ଅପରାଧ | ଅନଗୁଳ-ଢେଙ୍କାନାଳ

ଯୁବକଙ୍କୁ ମାଡମାରିବା ଘଟଣା : ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଧାରଣା ଦେଲେ ଗ୍ରାମବାସୀ

ଯୁବକଙ୍କୁ ମାଡମାରିବା ଘଟଣା : ମୁଖ୍ୟ  ଅଭିଯୁକ୍ତକୁ  ଗିରଫ  ଦାବିରେ ଧାରଣା ଦେଲେ ଗ୍ରାମବାସୀ
ଛେଣ୍ଡିପଦା,୧୧।୯(ସ୍ବ.ପ୍ର): ଛେଣ୍ଡିପଦା ବ୍ଲକ ବାହାଳସାହି ଗ୍ରାମପଞ୍ଚାୟତ ମୁଣ୍ଡାମାଳ ଗାଁର ଯୁବକ ଲିଲିପକୁ ଅମାନବୀୟ ଭାବେ ନିସ୍ତୁକ ମାଡ ମାରିଥିବା ଘରୋଇ ନର୍ସିଂହୋମ ମାଲିକ କଳାକର ସାହୁଙ୍କୁ ଗିରଫ କରିବା ଦାବିରେ ଗ୍ରାମବାସୀମାନେ ମଙ୍ଗଳବାର ଛେଣ୍ଡିପଦା ଥାନା ସମ୍ମୁୁଖରେ ଧାରଣାରେ  ବସିଛନ୍ତି। ସୂଚନାଯୋଗ୍ୟ ଏହି ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ କଳାକରଙ୍କ ସମେତ ତାଙ୍କ ସହଯୋଗୀମାନଙ୍କୁ ଗିରଫ ଦାବିରେ ମୁଣ୍ଡାମାଳ ଗ୍ରାମବାସୀ ଥାନା ଘେରାଓ କରିବା ସହ ଦୁଇଥର ଧାରଣା ଦେଇଥିଲେ। ଦ୍ବିତୀୟଥର ପ୍ରତିଶ୍ରୁତି ଦେବାର ୧୦ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ମୁଣ୍ଡାମାଳ ଗାଁର ଶତାଧିକ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଥାନା ସମ୍ମୁଖରେ ପୁଣି ଧାରଣାରେ ବସିଛନ୍ତି। ଦୀର୍ଘ ଦୁଇଘଣ୍ଟା ଧାରଣାରେ ବସିବା ପରେ ସ୍ଥାନୀୟ ଭାଜପା ନେତା ଅଗସ୍ତି ବେହେରା ଓ ଗ୍ରାମବାସୀ ଥାନା ଅଧିକାରୀଙ୍କୁ ଭେଟି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ।
All Right Reserved By

ଅପରାଧ | ଅନଗୁଳ-ଢେଙ୍କାନାଳ

ମାଛ ଫ୍ରାଏ ନ କରିବାରୁ ସ୍ତ୍ରୀଙ୍କୁ ଆକ୍ରମଣ ଘଟଣା: ସ୍ବାମୀଙ୍କୁ ଦଣ୍ଡାଦେଶ

ମାଛ ଫ୍ରାଏ ନ କରିବାରୁ ସ୍ତ୍ରୀଙ୍କୁ ଆକ୍ରମଣ ଘଟଣା: ସ୍ବାମୀଙ୍କୁ ଦଣ୍ଡାଦେଶ

ଛତ୍ରପୁର,୨୧।୧୧(ଡି.ଏନ୍‌.ଏ): ଗଞ୍ଜାମ ଥାନା କରପଡା ଗାଁର ଗୋବର୍ଦ୍ଧନ ଚୌଧୁରୀ ୨୦୧୩ ଡିସେମ୍ବର ୧୮ ତାରିଖ ରାତିରେ ସ୍ତ୍ରୀ ମାଛ ଫ୍ରାଏ ନ କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ମଙ୍ଗଳବାର ଛତ୍ରପୁର ଏସ୍‌ଡିଜେଏମ୍‌ ଜୟପ୍ରକାଶ ନାୟକ ଅଭିଯୁକ୍ତ ଗୋବର୍ଦ୍ଧନଙ୍କୁ ୪୯୮ କ’ ରେ ୧ ବର୍ଷ ଜେଲଦଣ୍ଡ, ୫ ହଜାର ଟଙ୍କା ଜରିମାନା ଏବଂ ଦଫା ୩୨୩ରେ ୬ ମାସ ଜେଲ୍‌ ଦଣ୍ଡାଦେଶ ହୋଇଛି।

