ବ୍ରହ୍ମପୁର

ଏଆଇଡିଏସ୍‌ଓ ପାଳିଲା ଧିକ୍କାର ଦିବସ

ଏଆଇଡିଏସ୍‌ଓ ପାଳିଲା ଧିକ୍କାର ଦିବସ
ବ୍ରହ୍ମପୁର ଅଫିସ,୧୧।୯: ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ-ଫେଲ ବ୍ୟବସ୍ଥା ପ୍ରଚଳନ ଦାବିରେ ମଙ୍ଗଳବାର ଏଆଇଡିଏସ୍‌ଓ ପକ୍ଷରୁ ବ୍ରହ୍ମପୁର ସହର କମାପଲି ଛକଠାରେ ଧିକ୍କାର ଦିବସ ପାଳିତ ହୋଇଯାଇଛି। ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଦାବିରେ ଶିକ୍ଷକମାନେ ଗତ ୧୬ତାରିଖରୁ ଆନ୍ଦୋଳନ କରୁଛନ୍ତି। ଫଳରେ ବ୍ଲକ ଗ୍ରାଣ୍ଟ ସ୍କୁଲଗୁଡିକରେ ପାଠପଢା ବନ୍ଦ ରହିଛି। ରାଜ୍ୟ ସରକାର ଶିକ୍ଷକମାନଙ୍କ ଦାବି ପୂରଣ କରିବାକୁ କୌଣସି ପଦକ୍ଷେପ ନେଉ ନାହାନ୍ତି। ଅନ୍ୟପଟେ ଗତ ୨୦୦୯ ମସିହା ପରଠାରୁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ ଫେଲ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି। ଫଳରେ ଶିଖା ବ୍ୟବସ୍ଥା ଭୁଶୁଡି ପଡ଼ିଛି। ପିଲାମାନେ ଅକ୍ଷର ଚିହ୍ନିପାରୁ ନାହାନ୍ତି ବୋଲି ସଂଗଠନ ଅଭିଯୋଗ କରିଛି। ଏହି ବିକ୍ଷୋଭରେ ସଂଗଠନର ଜିଲା ସଭାପତି ଶିବାନୀ ଶଙ୍କର ମିଶ୍ର, ସମ୍ପାଦକ ନିମାଇଁ ଚରଣ ସାହୁ, ଉପ ସଭାପତି ଉଧବ ମହାକୁଡ଼ ପ୍ରମୁଖ ସାମିଲ ଥିଲେ। 
All Right Reserved By

ବ୍ରହ୍ମପୁର

ନିର୍ବାହୀ ଅଧିକାରୀଙ୍କୁ ଘେରିଲେ ୱାର୍ଡବାସୀ

ନିର୍ବାହୀ ଅଧିକାରୀଙ୍କୁ ଘେରିଲେ ୱାର୍ଡବାସୀ

ଗଞ୍ଜାମ,୨୦ା୯(ଡି.ଏନ.ଏ.)-ଗଞ୍ଜାମ ଏନ୍‌ଏସି ଅଧୀନ ୱାର୍ଡ ନଂ. ୭ କୈବର୍ତ୍ତ ସାହିରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି। ଏନେଇ ସାହିର ମହିଳାମାନେ ବୁଧବାର ପୂର୍ବାହ୍ନରେ 

ନିର୍ଦ୍ଦୋଷରେ ଖଲାସ ହେଲେ ସବ୍ୟସାଚୀ, ଦଣ୍ଡପାଣି

ନିର୍ଦ୍ଦୋଷରେ ଖଲାସ ହେଲେ ସବ୍ୟସାଚୀ, ଦଣ୍ଡପାଣି

ବ୍ରହ୍ମପୁର ଅଫିସ୍‌,୨୦ା୯-ମାଓବାଦୀ ସମ୍ପର୍କିତ ଚିଠି ଜବତ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ଏବଂ ମାଓବାଦୀ ମଧ୍ୟସ୍ଥ ଦଣ୍ଡପାଣି ମହାନ୍ତି।  ଅତିରିକ୍ତ ଜିଲା ସେସନ୍‌ ଜଜ୍‌ ସଞ୍ଜୟ କୁମାର ସାହୁ ବୁଧବାର ଏହି ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।

ଆର୍ଯ୍ୟଭଟ୍ଟ ପକ୍ଷରୁ ପ୍ଲାଷ୍ଟିକ, ପଲିଥିନ ବର୍ଜନ ନେଇ ସଚେତନତା ସଭା

ଆର୍ଯ୍ୟଭଟ୍ଟ ପକ୍ଷରୁ ପ୍ଲାଷ୍ଟିକ, ପଲିଥିନ ବର୍ଜନ ନେଇ ସଚେତନତା ସଭା

ବ୍ରହ୍ମପୁର ଅଫିସ,୨୦ା୯-ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ ଏବଂ ଫୋରମ ଫର ଗଞ୍ଜାମ  ଆନୁକୂଲ୍ୟରେ ସ୍ଥାନୀୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ଫାଟକ ନିକଟରେ ପଲିଥିନ ଏବଂ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ବୁଧବାର ଏକ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା। 

ପିଓଏସ୍‌ ଛଡ଼ାଇ ନେଲା ରାଶନ୍‌, ରାଜ୍ୟ ଖାଦ୍ୟ ଆୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶ

ପିଓଏସ୍‌ ଛଡ଼ାଇ ନେଲା ରାଶନ୍‌, ରାଜ୍ୟ ଖାଦ୍ୟ ଆୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ୍‌,୨୦ା୯-ରାଶନ୍‌ ସାମଗ୍ରୀ ନେବା ପାଇଁ କେନ୍ଦ୍ର ସରକାର ଏଣିକି ସମସ୍ତ ରାଶନ୍‌ ବିକ୍ରୟ କେନ୍ଦ୍ରରେ ପିଓଏସ୍‌(ପଏଣ୍ଟ ଅଫ୍‌ ସେଲ୍‌) ମଶିନ୍‌ରେ ଟିପ ଚିହ୍ନ ଦେବାକୁ ପଡ଼ୁଛି। ଏହି ବାୟୋମେଟ୍ରିକ୍‌ ବ୍ୟବସ୍ଥା ପ୍ରଚଳନ ହେବା ପରେ ଅନେକ ସମସ୍ୟା ସୃଷ୍ଟି ହେଉଛି।

ଏମ୍‌ବିଏ ଛାତ୍ର ହତ୍ୟା ମାମଲା, ୨ଗିରଫ

ଏମ୍‌ବିଏ ଛାତ୍ର ହତ୍ୟା ମାମଲା, ୨ଗିରଫ

ଭଞ୍ଜନଗର,୧୯।୯(ଡି.ଏନ.ଏ.)- ତାରସିଂ ଥାନା ଭୋଗରା ଗ୍ରାମର ଏମ୍‌ବିଏ ଛାତ୍ର ହତ୍ୟା ମାମଲାରେ ପୋଲିସ ବୁଧବାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜିତୁଙ୍କ ବନ୍ଧୁ ପ୍ରଭଞ୍ଜନ ତ୍ରିପାଠୀ ଓ ବଂଶି ଗୌଡ।

ଆଦର୍ଶ ବିଦ୍ୟାଳୟ ପରିଚାଳନା ପରିଷଦ ବୈଠକ

ଆଦର୍ଶ ବିଦ୍ୟାଳୟ ପରିଚାଳନା ପରିଷଦ ବୈଠକ

ଶେରଗଡ,୧୯।୯(ଡି.ଏନ୍‌.ଏ.)- ଶେରଗଡ ଆଦର୍ଶ ବିଦ୍ୟାଳୟର ପରିଚାଳନା ପରିଷଦର ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଅତିରିକ୍ତ ଜିଲାପାଳ କବିନ୍ଦ୍ର ନାଥ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକ ପୂର୍ବରୁ ଅଧ୍ୟକ୍ଷ ଭକ୍ତିରଞ୍ଜନ ବେହେରା ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ କହିଥିଲେ। ବୈଠକରେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ତଥା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଚିତ୍ରସେନ ପଶାୟତ ଓ ଜିଲାଶିକ୍ଷା ଅଧିକାରୀ ସନାତନ ପଣ୍ଡା ଯୋଗ ଦେଇଥିଲେ

ପାଣି ପମ୍ପ ହାଉସରେ ତାଲା, ୪ ଦିନ ହେଲା ଜଳଯୋଗାଣ ଠପ୍‌

ପାଣି ପମ୍ପ ହାଉସରେ ତାଲା, ୪ ଦିନ ହେଲା ଜଳଯୋଗାଣ ଠପ୍‌

ହିଞ୍ଜିଳିକାଟୁ,୧୮।୯(ଡ଼ି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା ପଞ୍ଚାୟତର ସିଙ୍ଗିପୁର ଗ୍ରାମରେ କେତେକ ବ୍ୟକ୍ତି ଗ୍ରାମର ପମ୍ପ ହାଉସରେ ୧୫ତାରିଖ ରାତିରୁ ତାଲା ପକାଇ ଦେଇଛନ୍ତି। ଫଳରେ ୪ଦିନ ହେଲା ଗ୍ରାମର ୧୦୦ରୁ ଉର୍ଦ୍ଧ୍ୱ ଘରକୁ ପାଣି ଯୋଗାଣ ଠପ୍‌ ହୋଇଯାଇଛି।

ଆଙ୍କୁଶପୁର ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର

ଆଙ୍କୁଶପୁର ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର

କୁକୁଡ଼ାଖଣ୍ଡି,୧୯।୯(ଡି.ଏନ.ଏ.)- କୁକୁଡ଼ାଖଣ୍ଡି ବ୍ଲକ ଆଙ୍କୁଶପୁର ଗ୍ରାମ ଯୁବକ ସଂଘ ତରଫରୁ ବୁଧବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଙ୍କୁଶପୁରସ୍ଥିତ ଆୟୁର୍ବେଦିକ ମହାବିଦ୍ୟାଳୟ ପରିସରରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦ ନଂ. ଜିଲା ପରିଷଦ ସଭ୍ୟ  ଏଲ. ମୋହନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ବହୁ ଯୁବକ ଯୋଗଦେଇ ରକ୍ତଦାନ କରିଥିଲେ। ବ୍ରହ୍ମପୁର ବଡ଼ ମେଡିକାଲ ରକ୍ତ ଭଣ୍ଡାର ରେଡକ୍ରସ ୟୁନିଟର ୫ ଜଣ କର୍ମଚାରୀ ଶିବିର ପରିଚାଳନା କରିଥିଲେ। ଶିବିରରେ ୪୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ରକ୍ତ ଭଣ୍ଡାରର ଟୁନା ପାଣିଗ୍ରାହୀ କହିଛନ୍ତି।

ବଜ୍ରପାତରେ ଦମ୍ପତ୍ତି ଗୁରୁତର

ବଜ୍ରପାତରେ ଦମ୍ପତ୍ତି ଗୁରୁତର

ବାଲିଗୁଡା,୧୮।୯(ଡି.ଏନ୍‌.ଏ.)- ବାଲିଗୁଡା ଥାନା ଗୁମାପଦରରେ ବଜ୍ରପାତରେ  ଦମ୍ପତ୍ତି ଗୁରୁତର ହୋଇଛନ୍ତି। ପ୍ରକାଶ ଯେ ଗୁମାପଦରର ପାଣେଶ୍ୱର ମଳିକ ଓ ତାଙ୍କ ସ୍ତ୍ରୀ ନାସିରା ଦିଗାଳ ମଙ୍ଗଳବାର ବଣକୁ କାଠ ସଂଗ୍ରହ ପାଇଁ ଯାଇଥିଲେ। ପ୍ରାୟ ସାଢେ ୨ଟା ବେଳେ ବଣରୁ କାଠ ଧରି ଫେରୁଥିବାବେଳେ ବଜ୍ରପାତରେ ଉଭୟ ଆହତ ହୋଇଥିଲେ। ଉଭୟଙ୍କୁ ବାଲିଗୁଡା ଉପଖଣ୍ଡ ଚିକିସତ୍ାଳୟରେ ଭର୍ତ୍ତି କରାଯାଇଥିଲା। ପାଣେଶ୍ୱର ସ୍ବାସ୍ଥ୍ୟବସ୍ଥା ଠିକ ଥିବାବେଳେ ନାସିରାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

 ପରମଦଙ୍ଗ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ: ଗ୍ରାମବାସୀଙ୍କ  ଜାତୀୟ ରାଜପଥ ଅବରୋଧ

ପରମଦଙ୍ଗ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ: ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

ବାଲିଗୁଡ଼ା,୧୯।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅଧୀନ ପରମଦଙ୍ଗ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ କେନ୍ଦ୍ରକରି ପରମଦଙ୍ଗ ଏବଂ ଦଡ଼କଙ୍ଗିଆ ପଞ୍ଚାୟତବାସୀ ବୁଧବାର  ୫୯ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। 

ଭାଜପାର ଦୁର୍ଗମ ପମସ୍‌ ଗ୍ରାମରେ ମୋ ବୁଥ୍‌ ଚାଲ ଅଭିଯାନ

ଭାଜପାର ଦୁର୍ଗମ ପମସ୍‌ ଗ୍ରାମରେ ମୋ ବୁଥ୍‌ ଚାଲ ଅଭିଯାନ

ଦାରିଙ୍ଗବାଡ଼ି,୧୯।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ତାଜୁଙ୍ଗିଆ ପଞ୍ଚାୟତର ପମସ୍‌ ଗ୍ରାମରେ ଭାଜପା ପକ୍ଷରୁ ମୋ ବୁଥ୍‌ ଚାଲ ଅଭିଯାନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। 

ପିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ଗିରଫ ପରେ ଅଭିଯୁକ୍ତ କୋର୍ଟଚାଲାଣ

ପିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ଗିରଫ ପରେ ଅଭିଯୁକ୍ତ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ, ୧୯।୯: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ପିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସ କମାପଲୀଖଳା ସାହିର ଜଣେ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେ ହେଲେ ପିଣ୍ଟୁ ଦୋରା।