ସମ୍ପାଦକୀୟ |

ପୁଞ୍ଜି ନିବେଶ ହେଉଛି, ନିଯୁକ୍ତି ସୁଯୋଗ ନାହିଁ

ପୁଞ୍ଜି ନିବେଶ ହେଉଛି, ନିଯୁକ୍ତି ସୁଯୋଗ ନାହିଁ
ସହଦେବ ସାହୁ

ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ କୁବେରମାନଙ୍କୁ ସୁନାପାତ୍ରରେ ଆମନ୍ତ୍ରଣ କରାଯାଉଥିଲେ ବି ଆଖିଦୃଶିଆ ନିଯୁକ୍ତି ସୁଯୋଗ ମିଳୁନାହିଁ। କାରଣ କମ୍ପାନୀମାନେ ବିନା କର୍ମଚାରୀରେ କାମ କରିବା ଆରମ୍ଭ କଲେଣି। ଇନ୍‌ଭେଷ୍ଟ କନ୍‌କ୍ଲେଭ୍‌ (ନିବେଶ ମେଳା) କରୁଥିବା ବା କରାଉଥିବା ସରକାର ତ ଖୋଦ୍‌ ଠିକାଦାର ହୋଇଗଲେଣି । ସେ ପୁଣି କିପରି ନିଶ୍ଚିତ କରିବେ ଯେ ପୁଞ୍ଜି ନିବେଶ ପ୍ରତିଶ୍ରୁତି ଦେଉଥିବା କୁବେରମାନେ ରାଜ୍ୟରେ ଆଶାଜନକ ନିଯୁକ୍ତି ସୁଯୋଗ ଯୋଗାଇବେ!
ଇନୋଭେଶନ୍‌ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜ୍‌ମେଣ୍ଟ ବା ନୂଆ ନୂଆ ଉପାୟର ପୁଞ୍ଜି ନିବେଶ ଶିକ୍ଷାକୁ ଗୋଟିଏ ନୂଆ ଆଲୋଚ୍ୟ ବିଷୟ ଭାବେ ପଢ଼ାଉଥିବା ତଥା ବୈଷୟିକ ଶିକ୍ଷା କ୍ଷେତ୍ରରେ ସୁନାମ ପାଇଥିବା ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌)ଗୁଡ଼ିକ ତ ନିଜେ ସ୍ଥାୟୀ ଅଧ୍ୟାପକ ରଖୁନାହାନ୍ତି, ଅଧ୍ୟାପନା କାମ ପାଇ ବି ଠିକା ଭିତ୍ତିରେ ଅଧ୍ୟାପକ ନିଯୁକ୍ତ କରୁଛନ୍ତି; ଅଣଶିକ୍ଷା କ୍ଷେତ୍ରରେ କେବଳ ଠିକା କର୍ମଚାରୀ। ଆମେ ଏ କଥା ଶୁଣି ଚିହିଁକି ପଡିଲେ ବି ସେମାନେ ବୁଝାଉଛନ୍ତି- ଏହା ଉଭୟ ଆପଣଙ୍କ ପାଇଁ ଆଉ ଆଇଆଇଏମ୍‌ ପାଇଁ ଲାଭଜନକ। ନିୟମିତ ନିଯୁକ୍ତି ପାଇଁ ବଜେଟ୍‌ ନାହିଁ; ପରନ୍ତୁ ସହଜରେ ଅଧ୍ୟାପକ ଯୋଗାଉଥିବା ଠିକାଦାରି ମଞ୍ଚ ଉଧେଇଲାଣି। ସେମାନେ ବୁଝାଉଛନ୍ତି- ଠିକା ଚାକିରି ଉଭୟ ମାଲିକ ଓ ଚାକର ପାଇଁ ଲାଭଜନକ। ଠିକା କାମ ସମୟସୀମା ଭିତରେ ସରେ, ସମୟ ବଳୁଥିବା ବେଳେ ଆପଣ ଆଉ ଗୋଟିଏ କାମ ବି ଠିକାରେ କରିପାରିବେ, ଜଣେ ଡାକ୍ତର ତ ତିନି ଚାରି ଜାଗାରେ କାମ କରୁଛି!
ଫଳ ତ ଜଳ ଜଳ ଦିଶୁଛି। ପୂର୍ବ ଦଶକ ତୁଳନାରେ ୨୦୧୦ ଦଶକରେ କମ୍ପାନୀମାନେ  ସେମାନଙ୍କ କାମ ଆଉଟ୍‌ସୋର୍ସିଂ ବା ଠିକାରେ କରାଇନେଉଛନ୍ତି। ୨୦୨୦ ଦଶକରେ ଆହୁରି ବଢିବ। କମ୍ପାନୀମାନେ କହୁଛନ୍ତି ଯେ, ପ୍ରତିଭାବାନ ଲୋକେ କମ୍‌ ଦରମାରେ ନିୟମିତ କର୍ମଚାରୀ ହେବାଠାରୁ ବେଶି ଦରମାରେ ଠିକା ଶ୍ରମଜୀବୀ ହେବାକୁ ପସନ୍ଦ କରୁଛନ୍ତି। ଠିକା ବ୍ୟବସ୍ଥାରେ ଏମ୍ପ୍ଲୟୀ ବା ସ୍ଥାୟୀ କର୍ମଚାରୀ ବ୍ୟବସ୍ଥା ନାହିଁ, ତେଣୁ ନିଯୁକ୍ତି ଜୀବନବ୍ୟାପୀ ନୁହେଁ। ଠିକା ଶ୍ରମଜୀବୀ ତଥା ବିଶେଷଜ୍ଞ ଯୋଗାଇବା ଲାଗି ଭିନ୍ନ ଭିନ୍ନ ମଞ୍ଚ ତିଆରି ହେଲାଣି - ଯଥା ‘ଟାଇମ୍‌ ଟୁ କେୟାର’ - ଯଥା ସମୟରେ ଡାକ୍ତରୀ ସେବା ଯୋଗାଇବାର ମଞ୍ଚ- ଜରାଗ୍ରସ୍ତ ରୋଗୀଙ୍କ ଚିକିତ୍ସାର ଶତକଡ଼ା ୯୦ଭାଗ ଠିକାରେ କରାଇନେଉଛି ଏ ମଞ୍ଚ। ରୋଗୀ ନେବାକୁ ଟାକ୍ସି ଯୋଗାଡ କରିବା, ଔଷଧ ବିକିବା, ବିମାନ ଯାତ୍ରାର  ବନ୍ଦୋବସ୍ତ କରିବା, ବିମାନରେ ସେବିକା ଯୋଗାଇବା ଭଳି ସମସ୍ତ କାମ ଅନ୍‌ଲାଇନରେ କରିଦେଉଛି, ଦିନିକିଆ ହେଉ କି ସାପ୍ତାହିକ, ମାସିକ ହେଉ କି ବାର୍ଷିକ। ଟାକ୍ସି ଡାକିବା ବା ତା’ ଭଡା ମୂଲଚାଲ ନ କରିବା ଲାଗି ଯେଭଳି ଓଲା ବା ଉବର୍‌ ଗୋଟିଏ ଗୋଟିଏ ମଞ୍ଚ - ଏସବୁ ସେହିପରି।
ଜଲ୍‌ଦି ଖାଦ୍ୟ ଯୋଗାଇବାର ବିଶ୍ୱପ୍ରସିଦ୍ଧ ଫାଷ୍ଟ୍‌ଫୁଡ଼ କମ୍ପାନୀ ମାକଡୋନାଲ୍‌ଡର ଉଦାହରଣ ଦେଖନ୍ତୁ। ଏ କମ୍ପାନୀଟି ଠିକା ବ୍ୟବସ୍ଥାକୁ ଚରମ ସୀମାକୁ ନେଇଯାଇଛି। ତା’ ରେସ୍ତୋରାଁରେ ଶତକଡା ୧୦୦ ଭାଗ କାମ ଠିକାରେ ହୁଏ, ପରଷିବା ଲୋକ, ରୋଷେୟା, ସଫେଇ କର୍ମଚାରୀ ଆଦି କେହି ମାକଡୋନାଲ୍ଡ କମ୍ପାନୀର କିମ୍ବା ମାକଡୋନାଲ୍ଡ କମ୍ପାନୀର ଲାଇସେନ୍ସପ୍ରାପ୍ତ ଦୋକାନୀ (ଫ୍ରାଞ୍ଚାଇଜ)ର କର୍ମଚାରୀ ନୁହନ୍ତି। ଠିକା ପ୍ଲାଟ୍‌ଫର୍ମରୁ ଘଣ୍ଟାକିଆ ମଜୁରିରେ ଠିକା ଶ୍ରମିକ ମିଳୁଛନ୍ତି। ଆମେରିକାରେ ଟାକ୍ସରାବିଟ ନାମକ ଏକ ଲେବର ପ୍ଲାଟ୍‌ଫର୍ମ ଏ କାମ କରୁଛି। ସରକାର ନୀରବଦ୍ରଷ୍ଟା, ମାଲିକ ହାତ ଧୋଇ ବସୁଛି, କର୍ମଚାରୀ ପାଇଁ ଛୁଟି, ଦରମା, ରୋଗ ଖର୍ଚ୍ଚ ବା ପେନ୍‌ସନ୍‌ ବ୍ୟବସ୍ଥା ଦରକାର ନାହିଁ। କାରଖାନାରେ ଶ୍ରମିକର ସୁରକ୍ଷା ବ୍ୟବସ୍ଥା କରିବା, ପରିବେଶକୁ ପ୍ରଦୂଷଣରୁ ରକ୍ଷାକରିବା, କାରଖାନା ଭିତରେ ଆଶୁ ଚିକିତ୍ସା ବ୍ୟବସ୍ଥା ରଖିବା ଭଳି ବିପୁଳ ବ୍ୟୟରୁ ତ୍ରାହି ମିଳୁଛି। କମ୍ପାନୀର ଖାଲି ଲାଭ ହିଁ ଲାଭ।
ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଯେମିତି କାମ କରାଯାଉଥିଲା ଏ ଢାଞ୍ଚା ତାହାର ଓଲଟା। ସେତେବେଳେ ପ୍ରତ୍ୟେକ ବ୍ୟବସାୟ ସ୍ବୟଂସମ୍ପୂର୍ଣ୍ଣ ପ୍ରକ୍ରିୟା ଥିଲା। ଅଧିକାଂଶ କାମ ବ୍ୟବସାୟୀର ନିଜ ପରିବାରରେ, ଇନ୍‌ହାଉସ୍‌ରେ ହେଉଥିଲା। ସ୍ଥାୟୀ ଓ ଚବିଶଘଣ୍ଟିଆ କର୍ମଚାରୀଙ୍କ ଦ୍ୱାରା କାମ ହେଉଥିଲା। ଅଧିକାଂଶ କର୍ମଜୀବୀ ବା ଶ୍ରମିକ ତାଙ୍କ ଜୀବନସାରା ଗୋଟିଏ କମ୍ପାନୀ ବା ଅତି ବେଶିରେ ଦୁଇଟି କମ୍ପାନୀରେ କାମ କରୁଥିଲେ। ଏଥିରେ ବିଜ୍‌ନେସ୍‌ ଲଜିକ୍‌ ଥିଲା- ସବୁବେଳେ କାମର ଡାକରାରେ ଓ ମାଲିକର ଡାକହାକ ଶୁଣିବା ପାଇଁ ଲୋକଟିଏ ରହିଲେ କମ୍ପାନୀକୁ ଶସ୍ତା ପଡ଼ୁଥିଲା। ପ୍ରତ୍ୟେକ କାମ ପାଇଁ ଖୋଲା ବଜାରରୁ ଲୋକ ଖୋଜିବା, ମଜୁରି ମୂଲଚାଲ କରିବା, ନୂଆ ଲୋକକୁ ତାଲିମ ଦେବା ଓ ସେ କ’ଣ କରିବ ପ୍ରତିଥର ତାକୁ ବୁଝାଇବା ଲାଗି ସମୟ ଦେବା ମହଙ୍ଗା ପଡ଼ୁଥିଲା, ଜଣେ ଗଲା