ରାଜ୍ୟ | ରାୟଗଡା

ଜୟପୁର ପୋଲିସ ହାତରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ କଣା

ଜୟପୁର ପୋଲିସ ହାତରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ କଣା
ଜୟପୁର,୧୧ା୯(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ଟାଉନ୍‌ ଥାନା ପୋଲିସ ଏବଂ ଦୁର୍ବୃତ୍ତଙ୍କ ମଧ୍ୟରେ ମଙ୍ଗଳବାର ସକାଳ ୪.୪୫ ମିନିଟ ସମୟରେ ସ୍ଥାନୀୟ ବାଇପାସ୍‌ ରୋଡ୍‌ ପୁରଣାଗଡ ଛକ ନିକଟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଉଭୟ ପକ୍ଷର କୌଣସି କ୍ଷତି ହୋଇ ନ ଥିବା ବେଳେ ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଧରିବାରେ ସଫଳ ହୋଇଛି। ସେ ହେଲେ ଜିତୁ କଣା ଓରଫ ଶଙ୍କର ପାଣିଗ୍ରାହୀ(୨୫)। ପୋଲିସ ତାଙ୍କ ନିକଟରୁ ଏକ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ଓ ଦୁଇଟି ଖୋକା ଜବତ କରିଛି। 

ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ପୁରୁଣାଗଡ଼ ଛକ ନିକଟରେ କିଛି ଦୁର୍ବୃତ୍ତ ଥିବା ନେଇ ଟାଉନ ଥାନା ପୋଲିସକୁ ଖବର ମିଳିଥିଲା। ପୋଲିସ ସେଠାରେ ଚଢ଼ାଉ କରିବା ସମୟରେ ଦୁଇଜଣ ଦୁର୍ବୃତ୍ତ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳିଚାଳନା କରିଥିଲେ। ଗୋଟିଏ ଗୁଳି ପୋଲିସ ଭ୍ୟାନର ବାମ ପାଖ କବାଟରେ ବାଜିଥିଲା। ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯିବା ପରେ ଦୁର୍ବୃତ୍ତମାନେ ସେଠାରୁ ଦୌଡ଼ି ପଳାଇ ଯିବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଅନ୍ୟଜଣଙ୍କ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ।

ଗିରଫ ଅଭିଯୁକ୍ତ ଜିତୁ ଏବଂ ଅନ୍ୟ ଦୁଇଜଣ ଦୁର୍ବୃତ୍ତ ଗତ ୧୮ ତାରିଖରେ ସ୍ଥାନୀୟ ଗୋପବନ୍ଧୁ ନଗର ଅଞ୍ଚଳରୁ ପୋଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିବା ସହିତ ଫେରାର ହୋଇଯାଇଥିଲେ। ଅଭିଯୁକ୍ତ ଜିତୁଙ୍କ ନାମରେ ଟାଉନଥାନାରେ ୧୦ରୁ ଅଧିକ ଚୋରି, ଲୁଟ ଏବଂ ଡକାୟତି ଆଦି ମାମଲା ରହିଛି। 

All Right Reserved By

ରାଜ୍ୟ | ରାୟଗଡା

ଶୃଙ୍ଖଳିତ ଜୀବନଶୈଳୀ ରୋକିବ ମଧୁମେହ

ଶୃଙ୍ଖଳିତ ଜୀବନଶୈଳୀ ରୋକିବ ମଧୁମେହ

ଢେଙ୍କାନାଳ ଅଫିସ, ୧୪ା୧୧-ସାରା ବିଶ୍ୱରେ ମଧୁମେହ ମହାମାରୀ ରୂପ ନେଲାଣି। ଏହି ରୋଗରେ ପୀଡ଼ିତଙ୍କ ସଂଖ୍ୟା ୪୨୫ ମିଲିୟନରେ ପହଞ୍ଚତ୍ଥିବାବେଳେ କେବଳ ଭାରତରେ ରୋଗୀ ସଂଖ୍ୟା ୬୩ ମିଲିୟନ।

ଅପରାଜିତା ଷଡଙ୍ଗୀଙ୍କ ସ୍ବେଚ୍ଛାକୃତ ଅବସରକୁ ସରକାର ଦେଲେ ମଞ୍ଚୁରୀ

ଅପରାଜିତା ଷଡଙ୍ଗୀଙ୍କ ସ୍ବେଚ୍ଛାକୃତ ଅବସରକୁ ସରକାର ଦେଲେ ମଞ୍ଚୁରୀ

ଭୁବନେଶ୍ୱର, ୧୪।୧୧: ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡଙ୍ଗୀ ସ୍ବେଚ୍ଛାକୃତ ଅବସରକୁ ବୁଧବାର ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ପ୍ରଶାସନ ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କୁ ଚିଠି ଦ୍ୱାରା ସୁପାରିଶ କରାଯାଇଛି। 

