ମନୋରଞ୍ଜନ |

ରାଧିକା ମଦନ ଉତ୍ସାହିତ

ରାଧିକା ମଦନ ଉତ୍ସାହିତ
ମୁମ୍ବାଇ: ଅଭିନେତ୍ରୀ ରାଧିକା ମଦନ ବେଶ୍‌ ଉତ୍ସାହିତ ଅଛନ୍ତି। କାରଣ ତାଙ୍କ ଅଭିନୀତ ଫିଲ୍ମ ‘ମର୍ଦ କୋ ଦର୍ଦ ନହିଁ ହୋତା’ ଟରଣ୍ଟୋ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ୍‌ (ଟିଫ୍‌)ରେ ପ୍ରଦର୍ଶିତ ହେବାକୁ ଯାଉଛି। ଉକ୍ତ ଫିଲ୍ମକୁ ଟିଫ୍‌-୨୦୧୮ ଓ୍ବାର୍ଲଡ ପ୍ରିମିୟର ପାଇଁ ଚୟନ କରାଯାଇଛି।
ଜଣେ ନବାଗତା ଅଭିନେତ୍ରୀ ଭାବରେ ଟରଣ୍ଟୋରେ ସମ୍ମାନଜନକ ଫିଲ୍ମ ଫେଷ୍ଟିଭାଲ୍‌ରେ ଅଂଶଗ୍ରହଣ କରୁଥିବାରୁ ସେ ବେଶ୍‌ ଉତ୍ସାହିତ ଜଣାପଡୁଛନ୍ତି। କାରଣ ବିଶ୍ୱ ସ୍ତରରେ ଉକ୍ତ ଫିଲ୍ମ ପ୍ରଦର୍ଶିତ ହେବା ସହ ଦର୍ଶକଙ୍କର ପ୍ରତିକ୍ରିୟା ମଧ୍ୟ ମିଳିବ। ଏହାଦ୍ୱାରା ଏକ ନିଆରା ଅନୁଭୂତି ହାସଲ ହୋଇପାରିବ ବୋଲି ରାଧିକା ପ୍ରକାଶ କରିଛନ୍ତି। ମୋ ଅଭିନେତ୍ରୀ ଜୀବନର ଏହା ହେଉଛି ଏକ ଉତ୍ସାହଜନକ ପର୍ଯ୍ୟାୟ। କାରଣ ପଛକୁ ପଛ ଦୁଇଟି ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହା ସ୍ବପ୍ନ ପରି ଲାଗୁଛି। ସେ ବିଶାଲ୍‌ ଭରଦ୍ୱାଜଙ୍କ ‘ପଟାଖା’ରେ ପ୍ରଥମକରି ଅଭିନୟ ଆରମ୍ଭ କରିଛନ୍ତି। ‘ମର୍ଦ କୋ ଦର୍ଦ ନହିଁ ହୋତା’ ଜଣେ ବ୍ୟକ୍ତିଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଛି, ଯିଏ ଆଦୌ ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ। ଉକ୍ତ ଫିଲ୍ମ ଆସନ୍ତା ସପ୍ତାହରେ ଟରଣ୍ଟୋ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ। ଏଥିରେ ଅଭିନୟ କରିଛନ୍ତି ‘ମୈନେ ପ୍ୟାର କିୟା’ର ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁତ୍ର ଅଭିମନ୍ୟୁ ଦସାନି।
All Right Reserved By

ମନୋରଞ୍ଜନ |

ନିଜ ଫ୍ୟାନଙ୍କ ପାଇଁ ଏପରି ବି କରିବାକୁ ପଛାନ୍ତି  ନାହିଁ ଏହି ସେଲିବ୍ରିଟି....

ନିଜ ଫ୍ୟାନଙ୍କ ପାଇଁ ଏପରି ବି କରିବାକୁ ପଛାନ୍ତି ନାହିଁ ଏହି ସେଲିବ୍ରିଟି....

କ୍ୟାଟ୍ରିନା ଯିଏ କି ଏବେ ନିଜ ଅଭିନୀତ ଚଳଚିତ୍ର ଜିରୋ ପାଇଁ ଯେତେ ଚର୍ଚ୍ଚିତ ନୁହନ୍ତି ବରଂ ଏହି ଫଟୋ ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ସେ ନିଜର ଏକ କୁନି ଫ୍ୟାନଙ୍କ ସହ ଫଟୋ ପାଇଁ ପୋଜ ଦେଉଥିବାର ନଜର ଆସିଛନ୍ତି। 

ମାଆ ହେବେ ଇଶା

ମାଆ ହେବେ ଇଶା

ମୁମ୍ବାଇ: ବଲିଉଡ୍‌ ନାୟିକା ଇଶା ଦଓ୍ବେଲ ପୁଣି ମାଆ ହେବାକୁ ଯାଉଛନ୍ତି। ବିବାହ ପରେ ବଡ ପରଦାରୁ ଦୂରେଇ ରହିଥିବା ଇଶା ତାଙ୍କ ପିଲାଦିନର ସାଥୀ ଭରତ ତଖତାନୀଙ୍କୁ ବିବାହ କରିବା ପରେ ସୁଖରେ ସମୟ କାଟୁଛନ୍ତି। 

 ଏପ୍ରିଲ୍‌ରୁ ଆରମ୍ଭ ହେବ ଦବଙ୍ଗ-୩ର ଶୁଟିଂ; ସୋନାକ୍ଷୀ ଦେଲେ ସୂଚନା

ଏପ୍ରିଲ୍‌ରୁ ଆରମ୍ଭ ହେବ ଦବଙ୍ଗ-୩ର ଶୁଟିଂ; ସୋନାକ୍ଷୀ ଦେଲେ ସୂଚନା

ମୁମ୍ବାଇ, ୨୧।୧: ଅରବାଜ୍‌ ଖାଁଙ୍କ ହୋମ୍‌ ପ୍ରଡକସନ୍‌ରେ ଖୁବ୍‌ ଶୀଘ୍ର ଦବଙ୍ଗ-୩ର ଶୁଟିଂ ଆରମ୍ଭ ହେବ। ଏନେଇ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଦେଇଛନ୍ତି ସୂଚନା। 

ଅଙ୍କିତାଙ୍କ ପରେ କୃତି ସେନନ୍‌ଙ୍କ ସହ ଡେଟିଂ କରୁଥିଲେ ସୁଶାନ୍ତ ସିଂ

ଅଙ୍କିତାଙ୍କ ପରେ କୃତି ସେନନ୍‌ଙ୍କ ସହ ଡେଟିଂ କରୁଥିଲେ ସୁଶାନ୍ତ ସିଂ

ମୁମ୍ବାଇ,୨୧।୧: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ସୋମବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୬ ଜାନୁୟାରୀ ୨୧ରେ ସେ ବିହାର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ।

ମାଆଙ୍କ ସହ ପୋଲିସ ଷ୍ଟେଶନ ପହଞ୍ଚିଲେ ସାରା

ମାଆଙ୍କ ସହ ପୋଲିସ ଷ୍ଟେଶନ ପହଞ୍ଚିଲେ ସାରା

ମୁମ୍ବାଇ.୨୦।୧: ବଲିଉଡ୍‌ର ନବାଗତା ନାୟିକା ସାରା ଅଲ୍ଲି ଖାଁ ମାଆ ଅମ୍ରିତା ସିଂଙ୍କ ସହ ଶନିବାର ପୋଲିସ ଷ୍ଟେଶନରେ ନଜର ଆସିଛନ୍ତି। ସମ୍ପତ୍ତି ମାମଲାରେ ମାଆଝିଅ ପୋଲିସ ଷ୍ଟେଶନ ଯାଇଥିବା ଜଣାପଡିଛି। ପାଖାପାଖି ୨୫ ମିନିଟ୍‌ ପୋଲିସ ଆଗରେ ନିଜର ପକ୍ଷରଖିବା ପରେ ମାଆଝିଅ ଫେରିଥିଲେ।

ସୋନମଙ୍କ ଘରେ ପୁଣି ବାଜିବ ଶାହାନାଇ

ସୋନମଙ୍କ ଘରେ ପୁଣି ବାଜିବ ଶାହାନାଇ

ଅନିଲ ତନୟା ସୋନମ୍‌ କପୁର ଗତବର୍ଷ ତାଙ୍କ ପ୍ରେମିକ ଆନନ୍ଦ ଆହୁଜାଙ୍କୁ ମ୍ୟାରେଜ କରିଥିଲେ। ଏବେ ସେହି ପଦାଙ୍କ ଅନୁସରଣ କରିବାକୁ ଯାଉଛନ୍ତି ତାଙ୍କର ସାନଭଉଣୀ ରିୟା। 

ନମ୍ରତାଙ୍କ ମନକଥା

ନମ୍ରତାଙ୍କ ମନକଥା

ପିଲାଟି ଦିନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା। ‘ମିଠା ମିଠା’ ରିୟଲିଟି ଶୋ’ରେ ଅଂଶଗ୍ରହଣ କରି ଟପ୍‌-୫ରେ ଅନ୍ତର୍ଭୁକ୍ତ ହେବା ପରେ ତାଙ୍କର ଏହି ଆଶା ଦ୍ୱିଗୁଣିତ ହୋଇଯାଇଥିଲା। 

ଏଥର ବରୁଣ-ସାରା ଯୋଡ଼ି

ଏଥର ବରୁଣ-ସାରା ଯୋଡ଼ି

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢାଳିବା। ଷ୍ଟାର କିଡ୍‌ ସାରା ଅଲ୍ଲୀ ଖଁାଙ୍କ ଖୁସି ଏବେ କହିଲେ ନ ସରେ। ପ୍ରଥମ ସିନେମା ‘କେଦାରନାଥ’ ପରେ ନିକଟରେ ରୋହିତ ସେଟ୍ଟିଙ୍କ ‘ଶିମ୍ବା’ ବକ୍ସ ଅଫିସରେ ଭଲ କଲେକ୍‌ଶନ କରିଛି। 

ରଣବୀର କପୁରଙ୍କୁ କି ଉପହାର ଦେବାକୁ ଚାହୁଁଥିଲେ ଦୀପିକା

ରଣବୀର କପୁରଙ୍କୁ କି ଉପହାର ଦେବାକୁ ଚାହୁଁଥିଲେ ଦୀପିକା

ମୁମ୍ବାଇ: ଏବେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ୍‌ ରାହୁଲଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି ସତ। ଯାହାକୁ ନେଇ ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହରଙ୍କ ଶୋ’ ମଧ୍ୟ ବିବାହ ଘେରକୁ ଟାଣି ହୋଇଯାଇଛି। 

ଟୋଟାଲ ଧମାଲ

ଟୋଟାଲ ଧମାଲ

ପୁଣିଥରେ ଏକ କମେଡି ଫ୍ଲେଭର ନେଇ ବଡ଼ ପରଦା ଉପରକୁ ଆସୁଛନ୍ତି ଅଜୟ ଦେବଗନ। ଆକ୍ସନରୁ ସେ ଆରମ୍ଭ କରିଥିଲେ ନିଜ କ୍ୟାରିୟର। ଗତ କିଛିବର୍ଷ ହେଲା ସେ ବେଶ୍‌ କେତୋଟି କମେଡିଭିତ୍ତିକ ଫିଲ୍ମରେ ଅଭିନୟ କରି ଜଣେ କମେଡିଆନ୍‌ ଭାବରେ ଦର୍ଶକଙ୍କ ମନ ଜିଣିପାରିଛନ୍ତି।

ସତ ନୁହେଁ ଗୁଜବ

ସତ ନୁହେଁ ଗୁଜବ

ନର୍ଗିସ ଫକ୍ରିଙ୍କୁ ସତେଯେମିତି ଟେନ୍‌ସନ ଛାଡ଼ିବାକୁ ନାରାଜ। ଦେଖୁନାହାନ୍ତି, କେମିତି ଗୋଟିଏ ପରେ ଗୋଟିଏ କଥାକୁ ନେଇ ସେ ସଫେଇ ଦେବାରେ ଲାଗିଛନ୍ତି। ନିକଟରେ ଏକ ପ୍ରୋଗ୍ରାମକୁ ସେ ଢିଲା ପୋଷାକ ପିନ୍ଧି ଯାଇଥିଲେ। 

ସୁମନଙ୍କ କଥା ରହିଲା

ସୁମନଙ୍କ କଥା ରହିଲା

ସକାଳ ସୂର୍ଯ୍ୟ, ଶ୍ରାବଣୀ, ଅପା, ତୁଳସୀ ପରି ଲୋକପ୍ରିୟ ଧାରାବାହିକରୁ ଜଲିଉଡ୍‌କୁ ପ୍ରବେଶ କରିଥିବାସତ୍ୟ ଯାତ୍ରାପ୍ରେମୀଙ୍କ ନିକଟରେ ଅତି ପରିଚିତ। ଜଣେ ପ୍ରତିଶ୍ରୁତିସମ୍ପନ୍ନ ଅଭିନେତା ଭାବରେ ସେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି। ତେବେ ତାଙ୍କ ଜୀବନରେ ଘଟିଥିବା ଏହି ଘଟଣାଟି କୌଣସି ରୋମାଞ୍ଚକର ଉପନ୍ୟାସର କାହାଣୀଠୁ କିଛି କମ୍‌ ନୁହେଁ...