ରାଜ୍ୟ | ଉପକୂଳ ଓଡିଶା

ମଝି ସମୁଦ୍ରରେ ହଜିଛି ଠିକଣା

ମଝି ସମୁଦ୍ରରେ ହଜିଛି ଠିକଣା
ପାରାଦୀପ,୧୧ା୯(ସ୍ବ.ପ୍ର.): ସମୁଦ୍ର ଅନେକଙ୍କ ଜୀବନ ଜୀବିକାର ମାଧ୍ୟମ। ତେଣୁ ଛୋଟ ହୁଲି ଡଙ୍ଗା ଦ୍ୱାରା ହେଉ କିମ୍ବା ବୋଟ୍‌ ଅଥବା ଜାହାଜ, ପ୍ରତ୍ୟେହ କେହି ନା କେହି ବିଶାଳ ସମୁଦ୍ରକୁ ଯାତ୍ରା କରିଥାନ୍ତି। କିନ୍ତୁ ସମସ୍ତେ ଠିକଣାସ୍ଥଳରେ ପହଞ୍ଚତ୍ପାରନ୍ତି ନାହିଁ ବା କୂଳକୁ ଫେରିପାରନ୍ତି ନାହିଁ। ମାଛଧରା ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ହେଉ ପ୍ରତିକୂଳ ପରିସ୍ଥିତିରେ ସେମାନେ ମଝି ସମୁଦ୍ରରେ ନିଜ ଠିକଣା ହଜାଇ ବସନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଆଉ ଜୀବନ୍ତ ଅବସ୍ଥାରେ ଫେରନ୍ତି ନାହିଁ। ସେହିପରି ଆଶ୍ଚର୍ଯ୍ୟଜନକ ଭାବେ କେତଜଣ ଦୀର୍ଘଦିନ ପରେ ଫେରିବାର ସୌଭାଗ୍ୟ ପାଉଥିବାବେଳେ ଆଉ କେତେଜଣ ସବୁଦିନ ପାଇଁ ହଜିଯାଇଥାନ୍ତି। 
ଗତ ୪ ଦିନ ମଧ୍ୟରେ ପାରାଦୀପ ମହାନଦୀ ମୁହାଣରେ ଏଭଳି ୨ଟି ଘଟଣା ଘଟିଛି, ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ଏବେ ତାଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଛି। ଏମିତି ଦେଖିବାକୁ ଗଲେ କେବଳ ୨୦୧୮ ବର୍ଷରେ ସେପ୍ଟେମ୍ବର ୯ (ରବିବାର) ସୁଦ୍ଧା ସମୁଦ୍ରରେ ୪ ଜଣ ନିଖୋଜ ଥିବାବେଳେ ୮ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ୨୦୧୭ରେ ଏହି ମୃତ ନିଖୋଜଙ୍କ ସଂଖ୍ୟା ୧୭ ଥିବାବେଳେ ୨୦୧୬ରେ ଥିଲା ୧୮। ଏମିତି ପ୍ରତିବର୍ଷ ଘଟିଚାଲିଛି। ଯେଉଁକ୍ଷେତ୍ରରେ ମୃତଦେହ ମିଳିଛି ସେ କ୍ଷେତ୍ରରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଆଉ ଯେଉଁମାନଙ୍କର କୌଣସି ପତ୍ତା ମିଳିନାହିଁ, ସେମାନେ ଏବେ ସୁଦ୍ଧା ନିଖୋଜ ଥିବା ଦର୍ଶାଯାଉଛି। ମୃତଦେହ ନ ମିଳିବା ପର୍ଯ୍ୟନ୍ତ ପୋଲିସ ମାମଲା ରୁଜୁ କରିପାରୁନାହିଁ କି ପରିବାର ଲୋକେ ମୃତ୍ୟୁକାଳୀନ କ୍ରିୟାକର୍ମ କରିପାରୁନାହାନ୍ତି। ଏମିତି ବି ଦୃଷ୍ଟାନ୍ତ ଅଛି ନିଖୋଜ ହେବାର ୧୦ ଦିନ ପରେ କେତେଜଣ ଘରକୁ ଫେରିଛନ୍ତି। ଏଭଳି ୩ ଜଣ ଭାଗ୍ୟବାନ ବ୍ୟକ୍ତି ହେଲେ ସ୍ଥାନୀୟ ଷଣ୍ଢକୁଦର ସୋଦି କୋଟେଶ, ସୋଦି ନାଗେଶ ଓ ମାଇଲିପିଲି କ୍ରିଷ୍ଣା। କୋଟେଶ ଓ ନାଗେଶ ଦୁଇଭାଇ ଏବଂ କ୍ରିଷ୍ଣା ସେମାନଙ୍କ ସମ୍ପର୍କୀୟ ଭାଇ। ଗଭୀର ସମୁଦ୍ରରେ ୧୦ଦିନ  କାଳ ଖଣ୍ଡିଏ କାଠପଟା ସାହାଯ୍ୟରେ ଭାସିବା ପରେ ଆନ୍ଧ୍ର ସୀମାଠାରୁ ପ୍ରାୟ ୯୦୦ କିମି ଦୂରରୁ ଏକ ପଣ୍ୟବାହୀ ଜାହାଜ ସେମାନଙ୍କୁ ଉଦ୍ଧାର କରିଥିଲା। ଘରକୁ ଫେରିବା ପରେ 
ସେହି ୩ ଜଣ ଏବେ ବି ପୂର୍ବବତ୍‌ ସମୁଦ୍ରକୁ ଯାଉଛନ୍ତି ଓ ମାଛ ଧରି ପରିବାର ପ୍ରତିପୋଷଣ କରୁଛନ୍ତି। ୨୦୧୦ ନଭେମ୍ବର ୧୨ର ଘଟଣା। କୋଟେଶ ନିଜ ଡଙ୍ଗାରେ ଭାଇ ଓ ଅନ୍ୟ ୪ ଜଣଙ୍କ ସହ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ହଠାତ୍‌ ସମୁଦ୍ର ଅଶାନ୍ତ ହୋଇପଡିବା ସହ ଡଙ୍ଗା ଓଲଟି ପଡିଥିଲା। ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଅନ୍ୟ ଏକ ଡଙ୍ଗା ଉଦ୍ଧାର କରି ପାରାଦୀପ ମାଛଧରା ବନ୍ଦରକୁ ଆଣିଥିଲା। କିନ୍ତୁ କୋଟେଶ, ନାଗେଶ ଓ ମାଇଲିପିଲି କ୍ରିଷ୍ଣାଙ୍କର କୌଣସି ପତ୍ତା ମିଳିଲା ନାହିଁ। ସେମାନେ ଓଲଟି ପଡିଥିବା ଡଙ୍ଗାର ଏକ କାଠପଟା, ରଶି ଓ ଖଣ୍ଡିଏ ପଲିଥିନ ସାହାଯ୍ୟରେ ଗଭୀର ସମୁଦ୍ରକୁ ଭାସିଯାଇଥିଲେ। ତେବେ ସେମାନଙ୍କ ଭରସା ଥିଲା କେହି ନା କେହି ଆସି ସେମାନଙ୍କୁ ଉଦ୍ଧାର କରିବ। କିନ୍ତୁ ଏମିତି ୨ ଦିନ ଭାସିବା ପରେ ମଧ୍ୟ କେହି ଉଦ୍ଧାର ନ କରିବାରୁ ସେମାନଙ୍କ ମନୋବଳ ଭାଙ୍ଗିଯାଇଥିଲା। ବିନା ଖାଦ୍ୟ ପାନୀୟରେ ସେମାନେ ଭାସି ଚାଲିଲେ। ଯେଉଁ ରଶି ଖଣ୍ଡିକ ପାଖରେ ଥିଲା, ସେଥିରେ ୩ ଜଣ ବନ୍ଧା ହୋଇଥିଲେ। ଏ ସମ୍ପର୍କରେ କୋଟେଶ କୁହନ୍ତି, ରାତି ହେଲେ ଆମ ପାଖରେ ଲାଇଟ୍‌ ଜଳୁଥିବା ଅନୁଭବ କରୁ। ବର୍ଷା ମଧ୍ୟ ହୁଏ। ସେହି ବର୍ଷା ପାଣିକୁ ଜରି ପାଲ ସାହାଯ୍ୟରେ ସଂଗ୍ରହ କରି ୩ ଦିନରେ ୩ ଥର ପିଇଥିଲୁ। ୨୦୧୦ ନଭେମ୍ବର ୨୧ ସନ୍ଧ୍ୟାରେ ରିଲାଏନ୍ସ କମ୍ପାନୀର ସେହି ଜାହାଜ କ୍ୟାପ୍‌ଟେନ୍‌ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସେମାନେ କଥା କହିପାରୁ ନ ଥିଲେ କି କିଛି ଖାଇପାରୁ ନ ଥିଲେ। ଜାହାଜରେ ପ୍ରଥମେ ଗରମ ପାଣିରେ ଗାଧୋଇବା ଓ କିଛି ଔଷଧ ଜିଭରେ ରଖି ଚିକିତ୍ସିତ ହେବା ପରେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ। ୧୦ ଦିନ ପାଣିରେ ଭାସିବା ଦ୍ୱାରା ସେମାନଙ୍କ ମାଂସପେଶୀ ଫୁଲି ଯାଇଥିଲା ଓ ଶରୀର କେତେକ ସ୍ଥାନ ଛିଡ଼ି ଯାଇଥିଲା। ସମ୍ପୂର୍ଣ୍ଣ ଚିକିତ୍ସା ହେବାକୁ ସେମାନଙ୍କୁ ମାସାଧିକ କାଳ ସମୟ ଲାଗିଥିଲା। ସେମାନେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର। ତେଣୁ ଗଡ୍‌ ସେମାନଙ୍କୁ ଉଦ୍ଧାର କରିଥିବା କୋଟେଶ କହିଛନ୍ତି। ତାଙ୍କ ସ୍ତ୍ରୀ ସୋଦେମେରୀ ଓ ମା ପୋଲେରମା ସେତେବେଳେ ଗଡ୍‌ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଯେ କୋଟେଶ ଫେରିଲେ ସେମାନେ ସବୁଦିନ ପାଇଁ ଆଭୂଷଣ ପରିତ୍ୟାଗ କରିବେ। ସେଥିପାଇଁ ସେମାନେ ଆଉ କୌଣସି ଆଭୂଷଣ ପିନ୍ଧୁ ନାହାନ୍ତି। ୧୯୯୫ରେ ସମୁଦ୍ରରେ କୋଟେଶଙ୍କ ପରିବାରର ୨ଜଣଙ୍କ ମୃତ୍ୟୁ ଘଟିଥିଲା ଓ  ୨୦୧୭ ଜାନୁୟାରୀ ୩୧ରେ ସମୁଦ୍ରରେ ମାଛ ଧରିବାବେଳେ ତାଙ୍କ ପିତାଙ୍କ ମୃତ୍ୟୁ  ହୋଇଥିଲା। ତେବେ ସମୁଦ୍ରରେ ନିଖୋଜ ହୋଇ ଏଭଳି ଜୀବନ ଫେରିପାଇବାର ଦୃଷ୍ଟାନ୍ତ ଖୁବ୍‌ କମ୍‌ ଦେଖିବାକୁ ମିଳେ। ଅନ୍ୟପକ୍ଷରେ ଦିନକୁ ଦିନ ନିଖୋଜଙ୍କ ସଂଖ୍ୟା ବଢି ଚାଲିଛି। ଏ ସମ୍ପର୍କରେ ମେରାଇନ ଥାନା ଅଧିକାରୀ ବବିତା ଦଳେଇ କୁହନ୍ତି, ଯେ ପର୍ଯ୍ୟନ୍ତ ମୃତଦେହ ନ ମିଳିଛି, ସେ ପର୍ଯ୍ୟନ୍ତ ଆଇନତଃ କିଛି କରିହେବ ନାହିଁ। ଗତ ୧୦ ବର୍ଷ ହେଲା ମହାନଦୀ ମୁହାଣ ଅଞ୍ଚଳ ପୋତି ହେବା ଯୋଗୁ ସେଠାରେ ପ୍ରତିବର୍ଷ ଦୁର୍ଘଟଣା ଘଟୁଛି। ସମୁଦ୍ରରେ ଘଟିଥିବା ଦୁର୍ଘଟଣା ମଧ୍ୟରୁ ସର୍ବାଧିକ ମୁହାଣ ଅଞ୍ଚଳରେ ହିଁ ହୋଇଛି। 
All Right Reserved By

ରାଜ୍ୟ | ଉପକୂଳ ଓଡିଶା

କୋଲାବିରା ବନାଞ୍ଚଳରେ ଅସୁସ୍ଥ ହାତୀର ଜୀବନ ଗଲା

କୋଲାବିରା ବନାଞ୍ଚଳରେ ଅସୁସ୍ଥ ହାତୀର ଜୀବନ ଗଲା

କୋଲାବିରା,୨୦।୯ (ଡି.ଏନ.ଏ.)  -ଝାରସୁଗୁଡା ଜିଲା କୋଲାବିରା ବନାଞ୍ଚଳରେ ଅସୁସ୍ଥ ଅବସ୍ଥାରେ ତିନି ଦିନ ପଡିରହିଥିବା ହାତୀର ବୁଧବାର ସନ୍ଧ୍ୟାରେ ମୃତ୍ୟୁ ହୋଇଯାଇଛି। ଘଟଣାସ୍ଥଳକୁ ଡିଏଫ୍‌ଓ ସୁଶାନ୍ତ କୁମାର, ଏସିଏଫ୍‌ ସରୋଜ ପଣ୍ଡା, ପ୍ରାଣୀ ଚିକିତ୍ସାଧିକାରୀ ସାଲିନୀ ସେଠୀ ପହଞ୍ଚି

ରାସ୍ତା ପୁନରୁଦ୍ଧାର ପାଇଁ ଜିଲାପାଳଙ୍କୁ ଫେରାଦ

ରାସ୍ତା ପୁନରୁଦ୍ଧାର ପାଇଁ ଜିଲାପାଳଙ୍କୁ ଫେରାଦ

ଖୋର୍ଦ୍ଧା ଅଫିସ,୧୯।୯: ଖୋର୍ଦ୍ଧା ଜିଲା ତାପଙ୍ଗ ମନ୍ଦାରବସ୍ତ ରାସ୍ତାର ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ ବୁଧବାର ଜିଲାପାଳଙ୍କୁ ଭେଟିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ମରାମତି ଅଭାବରୁ ତାପଙ୍ଗ ମନ୍ଦାରବସ୍ତ ରାସ୍ତା ମରଣଯନ୍ତା ପାଲଟିଛି। ଫଳରେ ଯାତାୟାତରେ  ସମସ୍ୟା ସୃଷ୍ଟି ହେଉଛି।

ଏନ୍‌ଜିଓରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା: ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ,୧୯।୯: ଖୋର୍ଦ୍ଧା ଜିଲାରେ ଥିବା ଏକ ଏନ୍‌ଜିଓରେ ନାବାଳିକାମାନଙ୍କୁ ଶାରୀରିକ ଓ ଯୌନ ନିର୍ଯାତନା ଦିଆଯାଉଥିବା ମଙ୍ଗଳବାର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବୁଧବାର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। 

ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣ ଘଟଣା: ୨୪ରେ  ହାଜର ହେବାକୁ  ନୋଟିସ

ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣ ଘଟଣା: ୨୪ରେ ହାଜର ହେବାକୁ ନୋଟିସ

ପୁରୀ ଅଫିସ, ୧୯।୯: ଚିଲିକା ଉପରେ ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ହେଲିକପ୍ଟର ଉଡ଼ାଇବା ଘଟଣାରେ ଇମ୍ଫାର ବିମାନ ଚଳାଚଳ ବିଭାଗର ମ୍ୟାନେଜର ହିମାଂଶୁ ମହାପାତ୍ରଙ୍କ ସହିତ ଏକ ୫ ଜଣିଆ ଟିମ୍‌ ବୁଧବାର ପୁରୀ ସଦର ଥାନା ଆସି ଅରଖକୁଦା ଥାନା ଅଧିକାରୀଙ୍କଠାରେ ହାଜର ହୋଇଛନ୍ତି। ପୂର୍ବାହ୍ନ ୧୧ଟା ୧୦ମିନିଟ ଠାରୁ ୩ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ପୋଲିସ ତାଙ୍କୁ ଜେରା କରିଥିଲା।

ରାଜ୍ୟ ଲଳିତକଳା ଏକାଡେମୀର ସଭାପତି ହେଲେ ସୁଦର୍ଶନ ପଟ୍ଟନାୟକ

ରାଜ୍ୟ ଲଳିତକଳା ଏକାଡେମୀର ସଭାପତି ହେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବୁଧବାର ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟ ଲଳିତକଳା ଏକାଡେମୀର ସଭାପତିଭାବେ ସୁଦର୍ଶନ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। 

କଂଗ୍ରେସରେ ମିଶିଲେ ଜର୍ଜ ଓ ସୁଦର୍ଶନ

କଂଗ୍ରେସରେ ମିଶିଲେ ଜର୍ଜ ଓ ସୁଦର୍ଶନ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ସୁନ୍ଦରଗଡ଼ ବିଧାୟକ ଜର୍ଜ ତିର୍କୀ ଓ ସାମାଜିକ କର୍ମୀ ସୁଦର୍ଶନ ଦାସ ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। ଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଓଡ଼ିଶା ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। 

ରାଜ୍ୟ ଲଳିତକଳା ଏକାଡେମୀର ସଭାପତି ହେଲେ ସୁଦର୍ଶନ ପଟ୍ଟନାୟକ

ରାଜ୍ୟ ଲଳିତକଳା ଏକାଡେମୀର ସଭାପତି ହେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବୁଧବାର ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟ ଲଳିତକଳା ଏକାଡେମୀର ସଭାପତିଭାବେ ସୁଦର୍ଶନ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। 

ପୂର୍ଣ୍ଣ ଓ ପ୍ରତ୍ୟକ୍ଷ ଅନୁଦାନ ଦାବି: ବ୍ଲକ ଗ୍ରାଣ୍ଟ ସ୍କୁଲ କଲେଜ ମିଳିତ ମଞ୍ଚ ପକ୍ଷରୁ ପାଟଣା ବ୍ଲକରେ ବାଇକ୍‌ ରାଲି

ପୂର୍ଣ୍ଣ ଓ ପ୍ରତ୍ୟକ୍ଷ ଅନୁଦାନ ଦାବି: ବ୍ଲକ ଗ୍ରାଣ୍ଟ ସ୍କୁଲ କଲେଜ ମିଳିତ ମଞ୍ଚ ପକ୍ଷରୁ ପାଟଣା ବ୍ଲକରେ ବାଇକ୍‌ ରାଲି

ପାଟଣା,୧୯।୯(ସ୍ବ.ପ୍ର.): ରାଜ୍ୟ ବ୍ଲକ ଗ୍ରାଣ୍ଟ ସ୍କୁଲ କଲେଜ ମିଳିତ ମଞ୍ଚ ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ଆହ୍ବାନରେ ବୁଧବାର ପାଟଣା ଓ ସାହାରପଡ଼ା ବ୍ଲକର  ବ୍ଲକ ଗ୍ରାଣ୍ଟ ପ୍ରାପ୍ତ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ   ବୁଧବାର ଏକ ବିରାଟ ମୋଟର ସାଇକେଲ ରାଲିରେ ବାହାରିଥିଲେ। ସେମାନେ ପାଟଣା ମୁଖ୍ୟାଳୟ ସ୍ଥିତ  ପରମେଶ୍ୱର ମହାଦେବ ମନ୍ଦିରଠାରୁ   ବାହାରି  ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଛନ୍ତି।

୨୩ରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଶିଳାନ୍ୟାସ ଉତ୍ସବ: ପ୍ରସ୍ତୁତି ଆରମ୍ଭ

୨୩ରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଶିଳାନ୍ୟାସ ଉତ୍ସବ: ପ୍ରସ୍ତୁତି ଆରମ୍ଭ

ସାକ୍ଷୀଗୋପାଳ, ୧୯।୯(ଡି.ଏନ୍‌.ଏ.): ଓଡ଼ିଆ ଭାଷା, ସାହିତ୍ୟ ଓ ସ୍ବାଧୀନତା ଆନ୍ଦୋଳନଠାରୁ ପରାଧୀନ ଭାରତରେ ଶିକ୍ଷା, ସଂସ୍କାର ଓ ସେବାର ଅନ୍ତୁଡିଶାଳ ପଞ୍ଚସଖାଙ୍କ ସତ୍ୟବାଦୀ ବନ ବିଦ୍ୟାଳୟ ନିକଟରେ ଐତିହାସିକ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ। 

ପିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ଗିରଫ ପରେ ଅଭିଯୁକ୍ତ କୋର୍ଟଚାଲାଣ

ପିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ଗିରଫ ପରେ ଅଭିଯୁକ୍ତ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ, ୧୯।୯: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ପିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସ କମାପଲୀଖଳା ସାହିର ଜଣେ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେ ହେଲେ ପିଣ୍ଟୁ ଦୋରା। 

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ନବ ନିର୍ମାଣ  ସେନା ପକ୍ଷରୁ ଶୋଭାଯାତ୍ରା

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ନବ ନିର୍ମାଣ ସେନା ପକ୍ଷରୁ ଶୋଭାଯାତ୍ରା

ବାସୁଦେବପୁର,୧୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନବ ନିର୍ମାଣ  ସେନା ପକ୍ଷରୁ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଛି। ଏହା ଏ.ବି.କଲେଜ ଫାଟକ ସମ୍ମୁଖରୁ ବାହାରି ବାସୁଦେବପୁର ସହର ପରିକ୍ରମା କରିଛି।

ଖେଳୁଥିବା ବେଳେ ପୋଖରୀରେ ପଡ଼ି ୨ ଶିଶୁପୁତ୍ରଙ୍କ ମୃତ୍ୟୁ, ଉତ୍ତରବାହା ଗ୍ରାମରେ ଶୋକାକୂଳ ପରିବେଶ

ଖେଳୁଥିବା ବେଳେ ପୋଖରୀରେ ପଡ଼ି ୨ ଶିଶୁପୁତ୍ରଙ୍କ ମୃତ୍ୟୁ, ଉତ୍ତରବାହା ଗ୍ରାମରେ ଶୋକାକୂଳ ପରିବେଶ

ତିହିଡ଼ି,୧୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଚକ ପଞ୍ଚାୟତ ଅଧୀନ ଉତ୍ତରବାହା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଏକ ଅଘଟଣ ଘଟିଛି। ଗ୍ରାମର ୨ଜଣ ଶିଶୁ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଗଣେଷ ମଲ୍ଲିକଙ୍କ ପୁଅ ସ୍ବାଗତ(୩) ଓ ସଞ୍ଜିତ ମଲ୍ଲିକଙ୍କ ପୁଅ ସମରଜିତ୍‌(୩)।