ସମ୍ପାଦକୀୟ |

ଏଇ ଭାରତରେ

ଏଇ ଭାରତରେ
କବିତା କୋମଳ ହୃଦୟର ଅଭିବ୍ୟକ୍ତି। ଏହା ସରଳ, ତରଳ ପ୍ରାଣକୁ ଛୁଏଁ।  କିନ୍ତୁ ପୋଲିସ ବୃତ୍ତିରେ ଥିବା କୌଣସି କଡା ମିଜାଜ୍‌ର ବ୍ୟକ୍ତିଙ୍କ ମନପ୍ରାଣକୁ କବିତା ଛୁଇଁବା କ୍ୱଚିତ୍‌ ଦେଖାଯାଏ। କିନ୍ତୁ ଏ ଦିଗରେ ଚେନ୍ନାଇର ଡେପୁଟି ପୋଲିସ କମିଶନର ଆର. ଥିରୁନାଭୁକାରାସୁ ଏକ ନିଆରା ବ୍ୟକ୍ତିତ୍ୱ। ସେ କଥା କଥାକେ ଉଦାହରଣ ଦେଇଥାଆନ୍ତି। ଯେଉଁଥିରେ ସମାଜ କଲ୍ୟାଣ ପାଇଁ ଭରପୂର ବାର୍ତ୍ତା ଥାଏ। ସେ ବର୍ତ୍ତମାନ କିମ୍ବଦନ୍ତୀ ତାମିଲ କବି ଏବଂ ମାନବବାଦୀ ତିରୁଭାଲୁଭରଙ୍କ ପାଇଁ ଏକ ଉଲ୍ଲେଖନୀୟ ଆମ୍ବାସାଡର ପାଲଟିଛନ୍ତି। ଉକ୍ତ ଅଫିସର କହନ୍ତି, ସେ ସାହିତ୍ୟ ପ୍ରତି ଅଧିକ ଦୁର୍ବଳ। ପିଲାଦିନରୁ ବିଶେଷକରି ତାଙ୍କ ମାତାପିତା ଶିକ୍ଷକତା କରିବା ଦିନଠାରୁ ସେ ଥିରୁକୁରାଲ୍‌ ଆବୃତ୍ତି କରିବାରେ ଅଭ୍ୟସ୍ତ। ଥିରୁକୁରାଲ ବା ସଂକ୍ଷେପରେ କୁରାଲ ହେଉଛି ଏକ ଶାସ୍ତ୍ରୀୟ ତାମିଲ ପାଠ୍ୟ। ଏଥିରେ ୧୩୩୦ଟି ଶ୍ଳୋକ ବା କୁରାଲ ରହିଛି। ପ୍ରତ୍ୟେକ ଦିନ ମଣିଷର ଜୀବନଯାପନକୁ ଶୃଙ୍ଖଳିତ କରିବା ପାଇଁ ଏଥିରେ ଉପଦେଶମାନ ଦିଆଯାଇଛି। ଥିରୁନାଭୁକାରାସୁ ବହୁବର୍ଷ ହେଲା ପ୍ରତ୍ୟେକ ଦିନ ଏହି ପୁସ୍ତକରୁ ଶ୍ଳୋକ ଆବୃତ୍ତି କରିଆସୁଛନ୍ତି। କାରଣ ସେ ଭାବନ୍ତି, ଏହାକୁ ଶୁଣି ଜନସାଧାରଣ ସେମାନଙ୍କ ମନ, କର୍ଣ୍ଣ ପବିତ୍ର କରିବେ ଏବଂ ପୁଣ୍ୟମାର୍ଗରେ ପରିଚାଳିତ ହେବେ। ବାସ୍ତବରେ ଜଣେ ପୋଲିସ ଅଫିସରଙ୍କ ଏଭଳି ଧର୍ମୀୟ ଭାବନା ଅନ୍ୟ ପୋଲିସ କର୍ମକର୍ତ୍ତାଙ୍କ ଲାଗି ପ୍ରେରଣା ନିଶ୍ଚୟ।
All Right Reserved By

ସମ୍ପାଦକୀୟ |

ଅବିମୃଶ୍ୟକାରିତା

ଅବିମୃଶ୍ୟକାରିତା

ଆକାର ପଟେଲ

ଓଲ୍‌ଡ ଟ୍ରାଫୋର୍ଡ, ମଞ୍ଚେଷ୍ଟରଠାରେ ଜୁନ୍‌ ୧୬ ତାରିଖରେ ପାକିସ୍ତାନ ସହ ଭାରତ ବିଶ୍ୱକପ୍‌ ଖେଳିବା ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହା ହେବ ଆମର ବିଶ୍ୱକପ୍‌ର ଚତୁର୍ଥ ମ୍ୟାଚ୍‌। ପ୍ରଥମ ରାଉଣ୍ଡରେ ୧୦ଟି ଦଳ ମଧ୍ୟରୁ ପ୍ରତ୍ୟେକ ଦଳ ଅନ୍ୟ ୯ଟି ଦଳ ସହ ଥରେ ଲେଖାଏ ଖେଳିବେ। ଏହାପରେ ସବୁଠୁ ବେଶି ପଏଣ୍ଟ ହାସଲ କରିଥିବା ଚାରିଗୋଟି ଦଳ ସେମିଫାଇନାଲକୁ ଯିବେ। ପାକିସ୍ତାନ ବିପକ୍ଷରେ ଖେଳିବା ପୂର୍ବରୁ ଆମକୁ ଦକ୍ଷିଣ ଆଫ୍ରିକା (ଜୁନ୍‌ ୫), ଅଷ୍ଟ୍ରେଲିଆ (ଜୁନ୍‌ ୯) ଓ ନ୍ୟୁଜିଲାଣ୍ଡ (ଜୁନ୍‌ ..

