ସମ୍ପାଦକୀୟ |

ନ୍ୟାୟାଳୟର ତତ୍ପରତା ଓ ବ୍ୟକ୍ତି ସ୍ବାଧୀନତା

ନ୍ୟାୟାଳୟର ତତ୍ପରତା ଓ ବ୍ୟକ୍ତି ସ୍ବାଧୀନତା
ଡା. ନୀଳମାଧବ ପୃଷ୍ଟି

ସୁଧୀ ପାଠକଙ୍କୁ ଦୁଇବର୍ଷ ତଳର ଏକ ଘଟଣା ମନେ ପକାଇ ଦେଉଛୁ। ୨୦୧୬ ଏପ୍ରିଲ ୨୫ ତାରିଖରେ ଦିଲ୍ଲୀର ବିଜ୍ଞାନ ଭବନରେ ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଟି.ଏସ୍‌. ଠାକୁର ବର୍ଷ ବର୍ଷ ଧରି ଲକ୍ଷାଧିକ ମାମଲାର ବୋଝକୁ ନେଇ ଦୁଃଖ ପ୍ରକଟ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟମାନଙ୍କର ମୁଖ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ। ସେ ସମୟରେ ଭାରତର ସୁପ୍ରିମ୍‌କୋର୍ଟରେ ୬୦ ହଜାରରୁ ଊର୍ଦ୍ଧ୍ୱ ମାମଲା ପଡ଼ି ରହିଥିବାର ତଥ୍ୟ ଦେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। କିଛି ବର୍ଷ ତଳେ ଦେଶର ୪୪ତମ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଜେ.ଏସ୍‌. ଖେହାର ଆହଲୁୱାଲିଆ କହିଥିଲେ, କୋର୍ଟର ଖରାଦିନିଆ ଛୁଟିରେ କିଛି ସମୟ କାଢ଼ି ବିଚାରପତିମାନେ କେସ୍‌ଗୁଡ଼ିକର ଶୁଣାଣି କଲେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ମାମଲାର ବିଚାର ହୋଇପାରନ୍ତା। ତେବେ ସୁପ୍ରିମ୍‌କୋର୍ଟର ବର୍ତ୍ତମାନର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଦୀପକ ମିଶ୍ର ତାଙ୍କ କାର୍ଯ୍ୟକାଳ ଭିତରେ ବ୍ୟକ୍ତିଗତ ଉଦ୍ୟମରେ ୨ ହଜାରରୁ ଊର୍ଦ୍ଧ୍ୱ ପଡ଼ିରହିଥିବା ମାମଲାର ଶୁଣାଣି କରିପାରିଛନ୍ତି, ଯାହା ପ୍ରଶଂସନୀୟ। 
ଅନେକ କ୍ଷେତ୍ରରେ ଦେଖାଯାଏ ବ୍ୟକ୍ତିଗତ ସ୍ବାର୍ଥ ସମ୍ବଳିତ ଓ ଗୁରୁତ୍ୱହୀନ ମାମଲା ସର୍ବୋଚ୍ଚ ଅଦାଲତର ମୂଲ୍ୟବାନ ସମୟ ନଷ୍ଟ କରିଥାଏ। ଗତବର୍ଷ ଓ ଏ ବର୍ଷ ମଧ୍ୟ ସୁପ୍ରିମ୍‌କୋର୍ଟର ବିଭିନ୍ନ ଖଣ୍ଡପୀଠ ଭିନ୍ନ ଭିନ୍ନ ସମୟରେ ଗୁରୁତ୍ୱହୀନ ମାମଲାର ବିଚାର ବେଳେ ବିରକ୍ତି ପ୍ରକାଶ କରି ଆବେଦନକାରୀଙ୍କୁ କଡ଼ା ତାଗିଦ କରିବା ସହ ସହ ସ୍ଥଳବିଶେଷରେ ଜରିମାନା ଦଣ୍ଡ ବି ଦେଇଛନ୍ତି। ଭାରତବର୍ଷର ନ୍ୟାୟପାଳିକା  ଇତିହାସରେ ଅନେକ ସମୟରେ ଦେଖାଯାଇଛି ତଥାକଥିତ ସମାଜର ବଡ଼ବଡ଼ିଆ, ରାଜନୈତିକ ପୃଷ୍ଠଭୂମି ଥିବା ବ୍ୟକ୍ତି ଓ ସେଲିବ୍ରିଟିମାନଙ୍କ ପାଇଁ ଅଗ୍ରାଧିକାର ଭିତ୍ତିରେ ବିଚାର ବ୍ୟବସ୍ଥା କରାଯାଏ। କେତେକ କ୍ଷେତ୍ରରେ ରାତି ଅଧିକ ଯାଏ ବିଚାର ମଧ୍ୟ ହୋଇଛି। ତେବେ ନିକଟରେ ମାଓବାଦୀ ସମ୍ପୃକ୍ତି ଅଭିଯୋଗରେ ମହାରାଷ୍ଟ୍ର ପୋଲିସ ପାଞ୍ଚଜଣ ତଥାକଥିତ ସାମାଜିକ କର୍ମୀ ଓ ଆଇନବିତ୍‌ଙ୍କୁ ଗିରଫ କରିବା ପରେ ଜାତୀୟ ରାଜନୀତି ସରଗରମ ହେବା ସହ ଏହି ପାଞ୍ଚଜଣଙ୍କ ତରଫରୁ ସିଧାସଳଖ ଆବେଦନ ସୁପ୍ରିମ୍‌କୋର୍ଟଙ୍କ ପାଖରେ ପହଞ୍ଚତ୍ଥିଲା। ସୁପ୍ରିମ୍‌କୋର୍ଟ ଏହାକୁ ତୁରନ୍ତ ଗ୍ରହଣ କରି ଅଗ୍ରାଧିକାର ଭିତ୍ତିରେ ପ୍ରାଥମିକ ଶୁଣାଣି କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ ନ କରି ଗୃହବନ୍ଦୀ ରଖିବା ପାଇଁ ନିର୍ଦ୍ଦେଶ ଦେଲେ, ଯାହାଦ୍ୱାରା ସେମାନେ ପୋଲିସ ହେପାଜତକୁ ଯାଇପାରିଲେ ନାହିଁ। 
ଏହି ଲେଖକର ଅଭିଯୋଗ ନ୍ୟାୟପାଳିକାର ନ୍ୟାୟ ପ୍ରଦାନ ବ୍ୟବସ୍ଥା ପାଇଁ ନୁହେଁ, ଅତ୍ୟନ୍ତ ବିନମ୍ର ଭାବେ ଆମେ କିଛି ପ୍ରସଙ୍ଗ ଏଠାରେ ଉଲ୍ଲେଖ କରୁଛୁ। ଏହି ଯେଉଁ ତଥାକଥିତ ସାମାଜିକ କର୍ମୀ ଗିରଫ ହେଲେ ଏ କ୍ଷେତ୍ରରେ ସେମାନେ ପ୍ରଥମ ନୁହନ୍ତି। ଏହା ପୂର୍ବରୁ ଅସଂଖ୍ୟ ଗିରଫଦାରି ହୋଇଛି। ନ୍ୟାୟ ବିଚାରର ଗଣ୍ଡି ଭିତରେ ବ୍ୟବସ୍ଥା ଦ୍ୱାରା ପ୍ରାଥମିକ ଭାବେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଶୁଣାଣି ହୋଇ ଅଭିଯୁକ୍ତଙ୍କୁ ହାଜତକୁ ପଠାଇଥାନ୍ତି କିମ୍ବା ଜାମିନ ପ୍ରଦାନ କରିଥାନ୍ତି। ଏ କ୍ଷେତ୍ରରେ ମାଜିଷ୍ଟ୍ରେଟ୍‌ଙ୍କ ଆଦେଶନାମା ସନ୍ତୋଷଜନକ ନ ହେଲେ ଅଭିଯୁକ୍ତମାନେ କ୍ରମାନ୍ବୟରେ ସେସନ୍ସ କୋର୍ଟ, ହାଇକୋର୍ଟ ବା ପରେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥାନ୍ତି। ନ୍ୟାୟ ବ୍ୟବସ୍ଥା ଭିତରେ ବି ଅଭିଯୁକ୍ତମାନେ ସେସନ୍ସ କୋର୍ଟ କିମ୍ବା ହାଇକୋର୍ଟରୁ କେତେକ କ୍ଷେତ୍ରରେ ଆଗୁଆ ଜାମିନ ପାଇଥାନ୍ତି। କିନ୍ତୁ ବର୍ତ୍ତମାନ ସମୟର ଏହି ବ୍ୟକ୍ତିବିଶେଷମାନେ ଯେଉଁ ଭାବରେ ସିଧାସଳଖ ସୁପ୍ରିମ୍‌କୋର୍ଟରେ ଆବେଦନ କରିପାରିଲେ ପରବର୍ତ୍ତୀ ସମୟରେ ଏହା ନ୍ୟାୟପାଳିକା ବ୍ୟବସ୍ଥାକୁ ଜଟିଳ କରିବାର ସମ୍ଭାବନା ରହିଛି। ଭୀମା କୋରୋଗାଓଁ ହିଂସାକାଣ୍ଡ ମାମଲାରେ ତଦନ୍ତର ସମ୍ମୁଖୀନ ହୋଇଥିବା ଏହି ପାଞ୍ଚଜଣ ବ୍ୟକ୍ତିବିଶେଷ ସେମାନଙ୍କ ଦାବି ଅନୁଯାୟୀ ଭାରତୀୟ ନାଗରିକଙ୍କ ସ୍ବାର୍ଥନିମିତ୍ତ ସକ୍ରିୟ ଥିଲେ ବି ସେମାନେ କିଭଳି ସିଧାସଳଖ ସୁପ୍ରିମ୍‌କୋର୍ଟରେ ପହଞ୍ଚତ୍ପାରିଲେ? ଅନେକେ ହୁଏତ ଜାଣି ନ ଥିବେ ଏହି ପାଞ୍ଚଜଣଙ୍କ ପାଇଁ ଭାରତର ଖ୍ୟାତନାମା ପ୍ରଖ୍ୟାତ ଓକିଲ ପ୍ରଶାନ୍ତ ଭୂଷଣ, ଅଭିଷେକ ମନୁ ସିଂଘ୍‌ଭି, ଦୁଷ୍ୟନ୍ତ ଡାଭେ, ବୃନ୍ଦା ଗ୍ରୋଭର, ରାଜୁ ରାମଚନ୍ଦ୍ରନ୍‌, ଇନ୍ଦିରା ଜୟସିଂ, ଅମରେନ୍ଦ୍ର ଶରନ ପ୍ରମୁଖ ମାମଲା ଲଢ଼ିଥିଲେ। ପ୍ରତିଟି ଭାରତୀୟ ବେଶ୍‌ ଭଲଭାବେ ଜାଣିଛନ୍ତି ଯେ, ଏହି ପ୍ରଖ୍ୟାତ ଓକିଲମାନଙ୍କ ଗୋଟିଏ ଦିନର ଫିସ୍‌ ଲକ୍ଷାଧିକ ଟଙ୍କା। ଏଠାରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠେ ଯେ, ସରଳ ନିରାଡ଼ମ୍ବର ଓ ସାଧୁତାପୂର୍ଣ୍ଣ ଜୀବନ ବିତାଉଥିବା ଏହି ତଥାକଥିତ ସାମାଜିକ କର୍ମୀମାନେ କିପରି ଏହି ଫିସ୍‌ ଦେଇପାରିଲେ। ଯେ କୌଣସି ପ୍ରସଙ୍ଗରେ ବ୍ୟକ୍ତି ସ୍ବାଧୀନତା ନାମରେ ଜଣେ ଆବେଦନକାରୀ ଯଦି ସିଧାସଳଖ ସୁପ୍ରିମ୍‌କୋର୍ଟରେ ପହଞ୍ଚନ୍ତି, ତେବେ ଏହି ମାମଲାର ବୋଝ ହାଲ୍‌କା ହେବ ନା ବଢ଼ିବ?
ପାଣିକୋଇଲି, ଯାଜପୁର, ମୋ:୯୪୩୯୪୮୨୫୨୬

All Right Reserved By

ସମ୍ପାଦକୀୟ |

ସିବିଆଇକୁ ମନା

ସିବିଆଇକୁ ମନା

ଭାରତରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ବିଶ୍ୱସନୀୟତା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ଏହାକୁ ଏକ ନିରପେକ୍ଷ ସଂସ୍ଥା ଭାବେ ଗଣାଯାଉଥିଲା। ନିକଟ ଅତୀତରେ ଏହାର ଶୀର୍ଷ ଦୁଇ ଅଧିକାରୀଙ୍କ ମଧ୍ୟରେ ଲାଗିଥିବା ବିବାଦ ସର୍ବୋଚ୍ଚରେ ପହଞ୍ଚିଲା ପରେ ଘଟଣା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଓ ସୁପ୍ରିମକୋର୍ଟରେ ପଡ଼ିିଛି। 

ଦେଶ ବିଭାଜନ ପାଇଁ ଦାୟୀ କିଏ

ଦେଶ ବିଭାଜନ ପାଇଁ ଦାୟୀ କିଏ

ବିପିନ ବିହାରୀ ମିଶ୍ର

କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ବିଦ୍ୟାରେ ଜଣେ ଡାକ୍ତର, ବୃତ୍ତିରେ ରାଜନୀତିଜ୍ଞ ଓ ତାଙ୍କର ବିଭିନ୍ନ ପ୍ରକାର ସଉକ ଅଛି। ଆରମ୍ଭରୁ ପରିଚିତ ହୋଇଗଲେ ଯେହେତୁ ସେ ଶେଖ୍‌ ଅବଦୁଲ୍ଲାଙ୍କ ପୁଅ।

ଆଚାରେ ଲକ୍ଷ୍ମୀ

ଆଚାରେ ଲକ୍ଷ୍ମୀ

ଅଲେଖ ଚନ୍ଦ୍ର ମିଶ୍ର 

ଭାଇ! ଗୋଟିଏ ଅନୁରୋଧ କରିବି, ରଖିବ? ମଧ୍ୟାହ୍ନ ବିରତିର ଏକ ନିରୋଳା ମୁହୂର୍ତ୍ତରେ ରଜନୀଶଙ୍କ କୋଠରି ଭିତରକୁ ପ୍ରବେଶ କରି ତାଙ୍କ କାନ ପାଖରେ ଚୁମ୍ବକରେ ସୂଚେଇଲେ ଦୀନନାଥ। 

ଏଇ ଭାରତରେ

ଏଇ ଭାରତରେ

ପୂର୍ବାପେକ୍ଷା ଆଜିକାଲି ଲୋକେ ଖୁବ୍‌ ସଚେତନ ହେଲେଣି। ନିଜ ମର୍ଜିରେ ଚଳିବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏଥିପାଇଁ ଜଣେ ଝିଅ ବିବାହ ପୂର୍ବରୁ ସର୍ତ୍ତ ରଖିଛନ୍ତି। ତାହା ହେଲା ବାହାଘର ପୂର୍ବରୁ ଶାଶୁଘର ଲୋକେ ଶୌଚାଳୟ ନିର୍ମାଣ କରିବେ।

କଂଗ୍ରେସ ପାଇଁ ଆହ୍ବାନ

କଂଗ୍ରେସ ପାଇଁ ଆହ୍ବାନ

ଆକାର ପଟେଲ

ଆମ ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ବଡ଼ ଗୁଣ ହେଲା, ସେ ଖୁବ୍‌ ଭଲ ଯୁକ୍ତି କରିପାରନ୍ତି। ସେ କୌଣସି ସାଧାରଣ ଜିନିଷକୁ ଲୋକମାନେ ବିଶ୍ୱାସ କଲାଭଳି ନୂଆ ଢଙ୍ଗରେ ଉପସ୍ଥାପନ କରିପାରନ୍ତି। ଚଳିତ ସପ୍ତାହରେ କଂଗ୍ରେସ ଦାବି କଲା ଯେ, ଜବାହରଲାଲ ନେହେରୁ ତିଆରି କରିଥିବା ବ୍ୟବସ୍ଥା ଯୋଗୁ ସେ ଆଜି ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଏହାର ଉତ୍ତରରେ ମୋଦି କହିଲେ, ”ମୁଁ ସେମାନଙ୍କୁ ଆହ୍ବାନ କରୁଛି, କଂଗ୍ରେସର କୌଣସି ଭଲ ନେତାଙ୍କୁ ଗାନ୍ଧୀ ପରିବାର ବାହାରୁ ପାଞ୍ଚବର୍ଷ ପାଇଁ ଦଳର ...

ଆମ ଗାଁର ଚିତ୍ରପଟ

ଆମ ଗାଁର ଚିତ୍ରପଟ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ସକାଳ ଦଶଟାରେ ବି ଦଶମିଟର ଦୂରର ଦୃଶ୍ୟ ଦେଖି ହେଉ ନ ଥିବା ଆମ ଦେଶର ରାଜଧାନୀ ଦିଲ୍ଲୀ ଭଳି ଆମ ଭୁବନେଶ୍ୱରର ବି ସମାନ ଅବସ୍ଥା ହେବ ବୋଲି ପରିବେଶବିତ୍‌ମାନେ ସତର୍କ କଲା ପରେ ଏଠାକାର ବାସିନ୍ଦାମାନଙ୍କ ମନରେ ଛନକା ପଶିଲାଣି। କେବଳ ପରିବେଶ ପ୍ରଦୂଷଣ ନୁହେଁ, ଏକ ସାମାଜିକ ଓ ସାଂସ୍କୃତିକ ଅବକ୍ଷୟର ବିଷାକ୍ତ ବଳୟ ମଧ୍ୟରେ ଅବରୁଦ୍ଧ ହୋଇ ଉଠୁଥିବା ଆମ ରାଜ୍ୟ ରାଜଧାନୀର ନବ୍ୟ ଚେହେରା ପ୍ରତ୍ୟକ୍ଷ କରି ସେଦିନ ଜଣେ ବନ୍ଧୁ ପ୍ରତିକ୍ରିୟା ପ୍ରକାଶ କରି କହୁଥିଲେ, ‘ଏଠାକାର ବହୁ...

ଆଚରଣ ପରିବର୍ତ୍ତନକାରୀ

ଆଚରଣ ପରିବର୍ତ୍ତନକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ଇନ୍‌ଫୋସିସ୍‌ ସାଇନ୍ସ ଫାଉଣ୍ଡେଶନ (ଆଇଏସ୍‌ଏଫ୍‌) ପକ୍ଷରୁ ପ୍ରତିବର୍ଷ ଗବେଷକ, ବୈଜ୍ଞାନିକ, ସମାଜ ବିଜ୍ଞାନୀ ଏବଂ ଇଞ୍ଜିନିୟରମାନଙ୍କୁ ୬ଟି ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଆସୁଛି। ୨୦୧୮ ସକାଶେ ଇଞ୍ଜିନିୟରିଂ ଆଣ୍ଡ୍‌ କମ୍ପ୍ୟୁଟର ସାଇନ୍ସ ପାଇଁ ନବକାନ୍ତ ଭଟ୍ଟ, ମାନବବାଦ ସମ୍ବନ୍ଧୀୟ ଅଧ୍ୟୟନ ଲାଗି କବିତା ସିଂ, ଜୀବ ବିଜ୍ଞାନ ନିମନ୍ତେ ରୂପ ମଲିକ୍‌, ଗାଣିତିକ ...

ଏଇ ଭାରତରେ

ଏଇ ଭାରତରେ

କ୍ରୋଧ ପରମ ଶତ୍ରୁ। କ୍ରୋଧୀ ବ୍ୟକ୍ତି ଅନ୍ୟର କ୍ଷତି ଘଟାଇବା ସହିତ ନିଜର ମଧ୍ୟ କ୍ଷତି କରିଥାଆନ୍ତି। ୩୨ବର୍ଷ ବୟସର ଜଣେ ବ୍ୟକ୍ତି ତାଙ୍କ ଭାଇଙ୍କ ସହିତ କଳି କରି ନିଜ ଶିଶୁକନ୍ୟାଙ୍କୁ ହତ୍ୟାକରିବା ଭଳି ଏକ ବିରଳ ଘଟଣା ରାଜସ୍ଥାନରେ ଘଟିଛି। ଏହି ରାଜ୍ୟର ଝଲଓ୍ବାର ...

ନେତାଗିରି ଲୋଭ

ନେତାଗିରି ଲୋଭ


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଆଜିକାଲି ବାବୁମାନଙ୍କର ନେତାଗିରି ପ୍ରତି ଲୋଭ ବଢ଼ିଯାଇଛି। ରାଜସ୍ଥାନରେ ବିଧାନସଭା ନିର୍ବାଚନ ଆଉ ଅଳ୍ପଦିନ ବାକି ଥିବାବେଳେ ଟିକେଟ୍‌ ପାଇଁ ନେତାମାନଙ୍କୁ ପୂର୍ବତନ ଆଇଏଏସ୍‌ ଓ ଆଇପିଏସ୍‌ ବାବୁମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ୁଛି। ଉଭୟ ଜାତୀୟ ଦଳ ଭାଜପା ଓ କଂଗ୍ରେସରେ ଯୋଗଦେବା ଓ ଟିକେଟ୍‌ ପାଇବା ପାଇଁ ପୂର୍ବତନ ବାବୁମାନେ ଧାଡ଼ି ଲଗାଇଥିବା ...

କଶ୍ମୀର ମିଶ୍ରଣର ଅଜଣା ତଥ୍ୟ

କଶ୍ମୀର ମିଶ୍ରଣର ଅଜଣା ତଥ୍ୟ

ଡ. ବାଞ୍ଛାନିଧି ପଣ୍ଡା

କଶ୍ମୀର ମହାରାଜା ହରି ସିଂ କଶ୍ମୀରକୁ ଭାରତ କିମ୍ବା ପାକିସ୍ତାନରେ ବିଲୟ କରାଇବେ ଏ ନେଇ ଦ୍ୱିଧାରେ ଥିଲେ। କଶ୍ମୀରକୁ ଭାରତରେ ବିଲୟ କରିବା ପାଇଁ ଆରଏସ୍‌ଏସ୍‌ କାର୍ଯ୍ୟକର୍ତ୍ତାମାନେ ରାଜାଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କଲେ। କଶ୍ମୀରର ସଂଘଚାଳକ ପ୍ରେମନାଥ ଡୋଗ୍ରା ଏବଂ ପଞ୍ଜାବର ସଂଘଚାଳକ ରାୟବାହାଦୁର ଶ୍ରୀ ବଦ୍ରିନାଥ ମହାରାଜାଙ୍କ ସହିତ ଭାରତରେ ମିଶ୍ରଣ ସଂକ୍ରାନ୍ତରେ କଥାବାର୍ତ୍ତା କରିଥିଲେ। ଇତିମଧ୍ୟରେ ୧୯୪୭ ଅକ୍ଟୋବର ୧୧ ତାରିଖରେ ପାକିସ୍ତାନ ଭାରତବର୍ଷ ଉପରେ ଆକ୍ରମଣ ...

ୟୁ.ଏସ୍‌. କନ୍‌ସୁଲେଟ୍‌ର ସେବା

ୟୁ.ଏସ୍‌. କନ୍‌ସୁଲେଟ୍‌ର ସେବା

କାଥେରିନ ହଡ୍ଡା 

ଦଶବର୍ଷ ତଳେ ୨୦୦୮ରେ ଆମେରିକୀୟ ଧ୍ୱଜା ହାଇଦ୍ରାବାଦସ୍ଥିତ ୟୁ.ଏସ୍‌. କନ୍‌ସୁଲେଟ (ବାଣିଜ୍ୟ ଦୂତାବାସ)ରେ ପ୍ରଥମଥର ଉତ୍ତୋଳନ ହୋଇଥିଲା। ଆମେରିକା ସରକାରଙ୍କ ଦ୍ୱାରା ଏଭଳି ବୈଦେଶିକ କେନ୍ଦ୍ର ସ୍ଥାପନ କରିବା ବିରଳ ହୋଇଥିବା ବେଳେ, ହାଇଦ୍ରାବାଦ ଟେକ୍ନୋଲୋଜି ଓ ସମୃଦ୍ଧିର କେନ୍ଦ୍ର ହୋଇଥିବାରୁ, ଆମ ସରକାର ଆମେରିକା ଓ ଭାରତ ମଧ୍ୟରେ ବୈଦେଶିକ ଓ ...

ଏଇ ଭାରତରେ

ଏଇ ଭାରତରେ

କେତେକ ରୋଗ ଔଷଧ ଦ୍ୱାରା ଆରୋଗ୍ୟ ହୋଇ ନ ପାରିଲେ ଅସ୍ତ୍ରୋପଚାର ଦରକାର ପଡେ। ନ ହେଲେ ବଞ୍ଚତ୍ବା ମୁସ୍କିଲ। ଏପରି ଦୁରାରୋଗ୍ୟ ବ୍ୟାଧିର ଶିକାର ହୋଇଥିବା ଏକ ୩ମାସର ଶିଶୁକନ୍ୟାର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏପରି...