ସମ୍ପାଦକୀୟ |

ନଈ ନ ଦେଖୁଣୁ

ନଈ ନ ଦେଖୁଣୁ
ଭାରତ ଲୋକ ସଭା ସହ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ କରାଯିବା ନେଇ ଗତ କିଛି ଦିନ ଧରି ଜୋରଦାର ଆଲୋଚନା ହେଉଛି।  ଏହାର ସପକ୍ଷବାଦୀ ଯୁକ୍ତି ବାଢ଼ୁଛନ୍ତି ଯେ, ଏକାସଙ୍ଗେ ନିର୍ବାଚନ କରାଗଲେ ଦେଶର ରାଜକୋଷ ଉପରେ କମ୍‌ ବୋଝ ପଡ଼ିବ। କିନ୍ତୁ ଯେଉଁ ରାଜ୍ୟଗୁଡ଼ିକରେ ନିକଟ ଅତୀତରେ ନିର୍ବାଚନ ହୋଇଯାଇଛି ଓ ବହୁ ଆଗକୁ ଏହା ହେବାର ଅଛି, ସେଗୁଡ଼ିକର ଅବସ୍ଥା କ’ଣ ହେବ ସେଥିନେଇ ଏହି ବର୍ଗ କିଛି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି। ଦେଶର ମଙ୍ଗଳ ଚାହୁଁଛନ୍ତି ବୋଲି କହୁଥିବା ଏହି ଗୋଷ୍ଠୀ ଆର୍ଥିକ ବୋଝ ଚିନ୍ତା କରିବା ଅପେକ୍ଷା ରାଜନୈତିକ ଉଦ୍ଦେଶ୍ୟ ସାଧନକୁ ଲକ୍ଷ୍ୟରେ ରଖିଥିବା ଜଳ ଜଳ ଦିଶୁଛି। କାରଣ ଏକସଙ୍ଗେ ନିର୍ବାଚନ ହୋଇଥିବା ରାଜ୍ୟ ମଧ୍ୟରୁ ଭବିଷ୍ୟତରେ ଯେଉଁଠାରେ ରାଷ୍ଟ୍ରପତି ଶାସନ ଲାଗୁ ହେବ, ପରବର୍ତ୍ତୀ ସମୟରେ ସେହି ରାଜ୍ୟ  ନିର୍ବାଚନରେ ପୁନଶ୍ଚ ବ୍ୟତିକ୍ରମ ଦେଖାଦେବା ସ୍ବାଭାବିକ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତରେ ପ୍ରଥମଥର ଯେତେବେଳେ ନିର୍ବାଚନ ହୋଇଥିଲା, ସେତେବେଳେ ଲୋକ ସଭା ସହିତ ସବୁ ରାଜ୍ୟ ବିଧାନସଭା ପାଇଁ ମଧ୍ୟ ଭୋଟ ହୋଇଥିଲା। କ୍ରମଶଃ ଏବଂ ସମୟ ବିତିବା ପରେ ବିଭିନ୍ନ ଅସ୍ବାଭାବିକ ରାଜନୈତିକ ପରିସ୍ଥିତି ଉପୁଜିବା ଯୋଗୁ ରାଜ୍ୟଗୁଡ଼ିକ ସମେତ ଲୋକ ସଭା ନିର୍ବାଚନ ଏପାଖସେପାଖ ହୋଇଯାଇଥିଲା। ଭାରତର ସଂଘୀୟ ବ୍ୟବସ୍ଥାରେ ପୂର୍ବଭଳି ଅସ୍ବାଭାବିକ ରାଜନୈତିକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଭବିଷ୍ୟତରେ ମଧ୍ୟ ରହିଛି।
ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଆଗୁଆ ବିଧାନସଭା ନିର୍ବାଚନ ଲାଗି ନିଜ କ୍ୟାବିନେଟ୍‌ରେ ନିଷ୍ପତ୍ତି କରାଇ ରାଜ୍ୟପାଳଙ୍କୁ ସୁପାରିସ କରିବା ପରେ ଗୃହକୁ ଭାଙ୍ଗି ଦେଇଛନ୍ତି। ୨୦୧୪ ଜୁନ୍‌ ୨ରେ କେସିଆର୍‌ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହୋଇଥିଲେ। ପାଖାପାଖି ୯ ମାସ ପୂର୍ବରୁ ବିଧାନସଭାକୁ ଭାଙ୍ଗିଦେବା ପଛରେ ତାଙ୍କ ରାଜନୈତିକ ଆକାଂକ୍ଷା ନିହିତ ଅଛି ବୋଲି ଧରିନେବାକୁ ହେବ। ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି ଯେ, କେସିଆର୍‌ଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) କେନ୍ଦ୍ର ସରକାରଙ୍କଠାରୁ ଆହୁରି ଆଗୁଆ ଚିନ୍ତା କରି ଏପରି ନିଷ୍ପତ୍ତି ନେଇଛି । ଏକସଙ୍ଗେ ନିର୍ବାଚନ ହେଲେ ଭାଜପା କାଳେ ବିଧାନସଭାରେ ଅଧିକ ଆସନ ନେଇଯିବ ଆଶଙ୍କା କରି  ତା’ପୂର୍ବରୁ ରାଜ୍ୟ ଉପରେ ନିୟନ୍ତ୍ରଣ ରଖିବା ଲାଗି ଦଳ ଏହି ପଦକ୍ଷେପ ନେଇଛି।  ପରବର୍ତ୍ତୀ ସମୟରେ ଲୋକ ସଭା ନିର୍ବାଚନ ବେଳେ ଭାଜପା ସହ ମେଣ୍ଟ କରି ଫାଇଦା ନେବା ଲକ୍ଷ୍ୟରେ କେସିଆର୍‌ ରହିଥାଇପାରନ୍ତି ବୋଲି କେତେକ ମହଲରେ ଆଲୋଚନା ହେଉଛି। ସେଥିପାଇଁ  କେସିଆର୍‌ ବିଧାନସଭା ଭଙ୍ଗ ଲାଗି ରାଜ୍ୟପାଳଙ୍କୁ ସୁପାରିସ କରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ। ତେଲେଙ୍ଗାନାରେ ବିରୋଧୀ ଆସନରେ ରହିଛି କଂଗ୍ରେସ ।  
ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା କେସିଆର୍‌ ଆଗୁସାର ହେବାର ଚିନ୍ତାଧାରା ବର୍ତ୍ତମାନ ଜାତୀୟ ରାଜନୈତିକ ଦୃଶ୍ୟପଟକୁ ପ୍ରଭାବିତ କରିଛି। ଏହି ପରିପ୍ରେକ୍ଷୀରେ ଟିଆର୍‌ଏସ୍‌ ପରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି)ର ଏକସଙ୍ଗେ ନିର୍ବାଚନ ଲାଗି ତତ୍ପରତା ପ୍ରକାଶ ପାଇଛି। ନିର୍ବାଚନ କମିଶନ (ଇସି)ରେ ବିଜେଡି ପ୍ରତିନିଧି ଭାବେ  ପୁରୀ ସାଂସଦ ପିନାକୀ ମିଶ୍ର ତାଙ୍କ ଦଳ ତରଫରୁ ଓଡ଼ିଶା ବିଧାନସଭାର ଆସନ୍ତା ନିର୍ବାଚନକୁ ଲୋକ ସଭା ସହ କରାଇବା ଲାଗି ବିଧିବଦ୍ଧ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଅନ୍ୟ କୌଣସି ରାଜ୍ୟ ଏଭଳି ପଦକ୍ଷେପ ନେବା ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ନିର୍ବାଚନ ନିଷ୍ପତ୍ତି ୨୦୦୪ ମସିହାରୁ ନେଇ ସାରିଛନ୍ତି। ଅର୍ଥାତ୍‌ ୨୦୦୪, ୨୦୦୯ ଏବଂ ୨୦୧୪ ତିନୋଟିଯାକ ଲୋକ ସଭା ନିର୍ବାଚନ ସହିତ ଓଡ଼ିଶା ବିଧାନସଭାର ଭୋଟ ହୋଇଆସୁଛି। ଏଭଳି ପ୍ରଚ୍ଛଦପଟରେ ବିଜୁ ଜନତା ଦଳ ନିର୍ବାଚନ କମିଶନ ନିକଟରେ ନିଜର ଆଭିମୁଖ୍ୟ ଜଣାଇବା ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପଦକ୍ଷେପ ବୋଲି ବିବେଚିତ ହେଉଛି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨୦୧୮ରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ସହିତ ଲୋକ ସଭା ନିର୍ବାଚନକୁ  କରାଇଦେବାର ଯଥେଷ୍ଟ ସମ୍ଭାବନା ରହିଛି। ସେଥିପାଇଁ ଆଶଙ୍କା ପ୍ରକାଶ ପାଉଛି ଯେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଅରୁଣାଚଳ ପ୍ରଦେଶ, ସିକିମର ବିଧାନସଭା ନିର୍ବାଚନକୁ ଲୋକ ସଭା ସହିତ ନ କରାଇ ଦେବାର ଉଦ୍ଦେଶ୍ୟ ରଖି ଭାଜପା ଗୋଟି ଚଳାଉ ଥାଇପାରେ। ଅର୍ଥାତ୍‌ ଏକସଙ୍ଗେ ନିର୍ବାଚନ ହେଉ ବୋଲି କହି ଆସୁଥିବା ଭାଜପା ନେତୃତ୍ୱ ବାସ୍ତବରେ ଏହି ୫ଟି  ରାଜ୍ୟକୁ  ଅକ୍ତିଆର କରିବା ପାଇଁ ତାଙ୍କର ବିଧାନସଭାର ସ୍ବାଭାବିକ ସମୟରେ ଭୋଟ କରାଇବାକୁ ଇଚ୍ଛୁକ। କଥା ଗୋଟାଏ, କାମ ଭିନ୍ନ। ହୁଏତ ଏହି ଚିନ୍ତାଧାରାକୁ ବିଶ୍ୱାସ କରି କେସିଆର୍‌ ଆଗୁଆ ନଈ ନ ଦେଖୁଣୁ ଲଙ୍ଗଳା ହୋଇପଡ଼ିଛନ୍ତି। ଅନ୍ୟପଟେ ବିଜୁ ଜନତା ଦଳ ତାହାର ଗୋଟି ଚାଳନାକୁ ପ୍ରକାଶ କରିବା ପରିବର୍ତ୍ତେ ସବୁ ପ୍ରକାର ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଉଦ୍ୟମ କରୁଛି।
ମୋଦି ହୁଅନ୍ତୁ କିମ୍ବା କେସିଆର୍‌, ଜନସାଧାରଣ ଦେଇଥିବା ମତ ସହିତ ଖେଳିବାର ଅଧିକାର କୌଣସି ରାଜନୈତିକ ନେତାଙ୍କ କ୍ଷମତାରେ ରହିବା ଉଚିତ ନୁହେଁ। ଆମେରିକା ଭଳି ଭାରତରେ ମଧ୍ୟ ନିୟମିତ ନିର୍ବାଚନ ହେବା ଉଚିତ। ଏକସଙ୍ଗେ ନିର୍ବାଚନ ପରିବର୍ତ୍ତେ ପ୍ରତ୍ୟେକ ୫ ବର୍ଷରେ ମାସ ଏବଂ ତାରିଖ ନିର୍ଦ୍ଧାରିତ ହୋଇ ନିର୍ବାଚନ କରାଇବା ବାଧ୍ୟବାଧକତାମୂଳକ ହେବା କଥା। କିନ୍ତୁ ଅନ୍ୟସବୁ ଚିନ୍ତାଧାରା ଭଳି ଭାରତରେ ରାଜନେତାମାନେ ଲୋକଙ୍କ ହିତ ପରିବର୍ତ୍ତେ ବ୍ୟବସ୍ଥାକୁ ନେଇ ନିଜର ଚତୁରତା ପ୍ରମାଣ କରିବାରେ ଅଧିକ ବ୍ୟସ୍ତ। 
କେସିଆର୍‌ଙ୍କ ବିଧାନସଭା ଭଙ୍ଗ ସମ୍ପର୍କରେ ଯେତିକି କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି, ତାହା ଗଣତାନ୍ତ୍ରିକ ଚିନ୍ତା ପୋଷଣ କରୁଥିବା ନାଗରିକଙ୍କୁ ବିବ୍ରତ କରୁଥିବ। ନିକଟ ଭବିଷ୍ୟତ ଆମ ସମସ୍ତଙ୍କୁ ଏହି ନେତାମାନଙ୍କର କାର୍ଯ୍ୟକଳାପ ସମ୍ପର୍କରେ ଆହୁରି ଅଧିକ ସଚେତନ କରାଇବ।
All Right Reserved By

ସମ୍ପାଦକୀୟ |

ଅବିମୃଶ୍ୟକାରିତା

ଅବିମୃଶ୍ୟକାରିତା

ଆକାର ପଟେଲ

ଓଲ୍‌ଡ ଟ୍ରାଫୋର୍ଡ, ମଞ୍ଚେଷ୍ଟରଠାରେ ଜୁନ୍‌ ୧୬ ତାରିଖରେ ପାକିସ୍ତାନ ସହ ଭାରତ ବିଶ୍ୱକପ୍‌ ଖେଳିବା ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହା ହେବ ଆମର ବିଶ୍ୱକପ୍‌ର ଚତୁର୍ଥ ମ୍ୟାଚ୍‌। ପ୍ରଥମ ରାଉଣ୍ଡରେ ୧୦ଟି ଦଳ ମଧ୍ୟରୁ ପ୍ରତ୍ୟେକ ଦଳ ଅନ୍ୟ ୯ଟି ଦଳ ସହ ଥରେ ଲେଖାଏ ଖେଳିବେ। ଏହାପରେ ସବୁଠୁ ବେଶି ପଏଣ୍ଟ ହାସଲ କରିଥିବା ଚାରିଗୋଟି ଦଳ ସେମିଫାଇନାଲକୁ ଯିବେ। ପାକିସ୍ତାନ ବିପକ୍ଷରେ ଖେଳିବା ପୂର୍ବରୁ ଆମକୁ ଦକ୍ଷିଣ ଆଫ୍ରିକା (ଜୁନ୍‌ ୫), ଅଷ୍ଟ୍ରେଲିଆ (ଜୁନ୍‌ ୯) ଓ ନ୍ୟୁଜିଲାଣ୍ଡ (ଜୁନ୍‌ ..

 ଗୃହିଣୀଙ୍କ ରୋଜଗାର

ଗୃହିଣୀଙ୍କ ରୋଜଗାର

ପ୍ରକାଶ ତ୍ରିପାଠୀ

ନିକଟରେ ଜଣେ ବନ୍ଧୁଙ୍କ ଝିଅ ବାହାଘର ଭୋଜିରେ ମୋର ଜଣେ ପୁରୁଣା ବନ୍ଧୁ ଦେଖାହେଲେ। ସେ ଥିଲେ ମୋ କଲେଜପଢ଼ା ବେଳର ସହପାଠୀ। ପ୍ରାୟ ୩୪ ବର୍ଷ ପରେ ଭେଟ ହୋଇଥିବାରୁ ଆମ ଉଭୟଙ୍କ ଖୁସି ଥିଲା ଅବର୍ଣ୍ଣନୀୟ। ଅନେକ ପୁରୁଣା କଥା ଓ ସ୍ମୃତି ମନେପକାଇ ଦୁଇବନ୍ଧୁ ହସୁଥିଲା ବେଳେ ବନ୍ଧୁପତ୍ନୀ ସେଠାରେ ପହଞ୍ଚିଲେ। ବନ୍ଧୁ ତାଙ୍କ ସ୍ତ୍ରୀଙ୍କୁ ମୋ ସହ ପରିଚୟ ..

 ଆଧୁନିକ  ବିଶ୍ୱକର୍ମା

ଆଧୁନିକ ବିଶ୍ୱକର୍ମା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

କେନ୍ଦ୍ର ସରକାର ୨୦୧୨ ମସିହାରେ ସାଂସ୍କୃତିକ ଐକ୍ୟ ବଜାୟ ରଖିବା ଲକ୍ଷ୍ୟରେ ଟାଗୋର ସମ୍ମାନ ପ୍ରତିଷ୍ଠା କରିଥିଲେ। ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ କାର୍ଯ୍ୟ, ଦର୍ଶନ ଓ ଚିନ୍ତାଧାରାକୁ ସର୍ବଜନବିଦିତ କରିବା ଦିଗରେ ତାଙ୍କ ୧୫୦ତମ ଜୟନ୍ତୀ ପୂର୍ତ୍ତି ଅବସରରେ ଏଭଳି ପଦକ୍ଷେପ ନିଆଯାଇଥିଲା। ସାଂସ୍କୃତିକ ମୂଲ୍ୟବୋଧ ପ୍ରଚାର ଓ ପ୍ରସାର କରୁଥିବା ବ୍ୟକ୍ତିବିଶେଷ, ସଂଘ, ..

ଏଇ ଭାରତରେ

ଏଇ ଭାରତରେ

ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ଶିଶୁ ମୃତ୍ୟୁବରଣ କରିବା ବିରଳ ଘଟଣାଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ଅହମଦନଗର ଅଞ୍ଚଳରେ। ଶୁକ୍ରବାର ସକାଳେ ଏକ ତିନିବର୍ଷର ଶିଶୁପୁତ୍ରକୁ ପଞ୍ଝାଏ ବୁଲା କୁକୁର ଝୁଣିଦେବାରୁ ଶିଶୁଟିର ମୃତ୍ୟୁ ଘଟିଥିଲା। ଆୟୁଷ ପ୍ରଜାପତି ନାମକ ଏହି ବାଳକ ଉକ୍ତ ନଗରୀର ମଙ୍ଗଳାଗେଟ୍‌ ଏରିଆସ୍ଥିତ ନିଜ ଘର ନିକଟରେ ..

 ବୃଦ୍ଧକାଳେ ଅପତ୍ୟଦୁଃଖ

ବୃଦ୍ଧକାଳେ ଅପତ୍ୟଦୁଃଖ

ରଞ୍ଜନ କୁମାର ଦାସ

ଜଣେ ବୟସ୍କ ବ୍ୟକ୍ତି ମୋର ଖବରକାଗଜରେ ପ୍ରକାଶିତ ଲେଖାସବୁ ପଢ଼ି ନିୟମିତ ଭାବେ ଫୋନ୍‌ କରନ୍ତି। ପ୍ରତ୍ୟେକ ଥର ସେ କହନ୍ତି ଯେ, ମୁଁ କେବେ ଥରେ ଯିବି ଆପଣଙ୍କ ସହ ଦେଖା କରିବି। ଏମିତି କହନ୍ତି ସିନା ସେ କେବେ ଆସନ୍ତି ନାହିଁ। ମୁଁ ମନେମନେ ଭାବେ ସେ ଆସୁ ତ ନାହାନ୍ତି ପୁଣି ଏ କଥା ବାରମ୍ବାର କହୁଛନ୍ତି କାହିଁକି? ଦିନେ ସେ ଫୋନ୍‌ କରି କହିଲେ, ଶୁଣିଲି ଆପଣ ଆସୁଛନ୍ତି ଆମ ପଞ୍ଚାୟତକୁ? ପଞ୍ଚାୟତ ଘର ପାଖରେ ହିଁ ଆମ ଘର। ମୁଁ ଆପଣଙ୍କୁ ଆମ ଘରକୁ ନିମନ୍ତ୍ରଣ କରିବି। ମନା କରିବେ ନାହିଁ, ନିଶ୍ଚୟ ଆସିବେ। ସରକାରୀ କାର୍ଯ୍ୟରୁ ସମୟ ମିଳିବ କି ନାହିଁ ବୋଲି ମୁଁ ସଂଶୟ ପ୍ରକଟ କରନ୍ତେ ସେ କହିଲେ, ବେଶି ସମୟ ନ ରହିଲେ ନାହିଁ ପଛେ ଖାଲି ଗୋଟିଏ ମିନିଟ୍‌ ପାଇଁ ଆମଘର ଆଗରେ ଓହ୍ଲାଇବେ। ଚିନ୍ତାକଲି ତାଙ୍କର ଆଗ୍ରହ ଭାଙ୍ଗିବା ଠିକ୍‌...

ସାବତ ମାଆର ପୁଅ

ସାବତ ମାଆର ପୁଅ

ମନ-ମାନଚିତ୍ର/ଡ. ନରହରି ବେହେରା

ସଂସାରରେ ଭାଗ୍ୟବାନ ସନ୍ତାନଟିଏ ହିଁ ମାଆର ସ୍ନେହ ଲାଭ କରିଥାଏ। ତାହାଠାରୁ ସେ ସନ୍ତାନ ଆହୁରି ଅଧିକ ଭାଗ୍ୟବାନ, ଯିଏ ସାବତ ମାଆଠାରୁ ମାଆର ସ୍ନେହ ପାଇଥାଏ। ଯେଉଁ ସାବତ ମାଆ ନିଜ ସନ୍ତାନ ପରି ଅନ୍ୟ ସନ୍ତାନକୁ ମାଆର ସ୍ନେହ ଦେଇପାରନ୍ତି, ସେ ସର୍ବଦା ନମସ୍ୟା। ମାତ୍ର ଅଧିକାଂଶ କ୍ଷେତ୍ରରେ ସାବତ ମାଆଠାରୁ ଏ ସ୍ନେହ ମିଳେନାହିଁ। 

ଦିନେ ସମ୍ରାଟ୍‌ ସୁଲେମାନଙ୍କ ନିକଟରେ ଗୋଟିଏ ଶିଶୁପୁତ୍ରକୁ ଧରି ଦୁଇଜଣ ମହିଳା ଆସି ପହଞ୍ଚତ୍ଲେ। ଏ ଦୁଇ ମହିଳା ସେହି ଶିଶୁପୁତ୍ରକୁ ନିଜର ସନ୍ତାନ ବୋଲି ଦାବି କଲେ। ସମ୍ରାଟ୍‌ ଥିଲେ ବିଚାର-ବିଚକ୍ଷଣ। ସେ କିଛି ମୁହୂର୍ତ୍ତ ଚିନ୍ତାକରି ଶିଶୁ ପୁତ୍ରଟିକୁ ଦୁଇଖଣ୍ଡ କରି ଦୁଇ ମହିଳାଙ୍କ ମଧ୍ୟରେ ବାଣ୍ଟିଦେବା ପାଇଁ ଦୂତକୁ ଆଦେଶ ଦେଲେ। ଏଥିରେ ନକଲି ମାଆଟି ଖୁସିହୋଇ ସମ୍ରାଟ୍‌ଙ୍କ ଆ..

ଏଇ ଭାରତରେ

ଏଇ ଭାରତରେ

ଭାରତରେ ଏପରି ଏକ ନଦୀଘାଟ ଅଛି, ଯେଉଁଠି ଗାଧୋଇଲେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥାଏ। କାଶୀରେ ଗଙ୍ଗାକୂଳରେ ରହିଛି ୮୪ଟି ଘାଟ। ସବୁଘାଟରେ ସ୍ନାନକଲେ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ସେଠାରେ ଥିବା କୁବାଈ ଘାଟରେ ସ୍ନାନ କଲେ ଦମ୍ପତିଙ୍କ ପାରିବାରିକ ଜୀବନରେ ଝଡ଼ ଉଠିବା ସହିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଦମ୍ପତି..

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..