ପରେ ନୂଆ ଲୋକଟିଏ ଆସିବାରେ ବିଳମ୍ବ ଯୋଗୁ କାମ ଅଧାପନ୍ତରିଆ ରହୁଥିଲା। ୧୯୮୦ ଦଶକରୁ ନିଯୁକ୍ତି କ୍ଷେତ୍ରରେ ପରିବର୍ତ୍ତନ ଦେଖାଗଲା। ବିଭିନ୍ନ କମ୍ପାନୀର ଅଂଶୀଦାରମାନେ ସେମାନଙ୍କ କମ୍ପାନୀକୁ ଉତ୍ସାହିତ କଲେ ଯେ କୋର୍‌ କମ୍ପିଟେନ୍ସି ଉପରେ ଧ୍ୟାନ ଦିଆଯାଉ; ଫାଲ୍‌ତୁ କାମ ଯଥା ସଫେଇ, ହିସାବକିତାବ, କମ୍ପାନୀର ନାମ ରକ୍ଷା ବା ବ୍ରାଣ୍ଡିଂ ଭଳି କାମକୁ ସେ ଦିଗରେ ବିଶେଷ ଜ୍ଞାନଥିବା ଲୋକଙ୍କୁ ଠିକା ଦିଆଯାଉ। ୨୦୦୦ ଦଶକରେ ଆଉଟ୍‌ସୋର୍ସିଂ ରୋଗ ଆମେରିକାରୁ ପୃଥିବୀ ସାରା ବ୍ୟାପିଗଲା। ଚାର୍ଲ ସାଣ୍ଡି ନାମକ ଜଣେ ମ୍ୟାନେଜ୍‌ମେଣ୍ଟ-ଗୁରୁ ଏ ପ୍ରକାର ବ୍ୟବସ୍ଥାକୁ ସାମରକ୍‌ (ବେଲପତ୍ରିଆ) ଅର୍ଗାନାଇଜେଶନ୍‌ ନାମ ଦେଇଛନ୍ତି। ସଙ୍ଗଠନର କେନ୍ଦ୍ରରେ ଥିବା ଅତ୍ୟାବଶ୍ୟକ କାର୍ଯ୍ୟକର୍ତ୍ତା ହିଁ ନିୟମିତ କର୍ମଚାରୀ ରହିବେ, ଆଉ ସବୁ ଠିକା ବା ପାର୍ଟଟାଇମ୍‌ କର୍ମଚାରୀ। ଏହି ତିନିପତରିଆ ବ୍ୟବସ୍ଥା ବିକଶିତ ହେବାକୁ ବହୁବର୍ଷ ଲାଗିଗଲା।
ଠିକା ବା ଆଉଟ୍‌ସୋର୍ସିଂର ବାଧକ ହେଲା ପ୍ରଯୁକ୍ତିବିଦ୍ୟାର କଟକଣା। କମ୍ପାନୀମାନେ ନିଶ୍ଚିତ ହୋଇପାରି ନ ଥିଲେ ଯେ ସେମାନେ ଖୋଲାବଜାରରୁ ନିଜର ଆବଶ୍ୟକତା ମୁତାବକ ଠିକ୍‌ ଲୋକ ପାଇବାକୁ ସକ୍ଷମ ହେବେ ଏବଂ କାମରେ ଅଭିଜ୍ଞତା ଅର୍ଜନ କରିଥିବା ଲୋକ ସହଜରେ ମିଳିବେ। ଏ କଟକଣା ୨୦୧୦ ବେଳକୁ ଉଠିଗଲା। ଯେଉଁ ନୂଆ ଅର୍ଥନୈତିକ ମଞ୍ଚ ଆସିଲା ତାକୁ ଗିଗ୍‌-ଇକୋନମି ପ୍ଲାଟଫର୍ମ ବା ଭୀମ-ଅର୍ଥନୀତି ମଞ୍ଚ କୁହାଗଲା। ଆମେରିକାରେ ଏଭଳି ମଞ୍ଚର କେତୋଟି ଉଦାହରଣ ହେଲା ଟାକ୍ସରାବିଟ୍‌ (କାମଶଶକ), ପିପୁଲ ଫର୍‌ ଆୱାର (ଘଣ୍ଟିକିଆ ମଣିଷ) ଓ ଏକ୍ସପର୍ଟ ୩୬୦ (୩୬୦ ଡିଗ୍ରିଆ ବା ସବୁଦିଗରୁ ବିଶେଷଜ୍ଞ)- ଏମାନେ କମ୍ପାନୀମାନଙ୍କ ଦରକାର ମୁତାବକ କାମିକା ଲୋକ ତତ୍‌କ୍ଷଣାତ୍‌ ଯୋଗାଇ ପାରିଲେ। ଏହି ମଞ୍ଚମାନଙ୍କ ଗ୍ରାହକ-କମ୍ପାନୀମାନେ ଯେଉଁ ରେଟିଂ ବା ତୁଳନାତ୍ମକ ଦକ୍ଷତାପତ୍ର ଦେଇଥିବେ ତାହା ହିଁ ଠିକା କର୍ମଚାରୀର ଗୁଣବତ୍ତାର ମାପ ହେଲା। ମାତ୍ର ଏକ ଦଶନ୍ଧିରେ ଗିଗ୍‌-ଇକୋନମି ପ୍ରକାଣ୍ଡକାୟ ହୋଇଗଲା। ଶୀଘ୍ର ବଢିବାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛି ଉବର, ଟାକି୍ସ ଡାକିବାର ସେବା।
୨୦୧୮ରେ ସ୍ଥୂଳତଃ ଏକ ଭାଗ କର୍ମଜୀବୀ କୌଣସି ନା କୌଣସି ନିଯୁକ୍ତି-ପ୍ଲାଟ୍‌ଫର୍ମରେ ତାଲିକାଭୁକ୍ତ। ଯେଉଁ ପାଠକମାନେ ଏ ବିଷୟରେ ଜାଣିନାହାନ୍ତି ସେମାନେ ଭୁବନେଶ୍ୱର କଳ୍ପନାଛକ ବା ଆଇଆର୍‌ସି ଭିଲେଜର କ୍ରାଉନ ହୋଟେଲ ଛକରେ ଦଳ ଦଳ ଠିଆ ହୋଇଥିବା ଶ୍ରମିକଙ୍କୁ ବା ପାରାଦୀପ ବନ୍ଦରରେ ଷ୍ଟିଭେଡର କାମ ଦେଖନ୍ତୁ, ବୁଝିପାରିବେ କିପରି ନିଯୁକ୍ତି-ପ୍ଲାଟ୍‌ଫର୍ମ କାମ କରୁଛି। ବିଶେଷଜ୍ଞମାନଙ୍କ ପ୍ଲାଟ୍‌ଫର୍ମ ଆସିଯାଉଛି। ୨୦୨୫ ବେଳକୁ ଦେଶର ସୁଦକ୍ଷ, ସ୍ବଳ୍ପଦକ୍ଷ ଓ ଅଣକୁଶଳୀ ସମସ୍ତଙ୍କ ଭିତରୁ ଶତକଡା ୩୦ରୁ ବେଶି ଲୋକ ଏଭଳି କୌଣସି ନା କୌଣସି ଏମ୍ପ୍ଲୟମେଣ୍ଟ ପ୍ଲାଟ୍‌ଫର୍ମର ଅନ୍ତର୍ଭୁକ୍ତ ହୋଇ ରହିଥିବେ।
ଏ ସମସ୍ୟାର ସମାଧାନ ଆସିବ ଯେତେବେଳେ ଶାସନ ଚଳାଉଥିବା ଲୋକପ୍ରତିନିଧିମାନଙ୍କୁ ଲୋକେ ସେହି ପ୍ରକାର ଅର୍ଥାତ୍‌ ଲେଜିସ୍‌ଲେଚର ପ୍ଲାଟ୍‌ଫର୍ମରୁ ବାଛିବେ, ଏକ୍‌ଜିକ୍ୟୁଟିଭ୍‌ ଓ ଜୁଡିସିଆରି ଅନୁରୂପ ପ୍ଲାଟ୍‌ଫର୍ମରୁ ଆସିବେ ଏବଂ ପେନ୍‌ସନ୍‌ ଫେନ୍‌ସନ୍‌ ଆଦି ସମସ୍ତ ବାଜେ ଖର୍ଚ୍ଚରୁ ଦେଶ ବଞ୍ଚିଯିବ।
ଇ-ମେଲ୍‌: sahadevas@yahoo.com
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ମୁକ୍ତ କରନାହିଁ

ସମ୍ପାଦକୀୟ/ମୁକ୍ତ କରନାହିଁ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବନ୍ଦୀ ଥିବା ସମସ୍ତ ୭ ଦୋଷୀଙ୍କୁ ମୁକ୍ତ କରିବା ଲାଗି ନିକଟରେ ତାମିଲନାଡୁ ସରକାର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ଏ ସଂକ୍ରାନ୍ତ ଏକ ସଂକଳ୍ପକୁ ଗୃହୀତ କରିଥିଲା। ଏଥିରେ ...

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ସମ୍ପନ୍ନା ପାତ୍ର

ବର୍ଷତମାମ ଆମ୍ଭେମାନେ ଜାତୀୟ ହେଉ ବା ଆଞ୍ଚଳିକ ସ୍ତରରେ କିଛି ନା କିଛି ଉତ୍ସବ ପାଳନ କରିଥାଉ ଆମ ମହାନ୍‌ ପୂର୍ବସୂରୀମାନଙ୍କ ସମ୍ମାନାର୍ଥେ। ସେମାନଙ୍କ ବଳିଦାନକୁ ମନେପକାଇଥାଉ, ସେମାନଙ୍କ ନିଃସ୍ବାର୍ଥ ତ୍ୟାଗକୁ ବାସ୍ତବ ଜୀବନରେ ଆପଣେଇବାକୁ ସଙ୍କଳ୍ପ କରିଥାଉ। ସେମାନେ ଆମର ଚିର ବନ୍ଦନୀୟ, ଚିର ନମସ୍ୟ। ପ୍ରତ୍ୟେକ ଭାରତୀୟ ସର୍ବଦା ସେମାନଙ୍କଠାରେ ନତମସ୍ତକ। ସ୍ବାଧୀନତା ...

ପୋଷାକ ଓ ପୌରୁଷ

ପୋଷାକ ଓ ପୌରୁଷ


ଡ. ରମେଶ ଚନ୍ଦ୍ର ପରିଡ଼ା

ସୁପ୍ରସିଦ୍ଧ ବିଜ୍ଞାନ ଲେଖକ ରବିନସ୍‌ କୁକ୍‌ଙ୍କ ବିଚାରରେ ‘ପ୍ରତ୍ୟେକ ଜୀବର ସ୍ବତଃସ୍ଫୂର୍ତ୍ତ ପ୍ରବୃତ୍ତି ହେଲା ନିଜ ପ୍ରତିରୂପ ବା ସନ୍ତାନ ସୃଷ୍ଟି। କ୍ଷୁଦ୍ରାତିକ୍ଷୁଦ୍ର ଜୀବାଣୁଠାରୁ ଆରମ୍ଭ କରି ବିଶାଳକାୟ ତିମି ଏବଂ ମେଧାବୀ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଏହା ବିଦ୍ୟମାନ। ନିମ୍ନଶ୍ରେଣୀର ଜୀବମାନେ ତାହା ସମାହିତ କରିଥାନ୍ତି ଅଲିଙ୍ଗୀ ଜନନ ମାଧ୍ୟମରେ ଏବଂ ଉନ୍ନତ ତଥା ଜଟିଳ ଗଛଲତା ଓ ପ୍ରାଣୀମାନଙ୍କ କ୍ଷେତ୍ରରେ ...

ଏଇ ଭାରତରେ

ଏଇ ଭାରତରେ

ସମୟର ପ୍ରବହମାନ ଧାରା ସହିତ ସବୁକିଛିର ପରିବର୍ତ୍ତନ ଘଟେ। ଯେଉଁ ଅଞ୍ଚଳରେ ଏକଦା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ଭାବ ସୃଷ୍ଟି ହୋଇଥିଲା ସେଠାରେ ଉଭୟ ସମ୍ପ୍ରଦାୟ ଏବେ ଭାଇଚାରା ସୃଷ୍ଟି କରିଛନ୍ତି। ...

ସମ୍ପାଦକୀୟ/ ରୋଗୀ ବନ୍ଧକ

ସମ୍ପାଦକୀୟ/ ରୋଗୀ ବନ୍ଧକ

କୌଣସି ଆର୍ଥିକ ସଂସ୍ଥାରୁ ଋଣ ଆଣିବାକୁ ହେଲେ ବ୍ୟକ୍ତିବିଶେଷଙ୍କୁ ମଟ୍‌ଗେଜ୍‌ ବା ବନ୍ଧକ ରଖିବାକୁ ପଡ଼େ। ଋଣ କରିଥିବା ବ୍ୟକ୍ତି ଯଦି ଭବିଷ୍ୟତରେ ତାହାକୁ ଶୁଝିବାକୁ ଅକ୍ଷମ ହୁଅନ୍ତି, ତେବେ ବନ୍ଧକ ଥିବା ଜିନିଷ ନିଲାମ କରାଯାଇ ଅର୍ଥ ଅସୁଲ କରାଯାଏ। ରୋଗୀଙ୍କୁ ବନ୍ଧକ ରଖାଯିବା ବିଷୟ ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ବର୍ତ୍ତମାନ ଡାକ୍ତରଖାନା ବିଶେଷକରି ଘରୋଇ ହସ୍ପିଟାଲଗୁଡ଼ିକରେ ପ୍ରାୟତଃ ଦେଖିବାକୁ ମିଳୁଛି। ହସ୍ପିଟାଲ ଯାଉଥିବା ଦେଶର ଅଧିକାଂଶ ଲୋକ ଏଭଳି ପରିସ୍ଥିତିର ସାମ୍ନା କରୁଥିବେ। ରୋଗୀଙ୍କ ମୃତ୍ୟୁ ଘଟିଲେ...

ଘରୋଇ ହିଂସାର କରାଳ ରୂପ

ଘରୋଇ ହିଂସାର କରାଳ ରୂପ

ବୈକୁଣ୍ଠନାଥ ମିଶ୍ର

ହିଂସା ଏକ ନକାରାତ୍ମକ ଶବ୍ଦ, ଯାହା ପରପୀଡ଼ନ, ପରର କ୍ଷତି ସାଧନ, ଏପରି କି ଧ୍ୱଂସ ଓ ମୃତ୍ୟୁଲୀଳା ସଂଯୋଜନାକୁ ବୁଝାଏ। ଯେତେବେଳେ ଏହା ଆତ୍ମୀୟସ୍ବଜନ ବା ରକ୍ତ ସମ୍ପର୍କୀୟ ପ୍ରତି କରାଯାଏ, ତାହାକୁ ପାରିବାରିକ ବା ଘରୋଇ ହିଂସା କୁହାଯାଏ। ନିଜ ପୁତ୍ର ବା କନ୍ୟା ପରିବାରର ସମ୍ମାନକୁ ଭ୍ରୂକ୍ଷେପ ନ କରି ଏପରି କିଛି କରିବସନ୍ତି, ଯାହା ପରିବାର ସଦସ୍ୟଙ୍କ ମନରେ ସେମାନଙ୍କ ପ୍ରତି ଘୃଣା...

 ଆଦର୍ଶ, ଦେଶ ଓ ଦେଶାତ୍ମବୋଧ

ଆଦର୍ଶ, ଦେଶ ଓ ଦେଶାତ୍ମବୋଧ


ନୃସିଂହ ପ୍ରସାଦ ତ୍ରିପାଠୀ

ଗୋଟିଏ ଦେଶର ସର୍ବାଙ୍ଗୀଣ ଉନ୍ନତି ପାଇଁ ତା’ର ନାଗରିକଙ୍କର ଦେଶ ପ୍ରତି ପ୍ରତିବଦ୍ଧତା ଜରୁରୀ। ଏହାର ଲୋକପ୍ରିୟ ନାମ ହେଉଛି ଦେଶାତ୍ମବୋଧ। ଗଣତନ୍ତ୍ର ଶାସନ ପଦ୍ଧତିରେ ଯେଉଁ ରାଜନୈତିକ ଦଳ କ୍ଷମତାକୁ ଆସନ୍ତି, ସେମାନେ ସବୁବେଳେ ଜାହିର କରିବାକୁ ଚାହାନ୍ତି ଯେ, ସେମାନଙ୍କର ଦେଶଭକ୍ତି ଅତି ଉଚ୍ଚ ଧରଣର ଏବଂ ସେମାନେ ହିଁ ଦେଶକୁ ପ୍ରଗତି ପଥରେ ଚଳାଇନେବେ। ସ୍ବାଧୀନତା ପ୍ରାପ୍ତିର ସତୁରି ବର୍ଷରୁ ବେଶି ହେଲାଣି। କୋଠାବାଡ଼ି, ରାସ୍ତାଘାଟ, ଶିଳ୍ପ ଓ କୃଷିରେ କିଛି ପ୍ରଗତି ହୋଇଛି ନିଶ୍ଚୟ, କିନ୍ତୁ...

ଏଇ ଭାରତରେ

ଏଇ ଭାରତରେ

ପେଟ୍ରୋଲକୁ ତରଳ ସୁନା କହିବାର ଯଥାର୍ଥତା ବର୍ତ୍ତମାନ ଉପଲବ୍‌ଧି କରିହେଉଛି। କାରଣ ଏହାର ଲିଟର ପ୍ରତି ଦର ୧୦୦ଟଙ୍କା ଛୁଇଁବାକୁ ଆଉ ବେଶି ଦିନ ବାକି ନାହିଁ। ଭାରତର କେତେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ଛୁଇଁଛି। ଏହା ବାସ୍ତବରେ ମୋଟରଗାଡି ଚାଳକଙ୍କୁ ଖୁବ୍‌ ବାଧୁଛି। ଏହାର ମହାର୍ଘ ମୂଲ୍ୟ ଦୃଷ୍ଟିରୁ କେତେକେ ଏହାକୁ ନବଦମ୍ପତିଙ୍କୁ ଉପହାର ଦେବାକୁ ଉଚିତ ମଣୁଛନ୍ତି। ତାମିଲନାଡୁ...

ଅତିବଡ଼ ଜଗନ୍ନାଥ ଦାସ

ଅତିବଡ଼ ଜଗନ୍ନାଥ ଦାସ

ଆଗେ ଆମ ଓଡ଼ିଶାର ଗାଁ ଗାଁରେ ଥିଲା ଭାଗବତ ଟୁଙ୍ଗୀ। ପୂଜା ପାଉଥିବା ଏଇ ତାଳପତ୍ର ପୋଥିଙ୍କୁ ଲୋକେ ଭକ୍ତିରେ କହୁଥିଲେ ଭାଗବତ ଗାଦି। ପ୍ରତିଦିନ ସା ସମୟରେ ବ୍ରାହ୍ମଣ ପଣ୍ଡିତ ଭାଗବତ ପାଠ କରନ୍ତି।

କୁମ୍ଭକର୍ଣ୍ଣଙ୍କୁ କୋଟି ପ୍ରଣାମ

କୁମ୍ଭକର୍ଣ୍ଣଙ୍କୁ କୋଟି ପ୍ରଣାମ

ସବୁଠୁ ବଡ ଅଳସୁଆ କିଏ? ଯିଏ ପେଟେ ଖାଇ ନିଧୁର୍ର୍ମ ଶୋଇବା ବ୍ୟତୀତ କିଛି କାମ କରେନାହିଁ। 

ଓଡ଼ିଆଙ୍କୁ ଚାପୁଡ଼ା

ଓଡ଼ିଆଙ୍କୁ ଚାପୁଡ଼ା

ଭାରତୀୟ ହକି ଦଳରେ ଓଡ଼ିଆ ଖେଳାଳିଙ୍କ ଅବଦାନ ସ୍ମରଣୀୟ ରହିଆସିଛି। ଦିଲୀପ ତୀର୍କି, ଲାଜରୁସ ବାର୍ଲା, ଇଗ୍ନେଶ ତୀର୍କି,  ପ୍ରବୋଧ ତୀର୍କିଙ୍କ ଭଳି ଓଡ଼ିଆ ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନ ଦେଶକୁ ବହୁ ଅନ୍ତର୍ଜାତୀୟ ସ୍ତରୀୟ ଖେଳରେ ବିଜୟ ଆଣିଦେଇଛି। 

ନାଗରିକ ଅଧିକାରର ବିଜୟ

ନାଗରିକ ଅଧିକାରର ବିଜୟ

ଆକାର ପଟେଲ

ଭାରତୀୟ ନାଗରିକମାନଙ୍କ ଅଧିକାର ପାଇଁ ସବୁବେଳେ ସ୍ପଷ୍ଟ ବିଜୟ ମିଳି ନ ଥାଏ, ଯାହା ନିକଟରେ ମିଳିଛି ଧାରା ୩୭୭ର ଉଚ୍ଛେଦ ମାଧ୍ୟମରେ। ପୁଣି ତା’ର ଅଳ୍ପଦିନ ପରେ ଆଉ ଏକ ଆନନ୍ଦର ବିଷୟ ଯେ, ଉତ୍ତରପ୍ରଦେଶ ଶାହରନ୍‌ପୁର ଜିଲାର ଦଳିତ ନେତା ଚନ୍ଦ୍ରଶେଖର ଆଜାଦଙ୍କୁ ଜେଲରୁ ମୁକ୍ତି ମିଳିଛି। ଆଜାଦ ନିଜ ଜାତି ଓ ସଂସ୍କୃତିର ପରିଚୟ ଦେବାକୁ ଯାଇ ନିଜକୁ ଚମାର ବୋଲି କହିଥାନ୍ତି। ଆମ ...