ଜାତୀୟ |

ଗିରଫ ହେଲେ କଂଗ୍ରେସ ବିଧାୟକ

ଗିରଫ ହେଲେ କଂଗ୍ରେସ ବିଧାୟକ
ହାଇଦ୍ରାବାଦ,୧୧।୯: କଂଗ୍ରେସର ପୂର୍ବତନ ବିଧାୟକ ଜଗା ରେଡ୍ଡୀଙ୍କୁ ସୋମବାର ହାଇଦ୍ରାବାଦ ମାର୍କେଟ ପୋଲିସ ଗିରଫ କରିଛି। ତାଙ୍କ ନାଁରେ ଜାଲିଆତି, ଠକେଇ ଓ ମାନବ ଚାଲାଣ ଭଳି ଅଭିଯୋଗ ରହିଛି। ମାର୍କେଟ ପୋଲିସ ଷ୍ଟେଶନର ସର୍କଲ ଇନ୍ସପେକ୍ଟରଙ୍କ ସୂଚନା ଅନୁଯାୟୀ, ୨୦୦୪ରେ ରେଡ୍ଡୀ ୩ ଜଣ ଲୋକଙ୍କୁ ନିଜ ପରିବାର ସଦସ୍ୟ ଭାବେ ପରିଚୟ ଦେଇ ହାଇଦ୍ରାବାଦରୁ ଆମେରିକା ଚାଲଣ କରୁଥିଲେ। 
All Right Reserved By

ଜାତୀୟ |

ବେକାରୀ ଓ ଶିକ୍ଷା ସମସ୍ୟା ନେଇ ଚିନ୍ତିତ ଭାରତୀୟ ଯୁବବର୍ଗ

ବେକାରୀ ଓ ଶିକ୍ଷା ସମସ୍ୟା ନେଇ ଚିନ୍ତିତ ଭାରତୀୟ ଯୁବବର୍ଗ

ନୂଆଦିଲ୍ଲୀ,୨୫।୯: ଭାରତୀୟ ଯୁବବର୍ଗ ବେକାରୀ ଓ ଶିକ୍ଷା ସମସ୍ୟା ନେଇ ଅଧିକ ଚିନ୍ତିତ। ଗୋଲକିପର ଗ୍ଳୋବାଲ୍‌ ୟୁଥ୍‌ ପୁଲ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ ହୋଇଛି। ଯୁବବର୍ଗଙ୍କର ଦେଶର ଶାସନବ୍ୟବସ୍ଥା ତଥା ସରକାରଙ୍କ ଉପରେ ଭରସା ଥିବାବେଳେ ୫୫ ପ୍ରତିଶତ ରାଜନୀତିରେ ରୁଚି ରଖନ୍ତି।

୫ଦିନରେ ୭ ଗୁରୁତ୍ୱପୂର୍ଣ୍ଣ ମାମଲା: ରାୟ ଦେବେ ପ୍ରଧାନ ବିଚାରପତି

୫ଦିନରେ ୭ ଗୁରୁତ୍ୱପୂର୍ଣ୍ଣ ମାମଲା: ରାୟ ଦେବେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୫।୯: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଅକ୍ଟୋବର ୨ ତାରିଖରେ ଅବସର ନେବେ।  ସେପ୍ଟେମ୍ବର ୩୦ ତାରିଖ ଏବଂ ଅକ୍ଟୋବର ୨ ଛୁଟି ଦିବସ ହୋଇଥିବାରୁ ପ୍ରଧାନ ବିଚାରପତିଙ୍କ ହାତରେ ରହିଛି ଆଉ ୫ ଦିନ।

କାଉଙ୍କ ପାଇଁ ତିଆରି ହେଲା ପାର୍କ

କାଉଙ୍କ ପାଇଁ ତିଆରି ହେଲା ପାର୍କ

ଭିଦିଶା,୨୫।୯: ଦିନକୁ ଦିନ ଜୀବଜନ୍ତୁଙ୍କ ସଂଖ୍ୟା କମ୍‌ ହୋଇ ଯାଉଥିବାରୁ ଏହାର ପ୍ରଭାବ ପରିବେଶ ଉପରେ ପଡୁଛି। ଏହାକୁ ଦୃଷ୍ଟିରେ ରଖି କାଉ ବଂଶ ରକ୍ଷା କରିବାକୁ ଯାଇ ମଧ୍ୟ ପ୍ରଦେଶର ଭିଦିଶାରେ ଖୋଲିଛି ଏକ କାଉ ପାର୍କ।

 ଦାଗୀ ନେତା ନିର୍ବାଚନ ଲଢ଼ିବା ପ୍ରସଙ୍ଗ: ସଂସଦ ଏହାର ବିଚାର କରୁ କହିଲେ ସୁପ୍ରିମ୍‌କୋର୍ଟ

ଦାଗୀ ନେତା ନିର୍ବାଚନ ଲଢ଼ିବା ପ୍ରସଙ୍ଗ: ସଂସଦ ଏହାର ବିଚାର କରୁ କହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୫।୯: ଦାଗୀ ନେତା ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର କହିଛନ୍ତି ଯେ, ଏହାର ବିଚାର ସଂସଦ କରିବା ଆବଶ୍ୟକ। ଏଭଳି ମାମଲାରେ ଜଡ଼ିତ ଥିବା ବ୍ୟକ୍ତି ବିଶେଷ ଯେପରି ରାଜନୀତିକୁ ନ ଆସିବେ ସେଥିପ୍ରତି ସଂସଦ ଦୃଷ୍ଟି ଦେବା ନେଇ ସବୋର୍ଚ୍ଚ ଅଦାଲତ ରାୟ ଦେଇଛନ୍ତି। 

ଥରିଲା ଆସାମ, ମେଘାଳୟ ସମେତ ଉତ୍ତରପୂର୍ବ ରାଜ୍ୟ

ଥରିଲା ଆସାମ, ମେଘାଳୟ ସମେତ ଉତ୍ତରପୂର୍ବ ରାଜ୍ୟ

ନୂଆଦିଲ୍ଲୀ,୨୫।୯: ଆସାମ, ମେଘାଳୟ ସମେତ କେତେକ ଉତ୍ତରପୂର୍ବ ରାଜ୍ୟରେ ମଙ୍ଗଳବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଓ୍ବାଶ୍‌ରୁମ୍‌ ଭାବି ଉଡନ୍ତା ବିମାନର ମୁଖ୍ୟ ଗେଟ୍‌ ଖୋଲିବାକୁ ଚେଷ୍ଟା କଲେ ଯୁବକ

ଓ୍ବାଶ୍‌ରୁମ୍‌ ଭାବି ଉଡନ୍ତା ବିମାନର ମୁଖ୍ୟ ଗେଟ୍‌ ଖୋଲିବାକୁ ଚେଷ୍ଟା କଲେ ଯୁବକ

ପାଟନା,୨୫।୯: ବିମାନରେ ପ୍ରଥମ ଥର ଲାଗି ଯାତ୍ରା କରୁଥିବା ଜଣେ ଯୁବକଙ୍କ କାରନାମା ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। ଯୁବକ ଜଣକ ୨୨ ତାରିଖରେ ଏ-୩୨୦ ବିମାନରେ ଯାତ୍ରା କରୁଥିଲେ।

ମୃତ୍ୟୁ କଲା ଅମର: ୩ ଜଣଙ୍କୁ ନୂଆ ଜୀବନ ଦେଲେ ସୌରଭ

ମୃତ୍ୟୁ କଲା ଅମର: ୩ ଜଣଙ୍କୁ ନୂଆ ଜୀବନ ଦେଲେ ସୌରଭ

ପାଟନା,୨୫।୯: ବିହାର ନାଳନ୍ଦାର ୧୯ ବର୍ଷ ବୟସ୍କ ସୌରଭ ପ୍ରତୀକଙ୍କୁ ମୃତ୍ୟୁ କରିଛି ଅମର। ତାଙ୍କୁ ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷିତ କରିଥିଲେ। ତାଙ୍କ ପିତାମାତା ସୌରଭଙ୍କ ଅଙ୍ଗଦାନର ଅନୁମତି ଦେଇଥିଲେ।

ହିମାଚଳ ପ୍ରଦେଶରେ ବରଫପାତ: ୪୫ ନିଖୋଜ

ହିମାଚଳ ପ୍ରଦେଶରେ ବରଫପାତ: ୪୫ ନିଖୋଜ

ନୂଆଦିଲ୍ଲୀ,୨୫।୯: ହିମାଚଳ ପ୍ରଦେଶର ଲାହାଉଲ ଓ ସ୍ପିଟି ଜିଲାରେ ହୋଇଥିବା ବରଫପାତ ଫଳରେ ୪୫ ଜଣ ନିଖୋଜ ଥିବା ସୂଚନା ମିଳିଛି। ଏଥିରେ ରୁର୍‌କି ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ର ୩୫ ଜଣ ବିଦ୍ୟାର୍ଥୀ ରହିଛନ୍ତି। 

ଆୟୁଷ୍ମାନ ଭାରତ ଯୋଜନା: ୨୪ ଘଣ୍ଟାରେ ଏକ ହଜାର ଲୋକଙ୍କୁ ସ୍ବାସ୍ଥ୍ୟ ସେବା

ଆୟୁଷ୍ମାନ ଭାରତ ଯୋଜନା: ୨୪ ଘଣ୍ଟାରେ ଏକ ହଜାର ଲୋକଙ୍କୁ ସ୍ବାସ୍ଥ୍ୟ ସେବା

ନୂଆଦିଲ୍ଲୀ,୨୫।୯: ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ହେବାର ୨୪ ଘଣ୍ଟା ମଧ୍ୟରେ ଏକ ହଜାର ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ଛତିଶଗଡ଼, ହରିୟାଣା, ଝାଡ଼ଖଣ୍ଡ, ଆସାମ, ମଧ୍ୟପ୍ରଦେଶରେ ଲୋକମାନଙ୍କୁ ଏହି ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। 

ଉତ୍ତର ଭାରତରେ ଝଡତୋଫାନର ତାଣ୍ଡବ : ୧୧ ମୃତ

ଉତ୍ତର ଭାରତରେ ଝଡତୋଫାନର ତାଣ୍ଡବ : ୧୧ ମୃତ

ଜଳନ୍ଦର, ୨୫।୯: ଉତ୍ତର ଭାରତରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୧ ଜଣଙ୍କ ପ୍ରାଣହାନୀ ଘଟିଛି। ହିମାଚନ ପ୍ରଦେଶ, ଜମ୍ମୁ-କଶ୍ମୀର ଓ ହରିୟାଣାରେ ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନ ଫଳରେ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ଗଛ ମଧ୍ୟ ଉପୁଡି ଯାଇଛି।

ଲୁଟେରା ସାଜିଛନ୍ତି ନବବଧୂ: ୩ମାସରେ ୨୭ ଘରୁ ଲୁଟ୍‌

ଲୁଟେରା ସାଜିଛନ୍ତି ନବବଧୂ: ୩ମାସରେ ୨୭ ଘରୁ ଲୁଟ୍‌

ଗାଜିଆବାଦ,୨୪।୯: ଉତ୍ତର ପ୍ରଦେଶ ଗାଜିଆବାଦରେ କିଛିଦିନ ହେବ ନବବଧୂମାନେ ଲୁଟ୍‌ କରି ଫେରାର ହୋଇଯାଉଥିବା ଘଟଣା ସାମ୍ନାକୁ ଆସୁଛି। ଦିନକୁ ଦିନ ଏହା ବଢିବାରେ ଲାଗିଛି। 

ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ସତର୍କ ସୂଚନା

ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ସତର୍କ ସୂଚନା

ଚଣ୍ଡିଗଡ,୨୪।୯: ଗତ ୪୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପଞ୍ଜାବରେ ହେଉଥିବା ଲଗାଣ ବର୍ଷାକୁ ଦେଖି ସୋମବାର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।