ସମ୍ପାଦକୀୟ |

ଶିକ୍ଷା ବନାମ ଶୈଶବ

ଶିକ୍ଷା ବନାମ ଶୈଶବ
ଉପେନ୍ଦ୍ର ବିଶ୍ୱାଳ

ନିରିମାଖିର ଆଖିରୁ ଝରୁଥିଲା ଲୁହର ଧାର। କଇଁ କଇଁ ହୋଇ କାନ୍ଦି ଚାଲିଥିଲା ପ୍ରାୟ ଦେଢ଼ବର୍ଷର ଝିଅଟି। ଛାଟିପିଟି ହୋଇ ଏମିତି ରଡ଼ି ଛାଡ଼ୁଥିଲା ଯେ ତାକୁ ଜଣେ ସମ୍ଭାଳିବା ସହଜ ନ ଥିଲା। ଜୋର୍‌କରି ଦୁଇଜଣ ନେଇଆସିଛନ୍ତି ସ୍କୁଟିରେ ପ୍ଲେ ସ୍କୁଲରେ ନାମ ଲେଖାଇବାକୁ। ବିକଳ ଭାବ, କରୁଣ କାନ୍ଦଣା ଦେଖି ମୋ ଆଖିପତା ବି ଭିଜି ଯାଇଥିଲା। ସେହି ସମୟରେ ବି ପ୍ରାୟ ୨ ବର୍ଷର ଅନ୍ୟ ଏକ ଶିଶୁପୁତ୍ରକୁ ଧରି ପହଞ୍ଚତ୍ଲେ ଶ୍ୱଶୁରବୋହୂ ଦୁଇଜଣ। ଶିଶୁଟିର ମଧ୍ୟ ସେମିତି ଦୁଃଖଦ ସ୍ଥିତି। ଧକେଇ ଧକେଇ କାନ୍ଦି ଚାଲିଥାଏ। ସ୍କୁଲ ଛୁଟିର ଘଣ୍ଟି ବାଜିଲା। ବାହାରେ ଅପେକ୍ଷାରେ ଥିଲେ ଅଭିଭାବକମାନେ। ଅତି ଆନନ୍ଦରେ ଧାଇଁ ଆସୁଥାନ୍ତି ଶିଶୁମାନେ, ଅଟକିଥିବା ବାଛୁରିଛୁଆଟିଏ ଗୋଠରୁ ଫେରି ଆସିଥିବା ମାଆକୁ ଦେଖି ଯେମିତି ଆନନ୍ଦରେ ଆତୁର ହୋଇ ଦୌଡ଼ିଥାଏ। ଟିକିଏ ଚାଲି ଶିଖିଲାବେଳକୁ ଶିକ୍ଷାତୁର ମା’ବାପାମାନେ ପିଲାଙ୍କୁ ଧରିଆଣି ଛାଡ଼ିଦିଅନ୍ତି ସ୍କୁଲରେ। 
ଶିଶୁଟିଏ ସୁରକ୍ଷିତ ମନେକରେ ମା’ବାପାଙ୍କ ଗହଣରେ। ତା’ର ବଦମାସି ଭିତରେ ଲୁଚି ରହିଥାଏ ବୁଦ୍ଧିମତ୍ତା। ଅଳି ଅର୍ଦ୍ଦଳି ମଧ୍ୟରେ ଥାଏ ଆବେଗ, ଅଧିକାରପଣ। ବୟସ ଟିକିଏ ବଢ଼ିଲେ ବ୍ୟବହାରରେ ପରିବର୍ତ୍ତନ ଆସେ। ଆଖି ଆଗରେ ଦେଖୁଥିବା ଦୁନିଆ ହେଉଛି ଏକ ଖୋଲାବହି। ସେଥିରୁ ଅନେକ ଶିକ୍ଷା ମିଳେ, ପ୍ରେରଣା ବି ମିଳେ। ଫୁଲରୁ ଫୁଲକୁ ଡେଇଁ ବୁଲୁଥିବା ପ୍ରଜାପତି ସହିତ ଖେଳି, ଗାଡ଼ିଆ-ପୋଖରୀ, ବିଲ-ବନ, ପାହାଡ଼-ଝରଣା, ନଈ-ନାଳ ଆଦି ଦେଖି ପ୍ରକୃତି ଓ ପ୍ରାଣିଜଗତ ପ୍ରତି ସମ୍ବେଦନଶୀଳ ହୋଇଉଠେ। ରାତି ଆକାଶରେ ଆଖି ମିଟିକା ମାରୁଥିବା ତାରାଫୁଲକୁ ଦେଖି ପୁଲକିତ ହୋଇଉଠେ। ମୁକ୍ତ ଆକାଶରେ ଉଡ଼ି ବୁଲୁଥିବା ଟିକି ଚଢ଼େଇକୁ ଦେଖି ସେ ବିଭୋର ହୁଏ। ସେ ଚାହେଁ ସେ ବି ଉଡ଼ିବୁଲିବ, ତା’ ଅଗଣାର ଆକାଶରେ। 
ଏପରି ମୁହୂର୍ତ୍ତରେ ଆମେ ଜଞ୍ଜାଳମୁକ୍ତ ହେବାକୁ ଯାଇ ଅବା ନିଜର କଳ୍ପନାନୁସାରେ ତାକୁ ପାଠୁଆ ଓ ବଡ଼ମଣିଷ ବନାଇବାକୁ ଯାଇ ତା’ ପାଇଁ ଜଞ୍ଜିରର ବ୍ୟବସ୍ଥା କରି ଚାଲିଛୁ। ଫଳରେ ଯନ୍ତ୍ରମାନବଟିଏ ସେ ବନୁଛି ସିନା, ହରାଇବସୁଛି ଜୀବନର ଶାଶ୍ୱତ ସ୍ବାଦ ଓ ସମ୍ପଦସବୁ। ନା ତାଠି ଦେଖିବାକୁ ମିଳୁଛି ସମ୍ବେଦନଶୀଳତା ନା ସହନଶୀଳତା, ସାହସିକତା, ଧୈର୍ଯ୍ୟ ବା ଦୟାଶୀଳତା। କଲେଜପଢ଼ୁଆ ସହରୀ ତରୁଣୀମାନେ ତ ଘରେ ସାମାନ୍ୟ ଅସରପାଟିଏ ଦେଖିଲେ ଭୟରେ ଚିତ୍କାର ଛାଡ଼ୁଛନ୍ତି। ଆମ ପିଲା ସାମାନ୍ୟ ପହଁରା ଶିଖି ପାରି ନ ଥିବା ଯୋଗୁ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ସଲିଳ ସମାଧି ନେଉଛନ୍ତି। ପିଲାଙ୍କଠି ଆମେ କି ପ୍ରକାର ବିକାଶ ଦେଖି ଅତି ଉତ୍‌ଫୁଲ୍ଲ ହୋଇଉଠୁଛୁ? ସେମାନେ ଜୀବନ ଜିଇବାର କଳାକୌଶଳ ଯେଉଁଠି ଶିଖିପାରୁନାହାନ୍ତି, ଜୀବନ ଜିଣିବାର କୌଶଳ ଶିଖନ୍ତେ ବା କେମିତି! ସ୍କୁଲରେ ଯେତେ ଖେଳକୁଦ ଝୁଲଣର ବ୍ୟବସ୍ଥା କଲେ ମଧ୍ୟ ଚପଳ ମନଟି ଆବଦ୍ଧ। ଶୃଙ୍ଖଳାର ଶୃଙ୍ଖଳରେ ସେ ବନ୍ଦୀ। ସ୍କୁଲର ଚାରିକାନ୍ଥ ମଧ୍ୟରେ ସେ କ’ଣ ଅନୁଭବ କରିପାରିବ ସ୍ବାଧୀନତାର ସ୍ବାଦ? ବିହଙ୍ଗସମ ମୁକ୍ତି ଆଶାୟୀ ଶିଶୁ। ତାକୁ ବନ୍ଦୀ କରିରଖିଲେ ମାନସିକ ସ୍ତରରେ ତା’ର ବିକାଶ ବାଧାପ୍ରାପ୍ତ ହେବ। ସୁନାର ପଞ୍ଜୁରିରେ ରଖି ପକ୍ଷୀଟି ପାଇଁ ଯେତେ ସ୍ବାଦିଷ୍ଠ ଫଳ, ସୁମଧୁର ଝରଣା ଜଳର ବ୍ୟବସ୍ଥା କଲେ ବି କେଉଁଠୁ ପାଇବ ସେ ମୁକ୍ତିର ଆନନ୍ଦ? ସେହିପରି ସ୍କୁଲ ଯେଉଁ ସ୍ତରର ହେଉ ନା କାହିଁକି ଦେଢ଼-ଦୁଇବର୍ଷର ଶିଶୁଟିଏ ପାଇଁ ତାହା ହେଉଛି ପିଞ୍ଜରା ସଦୃଶ।
