

ବ୍ରହ୍ମପୁର

ଜିଲା ଭାଜପା ପକ୍ଷରୁ ସଂକଳ୍ପ ଶୋଭାଯାତ୍ରା
ବ୍ରହ୍ମପୁର ଅଫିସ୍,୧୯ା୨-ଗଞ୍ଜାମ ଜିଲା ଭାଜପା ପକ୍ଷରୁ ବ୍ରହ୍ମପୁରରେ ସଂକଳ୍ପ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାକିସ୍ତାନ ବିରୋଧରେ ଜନମତ ସୃଷ୍ଟି ଏବଂ ସେଠାର ଆତଙ୍କବାଦୀଙ୍କୁ ଦମନ ତଥା ମୂଳପୋଛ ପାଇଁ କେନ୍ଦ୍ର ସରକାର ଦୃଢ଼ ପଦକ୍ଷେପ ନେବା ଓ ଜନସାଧାରଣ ମଧ୍ୟ ସଂକଳ୍ପବଦ୍ଧ ହେବାକୁ ଏହା କରାଯାଇଥିଲା।

ବିଏସ୍ଏନ୍ଏଲ୍ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ବ୍ରହ୍ମପୁର ଅଫିସ୍,୧୯ା୨-ଭାରତ ସଞ୍ଚାର ନିଗମ ଲିମିଟେଡ୍(ବିଏସ୍ଏନ୍ଏଲ୍)ର ସମସ୍ତ ୟୁନିୟନ୍ ଏବଂ ସଂଘଗୁଡ଼ିକ ତରଫରୁ ସୋମବାରରୁ ୩ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ୮ଦଫା ଦାବିରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି।

ପିଣ୍ଟୁଙ୍କ ବିରୋଧରେ ଆଟ୍ରୋସିଟି ମାମଲା, ସରିଲା ଜାମିନ ଶୁଣାଣି, ରାୟ ସଂରକ୍ଷିତ
ବ୍ରହ୍ମପୁର ଅଫିସ୍,୧୯ା୨-ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଆଟ୍ରୋସିଟି ମାମଲାର ଜାମିନ ଶୁଣାଣି ପାଇଁ ସୋମବାର ଦିନ ଧାର୍ଯ୍ୟ କରାଯାଇଥିଲା ା

ଆଟ୍ରୋସିଟି ମାମଲା:୧୫ ବର୍ଷ ପରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବ୍ରହ୍ମପୁର ଅଫିସ୍,୧୯ା୨-ଘରେ ପଶି ଜଣେ ଅନୁସୂଚିତ ଜାତି ସମ୍ପ୍ରଦାୟର ମା’ ଓ ଝିଅଙ୍କୁ ବଳାତ୍କାର ଉଦ୍ୟମ ଏବଂ ଧମକ ଦେବା ସହ ଆଟ୍ରୋସିଟି ମାମଲାରେ ସୋମବାର ବ୍ରହ୍ମପୁର ଏଡିଜେ-୨ ଦୀପକ କୁମାର ପ୍ରମାଣ ଅଭାବରୁ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ସରସ୍ବତୀନଗର ଅଞ୍ଚଳର ବାବୁନି ଜେନା (୪୦) ା

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍ ରେଡିଓ
ବ୍ରହ୍ମପୁର ଅଫିସ୍,୧୯ା୨-ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲ୍ୟାଣ୍ଡ ଫୋନ୍ କାମ କରେ ନାହିଁ, ମୋବାଇଲ୍ ଫୋନ୍ ଅଚଳ ହୋଇଥାଏ ସେତେବେଳେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ହୁଏ ରେଡିଓ ଫ୍ରିକ୍ୟୁଏନ୍ସି।

ସାପ କାମୁଡ଼ାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ, ଖଣ୍ଡଦେଉଳୀ ମେଡିକାଲରେ ଉତ୍ତେଜନା
ଗଞ୍ଜାମ,୧୮।୨(ଡି.ଏନ.ଏ.)-ରମ୍ଭା ଥାନା ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ଗ୍ରାମର ଜଣେ ଛାତ୍ରୀଙ୍କ ରବିବାର ସନ୍ଧ୍ୟାରେ ସାପ କାମୁଡାରେ ମୃତ୍ୟୁ ଘଟିଛି। ସେ ହେଲେ ସେହି ଗ୍ରାମର ଭଗବାନ ଜେନାଙ୍କ ଝିଅ ଦୀପ୍ତିମୟୀ (୧୬) । ଶହୀଦ ଭଗତ ସିଂ କଲେଜର ଯୁକ୍ତ ୨ ଛାତ୍ରୀ ା ତାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଏବଂ କଲେଜ ଛାତ୍ରୀଛାତ୍ର ୧୦୮, ୧୦୨ ଆମ୍ବୁଲାନ୍ସ ଓ ସ୍ଥାୟୀ ଡ଼ାକ୍ତର ନିଯୁକ୍ତି ଦାବିରେ ସୋମବାର ଧାରଣା ଦେଇଥିଲେ। ଏଥିସହିତ ମେଡିକାଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ବ୍ୟବସାୟକୁ କେନ୍ଦ୍ରକରି ଗଣ୍ଡଗୋଳ, ୨ ଆହତ, ୬ କୋର୍ଟଚାଲାଣ
ଗୋପାଳପୁର,୧୮।୨-ବ୍ୟବସାୟକୁ କେନ୍ଦ୍ରକରି ଦୁଇ ସମ୍ପର୍କୀୟଙ୍କ ମଧ୍ୟରେ ଗତ ଗୁରୁବାର ଗଣ୍ଡଗୋଳ ଘଟି ୨ ଜଣ ଆହତ ହୋଇଥିବା ବେଳେ ପୋଲିସ ୨ଟି ମାମଲାରେ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିିଛି। ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ଗୋଳାବନ୍ଧ ଗ୍ରାମରେ ୟୁ. ଦମୟନ୍ତୀ ଏକ ଷ୍ଟେସ୍ନେରୀ ଦୋକାନ କରିଥିଲେ। ପରବର୍ତ୍ତୀ ସମୟରେ ପି. ମୀନା ଏହି ଗ୍ରାମରେ ଏକ ଷ୍ଟେସନେରୀ ଦୋକାନ ଖୋଲିଥିଲେ। ବ୍ୟବସାୟକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଲାଗି ରହିଥିଲା।

ବୁଡ଼ାଗୁଡ଼ା ଛକରେ ମାଓବାଦୀ ପୋଷ୍ଟର, ବ୍ୟାନର
ଦାରିଙ୍ଗବାଡ଼ି,୧୮।୨(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଓ କିରିକୁଟି ପଞ୍ଚାୟତ ସୀମାବର୍ତ୍ତି ୫୯ ନଂ. ଜାତୀୟ ରାଜପଥର ବୁଡାଗୁଡ଼ା ଛକରେ ସୋମବାର ରାତିରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ୨ଟି ଲାଲ୍ ବ୍ୟାନର ଏବଂ ଏକାଧିକ ପୋଷ୍ଟର ପଡ଼ିଥିବା ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ବିଦ୍ୟୁତ୍ ଆଘାତରେ ନାବାଳିକା ଗୁରୁତର
ହିଞ୍ଜିଳିକାଟୁ,୧୮।୨(ଡି.ଏନ୍.ଏ.)-ହିଞ୍ଜିଳିକାଟୁ ଥାନା ତୋଟା ସାହିର ଜଣେ ନାବାଳିକା ସୋମବାର ପୂର୍ବାହ୍ନରେ ବିଦ୍ୟୁତ୍ ଆଘାତରେ ଗୁରୁତର ଆହତ ହୋଇଛନ୍ତି । ସେ ହେଲେ ରଶ୍ମିତା ସାହୁ। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ହିିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ମଦବିକ୍ରିକୁ ବିରୋଧ: ଦୋକାନ ଭାଙ୍ଗିଲେ ମହିଳା
କୋଦଳା,୧୮।୨(ଡି.ଏନ୍.ଏ.)- ବେଗୁନିଆପଡ଼ା ବ୍ଲକ ମର୍ଦ୍ଦମେଖ ପଞ୍ଚାୟତର ବେଲଝରୀ
ଗ୍ରାମ ନିକଟରେ ବହୁବର୍ଷ ଧରି ଚୋରା ମଦ କାରବାର ଚାଲିଥିଲା। ଫଳରେ ଏହି ରାସ୍ତାଦେଇ
ଯାଉଥିବା ୨୫ ଗ୍ରାମର ଝିଅ, ବୋହୁଙ୍କୁ ମଦ୍ୟପମାନେ କମେଣ୍ଟ କରିବା ସହ ପ୍ରତିଦିନ
ବିଶୃଙ୍ଖଳା ସୃଷ୍ଟି କରୁଥିଲେ। ଏ ନେଇ ସରପଞ୍ଚ ହୃଷୀକେଶ ମେହେଣା ଓ ଗ୍ରମାବାସୀ ମିଶି
ଗଞ୍ଜାମ ଜିଲାପାଳ, ଏସ୍ପି, ସ୍ଥାନୀୟ ପୋଲିସ ଅଧିକାରୀ, ଅବକାରୀ ବିଭାଗ, ତହସିଲଦାର ଓ
ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ।

୫ ଦଫା ଦାବିରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ପୁରୁଷୋତ୍ତମପୁର,୧୮।୨(ଡି.ଏନ୍.ଏ.): ୫ ଦଫା ଦାବିରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଅବସରପ୍ରାପ୍ତ କର୍ମଚାରୀମାନେ ଧାରଣା ଦେଇଛନ୍ତି।

ଶହୀଦଙ୍କ ସ୍ମୃତିରେ ଜି. ଉଦୟଗିରି ବନ୍ଦ: ୨ ମିନିଟ୍ ନୀରବ ପ୍ରାର୍ଥନା
ଜି. ଉଦୟଗିରି,୧୮।୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ସହରର ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ଜମ୍ମୁ-କଶ୍ମୀର ପୁୁଲୱାମାଠାରେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୋମବାର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି।