ରାଜ୍ୟ | ରାୟଗଡା

ଅସୁରକ୍ଷିତ ଅବସ୍ଥାରେ ୩୦୨ ଛାତ୍ରୀଛାତ୍ର

ଅସୁରକ୍ଷିତ ଅବସ୍ଥାରେ ୩୦୨ ଛାତ୍ରୀଛାତ୍ର
ଚନ୍ଦ୍ରପୁର,୧୧ା୯ (ଡି.ଏନ୍‌.ଏ.)ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରଡା ପଞ୍ଚାୟତରେ ରହିଛି ଡ଼ାଙ୍ଗସୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସ୍ଥାନୀୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ୧୦୦   ଛାତ୍ରୀ ଆସି ଏଠାରେ ପାଠ ପଢ଼ୁଛନ୍ତି ା ଗତ ଜୁନରେ ହୋଇଥିବା ପ୍ରବଳ ବର୍ଷା ପବନରେ ଏକ ବଡ଼ ତେନ୍ତୁଳିଗଛ ଉପୁଡ଼ି ବିଦ୍ୟାଳୟ ପାଚେରି ଉପରେ ପଡ଼ିଥିଲା ା ଫଳରେ ପାଚେରିଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା ା ଗଛଟି ଏପରି ଅବସ୍ଥାରେ ରହିଛି ଯେ, ପିଲାମାନେ ଉକ୍ତ ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି ା ବର୍ତ୍ତମାନ ବିଦ୍ୟାଳୟରେ ପଢୁଥିବା ମୋଟ ୩୦୨ ଛାତ୍ରୀଛାତ୍ର ଅସୁରକ୍ଷିତ ଭାବେ ରହିଛନ୍ତି ା ସ୍କୁଲ ପରିସରକୁ ବୁଲା ଗାଈ, ଗୋରୁ, ଛେଳି କୁକୁର ଅବାଧରେ ପ୍ରବେଶ କରି ହଇରାଣ କରୁଛନ୍ତି ା ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି  ସଭାପତିଙ୍କ ସମେତ ଅନ୍ୟ ସଭ୍ୟମାନେ ଗତ ଜୁଲାଇରେ ଏକ ଜରୁରୀ ବୈଠକ ଡାକି ପାଚେରି ମରାମତି କରିବା ନେଇ ଆଲେଚାନା କରିଥିଲେ ା ଏନେଇ  ରାୟଗଡା ଜିଲା ପ୍ରକଳ୍ପ ସଂଯୋଜକ, ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଚନ୍ଦ୍ରପୁରକୁ ଜଣାଇ ଦିଆଯାଇଛି ା ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ  କାଠ, ବାଉଁଶ ଦ୍ୱାରା ବନ୍ଦ କରାଯାଇଛି ବୋଲି ପ୍ରଧାନଶିକ୍ଷୟିତ୍ରୀ ମମତା ପ୍ରଧାନ କହିଛନ୍ତି ା ଏହିି ବିଦ୍ୟାଳୟ ପରିସରରେ ସରକାରଙ୍କ ଗ୍ରାମ ମଙ୍ଗଳ ବିଭାଗ ଏକ ଛାତ୍ରାବାସ ରହିଛି ା ସେଠାରେ ଅନ୍ତେବାସୀ ଭାବେ ୪୦ ଜଣ ଅନୁସୂଚିତ ଜାତି, ଜନଜାତି ବର୍ଗର ଛାତ୍ର ରହି ପାଠ ପଢ଼ୁଛନ୍ତି ା ଛାତ୍ରମାନଙ୍କ ସୁରକ୍ଷା ଦୃଷ୍ଟିରୁ ପାଚେରି ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ା ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେଇ ପଦକ୍ଷେପ ନେବା ପାଇଁ ପୂର୍ବତନ ସରପଞ୍ଚ ସତ୍ୟ ନାରାୟଣ ପ୍ରଟୀକା, ଦୟାନିଧି ପାତ୍ର, ଡାଙ୍ଗସୋରଡା ସରପଞ୍ଚ ଧାନୁମାଝି କୁମୁରୁକା, ପୂର୍ବତନ ଶିକ୍ଷା କମିଟି ସଭାପତି ବିଜୟ ଉଲ୍ଲାକା, ବ୍ଲକ ଅଧ୍ୟକ୍ଷା ସଙ୍ଗୀତା ପ୍ରଟିଙ୍ଗା ପ୍ରମୁଖ ଦାବି କରିଛନ୍ତି ା
All Right Reserved By