ସ୍କୁଲକୁ ଆସିବାକ୍ଷଣି ପିଲାଙ୍କ ସହିତ ଆସିଥାଏ ବଡ଼ ବ୍ୟାଗ୍‌ଟିଏ, ଯେଉଁଥିରେ ଥାଏ ଖାତା, ବହି, ପେନ୍‌ସିଲ ବକ୍ସ, ପାଣିବୋତଲ ଆଦି। ଯେଉଁ ସ୍କୁଲ ଯେତେ ଉଚ୍ଚଶ୍ରେଣୀର ବୋଲି ଡିଣ୍ଡିମ ପିଟେ, ସେହି ସ୍କୁଲର ପିଲାଙ୍କ ବ୍ୟାଗ୍‌ ସେତିକି ଓଜନିଆ। ବ୍ୟାଗ୍‌ ଭାରି ହେବା ତ ଏକ ସମସ୍ୟା। ପୁଣି ଅତ୍ୟଧିକ ହୋମ୍‌ୱାର୍କର ଚାପ ହେଉଛି ଆଉ ଏକ ସମସ୍ୟା। ଏହା ପିଲାଙ୍କ ଶାରୀରିକ ଓ ମାନସିକ ଯନ୍ତ୍ରଣାକୁ ବଢ଼ାଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ ଭାରି ବ୍ୟାଗ୍‌ ଉଠାଇବା ଦ୍ୱାରା ମେରୁଦଣ୍ଡର ପିଞ୍ଜରାହାଡ଼ ଉପରେ କୁପ୍ରଭାବ ପଡେ। ବ୍ୟାକ କେୟାର ସଂସ୍ଥା ଅନୁଯାୟୀ, ବ୍ରିଟେନର ପିଲାମାନେ ନିଜ ଓଜନର ପ୍ରାୟ ୨୫ ଭାଗ ଓଜନ ବୋହିଥାନ୍ତି। ବ୍ରିଟେନ ପିଲା ହାରାହାରି ୧୨-୧୩ କିଗ୍ରା ଓଜନର ସ୍କୁଲବ୍ୟାଗ୍‌ ଉଠାଇଥାନ୍ତି, ଯେଉଁଥିପାଇଁ ସେଠାରେ ୧୪/୧୫ ବର୍ଷ ବୟସର ଅର୍ଦ୍ଧାଧିକ ପିଲା ମେରୁଦଣ୍ଡ ହାଡ଼ବ୍ୟଥା ରୋଗରେ ବ୍ୟଥିତ। 
ସାଧାରଣତଃ ବୟସାଧିକ୍ୟ କାରଣ ଯୋଗୁ ଅଣ୍ଟା ବା କାନ୍ଧ ବିନ୍ଧା ସମସ୍ୟା ଦେଖାଦେଇଥାଏ। ମାତ୍ର ସମ୍ପ୍ରତି ପ୍ରାୟ ସମସ୍ତେ ଏଥିରେ ଆକ୍ରାନ୍ତ, ପିଲାଠୁ ବୁଢ଼ା ପର୍ଯ୍ୟନ୍ତ। ପୁନଶ୍ଚ ଆଜିର ଦିନରେ ପୌଷ୍ଟିକ ଖାଦ୍ୟ, ସ୍ବଚ୍ଛ ଜଳ ଓ ବାତାବରଣର ଅଭାବ। ଯାହାର କୁଫଳ ସ୍ବରୂପ ବିଭିନ୍ନ ରୋଗରେ ଆମେ ସହଜେ ଆକ୍ରାନ୍ତ। ଅନ୍ୟପକ୍ଷେ ଅତ୍ୟଧିକ ହୋମ୍‌ୱାର୍କରେ ପିଲାମାନେ ଏମିତି ଭାରାକ୍ରାନ୍ତ ଯେ ଟିକିଏ ଫୁରସତ୍‌ ନାହିଁ। ସମୟ ନାହିଁ ମନକୁ ଟିକେ ହାଲୁକା କରିବାକୁ। ଫଳତଃ ପିଲାଙ୍କଠି ବଢ଼ି ବଢ଼ି ଚାଲିଛି ମାନସିକ ବିଷାଦ, ଚିଡ଼ିଚିଡ଼ା, ଉଦାସ ଓ ହତାଶାଭାବ, କ୍ରୋଧ ଓ ଅଧୈର୍ଯ୍ୟ। ପୁଣି ଦେଖାଯାଉଛି ଆବେଗହୀନତା ଓ ସହନଶୀଳଶୂନ୍ୟତା। ଫଳତଃ ଉଦ୍‌ବେଗଜନକ ଭାବେ ପିଲାଙ୍କଠି ବଢ଼ି ବଢ଼ି ଚାଲିଛି ହିଂସାତ୍ମକ ପ୍ରବୃତ୍ତି ଓ ଆତ୍ମହତ୍ୟା ପ୍ରବଣତା, ଯାହାକି ଗଭୀର ଚିନ୍ତାର ବିଷୟ।  ଏଥିପ୍ରତି ସଜାଗ ନ ରହିଲେ ଆମ ଶିଶୁ ଓ କିଶୋରମାନଙ୍କ ଭବିଷ୍ୟତ ଯେ ବିପନ୍ନ, ଏଥିରେ ସନ୍ଦେହ ନାହିଁ। 
ବିଦ୍ୟାଶ୍ରୀ, ମାଷ୍ଟର କ୍ୟାଣ୍ଟିନ, 
ଭୁବନେଶ୍ୱର, ମୋ- ୯୪୩୭୪୩୬୦୭୩
All Right Reserved By

ସମ୍ପାଦକୀୟ |

ହାଇକମାଣ୍ଡ

ହାଇକମାଣ୍ଡ

ଆକାର ପଟେଲ

ଯେତେବେଳେ ମୋତେ ୧୮ ବର୍ଷ ହେଲା ଓ ଭୋଟ ଦେବାର ଅଧିକାର ପ୍ରାପ୍ତ ହେଲି, ସେତେବେଳେ ସୁରତରୁ ପାର୍ଲାମେଣ୍ଟ ସଦସ୍ୟ ଥିଲେ ଭାଜପାର କାଶୀରାମ ରାଣା।  ମୋତେ ୪୦ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେ ସୁରତର ଏମ୍‌ପି ଥିଲେ। ତୃଣମୂଳସ୍ତରରୁ ସେ ଜଣେ ଲୋକପ୍ରିୟ ନେତା ଥିଲେ, ଛଅଥର ଜିତିଥିଲେ ଏବଂ କେବେ ବି ହାରି ନ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟ୍‌ରେ ସେ ଜଣେ ମନ୍ତ୍ରୀ ମଧ୍ୟ ଥିଲେ। ବିନା କାରଣରେ ୨୦୦୮ରେ ତାଙ୍କୁ ଟିକେଟ୍‌ରୁ ବଞ୍ଚିତ କରାଗଲା ଏବଂ ତା’ର କିଛିବର୍ଷ ପରେ ତାଙ୍କର ମୃତ୍ୟୁ ଘଟିଲା। ତାଙ୍କ ବିଷୟରେ ଏଠାରେ ଉଲ୍ଲେଖ କରିବାର କାରଣ ଟିକିଏ ପରେ କହିବି। ..

ମଣିଷରୁ ଅମଣିଷ

ମଣିଷରୁ ଅମଣିଷ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ନିଜର ସକଳ ସୃଷ୍ଟି ମଧ୍ୟରେ କେବଳ ମଣିଷ ଭିତରେ ଦିବ୍ୟ ଚେତନା ସଞ୍ଚାର କରି ସେ ଦିନ ସ୍ରଷ୍ଟା ବେଶ୍‌ ସନ୍ତୋଷ ପ୍ରକାଶ କରିଥିଲେ। ସେ ଦିନରୁ ଏ ଯାଏ ସମଗ୍ର ପ୍ରାଣିଜଗତ ମଧ୍ୟରେ ମଣିଷ ନିଜ ବୌଦ୍ଧିକ ବିକାଶ ତଥା ଚେତନାର ପରିପକ୍ୱ ପରିସ୍ଫୁଟନ ପାଇଁ ଶ୍ରେଷ୍ଠଜୀବ ଭାବେ ପରିଗଣିତ ହୋଇଆସୁଛି। ନିଜ ବୋଧଶକ୍ତି ମାଧ୍ୟମରେ ଅତୀତର ମଧୁର ସ୍ମୃତି ରୋମନ୍ଥନ କରି ରୋମାଞ୍ଚିତ ହେଉଛି ତ ଭବିଷ୍ୟତର ଅନାଗତ ଆଶଙ୍କାରେ ବି ଆତଙ୍କିତ ହେଉଛି। ଅଶ୍ରୁଳ ଅତୀତକୁ ମନେପକାଇ ନୀରବରେ ବାହୁନୁଛି ତ ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖି ମୁଗ୍ଧବିଭୋର ଅନୁଭବରେ ଜଡସଡ ହେଉଛି। ପୁଣି କେତେବେଳେ ଦାନବ ସାଜି ଅନ୍ୟ ତୁଣ୍ଡରୁ ...

 ସାମ୍ବାଦିକରୁ ସାହିତି୍ୟକ

ସାମ୍ବାଦିକରୁ ସାହିତି୍ୟକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଭାରତୀୟ ଜ୍ଞାନପୀଠ ପକ୍ଷରୁ ପ୍ରତିବର୍ଷ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଆସୁଛି। ୧୯୬୧ ମସିହାଠାରୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି। ଚଳିତଥର ଇଂଲିଶ୍‌ ଭାଷାରେ ପ୍ରଥମ ଥର ପାଇଁ ଅମିତାଭ ଘୋଷଙ୍କ ନାମ ଘୋଷଣା ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟକୃତି ଚର୍ଚ୍ଚାକୁ ଆସିଛି। ..

ଏଇ ଭାରତରେ

ଏଇ ଭାରତରେ


ଆମ ଦେଶର ଅନେକ ଲୋକ ପ୍ରକୃତିକୁ ଦେବତା ଭାବି ପୂଜା କରିଥାଆନ୍ତି। ଲୋକଙ୍କ ଧର୍ମୀୟ ଭାବନା ଏତେ ଦୃଢ଼ ଯେ, ଏଠାରେ ପଥରକୁ ପୂଜା କଲେ ବି ସେ ଦେବତା ପାଲଟି ଯାଆନ୍ତି।  ତେବେ ମନୋବାଞ୍ଛା କେତେଦୂର ପୂରଣ ହୁଏ କେବଳ ସମ୍ପୃକ୍ତ ବ୍ୟକ୍ତି ହିଁ କହିପାରେ। ଗୋବରରେ ପ୍ରଭୁ ଗଣେଶଙ୍କ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଗୋବରରେ..

ଆର୍‌ବିଆଇ ଅଡ଼ୁଆ

ଆର୍‌ବିଆଇ ଅଡ଼ୁଆ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ନିକଟରେ ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ମାଡ଼ ଖାଇଯାଇଥିବା ମୋଦି ସରକାର ଉର୍ଜିତ ପଟେଲ ଯୁଗର ଅବସାନ ଘଟାଇବାକୁ ଉଚିତ ମଣିଛନ୍ତି। ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ପଦରୁ ଉର୍ଜିତ ଇସ୍ତଫା ଦେବାର ଦିନଟିଏ ନ ପୂରୁଣୁ ସରକାର ପୂର୍ବତନ ଅର୍ଥ ସଚିବ ଶକ୍ତିକାନ୍ତ ଦାସଙ୍କୁ ଆର୍‌ବିଆଇର ନୂତନ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ହଠାତ୍‌ ପଟେଲଙ୍କ ଇସ୍ତଫା ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା, ଯଦିଚ କିଛିଦିନ ହେଲା ଆର୍‌ବିଆଇ ସହିତ ନର୍ଥ ବ୍ଲକ୍‌ର ମତପାର୍ଥକ୍ୟ ଓ ମୁହାଁମୁହିଁ ପରିସ୍ଥିତି ବିଷୟରେ ସମସ୍ତେ ଜାଣନ୍ତି। ପଟେଲ ତାଙ୍କ ଇସ୍ତଫା ବିଷୟରେ ସର୍ବସାଧାରଣରେ ଘୋଷଣା କରିବାର ଅବ୍ୟବହିତ ପୂର୍ବରୁ ହିଁ ସରକାର ଏ ବିଷୟରେ ଜାଣିଲେ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ବିଶିଷ୍ଟ ଅର୍ଥନୀତିଜ୍ଞ ସୁରଜିତ୍‌ ଭାଲ୍ଲାଙ୍କ ବିଦାୟ ମଧ୍ୟ ସରକାରଙ୍କ ଅଡ଼ୁଆକୁ ବଢ଼ାଇଦେଇଛି। ...

ଇତିହାସର ସେଇ ବିରଳ ଅଧ୍ୟାୟ

ଇତିହାସର ସେଇ ବିରଳ ଅଧ୍ୟାୟ

ଶରତ ଚନ୍ଦ୍ର ମିଶ୍ର

ଭାରତକୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ପରିଚାଳନା କରିବା ନିମନ୍ତେ ୧୯୪୭ ମସିହା ପ୍ରାରମ୍ଭରେ ବ୍ରିଟିଶ ସରକାର ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ନିଯୁକ୍ତ କଲେ। ଲଣ୍ଡନସ୍ଥିତ ଭାରତ ଅଫିସ ତାଙ୍କୁ ପରାମର୍ଶ ଦେଇଥିଲା ଯେ, ଚାରିଜଣ ମୁଖ୍ୟ ଭାରତୀୟଙ୍କୁ ସେ ସହମତ କରାଇପାରିଲେ, ଭାରତରେ ତାଙ୍କ ଲକ୍ଷ୍ୟରେ ସଫଳ ହେବେ। ଏହି ଚାରି ବିଶିଷ୍ଟ ଭାରତୀୟମାନେ ହେଲେ ମହାତ୍ମା...

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

କମଳାକାନ୍ତ ଜେନା

ଯେତେବେଳେ ଆକାଶର ରୁପାଜହ୍ନକୁ ଦେଖେଇ ମା’ କହେ- ‘ଆ ଜହ୍ନମାମୁ ସରଗଶଶୀ, ମୋ କାହ୍ନୁ ହାତରେ ପଡରେ ଖସି’ ସେତେବେଳେ ଶିଶୁଟି ଆକାଶକୁ ଅନେଇ ଜହ୍ନକୁ ଛୁଇଁବାର ସ୍ବପ୍ନ ଦେଖେ। ସେଇ ମୁହୂର୍ତ୍ତରୁ ଚନ୍ଦ୍ର ସହିତ ସମ୍ପର୍କ ସ୍ଥାପନ କରିବାର ପ୍ରୟାସ ଜାରିରହେ। କିଏ ଦେବତା ରୂପରେ ବନ୍ଦନା କରି ଚନ୍ଦ୍ରକୁ ନିଜର କରିବାକୁ ଉଦ୍ୟମ କରେ, କିଏ ପୁଣି ଏହି ଖଗୋଳୀୟ ପିଣ୍ଡକୁ ଉପଗ୍ରହର ମାନ୍ୟତା ଦେଇ ତା’ ନିକଟରେ ପହଞ୍ଚିବା ପାଇଁ ମହାକାଶଯାନ ନିର୍ମାଣ କରେ। ଚନ୍ଦ୍ରକୁ ଛୁଇଁବାରେ ପ୍ରଥମ ସଫଳ ମଣିଷ...

ଏଇ ଭାରତରେ

ଏଇ ଭାରତରେ

ଆମ ସମାଜରେ କିଛି କୁସଂସ୍କାର ତଥା ଅନ୍ଧବିଶ୍ୱାସ ଭରି ରହିଛି। ପ୍ରାଚୀନ ପରମ୍ପରାକୁ ମାନି ଚଳିଲେ ବିପଦରୁ ରକ୍ଷା ମିଳେ ବା ଗ୍ରହ ଶାନ୍ତି ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଏମିତି ଏକ ପରମ୍ପରା ମଧ୍ୟରୁ ଗୋଟିଏ ହେଉଛି କୁକୁରକୁ ବିବାହ କରିବାର ପଦ୍ଧତି। ...

ଆଜିର ଅର୍ଥନୀତି/ ବୋଲକରା ହୁଅନା

ଆଜିର ଅର୍ଥନୀତି/ ବୋଲକରା ହୁଅନା

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗଭର୍ନର ପଦରୁ ଉର୍ଜିତ ପଟେଲଙ୍କ ଆକସ୍ମିକ ବିଦାୟ ଏବଂ ଅବିଳମ୍ବେ ତାଙ୍କ ସ୍ଥାନରେ ଭୁବନେଶ୍ୱର-ଜନ୍ମିତ ତାମିଲନାଡ଼ୁ କ୍ୟାଡର ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତି ଦିଆଯିବା ଘଟଣା ପଛରେ କିଛି ରହସ୍ୟ ରହିଛି। କାରଣ ଶକ୍ତିକାନ୍ତ ଅତୀତରେ ମୋଦି ସରକାରଙ୍କ ବହୁ ଆସ୍ଫାଳନଭରା ବିମୁଦ୍ରୀକରଣ କାର୍ଯ୍ୟର ତଦାରଖ କରିଥିଲେ। ତୁଙ୍ଗ ଅଧିକାରୀମାନଙ୍କୁ ଆକସ୍ମିକ ଭାବେ ଅଦଳବଦଳ କରିବା ଏ ସରକାରଙ୍କ ପାଇଁ କିଛି ନୂଆ କଥା ନୁହେଁ। ପଟେଲଙ୍କ ପୂର୍ବରୁ ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମତଭେଦ ଘଟିବାରୁ ରଘୁରାମ ରାଜନ୍‌ଙ୍କୁ ସରକାରଙ୍କ କ୍ରୋଧର ଶରବ୍ୟ ହେବାକୁ ପଡ଼ିଥିଲା। ତାଙ୍କ ପୂର୍ବରୁ ନୀତି ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ ଏବଂ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ଇସ୍ତଫା...

ବିରଳ ଗଙ୍ଗାଜଳ

ବିରଳ ଗଙ୍ଗାଜଳ

ଡ. ଗୌରୀଶଙ୍କର ସାହୁ

ଗଙ୍ଗାନଦୀ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ହିନ୍ଦୁ ସମାଜରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।  ଏହା ପାପନାଶିନୀ ଓ ମୋକ୍ଷଦାୟିନୀ ବୋଲି ବିଶ୍ୱାସ ରହିଛି। ଲୋକେ ଗଙ୍ଗାନଦୀ ନୁହେଁ ବରଂ ଗଙ୍ଗାମାତା ବୋଲି କହିଥାନ୍ତି। ଏସବୁ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଯେ ଗଙ୍ଗାଜଳ ବିରଳ ଏ ସମ୍ବନ୍ଧରେ ଆଲୋଚନା ଖୁବ୍‌ କମ୍‌ ହୁଏ। ଗଙ୍ଗାଜଳର ରୋଗପ୍ରତିରୋଧକ କ୍ଷମତା ସମ୍ବନ୍ଧୀୟ ଗବେଷଣାତ୍ମକ ନିଷ୍କର୍ଷ ମଧ୍ୟ ବହୁତ କମ୍‌ ଲୋକ ଜାଣନ୍ତି, ଯଦିଓ ଆମେ ସମସ୍ତେ ଅନୁଭବ କରୁଛେ ଯେ, ଗଙ୍ଗାଜଳ ବାକି ନଦୀର ଜଳଠାରୁ ଭିନ୍ନ। ସାଧାରଣ ନଦୀ, କୂଅ, ପୋଖରୀର ଜଳକୁ ବୋତଲରେ ବନ୍ଦ କରି ରଖିଲେ କିଛିଦିନ ପରେ ସେଥିରୁ ଦୁର୍ଗନ୍ଧ ବାହାରିବ କିନ୍ତୁ ଗଙ୍ଗାଜଳ ବର୍ଷ ବର୍ଷ ଧରି ସତେଜ ରହିଥାଏ। ତେଣୁ ଘରେ ଗଙ୍ଗାଜଳ ରଖି ଆବଶ୍ୟକ ଅନୁସାରେ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଏ, ...

 ପିଲାଙ୍କ ଖେଳ: କାଲି ଓ ଆଜି

ପିଲାଙ୍କ ଖେଳ: କାଲି ଓ ଆଜି

ରୁଦ୍ର ପ୍ରସନ୍ନ ରଥ

ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଖେଳକୁ ନେଇ ପିଲାମାନେ ସବୁବେଳେ ଉତ୍ସାହିତ ଥାଆନ୍ତି। ସୁଯୋଗ ପାଇଲା ମାନେ ଖେଳିବାକୁ ପଳାଇଯାଆନ୍ତି। କେତେବେଳେ ବାଗୁଡ଼ି ତ ଆଉ କେତେବେଳେ ବୋହୂଚୋରି, ପୁଣି କେତେବେଳେ ଡାଳମାଙ୍କୁଡ଼ି। କିଛି ନ ହେଲେ ଡାବଲପୁଆ ଆଉ କାଚବାଟି ମିଳିଗଲେ ପିଲାଙ୍କୁ ରୋକେ କିଏ? ଗାଁ ସଂସ୍କୃତିରେ କ୍ରିକେଟ ପଶିବାର ବହୁ ପୂର୍ବରୁ ଏ ଖେଳ ସବୁ ଆମ ସଭ୍ୟତା ଏବଂ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇ ରହିଥିଲା। ସ୍କୁଲ ଯିବା ପୂର୍ବରୁ ଖେଳ, ସ୍କୁଲରେ ଭୋଜନ ବିରତିରେ ଖେଳ, ସ୍କୁଲରୁ ଫେରିଲା ପରେ ବହିବସ୍ତାନି ଫୋପାଡି ଦେଇ ସାଙ୍ଗମାନଙ୍କ ସହ ମାତିଯାଇ ଖେଳ। ଏମିତି ହିଁ ପିଲାମାନଙ୍କର ପିଲାଦିନ କଟିଯାଉଥିଲା ତୋଟା ଆଉ ନଦୀପଠାରେ। ପୁଣି ରଜ ଆଦି ପର୍ବପର୍ବା...

ଏଇ ଭାରତରେ

ଏଇ ଭାରତରେ

ଦୂରରେ ଥାଇ ଠକେଇ କରିବା ସହଜ। ଏବେ ଅନଲାଇନ୍‌ ଶପିଂ ଦୂରଠକେଇର ଏକ ପ୍ଲାଟଫର୍ମରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଭଳି ଠକେଇ ବିଷୟରେ ପ୍ରାୟତଃ କିଛି ଲୋକ ଅବଗତ ଅଛନ୍ତି। ଏହାଦ୍ୱାରା ଜଣେ ଠକାମିର ଶିକାର ହେଲେ ଆଉଥରେ କୌଣସି ଜିନିଷ ମଗାଇବାକୁ ମନ ବଳା...