ଜେଲରେ ଥାଇ କଏଦୀ କାଟିଲେ ଯୌନାଙ୍ଗ

ଜେଲରେ ଥାଇ କଏଦୀ କାଟିଲେ ଯୌନାଙ୍ଗ

କୋଚି, ୨୧।୧୧: କେରଳର କୋଚିରେ ଏକ ଅଭାବନୀୟ ଘଟଣା ଘଟିଛି। ଇଦୁକିର ପିରାମିଡ୍‌ ସବଜେଲରେ ଜଣେ କଏଦୀ ବ୍ଲେଡରେ ତାଙ୍କ ଯୌନାଙ୍ଗ କାଟିଦେଇଛନ୍ତି।

ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

କଟକରୋଡ଼,୨୧।୧୧(ଡି.ଏନ୍‌.ଏ.): ଭୁବନେଶ୍ୱର ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡ ପକ୍ଷରୁ ବୁଧବାର ନୟାପଲ୍ଲୀ ଥାନା ଅଧୀନ ସାଲିଆସାହି ମହାବୀର ନଗର ଓ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଚଢ଼ାଉ କରାଯାଇ ୨ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। 

ଗଣବଳାତ୍କାର ମାମଲା: ୩ ଗିରଫ

ଗଣବଳାତ୍କାର ମାମଲା: ୩ ଗିରଫ

ଛତ୍ରପୁର,୨୧।୧୧(ଡି.ଏନ୍‌.ଏ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଅକ୍ଟୋବର ୩୧ ତାରିଖରେ ଜନୈକା ନାବାଳିକାଙ୍କୁ ଗଣବଳାତ୍କାର କରିବା ସହ  ଦୁର୍ବୃତ୍ତ ମାନେ ଘରୁ ଟଙ୍କା, ସୁନା ଅଳଙ୍କାର ଚୋରି କରି ନେଇଥିଲେ । ଏହି ମାମଲାରେ ସମ୍ପୃକ୍ତ ୩ ଜଣଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି । 

ଅବକାରୀ ବିଭାଗର ମିଳିତ ଚଢ଼ାଉ:  ୪୦୦ ଲିଟର ମଦ ଜବତ

ଅବକାରୀ ବିଭାଗର ମିଳିତ ଚଢ଼ାଉ: ୪୦୦ ଲିଟର ମଦ ଜବତ

ପାଟଣା,୨୧।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ  ପାଟଣା ଥାନା  ସାହାରପଡ଼ା ବ୍ଲକ ଭାଳିଆଡ଼ିହି   ଗ୍ରାମରେ ବୁଧବାର ଅବକାରୀ ବିଭାଗ ତରଫରୁ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ୪୦୦ ଲିଟର ମହୁଲୀ ମଦ ଜବତ କରାଯାଇଥିବା ବେଳେ ୬୦୦୦ ଲିଟର ପୋଚ ନଷ୍ଟ କରାଯାଇଛି।

୩୦ ଲିଟର ମଦ ଜବତ

୩୦ ଲିଟର ମଦ ଜବତ

ଛେଣ୍ଡିପଦା,୨୦ା୧୧(ସ୍ବ.ପ୍ର.)- ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଜାମୁଣ୍ଡା ଗ୍ରାମ ରାସ୍ତାରେ ସେହି ଗ୍ରାମର ବିନୟ ବେହେରାଙ୍କଠାରୁ ପୋଲିସ ମଙ୍ଗଳବାର ୩୦ ଲିଟର ଦେଶୀମଦ ଜବତ କରିଛି। ଏଥିସହ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏ ନେଇ ନଂ. ୨୦୮/୧୮ରେ ଏକ ମାମଲା ରୁଜୁ ହୋଇଛି।


ମଦ ପିଇବାକୁ ଟଙ୍କା ମାଗି ବିଫଳ ହେବାରୁ ଆକ୍ରମଣ,  ଯୁବକ ଗିରଫ

ମଦ ପିଇବାକୁ ଟଙ୍କା ମାଗି ବିଫଳ ହେବାରୁ ଆକ୍ରମଣ, ଯୁବକ ଗିରଫ

ନୀଳଗିରି,୨୦ା୧୮(ଡି.ଏନ.ଏ)-ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ମାଟିଆଳି ଗାଁର ଶ୍ୟାମସୁନ୍ଦର ସିଂ ନାମକ ବ୍ୟକ୍ତି ସେହି ଗ୍ରାମର ଜଣେ ମହିଳାଙ୍କୁ ମଦ ପିଇବାକୁ ଟଙ୍କା ମାଗି ବିଫଳ ହେବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଜଣେ ଗିରଫ

ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଜଣେ ଗିରଫ

ରୂପ୍‌ସା, ୨୦।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏହି ଘଟଣାରେ ପୋଲିସ କାର୍ତ୍ତିକ ମହାନ୍ତି ନାମକ ଯୁବକଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛି। କାର୍ତ୍ତିକ ପଡ଼ୋଶୀ ରାଧାଗୋବିନ୍ଦ ଦାସଙ୍କ ଘରର ଆଜବେଷ୍ଟସ୍‌ ଭଙ୍ଗାରୁଜା କରିବା ସହ ଗାଳିଗୁଲଜ କରି ହତ୍ୟା ଧମକ ନେଇ ଏକ ମାମଲା (ନଂ. ୮୭/୧୮) ରୁଜୁ ହୋଇଥିଲା। ଅପରପକ୍ଷରେ କାର୍ତ୍ତିକଙ୍କ ପନତ୍ୀ ଶାନ୍ତିଲତାଙ୍କୁ ରାଧାଗୋବିନ୍ଦ ଅସଦାଚରଣ କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। 

କଟକ ପୋଲିସର ଚଢ଼ାଉ: ୭ ଚୋରା ବାଇକ୍‌ ଉଦ୍ଧାର

କଟକ ପୋଲିସର ଚଢ଼ାଉ: ୭ ଚୋରା ବାଇକ୍‌ ଉଦ୍ଧାର

ବାଲୁଗଁ।,୨୦।୧୧(ଡି.ଏନ.ଏ.)- ଏକ ଚୋରା ବାଇକ୍‌ ଗ୍ୟାଙ୍ଗକୁ ଠାବ କରିବାରେ କଟକ ପୋଲିସ ସଫଳ ହୋଇଛି। ଅଭିଯୁକ୍ତଙ୍କ ବୟାନକ୍ରମେ ବାଲୁଗଁା ଓ ବାଣପୁରର ବିଭିନ୍ନ ସ୍ଥାନରୁ ୭ଗୋଟି ଚୋରା ବାଇକ୍‌ ଉଦ୍ଧାର କରାଯାଇଛି ।

ଚାକିରୀ ପ୍ରଲୋଭନ ଦେଖାଇ ବଳାତ୍କାର: ଅଭିଯୁକ୍ତ ଗିରଫ

ଚାକିରୀ ପ୍ରଲୋଭନ ଦେଖାଇ ବଳାତ୍କାର: ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି, ୨୦।୧୧ (ଡି.ଏନ.ଏ.)- ଜଣେ  ୨୩ ବର୍ଷ ଯୁବତୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଚାକିରୀ କରାଇଦେବା ଏବଂ ରୋଜଗାର ବୃଦ୍ଧିର ଲୋଭ ଦେଖାଇ ବାରମ୍ବାର ବଳାତ୍କାର କରାଯାଇଥିବା ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ହୋଇଛିା 

ମୋବାଇଲ ଦୋକାନରୁ ଚୋରି ଘଟଣା: ୮  କୋର୍ଟ ଚାଲାଣ

ମୋବାଇଲ ଦୋକାନରୁ ଚୋରି ଘଟଣା: ୮ କୋର୍ଟ ଚାଲାଣ

ଠାକୁରମୁଣ୍ଡା:୨୦।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବଜାରରେ ଥିବା ମୋବାଇଲ ଦେକାନରୁ ଗତ ଅକ୍ଟୋବର ମାସ ୨୮ ତାରିଖ ବିଳମ୍ବିତ ରାତିରେ ଦୋକାନ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ସହ ନଗଦ ଟଙ୍କା ଚୋରି ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ୮ ଜଣଙ୍କୁ ଠାକୁରମୁଣ୍ଡା ଥାନା ପୋଲିସ  ମଙ୍ଗଳବାର କୋର୍ଟ ଚାଲାଣ କରିଛି।

ବେଆଇନ କାଠ ଚାଲାଣ: ଲକ୍ଷାଧିକ ଟଙ୍କାର କାଠ ଜବତ

ବେଆଇନ କାଠ ଚାଲାଣ: ଲକ୍ଷାଧିକ ଟଙ୍କାର କାଠ ଜବତ

ଭଣ୍ଡାରିପୋଖରୀ,୨୦।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ରେଞ୍ଜ ଅଧୀନ ବନ୍ତ ବ୍ଲକର ପ୍ରଧାନପଡ଼ା ରାସ୍ତାରୁ ବେଆଇନ ଚାଲାଣ କାଠଗଣ୍ଡି ମିନିଟ୍ରକକୁ ବନ ବିଭାଗ ପକ୍ଷରୁ ସୋମବାର ରାତିରେ ଜବତ କରାଯାଇଛି।