ବ୍ରହ୍ମ ବିଭ୍ରାଟ ଘଟଣାରେ ୧୧ ଜଣଙ୍କୁ ନୋଟିସ ପ୍ରସଙ୍ଗ: ମୁହଁ ଖୋଲିଲେ ବିଶ୍ୱକର୍ମା

ବ୍ରହ୍ମ ବିଭ୍ରାଟ ଘଟଣାରେ ୧୧ ଜଣଙ୍କୁ ନୋଟିସ ପ୍ରସଙ୍ଗ: ମୁହଁ ଖୋଲିଲେ ବିଶ୍ୱକର୍ମା

ପୁରୀ ଅଫିସ,୧୪।୧୧: ୨୦୧୫  ନବକଳେବର ବ୍ରହ୍ମ ସଂସ୍ଥାପନରେ ହୋଇଥିବା ବିଭ୍ରାଟ ଘଟଣାର ୩ ବର୍ଷ ପରେ ଶ୍ରୀମନ୍ଦିର ପ୍ରଶାସନ ଜଣେ ମହାରଣା ସେବକଙ୍କ ସହ ସମୁଦାୟ ୧୧  ସେବାୟତଙ୍କୁ ନୋଟିସ ଜାରି କରିଛି। ଏହି ନୋଟିସ ଜାରି ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସୁଭଦ୍ରାଙ୍କ ମୁଖ୍ୟ ମହାରଣା ସେବକ କୃଷ୍ଣଚନ୍ଦ୍ର ମହାରଣା। 

ଓକିଲ ଆନ୍ଦୋଳନ ପ୍ରତ୍ୟାହୃତ: ଗୁରୁବାରରୁ କାର୍ଯ୍ୟରେ ଯୋଗଦାନ

ଓକିଲ ଆନ୍ଦୋଳନ ପ୍ରତ୍ୟାହୃତ: ଗୁରୁବାରରୁ କାର୍ଯ୍ୟରେ ଯୋଗଦାନ

କଟକ ଅଫିସ, ୧୪।୧୧: ହାଇକୋର୍ଟ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ମାରିବା ଘଟଣାରେ ୪ ପୋଲିସ କର୍ମଚାରୀ ବୁଧବାର ହାଇକୋର୍ଟରେ ହାଜର ହୋଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି।

ଋଣ ଭାର ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା

ଋଣ ଭାର ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୧୪।୧୧: ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ମାଛମରା ବଡ଼ସାହି ଗ୍ରାମର ଜଣେ ଚାଷୀ ଋଣଭାର ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ କେ.ଶ୍ରୀନୁ ରାଓ (୪୫)। 

ବିଦ୍ୟୁତ୍‌ ଆଘାତରେ ଦନ୍ତା ମୃତ

ବିଦ୍ୟୁତ୍‌ ଆଘାତରେ ଦନ୍ତା ମୃତ

ବଇଣ୍ଡା, ୧୪।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଏବଂ ଅନୁଗୋଳ ଜିଲାରେ ବିଦ୍ୟୁତ୍‌ ତାର ହାତୀ ପାଇଁ କାଳ ସାଜିଛି। କମଳାଙ୍କ ହାତୀ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଶିକାରୀଙ୍କ ବିଦ୍ୟୁତ୍‌ ତାରରେ ଛନ୍ଦିହୋଇ ଏକ ଦନ୍ତାହାତୀ ପ୍ରାଣ ହରାଇଛି।

ଭିଜିଲାନ୍ସ ଜାଲରେ ଭଞ୍ଜନଗର ବିଇଓ ଅଫିସ ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ ଭଞ୍ଜନଗର ବିଇଓ ଅଫିସ ମୁଖ୍ୟ କିରାଣୀ

ଭଞ୍ଜନଗର,୧୪।୧୧(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ଭଞ୍ଜନଗର ବିଇଓ ଅଫିସ ମୁଖ୍ୟ କିରାଣୀ ପ୍ରିୟଦର୍ଶୀ ଦାଶ। ଶିକ୍ଷକମାନଙ୍କ ଏରିୟର ଟଙ୍କା ପାସ୍‌ କରିବା ପାଇଁ ୨ ଜଣ ଶିକ୍ଷକଙ୍କଠାରୁ ବୁଧବାର ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତିି।

