ଜାତୀୟ |

ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବୃଦ୍ଧି

ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବୃଦ୍ଧି
ନୂଆଦିଲ୍ଲୀ, ୧୧।୯: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୩୦୦୦ ଟଙ୍କା ପାଉଥିବା ଆଶାକର୍ମୀଙ୍କ ଦରମା ବୃଦ୍ଧି ପାଇ ୪୫୦୦ରେ ପହଞ୍ଚିଥିବାବେଳେ ୨୨୦୦ ଟଙ୍କା ଦରମା ପାଉଥିବା କର୍ମୀ ଏଣିକି ୩୫୦୦ ପାଇବେ ବୋଲି ଘୋଷଣା କରାଯାଇଛି। ସେହିପରି ଅଙ୍ଗନଓ୍ବାଡି ସହାୟିକାମାନଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଇଛି। ମାସିକ ୧୫୦୦ଟଙ୍କା ପାଉଥିବା ସହାୟିକାମାନେ ଏଣିକି ୨୨୫୦ ପାଇବେ। ଏହାଛଡା ଆଶା କର୍ମୀଙ୍କ ଦରମା ମଧ୍ୟ ଦୁଇଗୁଣା ବୃଦ୍ଧି କରାଯାଇଛି।
All Right Reserved By

ଜାତୀୟ |

ଫେସବୁକ୍‌ ସାଙ୍ଗଙ୍କୁ ଭେଟିବାକୁ ଆମେରିକାରୁ ଅମୃତସର ପହଞ୍ଚିଲେ ମହିଳା

ଫେସବୁକ୍‌ ସାଙ୍ଗଙ୍କୁ ଭେଟିବାକୁ ଆମେରିକାରୁ ଅମୃତସର ପହଞ୍ଚିଲେ ମହିଳା

ଅମୃତସର, ୨୧।୯: ଫେସବୁକ ବନ୍ଧୁଙ୍କୁ ଭେଟିବାକୁ ସୁଦୂର ଆମେରିକାରୁ ଅମୃତସର ଚାଲି ଆସିଛନ୍ତି ଜଣେ ମହିଳା। ଏହି ମହିଳାଙ୍କ ନାମ ହ୍ବିଟନ୍‌ ହ୍ୟାରିସ୍‌। ସେ ଆମେରିକାରେ ଏକ ଜିମ୍‌ରେ ଟ୍ରେନର ଭାବେ କାମ କରନ୍ତି।

ଗର୍ଭବତୀଙ୍କୁ ଚିକିତ୍ସା ବଦଳରେ ଗୋଇଠା ମାରିଲେ ଡାକ୍ତର: ମାଆ, ଶିଶୁ ମୃତ

ଗର୍ଭବତୀଙ୍କୁ ଚିକିତ୍ସା ବଦଳରେ ଗୋଇଠା ମାରିଲେ ଡାକ୍ତର: ମାଆ, ଶିଶୁ ମୃତ

ଡେରାଡୁନ,୨୧।୯: ଉତ୍ତରାଖଣ୍ଡ ଡେରାଡୁନର ଜଣେ ମହିଳା ଗର୍ଭ ଯନ୍ତ୍ରଣା ହେବାରୁ ନିକଟସ୍ଥ ମହିଳା ହସ୍ପିଟାଲ ଆସିଥିଲେ। ହେଲେ ସେଠାରେ ତାଙ୍କୁ ୩ଦିନ ପର୍ଯ୍ୟନ୍ତ ବେଡ୍‌ ମିଳି ନ ଥିଲା।

ସ୍ବାମୀ ଜିନ୍ସ ନ ପିନ୍ଧିବାରୁ ଚତୁର୍ଥୀ ରାତିରେ ଶାଶୁଘର ଛାଡିଲେ ନବବଧୂ

ସ୍ବାମୀ ଜିନ୍ସ ନ ପିନ୍ଧିବାରୁ ଚତୁର୍ଥୀ ରାତିରେ ଶାଶୁଘର ଛାଡିଲେ ନବବଧୂ

ହରିୟାଣା,୨୧।୯: ଆଧୁନିକ ଯୁଗରେ ଯୁବତୀ ଜଣଙ୍କର ଆବଶ୍ୟକ ଥିଲା ଜଣେ ଜିନ୍ସ ପିନ୍ଧା ସ୍ବାମୀ। ହେଲେ ସେ ଯାହାଙ୍କୁ ବିବାହ କରିଥିଲେ ସେ ପିନ୍ଧିଥିଲେ ଧୋତି-ପଞ୍ଜାବି ଓ ମୁହଁରେ ଥିଲା ଦାଢି। 

