ବାଣିଜ୍ୟ |

ଯାଜପୁର ରୋଡ୍‌ରେ ନୂଆ ଶୋ’ରୁମ୍‌ ଖୋଲିଲା ଭି୨

ଯାଜପୁର ରୋଡ୍‌ରେ ନୂଆ ଶୋ’ରୁମ୍‌ ଖୋଲିଲା ଭି୨

ଭୁବନେଶ୍ୱର,୧୧-୯
ପୁରୁଷ, ମହିଳା ତଥା ଶିଶୁଙ୍କ ପାଇଁ ଆକର୍ଷଣୀୟ ପୋଷାକର ସମ୍ଭାର ସହିତ ଦେଶର  ପ୍ରମୁଖ ରିଟେଲ୍‌ ଚେନ୍‌ ‘ଭି୨ ରିଲେଟ୍‌ ଲିମିଟେଡ୍‌’ ଯାଜପୁର ରୋଡ ସ୍ଥିତ ଚୋରଦା ଛକରେ ରବିବାର ଏହାର ନୂତନ ଶୋ’ରୁମ୍‌ ଉଦ୍‌ଘାଟନ କରିଛି। ଆଗକୁ ପୂଜା ଋତୁ ଆସୁଥିବା ବେଳେ ଏହି ନୂତନ ଶୋ’ରୁମ୍‌ ସ୍ଥାନୀୟ ଗ୍ରାହକଙ୍କୁ   ବିଭିନ୍ନ ବ୍ରାଣ୍ଡ୍‌ର ନୂଆ ନୂଆ କଲେକ୍ସଶନ କ୍ରୟ କରିବାର ସୁଯୋଗ ଦେବ ଏବଂ ଆକର୍ଷଣୀୟ ଅଫର୍‌ ମଧ୍ୟ ପ୍ରଦାନ କରିବ ବୋଲି କମ୍ପାନୀ ପ୍ରକାଶ କରିଛି। ଏହି ଅବସରରେ କମ୍ପାନୀର ଏରିଆ ମ୍ୟାନେଜର ସତ୍ୟପ୍ରିୟ ପଣ୍ଡା, ରିଜିଓନାଲ୍‌ ମ୍ୟାନେଜର ଦୀପକ ଜେନା ଏବଂ ବିଜ୍‌ନେସ୍‌ ହେଡ୍‌ ଶକ୍ତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। କମ୍ପାନୀର ସୂଚନା ଅନୁସାରେ ଗଣେଶ ପୂଜା ଉପଲକ୍ଷେ ଗ୍ରାହକଙ୍କୁ ୧୨୦୦ ଟଙ୍କାର କ୍ରୟରେ ଏଲ୍‌ଇଡି ବଲ୍‌ବ, ୨୯୯୯ ଟଙ୍କାର କ୍ରୟରେ ନନ୍‌ଷ୍ଟିକ୍‌ ତାଓ୍ବା, ୫୯୯୯ ଟଙ୍କା କ୍ରୟରେ ଡିନର ସେଟ୍‌ ଏବଂ ୭୯୯୯ ଟଙ୍କାର କ୍ରୟରେ  ଜୁସର ମିକ୍ସର ଆଦି ଉପହାର ପ୍ରଦାନ କରାଯିବ। ସେହିପରି ୯୯୯ ଟଙ୍କା କ୍ରୟରେ ଲକି ଡ୍ର କୁପନ ମାଧ୍ୟମରେ  କାର୍‌, ବାଇକ୍‌,  ଏଲ୍‌ଇଡି ଟିଭି ଆଦି ଆକର୍ଷଣୀୟ ଉପହାରର ସୁଯୋଗ କହିଛି। ଆଗାମୀ ଦିନରେ ଭି୨ ରାଉରକେଲା, ପାରାଦୀପ, ବାଲେଶ୍ୱର, ସମ୍ବଲପୁର ଆଦି ପ୍ରମୁଖ ସହରରେ ଶୋ’ରୁମ୍‌ ଖୋଲିବାକୁ ଯୋଜନା ରଖିଛି ବୋଲି କମ୍ପାନୀ ପ୍ରକାଶ କରିଛି।
All Right Reserved By

ବାଣିଜ୍ୟ |

୮.୫ କୋଟିରେ କିଙ୍ଗଫିଶରର ୨ ହେଲିକପ୍ଟର ବିକ୍ରି

୮.୫ କୋଟିରେ କିଙ୍ଗଫିଶରର ୨ ହେଲିକପ୍ଟର ବିକ୍ରି

ନୂଆଦିଲ୍ଲୀ,୨୦-୯: ବୁଧବାର କିଙ୍ଗଫିଶର ଏୟାର ଲାଇନ୍ସର ଦୁଇଟି ହେଲିକପ୍ଟର ୮.୫ କୋଟି ଟଙ୍କାରେ ବିକ୍ରି ହୋଇଯାଇଛି। ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଋଣ ପ୍ରଦାନ କରିଥିବା ବ୍ୟାଙ୍କଗୁଡିକ ପକ୍ଷରୁ କିଙ୍ଗଫିଶରର ଦୁଇଟି ଏୟାରବସ ହେଲିକପ୍ଟରକୁ ବିକ୍ରି ପାଇଁ ନିଲାମ ଡାକିଥିଲେ। 

ପ୍ରସ୍ତାବିତ ଡାଟା ବିଲ୍‌;ବିଦେଶୀ ଟେକ୍‌ କମ୍ପାନୀ ବିରୋଧ କରିବେ

ପ୍ରସ୍ତାବିତ ଡାଟା ବିଲ୍‌;ବିଦେଶୀ ଟେକ୍‌ କମ୍ପାନୀ ବିରୋଧ କରିବେ

ନୂଆଦିଲ୍ଲୀ,୨୦-୯: ଦେଶରେ ସୃଷ୍ଟି ହେଉଥିବା ଡାଟାକୁ ଦେଶରେ ହିଁ ରଖିବା ଲାଗି କେନ୍ଦ୍ର ସରକାର ଏକ ଡାଟା ବିଲ୍‌ ଆଣିବାକୁ ଯାଉଥିବା ବେଳେ ବିଦେଶୀ ଟେକ୍‌ କମ୍ପାନୀମାନେ ଏହାକୁ ବିରୋଧ କରିବାକୁ ଅଣ୍ଟା ଭିଡିଲେଣି। ସରକାରଙ୍କ ପ୍ରସ୍ତାବିତ ଅନୁମୋଦନ ହେବା ପରେ ଗୁଗୁଲ

ପିଏନ୍‌ବି ଦୁର୍ନୀତି;ଦେଶର ସବୁଠୁ ବଡ଼ ଆଇନ ପରାମର୍ଶଦାତା କମ୍ପାନୀ ଉପରେ ସିବିଆଇ ନଜର

ପିଏନ୍‌ବି ଦୁର୍ନୀତି;ଦେଶର ସବୁଠୁ ବଡ଼ ଆଇନ ପରାମର୍ଶଦାତା କମ୍ପାନୀ ଉପରେ ସିବିଆଇ ନଜର

ନୂଆଦିଲ୍ଲୀ,୨୦-୯: ବହୁଚର୍ଚ୍ଚିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଦୁର୍ନୀତି ମାମଲାରେ ସମ୍ପୃକ୍ତି ଥିବା ନେଇ ଦେଶର ସର୍ବବୃହତ ଆଇନ ପରାମର୍ଶଦାତା କମ୍ପାନୀ ସିରିଲ ଅମରଚାନ୍ଦ ମଙ୍ଗଲଦାସ ଉପରେ ଏବେ ସିବିଆଇର ନଜର ପଡିଛି। ଚଳିତ ବର୍ଷ ଫେବୃଆରୀରେ 

ଜାତୀୟ ରାଜମାର୍ଗ ନିର୍ମାଣରେ ବାଧକ ସାଜିଛି ଏନ୍‌ପିଏ

ଜାତୀୟ ରାଜମାର୍ଗ ନିର୍ମାଣରେ ବାଧକ ସାଜିଛି ଏନ୍‌ପିଏ

ନୂଆଦିଲ୍ଲୀ,୨୦-୯: ବଡ଼ ବଡ଼ କମ୍ପାନୀ ଋଣ ନେଇ ଆଉ ପରିଶୋଧ କଲେ ନାହିଁ। ଫଳରେ ଏହା ଅନାଦାୟ ଋଣ(ଏନ୍‌ପିଏ) ହେଲା। କେନ୍ଦ୍ର ସରକାର ଜାତୀୟ ସଡ଼କ ନିର୍ମାଣକୁ ଦ୍ରୁତଗତିରେ ଆଗେଇ ନେଉଥିବା ବେଳେ ଏବେ ଏହି ଏନ୍‌ପିଏ ଏଥିରେ ବାଧକ ସାଜିଛି। 

ଜାତୀୟ ରାଜମାର୍ଗ ନିର୍ମାଣରେ ବାଧକ ସାଜିଛି ଏନ୍‌ପିଏ

ଜାତୀୟ ରାଜମାର୍ଗ ନିର୍ମାଣରେ ବାଧକ ସାଜିଛି ଏନ୍‌ପିଏ

ନୂଆଦିଲ୍ଲୀ,୨୦-୯: ବଡ଼ ବଡ଼ କମ୍ପାନୀ ଋଣ ନେଇ ଆଉ ପରିଶୋଧ କଲେ ନାହିଁ। ଫଳରେ ଏହା ଅନାଦାୟ ଋଣ(ଏନ୍‌ପିଏ) ହେଲା। କେନ୍ଦ୍ର ସରକାର ଜାତୀୟ ସଡ଼କ ନିର୍ମାଣକୁ ଦ୍ରୁତଗତିରେ ଆଗେଇ ନେଉଥିବା ବେଳେ ଏବେ ଏହି ଏନ୍‌ପିଏ ଏଥିରେ ବାଧକ ସାଜିଛି। 

ପ୍ରତ୍ୟାହାର ହେବ ହିନ୍ଦୁ ଅଣବିଭାଜିତ ପରିବାର ସିଦ୍ଧାନ୍ତ

ପ୍ରତ୍ୟାହାର ହେବ ହିନ୍ଦୁ ଅଣବିଭାଜିତ ପରିବାର ସିଦ୍ଧାନ୍ତ

ନୂଆଦିଲ୍ଲୀ,୨୦-୯: କେନ୍ଦ୍ର ସରକାର ଟିକସ ଆଦାୟ ବୃଦ୍ଧି ଲାଗି ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ ହିନ୍ଦୁ ଅଣ-ବିଭାଜିତ ପରିବାର(ଏଚ୍‌ୟୁଏଫ୍‌) ସିଦ୍ଧାନ୍ତକୁ ପ୍ରତ୍ୟାହାର କରି ଟିକସ ବଢ଼ାଇବାକୁ ସୁପାରିସ କରାଯାଇଛି। ଏଥିପାଇଁ ପରିବାର ଆଇନରେ ସଂଶୋଧନ ପ୍ରସ୍ତାବ ଦିଆଯାଇଛି। 

୪୫୦୦ କୋଟିର ଚିନି ପ୍ୟାକେଜ ନିଷ୍ପତ୍ତି ଟଳିଲା

୪୫୦୦ କୋଟିର ଚିନି ପ୍ୟାକେଜ ନିଷ୍ପତ୍ତି ଟଳିଲା

ନୂଆଦିଲ୍ଲୀ,୨୦-୯: ଆଖୁ ଚାଷୀଙ୍କୁ ଦୁଇଗୁଣ ଉତ୍ପାଦନ ସହାୟତା, ଚିନି କଳଗୁଡିକୁ ପରିବହନ ବାବଦରେ ସବ୍‌ସିଡି ପ୍ରଦାନ କରିବେ। କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ୪୫୦୦ କୋଟି ଟଙ୍କାର ଏକ ପ୍ୟାକେଜ ତିଆରି କରିଛନ୍ତି। କିନ୍ତୁ ବୁଧବାର ଅନୁଷ୍ଠିତ 

୧୦ ରାଷ୍ଟ୍ରୀୟ ବ୍ୟାଙ୍କର ଏମ୍‌ଡି, ସିଇଓ ନିଯୁକ୍ତ

୧୦ ରାଷ୍ଟ୍ରୀୟ ବ୍ୟାଙ୍କର ଏମ୍‌ଡି, ସିଇଓ ନିଯୁକ୍ତ

ନୂଆଦିଲ୍ଲୀ,୨୦-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ନିଯୁକ୍ତିଦାତା କମିଟିର ବୈଠକରେ ୧୦ ରାଷ୍ଟ୍ରୀୟ ବ୍ୟାଙ୍କର ଏମ୍‌ଡି ଓ ସିଇଓଙ୍କୁ ନିଯୁକ୍ତ କରାଯାଇଛି। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଥିବା ମୃତ୍ୟୁଞ୍ଜୟ

ଅଙ୍ଗନଓ୍ବାଡି, ଆଶାକର୍ମୀଙ୍କ ପାରିତୋଷିକ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

ଅଙ୍ଗନଓ୍ବାଡି, ଆଶାକର୍ମୀଙ୍କ ପାରିତୋଷିକ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ,୨୦-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ଅଙ୍ଗନଓ୍ବାଡି ଓ ଆଶା କର୍ମୀଙ୍କ ପାରିତୋଷିକ ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଭତ୍ତା ବୃଦ୍ଧିକୁ ଅନୁମୋଦନ କରାଯାଇଛି। 

୨୫ରେ ବ୍ୟାଙ୍କ ମୁଖ୍ୟମାନଙ୍କୁ ଭେଟିବେ ଜେଟ୍‌ଲୀ

୨୫ରେ ବ୍ୟାଙ୍କ ମୁଖ୍ୟମାନଙ୍କୁ ଭେଟିବେ ଜେଟ୍‌ଲୀ

ନୂଆଦିଲ୍ଲୀ,୨୦-୯: କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଆସନ୍ତା ୨୫ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ଭେଟିବେ। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କଗୁଡିକୁ ପତ୍ର ଲେଖାଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ଶକ୍ତିଶାଳୀ ପିଏସ୍‌ୟୁ ବ୍ରାଣ୍ଡ୍‌ ଭାବେ ପ୍ରତିଷ୍ଠିତ କରିବା 

୬୧ ପଇସା ସମୃଦ୍ଧ ହେଲା ଭାରତୀୟ ମୁଦ୍ରା

୬୧ ପଇସା ସମୃଦ୍ଧ ହେଲା ଭାରତୀୟ ମୁଦ୍ରା

ବମ୍ବେ, ୨୦ା୯(ପି.ଟି.) ଦୀର୍ଘ ଦେଢ଼ ବର୍ଷ ପରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୬୧ ପଇସା ସମୃଦ୍ଧ ହୋଇଛି। ଫଳରେ ମଙ୍ଗଳବାର ଏକ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୭୨ 

ଅଫର ସହିତ ଏକାଧିକ ନୂଆ ଉତ୍ପାଦ ବଜାରକୁ ଆଣିଲା ବଟରଫ୍ଲାଏ

ଅଫର ସହିତ ଏକାଧିକ ନୂଆ ଉତ୍ପାଦ ବଜାରକୁ ଆଣିଲା ବଟରଫ୍ଲାଏ

ଭୁବନେଶ୍ୱର,୨୦-୯(ବ୍ୟୁରୋ) ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଦେଶର ପ୍ରମୁଖ କିଚେନ ଏବଂ ହୋମ୍‌ ଆପ୍ଲିଆନ୍ସସେସ୍‌ ବ୍ରାଣ୍ଡ୍‌ ‘ବଟରଫ୍ଲାଏ’ ଏହାର ବିଭିନ୍ନ ସେଗ୍‌ମେଣ୍ଟ୍‌ରେ ବ୍ୟାପକ ଉତ୍ପାଦ ବଜାର ପ୍ରବେଶ କରାଇଛି। ମିକ୍ସର ଗ୍ରାଇଣ୍ଡର, ଏଲ୍‌ପିଜି ଷ୍ଟୋଭସ୍‌ ଏବଂ ଟେବୁଲ ଟପ୍‌ ଓ୍ବେଟ