ରାଜ୍ୟ | ରାୟଗଡା

ଆଜିଠାରୁ ରାଜ୍ୟସ୍ତରୀୟ ନବଜାତ ଯତ୍ନ ସପ୍ତାହ ଆରମ୍ଭ, ଏସ୍‌ଏନ୍‌ସିୟୁରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ ସ୍ବାସ୍ଥ୍ୟକେନ୍ଦ୍ର ପୁରସ୍କୃତ

ଆଜିଠାରୁ ରାଜ୍ୟସ୍ତରୀୟ ନବଜାତ ଯତ୍ନ ସପ୍ତାହ ଆରମ୍ଭ, ଏସ୍‌ଏନ୍‌ସିୟୁରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ ସ୍ବାସ୍ଥ୍ୟକେନ୍ଦ୍ର ପୁରସ୍କୃତ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟସ୍ତରୀୟ ନବଜାତ ଯତ୍ନ ସପ୍ତାହକୁ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଶୁଭାରମ୍ଭ କରିବା ସହ ଶିଶୁଙ୍କ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ନିୟୋଜିତ ଡାକ୍ତର ଓ କର୍ମଚାରୀଙ୍କ ତାଲିମ ନିମନ୍ତେ ତାଲିମ୍‌ଦାତାମାନଙ୍କର ତାଲିମ୍‌ କାର୍ଯ୍ୟକ୍ରମକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି।

୧୯୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

୧୯୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

କଟକରୋଡ, ୧୬।୧୨(ଡି.ଏନ.ଏ): ରାଜଧାନୀର ନୟାପଲ୍ଲୀ ଥାନା ଅଧୀନ ଆଦିବାସୀ ଗାଁରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସହଦେବ ଦାସ ଓ ବୁଲୁ ନାୟକ। 

ସାକ୍ଷୀଗୋପାଳ ମନ୍ଦିରରେ ଦେବନୀତି ବନ୍ଦ, ସେବାୟତଙ୍କ ଧାରଣା

ସାକ୍ଷୀଗୋପାଳ ମନ୍ଦିରରେ ଦେବନୀତି ବନ୍ଦ, ସେବାୟତଙ୍କ ଧାରଣା

ସାକ୍ଷୀଗୋପାଳ, ୧୬।୧୨(ଡି.ଏନ.ଏ): ଶନିବାର ଅଁଳାନବମୀ। ଏହି ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧା ପାଦଦର୍ଶନ ଅନଷ୍ଠିତ ହେବ। ଭକ୍ତମାନେ କିଭଳି ସୁବିଧାରେ ଦର୍ଶନ କରିବେ ସେଥିପାଇଁ ଦୁଇ ଦୁଇଟି ସମ୍ମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରାଯାଇ ନାହିଁ। 

ଗୋବର୍ଦ୍ଧନ ମଠରେ ଗୋଷ୍ଠାଷ୍ଟମୀ, ଗୋମାତାଙ୍କ ପୂଜା କଲେ ଶଙ୍କରାଚାର୍ଯ୍ୟ

ଗୋବର୍ଦ୍ଧନ ମଠରେ ଗୋଷ୍ଠାଷ୍ଟମୀ, ଗୋମାତାଙ୍କ ପୂଜା କଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୧୬ା୧୧: ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶୁକ୍ରବାର ପୁରୀ ଗୋବର୍ଦ୍ଧନ ମଠ ଶଙ୍କରାଚାର୍ଯ୍ୟ ପୀଠରେ ଗୋଷ୍ଠାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ପ୍ରାତଃରେ ପାରମ୍ପରିକ ଗୋ ପୂଜନ, ଯଜ୍ଞ ଓ ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା । ଏହାପରେ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ଦ୍ୱାରା ଗୋପୂଜନ ଯଜ୍ଞ ଓ ପୂର୍ଣ୍ଣାହୁତି ଦିଆଯାଇଥିଲା।

