ବ୍ରହ୍ମପୁର

ଭାଜପା ମଣ୍ଡଳ ସଭାପତିଙ୍କ ବିଜେଡିରେ ଯୋଗଦାନ

ଭାଜପା ମଣ୍ଡଳ ସଭାପତିଙ୍କ ବିଜେଡିରେ ଯୋଗଦାନ
ଦିଗପହଣ୍ଡି, ୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଭୀଷ୍ମଗିରି ଭାଜପା ମଣ୍ଡଳ ସଭାପତି ତଥା ଆଇନଜୀବୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ପାଣିଗ୍ରାହୀ ଦିଗପହଣ୍ଡି ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ  ସାକ୍ଷାତକରି ତାଙ୍କ ବହୁ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ବିଜେଡି ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭୀଷ୍ମଗିରି  ଅଞ୍ଚଳର ଯୁବ ସଂଗଠକ ପ୍ରଶାନ୍ତଙ୍କ ସମେତ ଭାଜପା ଓ କଂଗ୍ରେସର ବହୁ କର୍ମୀ ବିଜେଡିରେ  ଯୋଗଦାନ କରିଛନ୍ତି। 
All Right Reserved By

ବ୍ରହ୍ମପୁର

ବ୍ୟବସାୟୀଙ୍କୁ ଆକ୍ରମଣ ଲୁଟିନେଲେ ୨ଲକ୍ଷ ଟଙ୍କା, ବାଇକ

ବ୍ୟବସାୟୀଙ୍କୁ ଆକ୍ରମଣ ଲୁଟିନେଲେ ୨ଲକ୍ଷ ଟଙ୍କା, ବାଇକ

ପୁରୁଷୋତ୍ତମପୁର,୨୬।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କଲେଜଛକ-କମାସାହି ରାସ୍ତାରେ ଜଣେ ବ୍ୟବସାୟୀଙ୍କୁ ଗୁରୁବାର ରାତିରେ ଲୁଟେରାମାନେ ଆକ୍ରମଣ କରି ୨ଲକ୍ଷ ଟଙ୍କା ଓ ବାଇକ ଲୁଟି ନେଇଛନ୍ତି। ଲୁଟ୍‌ର ଶୀକାର ହୋଇଛନ୍ତି ଶଙ୍କର ଟ୍ରେଡର୍ସର ମାଲିକ ଅରୂପ କୁମାର ମହାନ୍ତି। ଆକ୍ରମଣରେ ଗୁରୁତର ଅରୂପଙ୍କୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଧରିତ୍ରୀ ପ୍ରଭାବ:  ବନ୍ଦ ଥିବା ରାସ୍ତା କାମ ଆରମ୍ଭ ହେଲା

ଧରିତ୍ରୀ ପ୍ରଭାବ: ବନ୍ଦ ଥିବା ରାସ୍ତା କାମ ଆରମ୍ଭ ହେଲା

ଗଞ୍ଜାମ,୨୫ା୪(ଡି.ଏନ.ଏ.)- ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାଡ ନଂ.୩ ଦୁର୍ଗାଦେବୀ ସାହି ଛକଠାରୁ ଭାରତୀ ବିଦ୍ୟାପୀଠ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ବିଳମ୍ବ ନେଇ ଗତ ୨୧ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶ ପରେ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ପୂର୍ତ୍ତବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରାସ୍ତା ନିର୍ମାଣ କାମ ବୁଧବାର ଠାରୁ ଆରମ୍ଭ ହୋଇଛି। ସହରର ମୁଖ୍ୟ ରାସ୍ତା ଏବଂ ଷ୍ଟେଟବ୍ୟାଙ୍କ ଥିବା ହେତୁ ଦୈନନ୍ଦିନ ଶହ ଶହ ଲୋକ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହି ରାସ୍ତା ଉନ୍ନତିକରଣ ନେଇ ୫୬ ଲକ୍ଷ ୩ ହଜାର ୩୫୬ ଟଙ୍କା ବ୍ୟୟ ଅଟକଳ ହୋଇଛି। ଜୁଲାଇ ୧୯ରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଧାରଣ ହୋଇଥିଲା। 

ଆକ୍ରମଣ ମାମଲା, ବାପ-ପୁଅଙ୍କୁ କୋର୍ଟଚାଲାଣ

ଆକ୍ରମଣ ମାମଲା, ବାପ-ପୁଅଙ୍କୁ କୋର୍ଟଚାଲାଣ

ଦିଗପହଣ୍ଡି,୨୫।୪(ଡି.ଏନ.ଏ.)- ଦିଗପହଣ୍ଡି ପୋଲିସ ଚାଞ୍ଚଡ଼ାପଲ୍ଲୀ ଗ୍ରାମର କେଶବ ବିଶୋୟୀ ଓ ତାଙ୍କ ପୁଅ ବିଦ୍ୟାଧରଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛି। ପୈତୃକ ସମ୍ପତ୍ତି ଭାଗବଣ୍ଟନକୁ କେନ୍ଦ୍ରକରି ବୁଧବାର ରାତି ପ୍ରାୟ ସାଢ଼େ ୭ଟାରେ କେଶବଙ୍କ ୨ପୁଅ ବିଦ୍ୟାଧର ଓ ପ୍ରଭାତଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ରେଣ୍ଟିରେ ସାନି ମତଦାନ: ମହିଳାଙ୍କ ଭୋଟଦାନ ଅଧିକ

ରେଣ୍ଟିରେ ସାନି ମତଦାନ: ମହିଳାଙ୍କ ଭୋଟଦାନ ଅଧିକ

ଭଞ୍ଜନଗର/ସୋରଡା,୨୫।୪(ଡି.ଏନ.ଏ.)- ସୋରଡ଼ା ନିର୍ବାଚନମଣ୍ଡଳୀ ରେଣ୍ଟିର ୧୮୨ନଂ. ବୁଥରେ ଗୁରୁବାର ସାନି ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା।

ମୁକୁଳାପଡ଼ିଛି ଟ୍ରାନ୍ସଫର୍ମର, ଲୋକେ ଭୟଭୀତ

ମୁକୁଳାପଡ଼ିଛି ଟ୍ରାନ୍ସଫର୍ମର, ଲୋକେ ଭୟଭୀତ

ଗଞ୍ଜାମ,୨୫ା୪(ଡି.ଏନ୍‌.ଏ.): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ୪ ନଂ ଓ୍ବାର୍ଡର ରାଉଳସାହି ନିକଟସ୍ଥ ୟୁଏଇ ହଲ୍‌ ସମ୍ମୁଖରେ ଥିବା ଟ୍ରାନ୍ସଫର୍ମରଟି ଦୀର୍ଘବର୍ଷ ଧରି  ମୁକୁଳାପଡ଼ିଛି। ଏହାର ଚତୁଃପାର୍ଶ୍ୱରେ ସୁରକ୍ଷାବାଡ଼ା ନ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଯାତାୟାତ କରୁଛନ୍ତି।

ଆସିକା ଲୋକ ସଭା ନିର୍ବାଚନମଣ୍ଡଳୀ : ପ୍ରଥମକରି ଦୁଇ ମହିଳା ପ୍ରାର୍ଥୀଙ୍କ ଲଢ଼େଇ ତୀବ୍ର

ବ୍ରହ୍ମପୁର ଅଫିସ,୨୫ା୪-ଗଞ୍ଜାମ ଜିଲାର ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ପ୍ରଥମ କରି ଦୁଇ ମହିଳା ଭାଜପାରୁ ଅନିତା ଶୁଭଦର୍ଶିନୀ ଏବଂ ବିଜେଡରୁ ପ୍ରମିଳା ବିଷୋୟୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି। 

ରେଣ୍ଟିର ୧୮୨ନଂ. ବୁଥ୍‌ରେ ସାନି ମତଦାନ ଆଜି : ଭିଡିଓଗ୍ରାଫି, ୱେବ୍‌କାଷ୍ଟିଂ ବ୍ୟବସ୍ଥା ଅନୁଧ୍ୟାନ କଲେ ଜିଲାପାଳ

