ରାଜ୍ୟ | ବାଲେଶ୍ୱର

ଆଦିବାସୀ ନାବାଳିକାଙ୍କୁ ଗଣିକାଳୟରେ ବିକ୍ରି: ଦେଢ଼ମାସ ପରେ ଆଣି ଷ୍ଟେଶନରେ ଛାଡିଦେଲେ

ଆଦିବାସୀ ନାବାଳିକାଙ୍କୁ ଗଣିକାଳୟରେ ବିକ୍ରି: ଦେଢ଼ମାସ ପରେ ଆଣି ଷ୍ଟେଶନରେ ଛାଡିଦେଲେ
ବାଲେଶ୍ୱର ଅଫିସ/ଜଳେଶ୍ୱର, ୧୧।୯(ସ୍ବ.ପ୍ର./ଡି.ଏନ.ଏ.)-କାମ ଯୋଗାଇଦେବା ନାରେ ଜଣେ ଆଦିବାସୀ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର ପରେ ପଶ୍ଚିମବଙ୍ଗର ଏକ ଗଣିକାଳୟରେ ବିକ୍ରି କରି ଦିଆଯିବା ଘଟଣା ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାୟ ଦେଢମାସ ଧରି ନାବାଳିକା ଜଣକ ଏଭଳି ଅତ୍ୟାଚାରର ଶିକାର ହୋଇଥିଲେ। ଅନ୍ୟ ଉପାୟ ନ ପାଇ  ସେ ବିକ୍ରି କରିଥିବା ଦଲାଲଙ୍କୁ ତାଙ୍କୁ ଛାଡି ଦେବା ପାଇଁ ଗୋଡହାତ ଧରି କାକୁତି ମିନତି କରିଥିଲେ। ଦଲାଲ ଜଣକ ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଜଳେଶ୍ୱର ଷ୍ଟେଶନରେ ଆଣି ତାଙ୍କୁ ଛାଡ଼ି ପଳାଇଥିଲେ। ଉକ୍ତ ନାବାଳିକା ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ ଗ୍ରାମବାସୀଙ୍କ ସହାୟତାରେ ଘରେ ପହଞ୍ଚିଥିଲେ। ସେ ସମସ୍ତ ଘଟଣା ମା’ଙ୍କୁ କହିଥିଲେ। ପରେ ତାଙ୍କ ମା’ ଗାଁ ମୁଖିଆ ଏବଂ ୱାର୍ଡ଼ମେମ୍ବରଙ୍କୁ ଜଣାଇଥିଲେ। ଏହି ଘଟଣାର ସମାଧାନ ଲାଗି ବାରମ୍ବାର ଚେଷ୍ଟା କରି ଗ୍ରାମବାସୀ ସଫଳ ନ ହେବାରୁ ନାବାଳିକାଜଣକ ସୋମବାର ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ,  ଉକ୍ତ ନାବାଳିକାଙ୍କ ପିତାଙ୍କ ମୃତ୍ୟୁ ପରେ ନିଜ ମା’ଙ୍କ ସହ ମଜୁରି ଲାଗି ଗୁଜୁରାଣ ମେଣ୍ଟାଉଥିଲେ। ଏହାର ସୁଯୋଗ ନେଇ ଡିଙ୍ଗାଶୋଳ ଗ୍ରାମର ଅଜୟ ଜେନା ନାବାଳିକାଙ୍କ ମା’ଙ୍କୁ ବୁଝାଇ ପଶ୍ଚିମବଙ୍ଗସ୍ଥିତ ମାଉସୀ ଘରେ ବିଲ ରୁଆ କାମରେ ସହଯୋଗ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।  