ରାଜ୍ୟ |

କଂଗ୍ରେସ ସଭାପତିଙ୍କୁ ଗିରଫର ପ୍ରତିବାଦ: ପୁରୀଘାଟ ଥାନା ଘେରାଉ କଲେ ଦଳୀୟ କର୍ମୀ

କଂଗ୍ରେସ ସଭାପତିଙ୍କୁ ଗିରଫର ପ୍ରତିବାଦ: ପୁରୀଘାଟ ଥାନା ଘେରାଉ କଲେ ଦଳୀୟ କର୍ମୀ
କଟକ ଅଫିସ,୧୧।୯: କଟକ ୨ ନଂ ବ୍ଲକ କଂଗ୍ରେସ ସଭାପତି ବିଜୟ ବାରିକଙ୍କୁ ପୋଲିସ ଗିରଫ କରିବା ଘଟଣାରେ ମଙ୍ଗଳବାର କଂଗ୍ରେସ କର୍ମୀମାନେ ପୁରୀଘାଟ ଥାନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ଥାନା ସମ୍ମୁଖ ରାସ୍ତାରେ ସେମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ପାଖାପାଖି ୨ ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନଗୁଡ଼ିକ ଅଟକି ରହିଥିଲା। ଏପରିକି ଏକ ଆମ୍ବୁଲାନ୍ସ ଫସି ରହିଥିବା ଦେଖାଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଏସିପି ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଅଭିଯୋଗ ଅନୁଯାୟୀ, ବିଜୟଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ। ଏହାକୁ ନେଇ ପୋଲିସ ସୋମବାର ରାତିରେ ବିଜୟଙ୍କୁ ଗିରଫ କରିଥିଲା। ରାତିରେ କଂଗ୍ରେସ କର୍ମୀମାନେ ପହଞ୍ଚି ବିଜୟଙ୍କୁ କ’ଣ ପାଇଁ ଗିରଫ କରାଯାଇଛି ପୋଲିସକୁ ତାହା ପଚାରିଥିଲେ। ମାତ୍ର ପୋଲିସ କଂଗ୍ରେସ କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ସେମାନେ ଅଭିଯୋଗ କରିଛନ୍ତି। 

All Right Reserved By

ରାଜ୍ୟ |

‘ଭାରି ଯାନ ଚଳାଚଳ ବନ୍ଦ କରାଯାଉ’

‘ଭାରି ଯାନ ଚଳାଚଳ ବନ୍ଦ କରାଯାଉ’

ବନ୍ତ,୨୫।୯(ଡି.ଏନ.ଏ.)-ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଗଣିଜାଙ୍ଗଠାରୁ ବନ୍ତ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ନ ସରିବା ଯାଏ ଭାରିଯାନ ଚଳାଚଳ ବନ୍ଦ ରଖାଯିବାକୁ ବନ୍ତ-ଭଣ୍ଡାରିପୋଖରୀ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି। 

ପ୍ରଧାନମନ୍ତ୍ରୀ ଆବାସ ଯୋଗାଣରେ ଅନିୟମିତତା

ପ୍ରଧାନମନ୍ତ୍ରୀ ଆବାସ ଯୋଗାଣରେ ଅନିୟମିତତା

ବାଲେଶ୍ୱର ଅଫିସ, ୨୫।୯-ବାଲେଶ୍ୱର ସଦର ବ୍ଲକ ଅଧୀନ ବୁଆଁଳ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା କରାଯାଉଛି। ଏହାର ପ୍ରତିବାଦରେ ହିତାଧିକାରୀମାନେ ସୋମବାର ପୂର୍ବାହ୍ନରେ ସଦର ବିଡ଼ିଓ ଶଙ୍କର୍ଷଣ ବେହେରାଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ କୌଣସି ଅଧିକାରୀ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ନ ଥିବା ଜଣାପଡିଛି। 

୩ ବର୍ଷ ଷ୍ଟାଇପେଣ୍ଡ ମିଳୁନି, ଜିଲା ପ୍ରଶାସନଠାରେ ଅଭିଯୋଗ କଲେ ଛାତ୍ରୀଛାତ୍ର

୩ ବର୍ଷ ଷ୍ଟାଇପେଣ୍ଡ ମିଳୁନି, ଜିଲା ପ୍ରଶାସନଠାରେ ଅଭିଯୋଗ କଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୨୫।୯-ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ମାଣ୍ଡରକୁଲା ଗାନ୍ଧିଜୀ ହାଇସ୍କୁଲର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କୁ ୩ ବର୍ଷ ହେଲା ଷ୍ଟାଇପେଣ୍ଡ ମିଳିନି। ସୋମବାର ସେମାନେ ଅତିରିକ୍ତ ଜିଲାପାଳ ମାନସ ରଞ୍ଜନ ପାଢ଼ୀଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ଦିଗପହଣ୍ଡି,୨୫।୯(ଡି.ଏନ.ଏ.): ଦିଗପହଣ୍ଡି ବ୍ଲଖ ଫାସିଗୁଡ଼ା ପଞ୍ଚାୟତ ଜକମେରିପଲ୍ଲୀ ଓ ଜଲମେରିପଲ୍ଲୀ ଗ୍ରାମର ବହୁ କଂଗ୍ରେସ କର୍ମୀ ସୋମବାର ଦଳ ଛାଡି ବିଜେଡିିରେ ସାମିଲ ହୋଇଥିବା ଘୋଷଣା କରିଛନ୍ତି । 

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ଫୁଲବାଣୀ ଅଫିସ/କୋଟଗଡ,(ଡି.ଏନ.ଏ.), ୨୫ା୯-କନ୍ଧମାଳ ଜିଲା କୋଟଗଡ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଥମି ନ ଥିବା ବେଳେ ସୋମବାର ପୁଣି ଏକ ବଳାତ୍କାର ଘଟଣା ପଦାକୁ ଆସିଛି।

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଛତ୍ରପୁର,୨୫ା୯(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଗୃହରକ୍ଷୀମାନଙ୍କ ପାସିଂ ଆଉଟ୍‌ ପ୍ୟାରେଡ୍‌ ସୋମବାର ଛତ୍ରପୁରସ୍ଥିତ ପୋଲିସ ପଡିଆରେ ଅନୁଷ୍ଠିତ ହୋଇଥିଲା ା 

ତପ୍ତପାଣି ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ତପ୍ତପାଣି ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ଦିଗପହଣ୍ଡି/ପାଟପୁର, 
୨୫ା୯ (ଡି.ଏନ.ଏ.)- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ତପ୍ତପାଣି ଘାଟିରେ ସାର ବୋଝେଇ ଟ୍ରକ୍‌ (ନଂ. ଓଆର୦୪ଜି୩୪୧୬) ଓଲଟି ପଡ଼ିବାରୁ ୩ ଜଣ ଗୁରୁତର ହୋଇଛନ୍ତି। 

କଲ୍ୟାଣ ଶିକ୍ଷକ,ଶିକ୍ଷା ନିରୀକ୍ଷକଙ୍କ ଜିଲାସ୍ତରୀୟ ସମ୍ମିଳନୀ

କଲ୍ୟାଣ ଶିକ୍ଷକ,ଶିକ୍ଷା ନିରୀକ୍ଷକଙ୍କ ଜିଲାସ୍ତରୀୟ ସମ୍ମିଳନୀ

ରାଇକିଆ,୨୫ା୯(ଡ଼ି.ଏନ.ଏ.)-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ନେଡ଼ିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ କନ୍ଧମାଳ ଶାଖାର ଜିଲାସ୍ତରୀୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି ା

‘ଆମେ ଚାହଁୁ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା’

‘ଆମେ ଚାହଁୁ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା’

ଭଞ୍ଜନଗର,୨୫।୯(ଡି.ଏନ.ଏ.)-ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ପକ୍ଷରୁ ଚାଲିଥିବା ପ୍ଲାଷ୍ଟିକ୍‌ ମୁକ୍ତ ଓଡ଼ିଶା ଅଭିଯାନରେ ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ର ସାମିଲ ହେବାପାଇଁ ସୋମବାର ନିଷ୍ପତ୍ତି ନେଇଛନ୍ତି। 

ଗୁମ୍ମାରେ ବିଏସଏନଏଲ ସେବା ଠପ୍‌

ଗୁମ୍ମାରେ ବିଏସଏନଏଲ ସେବା ଠପ୍‌

ଗୁମ୍ମା ୨୫।୯ (ଡି.ଏନ.ଏ)-
ଗଜପତି ଜିଲା ଗୁମ୍ମା ବ୍ଲକ ସଦର ମହକୁମାଠାରେ ବିଏସଏନଏଲ ସେବା ଦୀର୍ଘ ଏକ ମାସ ହେଲା ଲୋକଙ୍କୁ ସେବା ଯୋଗାଇ ଦେବା ବିଫଳ ହୋଇଛି। ବିଭାଗୀୟ ଅଧିକାରୀ ଙ୍କୁ ଏନେଇ  ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।  

ରାସ୍ତାରେ ଖାଲଖମା , ମରାମତି ଦାବି

ରାସ୍ତାରେ ଖାଲଖମା , ମରାମତି ଦାବି

ସେମିଳିଗୁଡ଼ା,୨୫।୯(ସ୍ବ.ପ୍ର)-ସୁନାବେଡ଼ା ପୌରପରିଷଦ ଅଧୀନ କାକିଗଁାକୁ ପଡ଼ିଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘଦିନ ଧରି ଏହି ରାସ୍ତାର ମରାମତି କରାଯାଉ ନ ଥିବାରୁ ମଝିରେ ଖାଲଖମା ସୃଷ୍ଟି ହୋଇଛି। 

ସୀମାନ୍ତ ଅଞ୍ଚଳରେ ରାତିଅଧିଆ ମାଲ୍‌  ପରିବହନ: ରାଜସ୍ବ ହରାଉଛନ୍ତି ସରକାର

ସୀମାନ୍ତ ଅଞ୍ଚଳରେ ରାତିଅଧିଆ ମାଲ୍‌ ପରିବହନ: ରାଜସ୍ବ ହରାଉଛନ୍ତି ସରକାର

ପାରଳାଖେମୁଣ୍ଡି, ୨୫।୯ (ସ୍ବ.ପ୍ର.) 
ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ପୁରୁଣାପାଟଣା ରୋଡର ଓଡିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ସ୍ଥାନରୁ ରାତିଅଧିଆ ଟ୍ରକ ଯୋଗେ ପଡୋଶୀ ଆନ୍ଧ୍ରକୁ ବିଭିନ୍ନ ସାମଗ୍ରୀ ଚାଲାଣ ହେଉଥିବା ଦୃଷ୍ଟିକୁ ଆସିଛି ା