ରେଣ୍ଟିର ୧୮୨ନଂ. ବୁଥ୍‌ରେ ସାନି ମତଦାନ ଆଜି : ଭିଡିଓଗ୍ରାଫି, ୱେବ୍‌କାଷ୍ଟିଂ ବ୍ୟବସ୍ଥା ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର/ସୋରଡ଼ା, ୨୫ା୪(ଡି.ଏନ.ଏ)-ଗଞ୍ଜାମ ଜିଲା ସୋରଡା ବ୍ଲକ ୧୮୨ନଂ. ରେଣ୍ଟି ବୁଥ୍‌ରେ ଗୁରୁବାର ସାନି ମତଦାନ ହେବ ା ଏଥିପାଇଁ  ଜିଲା ପ୍ରଶାସନ ଓ ଗଞ୍ଜାମ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି |

ମରଣ ଫାଶରୁ ମୁକୁଳୁଛି ଗଞ୍ଜାମ ଜିଲା

ମରଣ ଫାଶରୁ ମୁକୁଳୁଛି ଗଞ୍ଜାମ ଜିଲା

ବ୍ରହ୍ମପୁର ଅଫିସ୍‌,୨୫ା୪-ଏକଦା ମ୍ୟାଲେରିଆ ପ୍ରବଣ ଜିଲା ଭାବେ ଦୁର୍ନାମ ମୁଣ୍ଡାଇଥିବା ଗଞ୍ଜାମ ଜିଲାରେ ଏବେ ସ୍ଥିତି ସୁଧୁରିବାରେ ଲାଗିଛି। ବର୍ଷକୁ ବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । 

ଭଞ୍ଜନଗର ଆହାର କେନ୍ଦ୍ରରେ ଅଗ୍ନିକାଣ୍ଡ

ଭଞ୍ଜନଗର ଆହାର କେନ୍ଦ୍ରରେ ଅଗ୍ନିକାଣ୍ଡ

ଭଞ୍ଜନଗର,୨୫।୪(ଡି.ଏନ.ଏ.)-ଭଞ୍ଜନଗର ଆହାର କେନ୍ଦ୍ରରେ ବୁଧବାର ସକାଳେ ରୋଷେଇ ଚାଲିଥିବା ବେଳେ ସିଲିଣ୍ଡରରୁ କୌଣସି ପ୍ରକାରେ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା।

ବରଯାତ୍ରୀଙ୍କୁ ପଥରମାଡ଼, ୧୦ରୁ ଊର୍ଦ୍ଧ୍ୱ ଆହତ

ବରଯାତ୍ରୀଙ୍କୁ ପଥରମାଡ଼, ୧୦ରୁ ଊର୍ଦ୍ଧ୍ୱ ଆହତ

ସୋରଡ଼ା,୨୪।୪(ଡି.ଏନ୍‌.ଏ)- ସୋରଡ଼ା ବ୍ଳକ ସରାବାଡ଼ି ପଞ୍ଚାୟତ ସନ୍ଧିଗୁଣ୍ଡୁରିବାଡି  ଗ୍ରାମରେ ବୁଧବାର ରାତିରେ ବର ଶୋଭାଯାତ୍ରା ଯାଉଥିବା ବେଳେ ପଥରମାଡ଼ ହୋଇଛି। ଏଥିରେ ବର ସମେତ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ଅନ୍ୟ ଆହତମାନେ ସୋରଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ତାପମାତ୍ରା ୪୦ ଡିଗ୍ରୀ, ଖୋଲିନି ଜଳଛତ୍ର

ଭଞ୍ଜନଗର,୨୪।୪(ଡି.ଏନ.ଏ.)-ଭଞ୍ଜନଗର ଅଞ୍ଚଳରେ ବୁଧବାର ତାପମାତ୍ରା ୪୦ ଡ଼ିଗ୍ରୀ ଥିଲା । ଏଥିସହ ଝାଞ୍ଜି ପବନ ବହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ଭଞ୍ଜନଗର ଅଞ୍ଚଳର ପ୍ରମୁଖ ରାସ୍ତା ଗୁଡ଼ିକ ଜନଶୂନ୍ୟ ହୋଇ ପଡ଼ିଥିଲା। ଅନ୍ୟପକ୍ଷରେ ପୂର୍ବାହ୍ନ ୧୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ବାହାରେ କାମ କରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲେ ମଧ୍ୟ କେତକ ସ୍ଥାନରେ ଶ୍ରମିକମାନେ କାମ କରୁଥିବା ଲକ୍ଷ୍ୟ କରାଯାଇଛି। ଆଗକୁ ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ଆହୁରି ବଢ଼ିବା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତାପମାତ୍ରା ବୃଦ୍ଧି ଯୋଗୁ ଭଞ୍ଜନଗର, ବେଲଗୁଣ୍ଠା ବ୍ଲକର ଅଧିକାଂଶ ନଦୀନାଳ ଶୁଖିଲା ପଡ଼ିଗଲାଣି । କୂଅ, ନଳକୂପର ଜଳସ୍ତର ବହୁତ ତଳକୁ ଚାଲିଗଲାଣି । ମେ ମାସରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବା ସମ୍ଭାବନା ରହିଛି । ଏହାର ମୁକାବିଲା ପାଇଁ ୨ଟି ଯାକ ବ୍ଲକ ପ୍ରଶାସନ ପକ୍ଷରୁ ସେଭଳି  କୌଣସି ପଦକ୍ଷେପ ନିଆଯାଇନାହିଁ। ଅଚଳ ଷ୍ଟାଣ୍ଡପୋଷ୍ଟ  ଓ ନଳକୂଅଗୁଡ଼ିକୁ ମରାମତି କରାଯାଉନାହିଁ । ଅଧିକାଂଶ ଅଞ୍ଚଳରେ ଜଳଛତ୍ର ମଧ୍ୟ ଖୋଲାଯାଇନାହିଁ ।

ମଣ୍ଡି ଖୋଲିବାର ମାସେ ପୂରିଲା: କିଣାଯାଉନି ହଳଦୀ, ଚାଷୀ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୪।୪(ଡି.ଏନ.ଏ)- କନ୍ଧମାଳ ହଳଦୀର ଚାହିଦା ବିଶ୍ୱସ୍ତରରେ ରହିଛି। ବ୍ୟବସାୟୀ ଏବଂ ଦଲାଲଙ୍କ କବଳରୁ ହଳଦୀ ଚାଷୀଙ୍କୁ ମୁକ୍ତ ରଖିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ିଠାରେ ମାର୍ଚ୍ଚ ୧୯ରେ ଏକ ମଣ୍ଡି ଖୋଲାଯାଇଥିଲା।  ପ୍ରତି ମଙ୍ଗଳବାର ଧାର୍ଯ୍ୟ ଦିନ ପ୍ରକାରେ ହଳଦୀ କିଣାଯାଉଥିଲା । ଉଦ୍‌ଘାଟନୀ ତଥା ପ୍ରଥମ ମଙ୍ଗଳବାର ୨୫ କୁଇଣ୍ଟାଲ ହଳଦୀ କିଣାଯାଇଥିଲା। ହେଲେ ଗତ କିଛି ସପ୍ତାହ ହେଲା ଚାଷୀମାନେ ମଣ୍ଡିକୁ ହଳଦୀ ନେଇ ଆସୁଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ତାହା କିଣା ଯାଉନ ଥିବା ବେଳେ ଗତ ମଙ୍ଗଳବାର କିଣା ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି।ଫଳରେ ଚାଷୀମାନେ ହଇରାଣ ହେବା ସହ ବାରଦ୍ୱାର ବୁଲି ପୁଣି ଶସ୍ତାରେ ହଳଦୀ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି। ହେଲେ ମଣ୍ଡିରେ କିଣା ବନ୍ଦ ଯୋଗୁ ଚାଷୀ ପୁଣି ବ୍ୟବସାୟୀ ଏବଂ ଦଲାଲ୍‌ଙ୍କୁ ଶସ୍ତାରେ ହଳଦୀ ଦେଉଥିବା ଅଭିଯୋଗ ହେଉଛି ା ହଳଦୀ ବଜାରରେ କେଜି ପ୍ରତି ଦର ୫୦ରୁ ୫୪ଟଙ୍କା ରହିଥିବା ବେଳେ ସରକାର ୬୦ ଟଙ୍କା ଦର ଧାର୍ଯ୍ୟ କରିଥିବା ଟିକାବାଲି ନିୟନ୍ତ୍ରିତ ବଜାର କମିଟି (ରାଇକିଆ) ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା କହଛନ୍ତି।  


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri