ସମ୍ପାଦକୀୟ |

ସମ୍ପାଦକୀୟ/ ଉଭୟ ହିସାବ

ସମ୍ପାଦକୀୟ/ ଉଭୟ ହିସାବ
ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୮୦ ଓ ୭୨ ଟଙ୍କାରୁ ଊର୍ଦ୍ଧ୍ୱକୁ ଚାଲିଯାଇଥିବାରୁ ଏହାର ପ୍ରତିବାଦରେ କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ସେପ୍ଟେମ୍ବର ୧୦ରେ ଦେଶବ୍ୟାପୀ ବନ୍ଦ ପାଳନ କରିଛନ୍ତି। ବିହାରର ଜେହେନାବାଦରେ ଟ୍ରାଫିକ୍‌ ଭିଡ଼ରେ ଏକ ଆମ୍ବୁଲାନ୍ସ ରହିଯିବା ଫଳରେ ଜଣେ ଦୁଇ ବର୍ଷୀୟା ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଦେଶର ପ୍ରତ୍ୟେକ ନାଗରିକର ଜୀବନ ଅତି ମୂଲ୍ୟବାନ । ଭାରତରେ ଆମେ ସମସ୍ତେ ‘କମ୍ପେନ୍‌ସେଶନ୍‌’ ବା ‘କ୍ଷତିପୂରଣ’ର ଅର୍ଥରେ ମଣିଷ ଜୀବନକୁ ଓଜନ କରୁଥିବା ହେତୁ ବିମୁଦ୍ରୀକରଣ ସମୟର ବ୍ୟାଙ୍କ ଲାଇନ୍‌ରେ ମୃତ୍ୟୁ କିମ୍ବା ବନ୍ଦ ସମୟରେ ମୃତ୍ୟୁ ସମସ୍ତଙ୍କୁ ବ୍ୟସ୍ତ କରିବା କଥା। କିନ୍ତୁ ଅଦ୍ଭୁତ ଭାବେ ଭାରତର ସମାଜ ଆଗଉଥିବାର ଲକ୍ଷ୍ୟ କରାଯାଇପାରେ। ଧନୀ କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ତାହା ବିରାଟବଡ଼ ଖବର ହେଉଥିବା ବେଳେ ଗରିବଙ୍କ ଜୀବନ ମୂଲ୍ୟହୀନ ହୋଇପଡୁଛି। ନର୍ଦ୍ଦମା ଭିତରେ ବାଷ୍ପରୁଦ୍ଧ ହୋଇ ମୃତ୍ୟୁବରଣ କରୁଥିବା ଅନେକ ଶ୍ରମିକଙ୍କ ଜୀବନହାନି ପ୍ରତି ଆମେ ସମସ୍ତେ ବଧିର ହୋଇଗଲୁଣି। ସମ୍ଭବତଃ ସେଥିପାଇଁ ବାରମ୍ବାର ଘଟୁଥିବା ଚାଷୀ ଆତ୍ମହତ୍ୟା କୌଣସି ଶାସକ କିମ୍ବା ପ୍ରଶାସକଙ୍କୁ ଚିନ୍ତାରେ ପକାଇ ପାରୁନାହିଁ। ଏଭଳି ପରିସ୍ଥିତିରେ ରାଜନୈତିକ ବ୍ୟକ୍ତିମାନେ ଯେତେବେଳେ ବନ୍ଦ ଡାକରା ଦେଇ ଦେଶକୁ ସ୍ଥାଣୁ କରିଦେଇପାରୁଛନ୍ତି, ସେତେବେଳେ ଛୋଟମୋଟ ନକାରାତ୍ମକ କାର୍ଯ୍ୟ ମଧ୍ୟ ବିରାଟକାୟ ଦିଶୁଛି। ସେପ୍ଟେମ୍ବର ୧୦ ତାରିଖର ‘ଭାରତ ବନ୍ଦ’କୁ ସମର୍ଥନ କରିବା ଅସମ୍ଭବ। ଏହି ସ୍ତମ୍ଭରେ, ପୂର୍ବରୁ, ଆମେ ଅନେକଥର ‘ବନ୍ଦ’କୁ ବିରୋଧ କରିଆସୁଛୁ। ଆମର ବିଶ୍ୱାସ ଯେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ନିଜ ଦାୟିତ୍ୱରୁ ବଞ୍ଚିତ କରିବାର ଅଧିକାର କାହାର ନାହିଁ। ତେବେ ୧୦ ତାରିଖ ‘ବନ୍ଦ’ର ଗୁରୁତ୍ୱକୁ ଆମେ ହ୍ରାସ କରିବାକୁ ଚେଷ୍ଟା କରୁନାହୁଁ। ସମସ୍ତେ ସ୍ବୀକାର କରିବେ ଯେ ତୈଳଦର ବୃଦ୍ଧି ଦେଶରେ ହାହାକାର ସୃଷ୍ଟି କରିଦେଲାଣି। ଏବେ ଯେତିକି କ୍ଷତି ଘଟୁଛି ତୈଳ ଦରବୃଦ୍ଧି ଯୋଗୁ ଅନ୍ୟ ସାମଗ୍ରୀର ଦରଦାମ ବଢ଼ିବାର ଲକ୍ଷଣ ଦେଖିବାକୁ ମିଳିଲାଣି। 