ନାବାଳିକାଙ୍କ ମା’ ଏଥିରେ ରାଜି ହୋଇଥିଲେ। ଗତ ଜୁଲାଇ ୨୩ ତାରିଖରେ ନାବାଳିକାଙ୍କୁ ଧରି ଅଜୟ ମୋଟରସାଇକେଲ ଯୋଗେ ଜଳେଶ୍ୱର ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ପୂର୍ବ ଯୋଜନା ଅନୁସାରେ ସାନରାଉତପଡ଼ା ଗ୍ରାମର ଅଜୟ ହେମ୍ବ୍ରମ ସେଠାରେ ଉପସ୍ଥିତ ଥିଲେ। ଅଜୟ ଜେନା ନାବାଳିକାଙ୍କୁ ଅଜୟ ହେମ୍ବ୍ରମଙ୍କ ସହିତ ବସ୍‌ରେ ପଠାଇଦେଇ ନିଜେ ଘରକୁ ପଳାଇ ଆସିଥିଲେ। ଅଜୟ ହେମ୍ବ୍ରମ ନାବାଳିକାଙ୍କୁ  ୨/୩ଟି ବସ୍‌  ବଦଳାଇ ରାତି ପ୍ରାୟ ୧୨ଟା ବେଳେ ପଶ୍ଚିମବଙ୍ଗର ଏକ ସ୍ଥାନରେ ଥିବା ୨ ମହଲା କୋଠା ନିକଟରେ ପହଞ୍ଚିଥିଲେ।  ଗୋଟିଏ କୋଠରିରେ ନାବାଳିକାଙ୍କ ସହ ଅଜୟ ହେମ୍ବ୍ରମ ରହି ଉକ୍ତ ରାତିରେ ବଳାତ୍କାର କରିଥିଲେ। ମାତ୍ର ନାବାଳିକା ପରଦିନ ଉକ୍ତ କୋଠା  ଏକ ଗଣିକାଳୟ ବୋଲି ଜାଣିବାକୁ ପାଇଥିଲେ। ସେହିଦିନ ଅଜୟ ହେମ୍ବ୍ରମ ନାବାଳିକାଙ୍କୁ ଗଣିକାଳୟରେ ଛାଡ଼ି ମାଲିକଙ୍କଠାରୁ ୩ହଜାର ଟଙ୍କା ନେଇ ପଳାଇଆସିଥିଲେ। ଏହାପରେ ପ୍ରତିଦିନ ମାଲିକଙ୍କ  ଇସାରାରେ ୮ରୁ ୧୦ ଜଣ ଲୋକ ନାବାଳିକାଙ୍କୁ ବଳାତ୍କାର କରୁଥିଲେ। ୭ ଦିନ ବିତିଯିବା ପରେ ଅଜୟ ଜେନା ସେଠାରେ ପହଞ୍ଚତ୍ ନାବାଳିକାଙ୍କୁ ଦେଖା କରିବା ସହ ବଳାତ୍କାର କରିଥିଲେ।  ପରଦିନ ଗଣିକାଳୟ ମାଲିକଙ୍କଠାରୁ ୪ହଜାର ଟଙ୍କା ନେଇ ପଳାଇ ଆସିଥିଲେ। ପୁଣି ଏହାର କିଛି ଦିନ ପରେ ଅଜୟ ଜେନା ସେଠାରେ ପହଞ୍ଚି ତାଙ୍କୁ ବଳାତ୍କାର କରିଥିଲେ। ଏହି ସମୟରେ ନାବାଳିକା ଜଣକ ଘରକୁ ଫେରିବା ପାଇଁ ଅଜୟ ଜେନାଙ୍କୁ ଗୋଡ଼ ଧରି କାକୁତି ମିନତି କରିଥିଲେ।  ଅଜୟ ଜେନା ବିଭିନ୍ନ ଧମକଚମକ ଦେଇ ସେଠାରୁ ଆଣି ଜଳେଶ୍ୱର ବସ୍‌ଷ୍ଟାଣ୍ଡରେ ଛାଡି ପଳାଇଥିଲେ।  ଅଭିଯୁକ୍ତ ଅଜୟ ଜେନା ଓ ଅଜୟ ହେମ୍ବ୍ରମ ଉଭୟ ମଦ ବ୍ୟବସାୟୀ ଏବଂ ଝିଅ ଚାଲାଣ ର଼୍ୟାକେଟ୍‌ରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା ନାବାଳିକା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି।  ଏ ନେଇ ଜଳେଶ୍ୱର ଥାନା ପକ୍ଷରୁ ମାମଲା (ନଂ. ୨୭୮/୧୮) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। 

