ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଣବଳାତ୍କାର, ଟ୍ରାକିଂ କରି ୩ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଣବଳାତ୍କାର, ଟ୍ରାକିଂ କରି ୩ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ
ଢେଙ୍କାନାଳ ଅଫିସ,୧୧।୯: ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଯୋରନ୍ଦା ଫାଣ୍ଡି ଅଞ୍ଚଳରେ ସୋମବାର ଅପରାହ୍ନରେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଣବଳାତ୍କାର କରାଯାଇଥିବା ମଙ୍ଗଳବାର ଗଁନ୍ଦିଆ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏକ ମାମଲା(ନଂ-୧୩୩/୧୮) ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କ ମୋବାଇଲକୁ ଟ୍ରାକିଂ କରି ପୋଲିସ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଯୋରନ୍ଦା ଗ୍ରାମର ଲକ୍ଷ୍ମୀଧର ଓରଫ ପାପୁନି ବିଶ୍ୱାଳ, ଗୋବିନ୍ଦ ପ୍ରଧାନ ଓ ଅନ୍ତର ଦାସ।

ଅଭିଯୋଗ ଅନୁଯାୟୀ, କର୍ମୀଜଣଙ୍କ ଯୋରନ୍ଦାକୁ ଏକ ସରକାରୀ ବୈଠକରେ ଯୋଗ ଦେବାକୁ ଆସି ନିଜ ଭାଇଙ୍କ ସହ ସ୍କୁଟିରେ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ୩ଜଣ ଯୁବକ ଏକ କାର୍‌ରେ ଆସି ସ୍କୁଟିକୁ ଧକ୍କା ଦେଇ ଭାଇଙ୍କୁ ମାଡ଼ ମାରି ତାଙ୍କୁ ଅପହରଣ କରି ନେଇଥିଲେ। ପରେ ସେମାନେ ସଦର ଥାନା ଅଞ୍ଚଳରେ ଥିବା ଏକ ଫାର୍ମରେ ତାଙ୍କୁ ଗଳବଳାତ୍କାର କରିଥିଲେ। ଏ ନେଇ ଅଙ୍ଗନଓ୍ବାଡି କର୍ମୀଙ୍କ ଭାଇ ଅଭିଯୋଗ କରିବା ପରେ ଥାନା ଓ ଫାଣ୍ଡି ପୋଲିସ ମୋବାଇଲ ଟ୍ରାକିଂ କରି ଗହମଖୁଣ୍ଟିରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏଥିସହ ପୀଡିତାଙ୍କୁ ଏକ ମନ୍ଦିର ନିକଟରୁ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ଥାନାକୁ ଆଣି ତଦନ୍ତକାରୀ ଅଫିସର ଡିଏସ୍‌ପି ସୁବାସ ସାହୁ ତାଙ୍କ ବୟାନ ରେକର୍ଡ କରିଥିବା ଜଣାପଡ଼ିଛି।

All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

ଭୁବନେଶ୍ୱର,୨୩।୨(ବ୍ୟୁରୋ)- ନିର୍ବାଚନ ଜିତିବା ପାଇଁ ଆମ କାମ ହିଁ ଯଥେଷ୍ଟ। ୨୦ ବର୍ଷ ମଧ୍ୟରେ  ରାଜ୍ୟର ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା(ବିପିଏଲ୍‌) ଉପରକୁ ଉଠିପାରିଛନ୍ତି। 

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ଭୁବନେଶ୍ୱର,୨୩ା୨(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଫେବୃୟାରୀ ଅଧା ବେଳକୁ ପରିସ୍ଥିତି ସଙ୍ଗୀନ ହେଲାଣି। ପାରଦ ୪୦ ଡିଗ୍ରୀ ପାଖକୁ ଆସିଲାଣି। 

୫ ବର୍ଷର ହାତୀ ଛୁଆ ମୃତ

୫ ବର୍ଷର ହାତୀ ଛୁଆ ମୃତ

ବାରିପଦା ଅଫିସ,୨୩।୨- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ହାତୀ  ମୃତ୍ୟୁ ବଢ଼ିବାରେ ଲାଗିଛି। ହେଲେ ବନ ବିଭାଗ ପକ୍ଷରୁ ହାତୀ ମୃତ୍ୟୁ ରୋକିବା ଲାଗି କୌଣସି ପ୍ରକାର ବ୍ୟବସ୍ଥା କରାଯାଉ ନାହିଁ।  

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବାରିପଦା ଅଫିସ,୨୩।୨- ବାରିପଦା ପୌରପରିଷଦ ଅଧୀନରେ ଥିବା ୫ଟି ୱାର୍ଡରେ ଦୀର୍ଘ ୧୪ମାସ ହେବ ପାଣି ପମ୍ପ ହାଉସ ନିର୍ମାଣ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ପାଣି ପମ୍ପକୁ ବିଦ୍ୟୁତ ସଂଯୋଗ କରାଯାଇ ନ ଥିବାରୁ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। 

ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗଙ୍କ ଉଚିତ ଥଇଥାନ ପାଇଁ ଦାବି

ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗଙ୍କ ଉଚିତ ଥଇଥାନ ପାଇଁ ଦାବି

ପାରଳାଖେମୁଣ୍ଡି, ୨୩ା୨(ସ୍ବ.ପ୍ର.):ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ହୋମ୍‌ଗାର୍ଡ ପଡିଆରେ ଶନିବାର ସାମର୍ଥ ଅନୁଷ୍ଠାନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ତିତ୍‌ଲି ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗମାନଙ୍କ ଉଚିତ ଥଇଥାନ ପାଇଁ ଦାବି କରାଯାଇଛି ା 

 ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଲୁଟ୍‌

ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଲୁଟ୍‌

ଚଣ୍ଡିଖୋଲ, ୨୩।୨(ଡି.ଏନ.ଏ): ଯାଜପୁର ଜିଲା ଚଣ୍ଡିଖୋଲ ନିକଟରୁ ଶନିବାର ଲକ୍ଷାଧିକ ଟଙ୍କାର ଲୁଟ୍‌ ହୋଇଛି।

  ବିଷ ପିଇ,୨ମୃତ

ବିଷ ପିଇ,୨ମୃତ

ବ୍ରହ୍ମପୁର ଅଫିସ,୨୩।୨:  ବ୍ର୍ରହ୍ମପୁର ବଡ ମେଡିକାଲରେ ବିଷ ପ୍ରକ୍ରିୟାରେ  ୨ଜଣଙ୍କ ମୃତ୍ୟୁ ହୋଇଛି। 

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ଆନନ୍ଦପୁର,୨୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା କୋଳିମାଟି ଗାଁର ବିଶ୍ୱକର୍ମାସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। 

ବନିପାଟ ଗ୍ରାମର ରଞ୍ଜନ ପରିଡ଼ା ହତ୍ୟା ମାମଲା: ୩ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୁଜଙ୍ଗ ଥାନା ଘେରାଉ

ବନିପାଟ ଗ୍ରାମର ରଞ୍ଜନ ପରିଡ଼ା ହତ୍ୟା ମାମଲା: ୩ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୁଜଙ୍ଗ ଥାନା ଘେରାଉ

କୁଜଙ୍ଗ,୨୩।୨(ସ୍ବ.ପ୍ର.): କୁଜଙ୍ଗ ଥାନା ଅନ୍ତର୍ଗତ ବନିପାଟ ଗ୍ରାମର ରଞ୍ଜନ ପରିଡ଼ାଙ୍କୁ ଗତ ଜାନୁୟାରୀ ୨ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ଜଣଙ୍କ ମଧ୍ୟରୁ  ଦେବାଶିଷ ରାଉତ ଓ ହିରଣ୍ୟ ରାଉତଙ୍କୁ ଗିରଫ କରାଯାଇଛି। ମାତ୍ର ଅନ୍ୟତମ ଅଭିଯୁକ୍ତ ପୁରସ୍ତମ ରାଉତ ଫେରାର ଅଛନ୍ତି।

ଭୋଗରାଇ ବ୍ଲକରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ପୋଲିସ ନାକେଦମ

ଭୋଗରାଇ ବ୍ଲକରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ପୋଲିସ ନାକେଦମ

ଭୋଗରାଇ,୨୩।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପରିସର ଶନିବାର ଉତ୍ତେଜନାପୂର୍ଣ୍ଣ ରହିଛି। ଉଭୟ କଂଗ୍ରେସ ଓ ବିଜେଡି ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଉଭୟ ଦଳର କର୍ମୀମାନେ ପରସ୍ପର ବିରୋଧୀ ସ୍ଲୋଗାନ ଦେବା ସହ ହୋହଲ୍ଲା କରୁଛନ୍ତି। 

ମାଲକାନଗିରିରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଗର୍ଭବତୀଙ୍କ ପରେ ଏବେ ଖଟିଆରେ ବୁହାହେଲେ ଗୁରୁତର ରୋଗୀ

ମାଲକାନଗିରିରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଗର୍ଭବତୀଙ୍କ ପରେ ଏବେ ଖଟିଆରେ ବୁହାହେଲେ ଗୁରୁତର ରୋଗୀ

ଚିତ୍ରକୋଣ୍ଡା,୨୩।୨(ଡି.ଏନ୍‌.ଏ.): ରାଜ୍ୟ ସରକାର ଗରିବ ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଲାଗି ବିଭିନ୍ନ ବ୍ୟବସ୍ଥା କରୁଛନ୍ତି। ଗର୍ଭବତୀ ମହିଳାଙ୍କ ପାଇଁ ୧୦୨ ଓ ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ମାତ୍ର ମାଲକାନଗିରି ଜିଲାରେ ଏଭଳି ସୁବିଧା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। 

 ଭଦ୍ରକ ଜିଲା ଚିକିତ୍ସାଳୟରେ ଖୋଲିଲା ସହାୟ ଯୋଜନା କେନ୍ଦ୍ର

ଭଦ୍ରକ ଜିଲା ଚିକିତ୍ସାଳୟରେ ଖୋଲିଲା ସହାୟ ଯୋଜନା କେନ୍ଦ୍ର

ଭଦ୍ରକ ଅଫିସ,୨୩।୨:  ଭଦ୍ରକ ଜିଲା ଚିକିତ୍ସାଳୟ ପରିସରରେ ଶନିବାର ସହାୟ ଯୋଜନା କେନ୍ଦ୍ରର ଶୁଭାରମ୍ଭ ହୋଇଛି।