ଜାତୀୟ |

ଅପମାନିତ ହେଲା ଭାଜପା

ଅପମାନିତ ହେଲା ଭାଜପା
ନୂଆଦିଲ୍ଲୀ,୧୧।୯: ସଡ଼କରୁ ନେଇ ସୋସିଆଲ ମିଡିଆ ପର୍ଯ୍ୟନ୍ତ। କଂଗ୍ରେସ ଓ ଭାଜପା ମଧ୍ୟରେ ଲାଗି ରହିଛି ତୁତୁମେମେ। ତୈଳ ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ହୋଇଥିବା ଭାରତ ବନ୍ଦ ପରେ ଭାଜପା ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ଏକ ଇମ୍ଫୋଗ୍ରାଫିକ୍ସ ଚାର୍ଟ ଟୁଇଟ୍‌ କରିବା ପରେ ପୁଣି ଥରେ ଅପମାନିତ ହୋଇଛି। ବିରୋଧି କଂଗ୍ରେସ ଏହାର ମଜା ଉଡାଇଛି। ଭାଜପା ଯେଉଁ ଗ୍ରାଫ୍‌ ପ୍ରସ୍ତୁତ କରିଛି ସେଥିରେ ସେ ଦେଖାଇବାକୁ ଚାହିଁଛି ଉପା ସରକାର ଅମଳରେ ପେଟ୍ରୋଲ ଓ ଡିଜେଲ ଦର ଯେପରି ବୃଦ୍ଧି ପାଇଥିଲା ତାହା ଭାଜପା ସରକାରଙ୍କ ଶାସନ କାଳଠାରୁ ଢେର ଅଧିକ। ହେଲେ ଏହି ଗ୍ରାଫ୍‌ ପରେ ଭାଜପା ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛି। ତା’ସହ କଂଗ୍ରେସ ମଧ୍ୟ ଏହାର ଜବାବ ଦେବାକୁ ଯାଇ ଆଉ ଏକ ଗ୍ରାଫ୍‌ ପ୍ରସ୍ତୁତ କରିଛି। 

All Right Reserved By

ଜାତୀୟ |

ବିମୁଦ୍ରିକରଣ ଚାଷୀଙ୍କୁ କରିଛି ପ୍ରଭାବିତ: କୃଷି ମନ୍ତ୍ରଣାଳୟ

ବିମୁଦ୍ରିକରଣ ଚାଷୀଙ୍କୁ କରିଛି ପ୍ରଭାବିତ: କୃଷି ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୧।୧୧: ବିମୁଦ୍ରିକରଣ ପ୍ରଭାବ ଦେଶର ଚାଷୀଙ୍କ ଉପରେ ଅଧିକ ପଡ଼ିଛି। ଏନେଇ କୃଷି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 ଦିଲ୍ଲୀରେ ୨ ସନ୍ଦିଗ୍ଧ ଆତଙ୍କବାଦୀ: ପୋଲିସ ପକ୍ଷରୁ ଫଟୋ ଜାରି

ଦିଲ୍ଲୀରେ ୨ ସନ୍ଦିଗ୍ଧ ଆତଙ୍କବାଦୀ: ପୋଲିସ ପକ୍ଷରୁ ଫଟୋ ଜାରି

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀରେ ପ୍ରବେଶ କରିଛନ୍ତି ୨ ସନ୍ଦିଗ୍ଧ ଆତଙ୍କବାଦୀ। ସେମାନେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି କୁହାଯାଉଛି। 

ଆଗାମୀ ନିର୍ବାଚନରେ ଲଢିବେ ନାହିଁ ସୁଷମା

ଆଗାମୀ ନିର୍ବାଚନରେ ଲଢିବେ ନାହିଁ ସୁଷମା

ନୂଆଦିଲ୍ଲୀ,୨୦।୧୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଆସନ୍ତା ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି କହିଛନ୍ତି। ତେବେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ସେ ସମ୍ମାନ ଦେବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ବୋହୂ ଅଧିକ ଧନୀ

ମୁଖ୍ୟମନ୍ତ୍ରୀଙ୍କ ବୋହୂ ଅଧିକ ଧନୀ

ହାଇଦ୍ରାବାଦ,୨୦।୧୧: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ବୋହୂ କେ ଶୈଲିମା ତାଙ୍କ ସ୍ବାମୀ ତଥା ତେଲେଙ୍ଗାନାର ପ୍ରଯୁକ୍ତି ମନ୍ତ୍ରୀ କେଟି ରାମା ରାଓ(କେଟିଆର୍‌)ଙ୍କଠାରୁ ଅଧିକ ଧନୀ ବୋଲି ଜଣାପଡିଛି।

ଭାଜପା ବିଧାୟକଙ୍କୁ ଜୋତାମାଳ: ଭିଡିଓ ଭାଇରାଲ

ଭାଜପା ବିଧାୟକଙ୍କୁ ଜୋତାମାଳ: ଭିଡିଓ ଭାଇରାଲ

ଭୋପାଳ,୨୦।୧୧: ମଧ୍ୟପ୍ରଦେଶର ନଗଡା ସହରରେ ଭାଜପା ବିଧାୟକ ତଥା ବର୍ତ୍ତମାନ ନିର୍ବାଚନର ପ୍ରାର୍ଥୀ ଦିଲ୍ଲୀପ ଶେଖାଓ୍ବତଙ୍କୁ ଜଣେ ବ୍ୟକ୍ତି ଜୋତାମାଳ ପିନ୍ଧାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ହୁରିୟତ ନେତା ହଫିଜୁଲ୍ଲାଙ୍କୁ ଗୁଳି କରି ହତ୍ୟା