ଅନ୍‌ଲାଇନ୍‌ ରହିବାକୁ ପସନ୍ଦ କରନ୍ତି ଭାରତୀୟ

ଅନ୍‌ଲାଇନ୍‌ ରହିବାକୁ ପସନ୍ଦ କରନ୍ତି ଭାରତୀୟ

ନୂଆଦିଲ୍ଲୀ,୨୧।୯: ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଭାରତୀୟମାନେ ସର୍ବଦା ଅନ୍‌ଲାଇନ୍‌ ରହିବାକୁ ପସନ୍ଦ କରନ୍ତି। 

୪୫ ଦିନରେ ମଲେଣି ୭୧ ଶିଶୁ

୪୫ ଦିନରେ ମଲେଣି ୭୧ ଶିଶୁ

ବାହରାଇଚ,୨୧।୯: ଉତ୍ତର ପ୍ରଦେଶର ବାହରାଇଚରେ ୪୫ ଦିନ ମଧ୍ୟରେ ଏକ ସରକାରୀ ହସ୍ପିଟାଲରେ ପାଖାପାଖି ୭୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଭିନ୍ନ ଭିନ୍ନ ରୋଗରେ ଶିଶୁମାନେ ଏଠାରେ ଭର୍ତ୍ତି ହୋଇଥିବା ବେଳେ ଏପର୍ଯ୍ୟନ୍ତ ୭୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡିକେ ସିଂ।

ଡରାଉଛି ଡିପ୍‌ଥେରିଆ

ଡରାଉଛି ଡିପ୍‌ଥେରିଆ

ନୂଆଦିଲ୍ଲୀ,୨୧।୯: ରାଜଧାନୀ ଦିଲ୍ଲୀରେ ଗତ ୨ ସପ୍ତାହ ମଧ୍ୟରେ ଡିପ୍‌ଥେରିଆରେ ପାଖାପାଖି ୧୧ ଜଣ ଶିଶୁ ମୃତ୍ୟୁ ମୁଖରେ ପଡିଥିବା ସୂଚନା ମିଳିଛି। ନଗର ନିଗମରେ ଥିବା ମହର୍ଷି ବାଲ୍ମିକୀ ସଂକ୍ରାମକ ରୋଗ ହସ୍ପିଟାଲରେ ଘଟିଛି ଏହି ଘଟଣା। 

ବିବାହର ପ୍ରତିଶ୍ରୁତି ଦେଇ ଏକ ବର୍ଷ ଧରି କଲେଜ ଛାତ୍ରୀଙ୍କୁ ବଳାତ୍କାର କରୁଥିଲେ ରାଜସ୍ବ ଅଧିକାରୀ

ବିବାହର ପ୍ରତିଶ୍ରୁତି ଦେଇ ଏକ ବର୍ଷ ଧରି କଲେଜ ଛାତ୍ରୀଙ୍କୁ ବଳାତ୍କାର କରୁଥିଲେ ରାଜସ୍ବ ଅଧିକାରୀ

ଇନ୍ଦୋର,୨୧।୯: ମଧ୍ୟପ୍ରଦେଶ ଇନ୍ଦୋରରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ରାଜସ୍ବ ଅଧିକାରୀ ବିବାହ ପ୍ରତିଶ୍ରୁତି ଦେଇ ଏକ ବର୍ଷ ଧରି ବଳାତ୍କାର କରୁଥିବା ଅଭିଯୋଗ ହୋଇଛି। 

ମଦନିଶାରେ ଚୁର୍‌ ଷ୍ଟେଶନ ମାଷ୍ଟରଙ୍କ ହଙ୍ଗାମା: ସିଗନାଲ୍‌ ନ ପାଇ ଅଟକି ରହିଲା ଅନେକ ଟ୍ରେନ୍‌, ଭିଡ଼ିଓ ଭାଇରାଲ

