ଜାତୀୟ |

ଟେଲିଭିଜନର ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଟଳିପଡିଲେ ଶିକ୍ଷାବିତ୍‌

ଟେଲିଭିଜନର ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଟଳିପଡିଲେ  ଶିକ୍ଷାବିତ୍‌
ଶ୍ରୀନଗର,୧୧।୯: ଜମ୍ମୁ-କଶ୍ମୀର କଳା, ସଂସ୍କୃତି ଓ ଭାଷା ଏକାଡେମୀର ପୂର୍ବତନ ସମ୍ପାଦିକା ପ୍ରଫେସର ଡ. ରୀତା ଜିତେନ୍ଦ୍ରଙ୍କର ଟେଲିଭିଜନର ଏକ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଡ.ରୀତା ଦୂରଦର୍ଶନ କଶ୍ମୀରର ଶ୍ରୀନଗରଠାରେ ଥିବା ଷ୍ଟୁଡିଓରେ ସୋମବାର ଏକ ଆଲୋଚନାରେ ଭାଗ ନେଇଥିଲେ। ଆଲୋଚନା ଚାଲିଥିବା ସମୟରେ ହିଁ ସେ ନିଜ ଚୌକିରେ ଟଳି ପଡିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷାଣା କରିଥିଲେ। ହୃଦ୍‌ଘାତ ଯୋଗୁ ଡ.ରୀତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। 
All Right Reserved By

ଜାତୀୟ |

ଏନଆଇଟି-କର୍ଣ୍ଣାଟକ ଛାତ୍ରଙ୍କ ଆତ୍ମହତ୍ୟା

ଏନଆଇଟି-କର୍ଣ୍ଣାଟକ ଛାତ୍ରଙ୍କ ଆତ୍ମହତ୍ୟା

ମାଙ୍ଗାଲୁରୁ,୧୮।୧୧(ପିଟିଆଇ)- ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜୀ (କର୍ଣ୍ଣାଟକ)ର ଜଣେ ଛାତ୍ର ତାଙ୍କ ବିଭାଗୀୟ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଅନ୍ୟ ସାଙ୍ଗମାନଙ୍କ ବାରଣ ସତ୍ତ୍ୱେ ଛାତ୍ର ଜଣକ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ନିରଙ୍କରୀ ଭବନ ଗ୍ରେନେଡ ମାଡ ଘଟଣା: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷଙ୍କ ନିନ୍ଦା

ନିରଙ୍କରୀ ଭବନ ଗ୍ରେନେଡ ମାଡ ଘଟଣା: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷଙ୍କ ନିନ୍ଦା

ଅମୃତସର,୧୮।୧୧(ଏଏନଆଇ)- ପଞ୍ଜାବ ଅମୃତସର ସ୍ଥିତ ସନ୍ଥ ନିରଙ୍କରୀ ଭବନରେ ହୋଇଥିବା ଗ୍ରେନେଡ ଆକ୍ରମଣକୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଜାଖଡ କଡା ନିନ୍ଦା କରିଛନ୍ତି। ଏଭଳି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଞ୍ଜାବର ଶାନ୍ତିଭଙ୍ଗ କରିବା। ଆମର ସମସ୍ତ ସୁରକ୍ଷା ସଂସ୍ଥା ସତର୍କ ରହିବେ ଆଉ ପ୍ରଦେଶରେ ଶାନ୍ତି ବଜାୟ ରଖିବା ଲାଗି ଆମକୁ ସହଯୋଗ କରିବେ ବୋଲି ସେ କହିଛନ୍ତି। ଜାଖଡ ମୃତକ ପରିବାରଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି। 