ଏହି ବନ୍ଦ ଜନସାଧାରଣଙ୍କୁ ନିଶ୍ଚିତ ଭାବେ ସଚେତନ କରାଇବାରେ ସହାୟକ ହୋଇଛି। ବିଶେଷକରି ଓଡ଼ିଶାରେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣଭାବେ ବନ୍ଦ ପାଳିତ ହୋଇଥିବାରୁ ସମ୍ପୃକ୍ତ ରାଜନୈତିକ ଦଳଗୁଡ଼ିକୁ  ପ୍ରଶଂସା କରାଯାଇପାରିବ। ବିଗତ ଦିନଗୁଡ଼ିକରେ ହୋଇଥିବା ବନ୍ଦ ପାଳନ ଉଗ୍ରରୂପ ଧାରଣ କରି ରାଜନୈତିକ ନେତୃବୃନ୍ଦଙ୍କୁ ନିନ୍ଦିତ କରୁଥିଲା। ରାଜନୀତି କରିବାକୁ ଇଚ୍ଛୁକ ଯୁବପିଢ଼ି ମଧ୍ୟ ବୁଝିବା ଦରକାର ଯେ, ଶାନ୍ତିରେ ଯେଉଁ ଲକ୍ଷ୍ୟ ହାସଲ ହୋଇପାରେ, ତାହା ଅଶାନ୍ତି ବା ବାହୁବଳ ପ୍ରଦର୍ଶନରେ ସମ୍ଭବପର ନୁହେଁ। ସାଧାରଣ ନାଗରିକ ପାଇଁ ଖଟିଲେ ରୋଜଗାର ମିଳେ। ସେହି କାର୍ଯ୍ୟରେ ବାଧା ଦେଉଥିବା ବ୍ୟବସ୍ଥା ବା ବ୍ୟକ୍ତିବିଶେଷ କେବେହେଲେ ଲୋକପ୍ରିୟତା ହାସଲ କରିପାରିବ ନାହିଁ। ତଥାପି ଅନେକ ସମୟରେ ଜନସଚେତନତା ଜାଗ୍ରତ କରିବା ପାଇଁ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। ମହାତ୍ମା ଗାନ୍ଧୀ, ଆବ୍ରାହମ ଲିଙ୍କନ, ମାର୍ଟିନ ଲୁଥର କିଙ୍ଗ୍‌ ଏବଂ ନେଲ୍‌ସନ ମଣ୍ଡେଲାଙ୍କ ଭଳି ସାମାଜିକ ନେତୃବୃନ୍ଦ ଏହି ଚିନ୍ତାଧାରାକୁ ସତ୍ୟ ବୋଲି ବାରମ୍ବାର ପ୍ରମାଣ କରିଛନ୍ତି। ଏହି ପ୍ରଚ୍ଛଦପଟରେ ଅନେକ ବ୍ୟକ୍ତି ବାହାରି ପଡ଼ିପାରନ୍ତି, ଯେଉଁମାନେ ହିସାବ କରି ଦେଶକୁ କହିଦେବେ ଏହି ବନ୍ଦ ଦ୍ୱାରା ଏତେ ହଜାର କୋଟି ଟଙ୍କାର କ୍ଷତି ଦେଶର ଘଟିଛି। ସେହି ବ୍ୟକ୍ତିମାନେ ବିରୋଧୀ ଦଳରେ ଥିବା ସମୟରେ ଅନୁରୂପ କାର୍ଯ୍ୟ ହିଂସା ମାଧ୍ୟମରେ ହାସଲ କରୁଥିଲେ। ସେମାନଙ୍କୁ ଜବାବ ଭାବେ ଏକ ପ୍ରଶ୍ନ ପଚରାଯାଇପାରେ। ବନ୍ଦ ପ୍ରଭାବ ଯୋଗୁ ଅନେକ ଲକ୍ଷ ଗାଡ଼ିମୋଟର ବନ୍ଦ ରହିଥିଲା। ତାହା ବାଧ୍ୟବାଧକତାମୂଳକ ହୋଇଥିବା ସତ୍ତ୍ୱେ ଏହି ଗାଡ଼ିରେ ବ୍ୟବହାର ହେଉଥିବା ତୈଳ ସଞ୍ଚୟ କରିହେଲା। ଯଦି କ୍ଷତିର ଆକଳନ କରାଯିବ, ତେବେ ତତ୍‌ସହିତ ସଞ୍ଚତ୍ତ ତୈଳମୂଲ୍ୟର ହିସାବ କରାଯାଉ।

All Right Reserved By

ସମ୍ପାଦକୀୟ |

ଅବିମୃଶ୍ୟକାରିତା

ଅବିମୃଶ୍ୟକାରିତା

ଆକାର ପଟେଲ

ଓଲ୍‌ଡ ଟ୍ରାଫୋର୍ଡ, ମଞ୍ଚେଷ୍ଟରଠାରେ ଜୁନ୍‌ ୧୬ ତାରିଖରେ ପାକିସ୍ତାନ ସହ ଭାରତ ବିଶ୍ୱକପ୍‌ ଖେଳିବା ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହା ହେବ ଆମର ବିଶ୍ୱକପ୍‌ର ଚତୁର୍ଥ ମ୍ୟାଚ୍‌। ପ୍ରଥମ ରାଉଣ୍ଡରେ ୧୦ଟି ଦଳ ମଧ୍ୟରୁ ପ୍ରତ୍ୟେକ ଦଳ ଅନ୍ୟ ୯ଟି ଦଳ ସହ ଥରେ ଲେଖାଏ ଖେଳିବେ। ଏହାପରେ ସବୁଠୁ ବେଶି ପଏଣ୍ଟ ହାସଲ କରିଥିବା ଚାରିଗୋଟି ଦଳ ସେମିଫାଇନାଲକୁ ଯିବେ। ପାକିସ୍ତାନ ବିପକ୍ଷରେ ଖେଳିବା ପୂର୍ବରୁ ଆମକୁ ଦକ୍ଷିଣ ଆଫ୍ରିକା (ଜୁନ୍‌ ୫), ଅଷ୍ଟ୍ରେଲିଆ (ଜୁନ୍‌ ୯) ଓ ନ୍ୟୁଜିଲାଣ୍ଡ (ଜୁନ୍‌ ..

 ଗୃହିଣୀଙ୍କ ରୋଜଗାର

ଗୃହିଣୀଙ୍କ ରୋଜଗାର

ପ୍ରକାଶ ତ୍ରିପାଠୀ

ନିକଟରେ ଜଣେ ବନ୍ଧୁଙ୍କ ଝିଅ ବାହାଘର ଭୋଜିରେ ମୋର ଜଣେ ପୁରୁଣା ବନ୍ଧୁ ଦେଖାହେଲେ। ସେ ଥିଲେ ମୋ କଲେଜପଢ଼ା ବେଳର ସହପାଠୀ। ପ୍ରାୟ ୩୪ ବର୍ଷ ପରେ ଭେଟ ହୋଇଥିବାରୁ ଆମ ଉଭୟଙ୍କ ଖୁସି ଥିଲା ଅବର୍ଣ୍ଣନୀୟ। ଅନେକ ପୁରୁଣା କଥା ଓ ସ୍ମୃତି ମନେପକାଇ ଦୁଇବନ୍ଧୁ ହସୁଥିଲା ବେଳେ ବନ୍ଧୁପତ୍ନୀ ସେଠାରେ ପହଞ୍ଚିଲେ। ବନ୍ଧୁ ତାଙ୍କ ସ୍ତ୍ରୀଙ୍କୁ ମୋ ସହ ପରିଚୟ ..

 ଆଧୁନିକ  ବିଶ୍ୱକର୍ମା

ଆଧୁନିକ ବିଶ୍ୱକର୍ମା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

କେନ୍ଦ୍ର ସରକାର ୨୦୧୨ ମସିହାରେ ସାଂସ୍କୃତିକ ଐକ୍ୟ ବଜାୟ ରଖିବା ଲକ୍ଷ୍ୟରେ ଟାଗୋର ସମ୍ମାନ ପ୍ରତିଷ୍ଠା କରିଥିଲେ। ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ କାର୍ଯ୍ୟ, ଦର୍ଶନ ଓ ଚିନ୍ତାଧାରାକୁ ସର୍ବଜନବିଦିତ କରିବା ଦିଗରେ ତାଙ୍କ ୧୫୦ତମ ଜୟନ୍ତୀ ପୂର୍ତ୍ତି ଅବସରରେ ଏଭଳି ପଦକ୍ଷେପ ନିଆଯାଇଥିଲା। ସାଂସ୍କୃତିକ ମୂଲ୍ୟବୋଧ ପ୍ରଚାର ଓ ପ୍ରସାର କରୁଥିବା ବ୍ୟକ୍ତିବିଶେଷ, ସଂଘ, ..

ଏଇ ଭାରତରେ

ଏଇ ଭାରତରେ

ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ଶିଶୁ ମୃତ୍ୟୁବରଣ କରିବା ବିରଳ ଘଟଣାଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ଅହମଦନଗର ଅଞ୍ଚଳରେ। ଶୁକ୍ରବାର ସକାଳେ ଏକ ତିନିବର୍ଷର ଶିଶୁପୁତ୍ରକୁ ପଞ୍ଝାଏ ବୁଲା କୁକୁର ଝୁଣିଦେବାରୁ ଶିଶୁଟିର ମୃତ୍ୟୁ ଘଟିଥିଲା। ଆୟୁଷ ପ୍ରଜାପତି ନାମକ ଏହି ବାଳକ ଉକ୍ତ ନଗରୀର ମଙ୍ଗଳାଗେଟ୍‌ ଏରିଆସ୍ଥିତ ନିଜ ଘର ନିକଟରେ ..

 ବୃଦ୍ଧକାଳେ ଅପତ୍ୟଦୁଃଖ

ବୃଦ୍ଧକାଳେ ଅପତ୍ୟଦୁଃଖ

ରଞ୍ଜନ କୁମାର ଦାସ

ଜଣେ ବୟସ୍କ ବ୍ୟକ୍ତି ମୋର ଖବରକାଗଜରେ ପ୍ରକାଶିତ ଲେଖାସବୁ ପଢ଼ି ନିୟମିତ ଭାବେ ଫୋନ୍‌ କରନ୍ତି। ପ୍ରତ୍ୟେକ ଥର ସେ କହନ୍ତି ଯେ, ମୁଁ କେବେ ଥରେ ଯିବି ଆପଣଙ୍କ ସହ ଦେଖା କରିବି। ଏମିତି କହନ୍ତି ସିନା ସେ କେବେ ଆସନ୍ତି ନାହିଁ। ମୁଁ ମନେମନେ ଭାବେ ସେ ଆସୁ ତ ନାହାନ୍ତି ପୁଣି ଏ କଥା ବାରମ୍ବାର କହୁଛନ୍ତି କାହିଁକି? ଦିନେ ସେ ଫୋନ୍‌ କରି କହିଲେ, ଶୁଣିଲି ଆପଣ ଆସୁଛନ୍ତି ଆମ ପଞ୍ଚାୟତକୁ? ପଞ୍ଚାୟତ ଘର ପାଖରେ ହିଁ ଆମ ଘର। ମୁଁ ଆପଣଙ୍କୁ ଆମ ଘରକୁ ନିମନ୍ତ୍ରଣ କରିବି। ମନା କରିବେ ନାହିଁ, ନିଶ୍ଚୟ ଆସିବେ। ସରକାରୀ କାର୍ଯ୍ୟରୁ ସମୟ ମିଳିବ କି ନାହିଁ ବୋଲି ମୁଁ ସଂଶୟ ପ୍ରକଟ କରନ୍ତେ ସେ କହିଲେ, ବେଶି ସମୟ ନ ରହିଲେ ନାହିଁ ପଛେ ଖାଲି ଗୋଟିଏ ମିନିଟ୍‌ ପାଇଁ ଆମଘର ଆଗରେ ଓହ୍ଲାଇବେ। ଚିନ୍ତାକଲି ତାଙ୍କର ଆଗ୍ରହ ଭାଙ୍ଗିବା ଠିକ୍‌...

ସାବତ ମାଆର ପୁଅ

ସାବତ ମାଆର ପୁଅ

ମନ-ମାନଚିତ୍ର/ଡ. ନରହରି ବେହେରା

ସଂସାରରେ ଭାଗ୍ୟବାନ ସନ୍ତାନଟିଏ ହିଁ ମାଆର ସ୍ନେହ ଲାଭ କରିଥାଏ। ତାହାଠାରୁ ସେ ସନ୍ତାନ ଆହୁରି ଅଧିକ ଭାଗ୍ୟବାନ, ଯିଏ ସାବତ ମାଆଠାରୁ ମାଆର ସ୍ନେହ ପାଇଥାଏ। ଯେଉଁ ସାବତ ମାଆ ନିଜ ସନ୍ତାନ ପରି ଅନ୍ୟ ସନ୍ତାନକୁ ମାଆର ସ୍ନେହ ଦେଇପାରନ୍ତି, ସେ ସର୍ବଦା ନମସ୍ୟା। ମାତ୍ର ଅଧିକାଂଶ କ୍ଷେତ୍ରରେ ସାବତ ମାଆଠାରୁ ଏ ସ୍ନେହ ମିଳେନାହିଁ। 

ଦିନେ ସମ୍ରାଟ୍‌ ସୁଲେମାନଙ୍କ ନିକଟରେ ଗୋଟିଏ ଶିଶୁପୁତ୍ରକୁ ଧରି ଦୁଇଜଣ ମହିଳା ଆସି ପହଞ୍ଚତ୍ଲେ। ଏ ଦୁଇ ମହିଳା ସେହି ଶିଶୁପୁତ୍ରକୁ ନିଜର ସନ୍ତାନ ବୋଲି ଦାବି କଲେ। ସମ୍ରାଟ୍‌ ଥିଲେ ବିଚାର-ବିଚକ୍ଷଣ। ସେ କିଛି ମୁହୂର୍ତ୍ତ ଚିନ୍ତାକରି ଶିଶୁ ପୁତ୍ରଟିକୁ ଦୁଇଖଣ୍ଡ କରି ଦୁଇ ମହିଳାଙ୍କ ମଧ୍ୟରେ ବାଣ୍ଟିଦେବା ପାଇଁ ଦୂତକୁ ଆଦେଶ ଦେଲେ। ଏଥିରେ ନକଲି ମାଆଟି ଖୁସିହୋଇ ସମ୍ରାଟ୍‌ଙ୍କ ଆ..

ଏଇ ଭାରତରେ

ଏଇ ଭାରତରେ

ଭାରତରେ ଏପରି ଏକ ନଦୀଘାଟ ଅଛି, ଯେଉଁଠି ଗାଧୋଇଲେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥାଏ। କାଶୀରେ ଗଙ୍ଗାକୂଳରେ ରହିଛି ୮୪ଟି ଘାଟ। ସବୁଘାଟରେ ସ୍ନାନକଲେ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ସେଠାରେ ଥିବା କୁବାଈ ଘାଟରେ ସ୍ନାନ କଲେ ଦମ୍ପତିଙ୍କ ପାରିବାରିକ ଜୀବନରେ ଝଡ଼ ଉଠିବା ସହିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଦମ୍ପତି..

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..