ମଦନିଶାରେ ଚୁର୍‌ ଷ୍ଟେଶନ ମାଷ୍ଟରଙ୍କ ହଙ୍ଗାମା: ସିଗନାଲ୍‌ ନ ପାଇ ଅଟକି ରହିଲା ଅନେକ ଟ୍ରେନ୍‌, ଭିଡ଼ିଓ ଭାଇରାଲ

ମୁଜଫରପୁର,୨୧।୯: ବିହାର ମୁଜଫରପୁର ଅନ୍ତର୍ଗତ ସମସ୍ତିପୁରର  ସିହୋ ଷ୍ଟେଶନରେ ଘଟିଛି ଏକ ଅଘଟଣ। ଏହି ଷ୍ଟେଶନର ଷ୍ଟେଶନ ମାଷ୍ଟର ରାକେଶ କୁମାର ମଦନିଶାରେ ଚୁର୍‌ ହୋଇ ଗୁରୁବାର ରାତିରେ ହଙ୍ଗାମା କରିଥିଲେ। ପରେ ସେ ବେହୋଶ୍‌ ହୋଇଯାଇଥିଲେ। 

ଇଣ୍ଡିଗୋ ଏୟାର ଲାଇନ୍ସ୍‌ ବସ୍‌ରେ ଅଗ୍ନିକାଣ୍ଡ

ଇଣ୍ଡିଗୋ ଏୟାର ଲାଇନ୍ସ୍‌ ବସ୍‌ରେ ଅଗ୍ନିକାଣ୍ଡ

ଚେନ୍ନାଇ,୨୧।୯: ଯାତ୍ରୀଙ୍କ ସୁରକ୍ଷା ପ୍ରତି ଘରୋଇ ବିମାନ କମ୍ପାନୀଗୁଡ଼ିକ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। 

ଅପହରଣ ପରେ ୩ ପୋଲିସ କର୍ମଚାରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଅପହରଣ ପରେ ୩ ପୋଲିସ କର୍ମଚାରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୨୧।୯: ଜମ୍ମୁ-କଶ୍ମୀର ଶୋପିଆନ୍‌ରୁ ୩ ସ୍ପେସାଲ ପୋଲିସ ଅଫିସର ଏବଂ ଜଣେ କନେଷ୍ଟବଳଙ୍କୁ ଆତଙ୍କବାଦୀମାନେ ଶୁକ୍ରବାର ଅପହରଣ କରି ନେଇଥିଲେ। ପରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ହତ୍ୟା କରି ଦକ୍ଷିଣ କଶ୍ମୀରରେ ପକାଇ ଦେଇଛନ୍ତି। 

ଦେଶରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ହୋଇଛନ୍ତି ଦାରିଦ୍ର୍ୟ ମୁକ୍ତ

ଦେଶରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ହୋଇଛନ୍ତି ଦାରିଦ୍ର୍ୟ ମୁକ୍ତ

ନୂଆଦିଲ୍ଲୀ/ଜେନେଭା,୨୧।୯: ଭାରତରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି। ୨୦୧୮ ଗ୍ଲୋବାଲ ମଲ୍ଟିଡାଇମେନ୍ସନାଲ୍‌ ପୋଭର୍ଟି ଇଣ୍ଡେକ୍ସ୍‌ରେ ଏସମ୍ପର୍କରେ ସୂଚିତ ହୋଇଛି। 

ଗିର୍‌ ଜଙ୍ଗଲରେ ୧୦ ଦିନରେ ୧୧ ସିଂହଙ୍କ ମୃତ୍ୟୁ

ଗିର୍‌ ଜଙ୍ଗଲରେ ୧୦ ଦିନରେ ୧୧ ସିଂହଙ୍କ ମୃତ୍ୟୁ

ଜୁନାଗଡ଼,୨୧।୯: ଗୁଜରାଟର ଗିର୍‌ ଜଙ୍ଗଲରେ  ୧୦ଦିନ ମଧ୍ୟରେ ୧୧ ସିଂହଙ୍କ ମୃତ୍ୟୁ ଘଟିଛି। ଏନେଇ ଶୁକ୍ରବାର ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନିଜ ନିଜ ମଧ୍ୟରେ ଲଢ଼େଇ କରି ୩ ସିଂହଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ମୃତ ସିଂହଙ୍କ ଠାରେ ଫୁସ୍‌ଫୁସ୍‌ ସଂକ୍ରମଣ ଦେଖିବାକୁ ମିଳିଛି।