ବେଆଇନ ବନ୍ଧୁକ କାରବାର:  ଯୁବକ ଗିରଫ

ବେଆଇନ ବନ୍ଧୁକ କାରବାର: ଯୁବକ ଗିରଫ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବେଆଇନ ବନ୍ଧୁକ କାରବାର ଘଟଣାରେ ଖଣ୍ଡଗିରି ଥାନା ପୋଲିସ ଗୁରୁବାର ରାତିରେ ଗଣ୍ଡମୁଣ୍ଡା ଅଞ୍ଚଳରୁ ଜଣେ ଯୁବକଙ୍କୁ ଗିରଫ କରିଛି।   ସେ ହେଲେ ପିପିଲି ଅଞ୍ଚଳର ମୁସ୍ତାକ ଅଲ୍ଲୀ। 

ବିଧାନସଭାରେ ଶୋକ

ବିଧାନସଭାରେ ଶୋକ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ବିଧାନସଭାର ପରଲୋକଗତ ସଦସ୍ୟ,  ସିଆର୍‌ପିଏଫ୍‌ ଏବଂ ପୂର୍ବତନ ଦୂରଦର୍ଶନ କ୍ୟାମେରାମ୍ୟାନ୍‌ଙ୍କ ବିୟୋଗରେ ବିଧାନସଭାରେ ଶୁକ୍ରବାର ଶୋକପ୍ରକାଶ କରାଯାଇଛି। 

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାରେ ଶୀତ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ବିଧାନସଭାର ପୂର୍ବତନ ସଦସ୍ୟ ଏବଂ ସୁରକ୍ଷାକର୍ମୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଶୋକ ପ୍ରସ୍ତାବ ଆଲୋଚନା ପରେ ବିରୋଧୀ କଂଗ୍ରେସ ଓ ଭାଜପା ଚାଷୀ ସମସ୍ୟାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। 

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାସିିଷ୍ଟ ସଞ୍ଜୀବ କୁମାର ପତି

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାସିିଷ୍ଟ ସଞ୍ଜୀବ କୁମାର ପତି

କଟକ ଅଫିସ /ବାରିପଦା ଅଫିସ, ୧୬।୧୧: ବାରିପଦା ସହର ତୁଳସୀଚଉରା ନିବାସୀ ସଞ୍ଜୀବ ପତିଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସଞ୍ଜୀବ ମୟୂରଭଞ୍ଜ ଜିଲା ରଙ୍ଗମାଟିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଞ୍ଜୀବଙ୍କ ଘର ଓ ଅଫିସ ସମେତ ମୋଟ ୩ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖଣି ଖନନ: ୩ ଜେସିବି ଜବତ କଲା ପୋଲିସ, ଜଣେ ଗିରଫ

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖଣି ଖନନ: ୩ ଜେସିବି ଜବତ କଲା ପୋଲିସ, ଜଣେ ଗିରଫ

ଛେଣ୍ଡିପଦା,୧୬।୧୧(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବ୍ରାହ୍ମଣବିଲ ଗ୍ରାମ ଅଞ୍ଚଳରେ କେତେକ ବ୍ୟକ୍ତି ବେଆଇନ ଭାବେ କୋଇଲା ଖଣି ଖନନ କାର୍ଯ୍ୟ କରୁଛନ୍ତି । ଏଥିରୁ ବିଭିନ୍ନ ସ୍ଥାନକୁ କୋଇଲା ଚୋରା ଚାଲାଣ କରାଯାଉଛି। ତେବେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ସନ୍ଧ୍ୟାରେ ଅନୁଗୋଳ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ କିଛି ସ୍ଥାନରେ ଚଢ଼ାଉ କରିଥିଲେ

ଶୁଣ୍ଢରେ ଟେକି କଚାଡ଼ିଲା ଦନ୍ତା, ଚାଷୀ ମୃତ

ଶୁଣ୍ଢରେ ଟେକି କଚାଡ଼ିଲା ଦନ୍ତା, ଚାଷୀ ମୃତ

ପରଜଙ୍ଗ,୧୬।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମର ଜଣେ ଚାଷୀଙ୍କର ଶୁକ୍ରବାର ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ହେଲେ ବାଉରୀ ସାହୁ। 

ଆଜିଠାରୁ ବିଧାନସଭା

ଆଜିଠାରୁ ବିଧାନସଭା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଶୀତ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା ଡିସେମ୍ବର ୧୫ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୨୩ଟି କାର୍ଯ୍ୟଦିବସ ରହିଛି। 

ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ବିଜେଡି

ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ବିଜେଡି

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ଗୃହକୁ ଯିବା ପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହେବ ବୋଲି କୁହାଯାଉଛି।