତ୍ମସମର୍ପଣ କରିଛନ୍ତି। ଏହି ଘଟଣାରେ ମୁଣ୍ଡଦର୍ହ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ମୁଣ୍ଡଦର୍ହ ଗ୍ରାମର ଧବଳେଶ୍ୱର ଚିରାଗୁନ୍‌ (୪୫) ଓ ସ୍ତ୍ରୀ ବୈଦେହୀଙ୍କ ସହ ଗ୍ରାମରେ ଥିବା ମେହେରପଡାଠାରେ ନିଜର 

 ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ରଣପୁର,୨୦।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ବାଉଁଶଗଡ଼ଠାରେ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଜଣେ ମାଛ ବେପାରୀଙ୍କଠାରୁ ଲୁଟ ହୋଇଛି। ୪ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ବେପାରୀ ନବ କିଶୋର ରାଉତଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଦ୍ରୁତ ଗତିରେ ପଳାଉଥିଲେ। ଏହି ସମୟରେ ସେମାନେ କୁଳାସର ଗ୍ରାମରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲେ। ଗାଡ଼ିଟି ଅଟକି ଯିବାପରେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇଥିଲେ।

ଜାଲ ନୋଟ ଜବତ : ଜଣେ ଅଟକ

ଜାଲ ନୋଟ ଜବତ : ଜଣେ ଅଟକ

ରାଜନଗର,୨୦।୯(ଡି.ଏନ.ଏ.)-ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରାଜନଗର ବଜାରରେ ଜାଲ ନୋଟ କାରବାର କରୁଥିବା ଜଣେ ଯୁବକଙ୍କୁ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି । 

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ବଅଁରପାଳ, ୨୦ା୯(ଡି.ଏନ.ଏ.)- ବଅଁରପାଳ ଥାନା ଯୋରାଗାଡ଼ିିଆ ନିକଟରେ ମଙ୍ଗଳବାର ରାତିରେ ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।