ଚର୍ଚ୍ଚାରେ ହାଇଦ୍ରାବାଦ ଟ୍ରାଫିକ ପୋଲିସ

ଚର୍ଚ୍ଚାରେ ହାଇଦ୍ରାବାଦ ଟ୍ରାଫିକ ପୋଲିସ

ହାଇଦ୍ରାବାଦ,୧୮।୧୧(ପିଟିଆଇ)- ହାଇଦ୍ରାବାଦ ଟ୍ରାଫିକ ପୋଲିସକୁ ସାମାଜିକ ଗଣମାଧ୍ୟମରେ ପ୍ରଚୁର ପ୍ରଶଂସା ମିଳୁଛି। କ’ଣ ପାଇଁ ଜାଣନ୍ତୁ। ହାଇଦ୍ରାବାଦ ଟ୍ରାଫିକ ପୋଲିସ ନିଜ ବିଭାଗର ଅତିରିକ୍ତ ପୋଲିସ କମିଶନରଙ୍କ ଗାଡିର ଚାଲାଣ କାଟି ଦେଇଛି। କୁହାଯାଉଛି ଯେ ଅତିରିକ୍ତ ପୋଲିସ କମିଶନର ଅନୀଲ କୁମାରଙ୍କ କାର ନୋ ପାର୍କିଂ ଜୋନରେ ରହିଥିଲା। ଏହା ଦେଖି ଟ୍ରାଫିକ ପୋଲିସ ତାଙ୍କ ଗାଡିର ୨୩୫ ଟଙ୍କାର ଚାଲାଣ କାଟି ଦେଇଥିଲା। 

ମିଜୋରାମ ବିଧାନସଭା ନିର୍ବାଚନରେ ଲଢିବେ ୧୫ ମହିଳା ପ୍ରାର୍ଥୀ

ମିଜୋରାମ ବିଧାନସଭା ନିର୍ବାଚନରେ ଲଢିବେ ୧୫ ମହିଳା ପ୍ରାର୍ଥୀ

ଆଇଜଲ,୧୮।୧୧: ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ୨ଶହ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ଏଥିରେ ଅଛନ୍ତି ମାତ୍ର ୧୫ ଜଣ ମହିଳା ପ୍ରାର୍ଥୀ। ଯଦିଓ ଏଠାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ହେଲେ ରାଜନୀତିକୁ ଆସିବାକୁ ଚାହାଁନ୍ତିନି ଅଧିକାଂଶ ମହିଳା।

ଟ୍ରାକ୍‌  ଉପରେ ଦୌଡିଲା ଇଞ୍ଜିନ ଲେସ୍‌ ଟ୍ରେନ୍‌

ଟ୍ରାକ୍‌ ଉପରେ ଦୌଡିଲା ଇଞ୍ଜିନ ଲେସ୍‌ ଟ୍ରେନ୍‌

ମୋରଦାବାଦ,୧୮।୧୧: ସଫଳତାର ସହ ଟ୍ରାକ୍‌ ଉପରେ ଦୌଡିଛି ଦେଶର ପ୍ରଥମ ଇଞ୍ଜିନ ଲେସ୍‌ ଟ୍ରେନ୍‌ ‘ଟ୍ରେନ୍‌ ୧୮’ । ରବିବାର ସକାଳେ ଏହା ମୋରଦାବାଦ-ରାମପୁର ସେକ୍ସନରେ ପରୀକ୍ଷା କରାଯାଇଥିଲା। 

ଖାଲକୁ ଖସିଲା ବସ୍‌

ଖାଲକୁ ଖସିଲା ବସ୍‌

ରିଷିକେଶ,୧୮।୧୧: ଉତ୍ତରାଖଣ୍ଡରେ ରବିବାର ପାହାଡ ତଳକୁ ଏକ ଖାଲ ମଧ୍ୟକୁ ଖସି ପଡିଛି ଯାତ୍ରୀବାହି ବସ୍‌। ଉତ୍ତରକାଶୀ-ଜମୁନୋତ୍ରୀ ହାଇଓ୍ବେରେ ହୋଇଥିବା ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।

ରାଜସ୍ଥାନ ବିଧାନସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ରାଜସ୍ଥାନ ବିଧାନସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ଜୟପୁର,୧୮।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୧୮ ଜଣଙ୍କ ନାଁ ରହିଛି। ଏହି ୧୮ଟି ଆସନ ପରେ ଲୋକ ତାନ୍ତ୍ରିକ ଜନତା ଦଳ ଓ ରାଷ୍ଟ୍ରୀୟ ଲୋକଦଳ ୨ଟି ଲେଖାଁ ଆସନରେ ନିର୍ବାଚନ ଲଢୁଥିବା