ପୋଲିସ ଆଇନଜୀବୀ ବିବାଦ ଘଟଣା: ମୁଣ୍ଡ ନୂଆଁଇଲା ପୋଲିସ

ପୋଲିସ ଆଇନଜୀବୀ ବିବାଦ ଘଟଣା: ମୁଣ୍ଡ ନୂଆଁଇଲା ପୋଲିସ

କଟକ ଅଫିସ, ୧୪।୧୧: ଅଗଷ୍ଟ ୨୯ରୁ ଚାଲିଥିବା  ଆଇନଜୀବୀ ଆନ୍ଦୋଳନ ସମାଧାନ ପାଇଁ ବୁଧବାର ବାଟ ଫିଟିଛି। ହାଇକୋର୍ଟରେ ୩ ପୋଲିସ ଅଧିକାରୀ ନିସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହାବିଲଦାର ଓ ଦୁଇଜଣ କନଷ୍ଟେବଳ ଥିବା ଜଣାପଡ଼ିଛି।

ନଗଡ଼ିଆ ପଲି ଛକ  ନିକଟରୁ ଲୁଟ୍‌ ଘଟଣା: ୩ ଅଟକ, ଟଙ୍କା ଭର୍ତ୍ତି ବସ୍ତା ଜବତ

ନଗଡ଼ିଆ ପଲି ଛକ ନିକଟରୁ ଲୁଟ୍‌ ଘଟଣା: ୩ ଅଟକ, ଟଙ୍କା ଭର୍ତ୍ତି ବସ୍ତା ଜବତ

ବେଗୁନିଆ,୧୪।୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଧୀନ ନଗଡ଼ିଆ ପଲି ଛକ  ନିକଟରେ ଗତ ୮ ତାରିଖରେ ଏଲ୍‌ ଆଣ୍ଡ୍‌ ଟି ଏଜେଣ୍ଟଙ୍କଠାରୁ ୬୧ ଲକ୍ଷ ୭୨ ହଜାର  ୨୪୭ ଟଙ୍କା ଲୁଟ୍‌ ହୋଇଥିଲା।

ଭିଜିଲାନ୍ସ ଜାଲରେ ଜୁନିୟର ଏମ୍‌ଭିଆଇ

ଭିଜିଲାନ୍ସ ଜାଲରେ ଜୁନିୟର ଏମ୍‌ଭିଆଇ

ଭଦ୍ରକ ଅଫିସ,୧୪।୧୧: ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଜୁନିୟର ଏମ୍‌ଭିଆଇ ଶଙ୍କର ନାରାୟଣ ଚୌଧୁରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ବାସୁଦେବପୁର/ପଦ୍ମପୁର,୧୪।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା କୁଆମରାଠାରେ ବୁଧବାର ସକାଳେ ଧାମରାରୁ ବାସୁଦେବପୁର ଅଭିମୁଖେ ଆସୁଥିବା ଜୁଗୁନୁ ନାମକ ଯାତ୍ରୀବାହୀ ବସ୍‌କୁ ଏକ ଟ୍ରକ ଧକ୍କା ଦେଇଛି।

ଚଢାଉ ବେଳେ ଗୁଳି ଫୁଟାଇ ଖସିଗଲେ ୨ ଡକାୟତ, ଜଣେ ଗିରଫ

ଚଢାଉ ବେଳେ ଗୁଳି ଫୁଟାଇ ଖସିଗଲେ ୨ ଡକାୟତ, ଜଣେ ଗିରଫ

ବାସୁଦେବପୁର,୧୪।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଆର୍ତ୍ତୁ ଗ୍ରାମରେ ଥିବା ଏକ ଭଡ଼ାଘରେ ୩ ଜଣ ଡକାୟତ ରହି ଲୁଟ ପାଇଁ ଯୋଜନା କରୁଥିବାବେଳେ ପୋଲିସ ସୂଚନା ପାଇ ମଙ୍ଗଳବାର ଚଢ଼ାଉ କରିଥିଲା। ଏହା ଜାଣିପାରି ଡକାୟତମାନେ ହଠାତ ଗୁଳି ଫୁଟାଇ ପୋଲିସକୁ ଭୟଭୀତ କରି ଫେରାର ହେବାକୁ ଚେଷ୍ଟା କରିଥିଲେ।