All Right Reserved By

ରାଜ୍ୟ | ବାଲେଶ୍ୱର

ଅକ୍ଟୋବର ପହିଲାରୁ ଧାନ ସଂଗ୍ରହ ଆରମ୍ଭ: ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ମିଳିବ ପ୍ରାପ୍ୟ

ଅକ୍ଟୋବର ପହିଲାରୁ ଧାନ ସଂଗ୍ରହ ଆରମ୍ଭ: ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ମିଳିବ ପ୍ରାପ୍ୟ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୧ରୁ ଖରିଫ ଧାନ ସଂଗ୍ରହ ବର୍ଷ ଆରମ୍ଭ ହେବ। ଏହା ୨୦୧୯ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ଖରିଫ୍‌ ଋତୁ ପାଇଁ ରାଜ୍ୟ ସରକାର ୫୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ଓ ଚାଉଳ ହିସାବରେ ୩୭ ଲକ୍ଷ ମେଟ୍ରିକ୍‌ ଟନ୍‌ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। 

ଧାନ ବିକ୍ରି ପାଇଁ କଟକଣା ହଟିଲା

ଧାନ ବିକ୍ରି ପାଇଁ କଟକଣା ହଟିଲା

ଭୁବନେଶ୍ୱର, ୨୪।୯(ବ୍ୟୁରୋ): କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଣିକି ସେମାନଙ୍କ ଧାନ ବିକ୍ରି କରିପାରିବେ। ରାଜ୍ୟ ସରକାର ଖାଦ୍ୟ ଓ ଧାନ ସଂଗ୍ରହ ନୀତି-୨୦୧୮ କାର୍ଯ୍ୟକାରୀ କରିଛନ୍ତି।

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ  ୭ବର୍ଷ ସଶ୍ରମ କାରାଦଣ୍ଡ

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ

ନୟାଗଡ଼ ଅଫିସ,୨୪ା୯-ବନ ବିଭାଗର ଚେକ୍‌ଗେଟ୍‌ ଭାଙ୍ଗିବା ଓ ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଆକ୍ରମଣ କରିବା ମାମଲାର ଶୁଣାଣି କରି ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଲୋକନାଥ ସାହୁ ୨ଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରିଛନ୍ତି। 

ନୀଳମାଧବ ଜୀଉଙ୍କ ମନ୍ଦିରରେ ଅନନ୍ତ ବ୍ରତ

ନୀଳମାଧବ ଜୀଉଙ୍କ ମନ୍ଦିରରେ ଅନନ୍ତ ବ୍ରତ

ଖଣ୍ଡପଡା,୨୪ା୯(ସ୍ବ.ପ୍ର.)-ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଶ୍ରୀ ଅନନ୍ତ ଦେବଙ୍କୁ ପୂଜା କଲେ ସର୍ବପାପ ବିନାଶ ହୁଏ ବୋଲି ବିଶ୍ୱାସ କରାଯାଏ । ଏହି ଅବସରରେ କଣ୍ଟିଲୋ ନୀଳମାଧବ ଜୀଉଙ୍କ ମନ୍ଦିର ଭୋଗ ମଣ୍ଡପଠାରେ ଶତାଧିକ ମାନସିକଧାରୀ ମହିଳାପୁରୁଷ ରବିବାର ଅନନ୍ତ ବ୍ରତ ପାଳନ କରିଥିଲେ। 

ଦୁର୍ଗାପୂଜା କମକକକିଟି ବୈଠକ

ଦୁର୍ଗାପୂଜା କମକକକିଟି ବୈଠକ

ଦାରିଙ୍ଗବାଡ଼ି,୨୪।୯(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି  ଦୁର୍ଗାପୂଜା କମିଟିର ବୈଠକ ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମେ ଗତବର୍ଷର ହିସାବ କରାଯାଇଥିଲା। ପରେ ଏକ ନୂତନ କମିଟି ଗଠନ ପାଇଁ ପ୍ରସ୍ତାବ ଆସିଥିଲା। 

ଅବ୍ୟବସ୍ଥାରେ ଅଗ୍ନିଶମ କାର୍ଯ୍ୟାଳୟ

ଅବ୍ୟବସ୍ଥାରେ ଅଗ୍ନିଶମ କାର୍ଯ୍ୟାଳୟ

ଦାରିଙ୍ଗବାଡ଼ି,୨୪।୯(ଡି.ଏନ.ଏ.)-ଦୁର୍ଘଟଣା ହେଉକି ରାସ୍ତାରେ ଗଛ ପଡ଼ି ଅବରୋଧ ହେଉ,  କିମ୍ବା ନିଅଁା ଲାଗିଲେ ଖୋଜାପଡନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ। ଲୋକଙ୍କୁ ଉତ୍ତମ ସେବା ଯୋଗାଉଥିବା କର୍ମଚାରୀଙ୍କୁ ମୌଳିକ ସୁବିଧା ଉପଲବ୍ଧ ହେଉ ନ ଥିବା ଜଣାପଡ଼ିଛି।

ସାରଙ୍ଗଗଡ଼କୁ ହରାଇ ଭଞ୍ଜନଗର ଚାମ୍ପିୟନ

ସାରଙ୍ଗଗଡ଼କୁ ହରାଇ ଭଞ୍ଜନଗର ଚାମ୍ପିୟନ

ଭଞ୍ଜନଗର,୨୪।୯(ଡି.ଏନ.ଏ.)-ମୃତ୍ୟୁଞ୍ଜୟ ପ୍ରଧାନ ସ୍ମାରକୀ ଦିନିକିଆ ଭେଟେରାନ ଫୁଟବଲ ଟୁର୍ନାମେଣ୍ଟ ରବିବାର ଭଞ୍ଜନଗର ଜେଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲରେ ଭଞ୍ଜନଗର ପେନାଲ୍ଟିରେ ୪-୨ ଗୋଲରେ ସାରଙ୍ଗଗଡ଼କୁ ହରାଇ ଚାମ୍ପିୟନ ହୋଇଛି। 

ସୁରକ୍ଷା, ଆଇନଗତ ସଚେତନତାକୁ ଗୁରୁତ୍ୱାରୋପ ଦେବାକୁ ପରାମର୍ଶ

ସୁରକ୍ଷା, ଆଇନଗତ ସଚେତନତାକୁ ଗୁରୁତ୍ୱାରୋପ ଦେବାକୁ ପରାମର୍ଶ

ବ୍ରହ୍ମପୁର ଅଫିସ୍‌,୨୪।୯-ପ୍ରତ୍ୟେକ ବର୍ଷ ରାଜ୍ୟରେ ସର୍ପାଘାତରେ ଯେତେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଏ ସେଥିମଧ୍ୟରୁ ବାଲେଶ୍ୱର ଜଲା ପ୍ରଥମ ରହିଥିବା ବେଳେ ଦ୍ୱିତୀୟରେ ଗଞ୍ଜାମ ଜିଲା ରହିଛି । ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲାରେ ଜନସାଧାରଣଙ୍କ ସହିତ ସର୍ପଉଦ୍ଧାର କରୁଥିବା ସ୍ବେଚ୍ଛାସେବୀମାନେ ସତର୍କତା 

ବିବାହ କଲେ ୧୨ ହିନ୍ଦୁ, ମୁସଲମାନ ଦମ୍ପତି

ବିବାହ କଲେ ୧୨ ହିନ୍ଦୁ, ମୁସଲମାନ ଦମ୍ପତି

ବ୍ରହ୍ମପୁର ଅଫିସ, ୨୪।୯-ଗଞ୍ଜାମ ମୁସଲିମ କଲଚୁରାଲ ଆସୋସିଏଶନ ପକ୍ଷରୁ ଖାଜାସାହିରେ ଗରିବ ତଥା ଆର୍ଥିକ ଅନଗ୍ରସର ପରିବାରର କନ୍ୟାମାନଙ୍କ ସାମୂହିକ ବିବାହ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ୧୨ ଦମ୍ପତିଙ୍କୁ ଆସୋସିଏଶନ ପକ୍ଷରୁ ବିବାହ ବନ୍ଧନରେ ଆବଦ୍ଧ କରାଯାଇଥିଲା ।

୧୨ ଘଣ୍ଟା ପରେ ମା’ କୋଳକୁ ଫେରିଲା ଶିଶୁ

୧୨ ଘଣ୍ଟା ପରେ ମା’ କୋଳକୁ ଫେରିଲା ଶିଶୁ

ବ୍ରହ୍ମପୁର ଅଫିସ୍‌,୨୪।୯-ବ୍ରହ୍ମପୁର ଏମ୍‌କେସିଜିରୁ ଶନିବାର ୨ ଦିନର ଶିଶୁ କନ୍ୟା  ଅପହରଣ ଘଟଣାର ୧୨ ଘଣ୍ଟା ପରେ ବୈଦ୍ୟନାଥପୁର ଥାନା ପୋଲିସ ଶିଶୁ କନ୍ୟାକୁ ଉଦ୍ଧାର କରିବା ସହିତ ଅପହରଣକାରୀ ମହିଳାଙ୍କୁ ଗିରଫ କରିଥିବା ରବିବାର ବୈଦ୍ୟନାଥପୁର ଥାନାରେ ଅନୁଷ୍ଠିତ 

ବଜାରରେ ଟାଟା ଟିଆଗୋ ଏନ୍‌ଆର୍‌ଜି

ବଜାରରେ ଟାଟା ଟିଆଗୋ ଏନ୍‌ଆର୍‌ଜି

ଭୁବନେଶ୍ୱର,୨୪-୯: ଟାଟା ମୋଟର୍ସ ଲିମିଟେଡ ପକ୍ଷରୁ ଓଡିଶା ବଜାରକୁ ଆସିଛି ନୂଆ ଟିଆଗୋ ଏନ୍‌ଆର୍‌ଜି। ସ୍ଥାନୀୟ ଏକ ହୋଟେଲରେ ଏହି ମଡେଲକୁ ଉନ୍ମୋଚନ କରାଯାଇଛି। କମ୍ପାନୀର ଆଞ୍ଚଳିକ ସେଲସ ପ୍ରବନ୍ଧକ ଶିଶିର ଶ୍ରୀବାସ୍ତବ, ଆଞ୍ଚଳିକ ସର୍ଭିସ ପ୍ରବନ୍ଧକ ରମେଶ

ଏନ୍‌ଟିଏସ୍‌ଇରେ ଫିଟ୍‌ଜୀ ଛାତ୍ରୀଛାତ୍ରଙ୍କ ସଫଳତା

ଏନ୍‌ଟିଏସ୍‌ଇରେ ଫିଟ୍‌ଜୀ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୨୪-୯: ଏନ୍‌ସିଇଆର୍‌ଟି ଦ୍ୱାରା ପରିଚାଳିତ ଏନ୍‌ଟିଏସ୍‌ଇ ୨୦୧୮ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ଫିଟ୍‌ଜୀ କଟକ ଏବଂ ଭୁବନେଶ୍ୱର ସେଣ୍ଟରର ମୋଟ୍‌ ୩୯ଜଣ ଛାତ୍ରୀଛାତ୍ର ସଫଳ ହୋଇଛନ୍ତି। ଏନ୍‌ଟିଏସ୍‌ଇ ପ୍ରଥମ ପର୍ଯ୍ୟାୟ ପରିକ୍ଷା ନଭେମ୍ବର ୨୦୧୭ ଏବଂ ଦ୍ୱିତୀୟ