ଜଳବାୟୁ ପରିବର୍ତ୍ତନ: ଦେଶର ୨୦ପ୍ରତିଶତ ଜିଲା ପ୍ରଭାବିତ

ଜଳବାୟୁ ପରିବର୍ତ୍ତନ: ଦେଶର ୨୦ପ୍ରତିଶତ ଜିଲା ପ୍ରଭାବିତ

ନୂଆଦିଲ୍ଲୀ,୧୮।୧୧: ଜଳବାୟୁ ପରିବର୍ତ୍ତନ ଯୋଗୁ ଦେଶର ୨୦ ପ୍ରତିଶତ ଜିଲାରେ ବ୍ୟାପକ ଫସଲ ହାନୀ ହୋଇଛି। ଏ ନେଇ ଇଣ୍ଡିଆନ୍‌ କାଉନସିଲ୍‌ ଅଫ ଏଗ୍ରୀକଲଚର  ରିସର୍ଚ୍ଚର ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଛି। 

ବିଗୁଡୁଛି ଲାଲୁଙ୍କ ସ୍ବାସ୍ଥ୍ୟ

ବିଗୁଡୁଛି ଲାଲୁଙ୍କ ସ୍ବାସ୍ଥ୍ୟ

ପାଟନା,୧୮।୧୧: ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଏବେ ସେ ଆଉ ଚାଲି ବୁଲି ପାରୁ ନ ଥିବା ସୂଚନା ମିଳିଛି।

ଗୋଇନ୍ଦା ରିପୋର୍ଟ ସତ ହେଲା: ଅମୃତସର ନିରଙ୍କାରୀ ଭବନ ଉପରେ ଗ୍ରେନେଡ୍‌ ମାଡ଼

ଗୋଇନ୍ଦା ରିପୋର୍ଟ ସତ ହେଲା: ଅମୃତସର ନିରଙ୍କାରୀ ଭବନ ଉପରେ ଗ୍ରେନେଡ୍‌ ମାଡ଼

ଅମୃତସର,୧୮।୧୧: ପଞ୍ଜାବ ଅମୃତସରରେ ଦୁଇ ସନ୍ଦିଗ୍ଧ ଯୁବକ କରିଛନ୍ତି ଗ୍ରେନେଡ୍‌ ମାଡ଼। ସ୍ଥାନୀୟ ରାଜାସାଂସୀ ଗାଁର ନିରଙ୍କାରୀ ଭବନ ଉପରେ ବାଇକ୍‌ରେ ଆସି ଯୁବକ ଦ୍ୱୟ ଏଭଳି କାଣ୍ଡ ଭିଆଇଛନ୍ତି। 

ବଳାତ୍କାରକୁ ନେଇ ବିବାଦୀୟ ବୟାନ ଦେଲେ ମୁଖ୍ୟମନ୍ତ୍ରୀ

ବଳାତ୍କାରକୁ ନେଇ ବିବାଦୀୟ ବୟାନ ଦେଲେ ମୁଖ୍ୟମନ୍ତ୍ରୀ

କାଲକା,୧୮।୧୧: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବେ ଆସିଛନ୍ତି ବିବାଦ ଘେରକୁ। ବଳାତ୍କାରକୁ ନେଇ ସେ ଦେଇଛନ୍ତି ଏକ ବିବାଦୀୟ ବୟାନ। ସେ କହିଛନ୍ତି, ୮୦ରୁ ୯୦ ପ୍ରତିଶତ ବଳାତ୍କାର ମାମଲାରେ ଉଭୟ ଅଭିଯୁକ୍ତ ଓ ପୀଡିତା ପରସ୍ପରକୁ ଜାଣିଥାଆନ୍ତି। 

 ବିବାହ ପୂର୍ବରୁ ଶୌଚାଳୟ ଏବଂ ପରିବାର ନିୟୋଜନ ସର୍ତ୍ତ ରଖିଲେ କନିଆଁ

ବିବାହ ପୂର୍ବରୁ ଶୌଚାଳୟ ଏବଂ ପରିବାର ନିୟୋଜନ ସର୍ତ୍ତ ରଖିଲେ କନିଆଁ

ପାଟନା,୧୮।୧୧: ବିହାର ପୂର୍ନିଆ ଜିଲାରେ ବାସ କରୁଥିବା ମହମ୍ମଦ କୈସର ଅନସାରୀଙ୍କ ବିବାହରେ ତାଙ୍କ ଦୁଲହନ୍‌ ରଖିଛନ୍ତି ଦୁଇଟି ସର୍ତ୍ତ।