ହୁରିୟତ ନେତା ହଫିଜୁଲ୍ଲାଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର,୨୦।୧୧: ଦକ୍ଷିଣ କଶ୍ମୀରରେ ହୁରିୟତ ନେତା ହଫିଜୁଲ୍ଲା ମୀର୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ଇଞ୍ଜିନିୟରିଂ ତୁଳନାରେ ଏମବିଏ ଶିକ୍ଷାର୍ଥୀ ଅଧିକ ବେକାର

ଇଞ୍ଜିନିୟରିଂ ତୁଳନାରେ ଏମବିଏ ଶିକ୍ଷାର୍ଥୀ ଅଧିକ ବେକାର

ନୂଆଦିଲ୍ଲୀ,୨୦।୧୧: ଇଞ୍ଜିନିୟରିଂ ତୁଳନାରେ ଏମବିଏ ଶିକ୍ଷାର୍ଥୀ ଅଧିକ ବେକାର ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏମବିଏ ସ୍ନାତକ ନିଯୁକ୍ତି ଲାଗି ହେଉଥିବା ପ୍ରତିଯୋଗୀତା ପରୀକ୍ଷାରେ ଆବଶ୍ୟକ ଯୋଗ୍ୟତା ପୂରଣ କରିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି।

ଆତ୍ମ ସମର୍ପଣ କଲେ ମଞ୍ଜୁ ବର୍ମା

ଆତ୍ମ ସମର୍ପଣ କଲେ ମଞ୍ଜୁ ବର୍ମା

ବେଗୁସରାଇ,୨୦।୧୧: ବିହାରର ପୂର୍ବତନ ମନ୍ତ୍ରୀ ତଥା ବହୁଚର୍ଚ୍ଚିତ ସେଲଟର ହୋମ୍‌ ମାମଲାର ଅଭିଯୁକ୍ତ ମଞ୍ଜୁ ବର୍ମା ମଙ୍ଗଳବାର ବେଗୁସରାଇ କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି।

ଗୋଟିଏ ଦିନରେ ୫ ହଜାର ବାହାଘର: ନାକେଦମ ହେଲା ପୋଲିସ

ଗୋଟିଏ ଦିନରେ ୫ ହଜାର ବାହାଘର: ନାକେଦମ ହେଲା ପୋଲିସ

ନୂଆଦିଲ୍ଲୀ,୨୦।୧୧: ରାଜଧାନୀ ଦିଲ୍ଲୀରେ ଗୋଟିଏ ଦିନରେ ପାଖାପାଖି ୫ ହଜାର ବାହାଘର ହୋଇଥିବା କହିଛି ପୋଲିସ। ସୋମବାର ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଟ୍ରାଫିକ୍‌ ଜାମ୍‌ ସମସ୍ୟା। 

ତେଲେଙ୍ଗାନା ବିଧାନସଭା ନିର୍ବାଚନ: ଚନ୍ଦ୍ରମୁଖୀ କିନ୍ନର ଦାଖଲ କଲେ ନାମାଙ୍କନ

ତେଲେଙ୍ଗାନା ବିଧାନସଭା ନିର୍ବାଚନ: ଚନ୍ଦ୍ରମୁଖୀ କିନ୍ନର ଦାଖଲ କଲେ ନାମାଙ୍କନ

ହାଇଦ୍ରାବାଦ୍‌,୨୦।୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଚନ୍ଦ୍ରମୁଖୀ କିନ୍ନର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସିବିଆଇ ଘରୋଇ କନ୍ଦଳ: ଆଲୋକ ବର୍ମାଙ୍କ ଜବାବ ଲିକ୍‌ ନେଇ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଜବାବ

ସିବିଆଇ ଘରୋଇ କନ୍ଦଳ: ଆଲୋକ ବର୍ମାଙ୍କ ଜବାବ ଲିକ୍‌ ନେଇ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଜବାବ

ନୂଆଦିଲ୍ଲୀ,୨୦।୧୧: ସିବିଆଇର ଘର କଳି ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହା ଦ୍ୱାରା ସିବିଆଇ ଉପରୁ ଲୋକଙ୍କ ଭରସା ତୁଟୁଥିବା କେତେକ କହୁଛନ୍ତି। 

ବାହାଘର ପାଇଁ ଯାଉଥିବା ବରଙ୍କୁ ଗୁଳି କଲେ ଅଜଣା ବ୍ୟକ୍ତି

ବାହାଘର ପାଇଁ ଯାଉଥିବା ବରଙ୍କୁ ଗୁଳି କଲେ ଅଜଣା ବ୍ୟକ୍ତି

ନୂଆଦିଲ୍ଲୀ,୨୦।୧୧: ଦକ୍ଷିଣ ଦିଲ୍ଲୀର ମଦାନଗିରି ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଅଜ୍ଞାତ ବ୍ୟକ୍ତିଙ୍କ ଗୁଳିମାଡରେ ଜଣେ ବର ଆହତ ହୋଇଥିବା ସୂଚନା ମିଳିଛି।