ଜାତୀୟ |

ଭାତର ବନ୍ଦର ଗୋଟିଏ ଦିନ ପରେ ପୁଣି ବଢିଲା ତୈଳ ଦର

ଭାତର ବନ୍ଦର ଗୋଟିଏ ଦିନ ପରେ ପୁଣି ବଢିଲା ତୈଳ ଦର
ନୂଆଦିଲ୍ଲୀ,୧୧।୯: ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିକୁ ନେଇ ସାଧାରଣ ଜନତାଙ୍କ ଆକ୍ରୋଶ ବଢିବାରେ ଲାଗିଛି। ଏହାକୁ ବିରୋଧ କରି ସୋମବାର ଭାରତ ବନ୍ଦ ପାଳନ କରାଯାଇଥିବା ବେଳେ ପୁଣିଥରେ ମଙ୍ଗଳବାର ଏହାର ଦାମ୍‌ ବୃଦ୍ଧି ପାଇଛି। ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍‌ ଦାମ୍‌ ୧୪ ପଇସା ବୃଦ୍ଧି ହେବା ଫଳରେ ଏଠାରେ ପେଟ୍ରୋଲ୍‌ ଦର ଲିଟର ପିଛା ୮୦ଟଙ୍କା ୮୭ ପଇସା ହୋଇଛି। ସେହିପରି ଡିଜେଲ ଲିଟର ପିଛି  ୭୨.୯୭ଟଙ୍କା ପହଞ୍ଚିଛି। ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଲିଟର ପିଛି ୧୫ ପଇସା ବୃଦ୍ଧି ହୋଇ ୮୬.୨୬ଟଙ୍କାରେ ପହଞ୍ଚିଛି। ଡିଲେରେ ମଧ୍ୟ ୧୫ ପଇସା ବୃଦ୍ଧି ହୋଇଥିବାରୁ ମୁମ୍ବାଇରେ ଏବେ ଡିଜେଲ ଦର ରହିଛି ୭୭.୪୭ଟଙ୍କା। କେବଳ ବଡ ବଡ ସହର ନୁହେଁ ଏଥିରୁ ବାଦ୍‌ ପଡି ନାହାଁନ୍ତି ଛୋଟ ସହର ସବୁ। ଛୋଟ ସହରରେ ମଧ୍ୟ ପେଟ୍ରୋଲର ଦାମ୍‌ ଆକାଶ ଛୁଆଁ। ଏହା ଏବେ ଲୋକଙ୍କ ପକେଟ୍‌ରେ ନିଆଁ ଲଗାଇ ଦେଇଛି। ମହାରାଷ୍ଟ୍ରର ପରଭାନୀ ସହରରେ ସୋମବାର ସୁଦ୍ଧା ପେଟ୍ରୋଲ ଲିଟର ପିଛା ଦାମ୍‌ ୯୦ଟଙ୍କା ପାରି କରି ଯାଇଛି। ଏଠି ଏବେ ପେଟ୍ରୋଲ ଲିଟର ପିଛା ୯୦.୦୫ ଟଙ୍କା ଥିବା ବେଳେ ଡିଜେଲ ଦାମ ରହିଛି ୭୭.୯୨ଟଙ୍କା।
All Right Reserved By

ଜାତୀୟ |

ନିର୍ବାଚନ ଜିତିଲେ ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦେବ କଂଗ୍ରେସ: ରାହୁଲ

ନିର୍ବାଚନ ଜିତିଲେ ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦେବ କଂଗ୍ରେସ: ରାହୁଲ

ନୂଆଦିଲ୍ଲୀ, ୨୩।୨: ଆଗାମୀ ଲୋକ ସଭା ନିର୍ବାଚନରେ କଂଗ୍ରେସ ଯଦି ବିଜୟୀ ହୁଏ ତେବେ ଦେଶ ପାଇଁ କର୍ତ୍ତବ୍ୟନିର୍ବାହବେଳେ ପ୍ରାଣ ହରାଉଥିବା ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିଶୃତି ଦେଇଛନ୍ତି। 

ପାକିସ୍ତାନ ଉପରେ ହୋଇପାରେ ଆକ୍ରମଣ: ତିନି ସେନାମୁଖ୍ୟଙ୍କ ସହ ବୈଠକ ଡକାଇଲେ ପ୍ରତିରକ୍ଷା ମନ୍ତ୍ରୀ

ପାକିସ୍ତାନ ଉପରେ ହୋଇପାରେ ଆକ୍ରମଣ: ତିନି ସେନାମୁଖ୍ୟଙ୍କ ସହ ବୈଠକ ଡକାଇଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ, ୨୩।୨: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଜୈଶ-ଇ-ମହମ୍ମଦର ଆକ୍ରମଣକୁ ନେଇ ସମଗ୍ର ଦେଶରେ ପାକିସ୍ତାନ ବିରୁଦ୍ଧରେ କ୍ରୋଧର ନିଆଁ ଜଳୁଛି।

ଆମରଣ ଅନଶନରେ ବସିବେ କେଜ୍‌ରିଓ୍ବାଲ

ଆମରଣ ଅନଶନରେ ବସିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୨୩।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀକୁ ପୂର୍ଣ୍ଣରାଜ୍ୟ ପାହ୍ୟା ଦେବାପାଇଁ ଅଡି ବସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ।

ପ୍ଲେନ୍‌ ହାଇଜାକ୍‌ ଧମକ: ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ

ପ୍ଲେନ୍‌ ହାଇଜାକ୍‌ ଧମକ: ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ

ନୂଆଦିଲ୍ଲୀ, ୨୩।୨: ପ୍ଲେନ୍‌ ହାଇଜାକ୍‌ ଧମକ ଆସିବା ପରେ ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି। 

ସିଆରପିଏଫ୍‌ ବସ୍‌ ସହ କାର ଧକ୍କା: ୪ ଯବାନଙ୍କ ସମେତ ୯ ଆହତ

ସିଆରପିଏଫ୍‌ ବସ୍‌ ସହ କାର ଧକ୍କା: ୪ ଯବାନଙ୍କ ସମେତ ୯ ଆହତ

ଶ୍ରୀନଗର, ୨୩।୨: ଜମ୍ମୁ-କଶ୍ମୀରର ବାରମୁଳାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ)ର ଏକ ବସ୍‌ କାର ସହ ଶନିବାର ଧକ୍କା ହେବାରୁ ୪ ଯବାନଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। 

ଆଶ୍ରୟଗୃହରୁ ୭ ବାଳିକା ନିଖୋଜ: ତଦନ୍ତ ଜାରି

ଆଶ୍ରୟଗୃହରୁ ୭ ବାଳିକା ନିଖୋଜ: ତଦନ୍ତ ଜାରି

ପାଟନା, ୨୩।୨: ବିହାର ମୁଜାଫରନଗର ଆଶ୍ରୟ ଗୃହରେ ବାଳିକାଙ୍କୁ ବଳାତ୍କାର ଟ୍ରାଜେଡି ପରେ ପୁଣିଥରେ ଆଶ୍ରୟଗୃହରୁ ବାଳିକା ନିଖୋଜ ଘଟଣା ସାମ୍ନାକୁ ଆସିଛିି।

କଶ୍ମୀର ଖବରଦାତାଙ୍କୁ ପୁଣେରେ ଆକ୍ରମଣ

କଶ୍ମୀର ଖବରଦାତାଙ୍କୁ ପୁଣେରେ ଆକ୍ରମଣ

ପୁଣେ, ୨୩।୨: ମହାରାଷ୍ଟ୍ରର ପୁଣେରେ ଜଣେ କଶ୍ମୀର ଖବରଦାତାଙ୍କ ଉପରକୁ ଆକ୍ରମଣ କରାଯାଇଛି। 

୩ ବର୍ଷର ପୁଅକୁ ଖାଇଦେଲେ ବୁଲା କୁକୁର

୩ ବର୍ଷର ପୁଅକୁ ଖାଇଦେଲେ ବୁଲା କୁକୁର

ପୁଣେ, ୨୩।୨: ମହାରାଷ୍ଟ୍ରର ଅହମଦନଗରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଏଠାରେ ଜଣେ ତିନିବର୍ଷର ଶିଶୁପୁତ୍ରକୁ ବୁଲା କୁକୁର ମିଶି କାମୁଡି ଖାଇଦେଇଛନ୍ତି।

୧୩ ବର୍ଷର ବାଳକ ୧୦ ବର୍ଷୀୟା ଝିଅକୁ ଲେଖିଲେ ପ୍ରେମପତ୍ର: ୧୦ ଆହତ

୧୩ ବର୍ଷର ବାଳକ ୧୦ ବର୍ଷୀୟା ଝିଅକୁ ଲେଖିଲେ ପ୍ରେମପତ୍ର: ୧୦ ଆହତ

ରାଜକୋଟ, ୨୩।୨: ଏକ ପ୍ରେମପତ୍ର ପାଇଁ ଗୁଜୁରାଟର ରାଜକୋଟରେ ଘଟିଛି ଅଭାବନୀୟ ଘଟଣା। 

ଦୁଇ ମହଲା ଛାତରେ ରହସ୍ୟମୟ ବିସ୍ଫୋରଣ: ୮ ମୃତ

ଦୁଇ ମହଲା ଛାତରେ ରହସ୍ୟମୟ ବିସ୍ଫୋରଣ: ୮ ମୃତ

ବାରଣାସୀ, ୨୩।୨: ଉତ୍ତରପ୍ରଦେଶର ଭଦୋହୀ ଜିଲାର ରୋଟହା ବଜାରରେ ଥିବା ଏକ ଦୁଇ ମହଲା ଘରେ ବିସ୍ଫୋରଣ ଘଟିଛି। 

କାର୍‌ ଦୁର୍ଘଟଣାରେ ଏମପି ମୃତ

କାର୍‌ ଦୁର୍ଘଟଣାରେ ଏମପି ମୃତ

ଚେନ୍ନାଇ,୨୩।: ଏଆଇଏଡିଏମକେର ଜଣେ ସାଂସଦଙ୍କର ଶନିବାର କାର ଦୁର୍ଘଟଣାରେ ମୃତ୍ୟ ଘଟିଛି।

ଜଳିଗଲା ଶହେରୁ ଊର୍ଦ୍ଧ୍ୱ କାର୍‌

ଜଳିଗଲା ଶହେରୁ ଊର୍ଦ୍ଧ୍ୱ କାର୍‌

ବେଙ୍ଗାଲୁରୁ,୨୩।୨: ବେଙ୍ଗାଲୁରରେ ଆୟୋଜିତ ଏରୋ ଇଣ୍ଡିଆ ୨୦୧୯ରେ ଶନିବାର ଏକ ବଡ ଦୁର୍ଘଟଣା ଘଟିଛି। ଯେଉଁଥିରେ ପାଖାପାଖି ଶହେଟି ଗାଡି ପୋଡି ପାଉଁଶ ହୋଇଯାଇଛି