 ଗୃହିଣୀଙ୍କ ରୋଜଗାର

ଗୃହିଣୀଙ୍କ ରୋଜଗାର

ପ୍ରକାଶ ତ୍ରିପାଠୀ

ନିକଟରେ ଜଣେ ବନ୍ଧୁଙ୍କ ଝିଅ ବାହାଘର ଭୋଜିରେ ମୋର ଜଣେ ପୁରୁଣା ବନ୍ଧୁ ଦେଖାହେଲେ। ସେ ଥିଲେ ମୋ କଲେଜପଢ଼ା ବେଳର ସହପାଠୀ। ପ୍ରାୟ ୩୪ ବର୍ଷ ପରେ ଭେଟ ହୋଇଥିବାରୁ ଆମ ଉଭୟଙ୍କ ଖୁସି ଥିଲା ଅବର୍ଣ୍ଣନୀୟ। ଅନେକ ପୁରୁଣା କଥା ଓ ସ୍ମୃତି ମନେପକାଇ ଦୁଇବନ୍ଧୁ ହସୁଥିଲା ବେଳେ ବନ୍ଧୁପତ୍ନୀ ସେଠାରେ ପହଞ୍ଚିଲେ। ବନ୍ଧୁ ତାଙ୍କ ସ୍ତ୍ରୀଙ୍କୁ ମୋ ସହ ପରିଚୟ ..

 ଆଧୁନିକ  ବିଶ୍ୱକର୍ମା

ଆଧୁନିକ ବିଶ୍ୱକର୍ମା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

କେନ୍ଦ୍ର ସରକାର ୨୦୧୨ ମସିହାରେ ସାଂସ୍କୃତିକ ଐକ୍ୟ ବଜାୟ ରଖିବା ଲକ୍ଷ୍ୟରେ ଟାଗୋର ସମ୍ମାନ ପ୍ରତିଷ୍ଠା କରିଥିଲେ। ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ କାର୍ଯ୍ୟ, ଦର୍ଶନ ଓ ଚିନ୍ତାଧାରାକୁ ସର୍ବଜନବିଦିତ କରିବା ଦିଗରେ ତାଙ୍କ ୧୫୦ତମ ଜୟନ୍ତୀ ପୂର୍ତ୍ତି ଅବସରରେ ଏଭଳି ପଦକ୍ଷେପ ନିଆଯାଇଥିଲା। ସାଂସ୍କୃତିକ ମୂଲ୍ୟବୋଧ ପ୍ରଚାର ଓ ପ୍ରସାର କରୁଥିବା ବ୍ୟକ୍ତିବିଶେଷ, ସଂଘ, ..

ଏଇ ଭାରତରେ

ଏଇ ଭାରତରେ

ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ଶିଶୁ ମୃତ୍ୟୁବରଣ କରିବା ବିରଳ ଘଟଣାଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ଅହମଦନଗର ଅଞ୍ଚଳରେ। ଶୁକ୍ରବାର ସକାଳେ ଏକ ତିନିବର୍ଷର ଶିଶୁପୁତ୍ରକୁ ପଞ୍ଝାଏ ବୁଲା କୁକୁର ଝୁଣିଦେବାରୁ ଶିଶୁଟିର ମୃତ୍ୟୁ ଘଟିଥିଲା। ଆୟୁଷ ପ୍ରଜାପତି ନାମକ ଏହି ବାଳକ ଉକ୍ତ ନଗରୀର ମଙ୍ଗଳାଗେଟ୍‌ ଏରିଆସ୍ଥିତ ନିଜ ଘର ନିକଟରେ ..

 ବୃଦ୍ଧକାଳେ ଅପତ୍ୟଦୁଃଖ

ବୃଦ୍ଧକାଳେ ଅପତ୍ୟଦୁଃଖ

ରଞ୍ଜନ କୁମାର ଦାସ

ଜଣେ ବୟସ୍କ ବ୍ୟକ୍ତି ମୋର ଖବରକାଗଜରେ ପ୍ରକାଶିତ ଲେଖାସବୁ ପଢ଼ି ନିୟମିତ ଭାବେ ଫୋନ୍‌ କରନ୍ତି। ପ୍ରତ୍ୟେକ ଥର ସେ କହନ୍ତି ଯେ, ମୁଁ କେବେ ଥରେ ଯିବି ଆପଣଙ୍କ ସହ ଦେଖା କରିବି। ଏମିତି କହନ୍ତି ସିନା ସେ କେବେ ଆସନ୍ତି ନାହିଁ। ମୁଁ ମନେମନେ ଭାବେ ସେ ଆସୁ ତ ନାହାନ୍ତି ପୁଣି ଏ କଥା ବାରମ୍ବାର କହୁଛନ୍ତି କାହିଁକି? ଦିନେ ସେ ଫୋନ୍‌ କରି କହିଲେ, ଶୁଣିଲି ଆପଣ ଆସୁଛନ୍ତି ଆମ ପଞ୍ଚାୟତକୁ? ପଞ୍ଚାୟତ ଘର ପାଖରେ ହିଁ ଆମ ଘର। ମୁଁ ଆପଣଙ୍କୁ ଆମ ଘରକୁ ନିମନ୍ତ୍ରଣ କରିବି। ମନା କରିବେ ନାହିଁ, ନିଶ୍ଚୟ ଆସିବେ। ସରକାରୀ କାର୍ଯ୍ୟରୁ ସମୟ ମିଳିବ କି ନାହିଁ ବୋଲି ମୁଁ ସଂଶୟ ପ୍ରକଟ କରନ୍ତେ ସେ କହିଲେ, ବେଶି ସମୟ ନ ରହିଲେ ନାହିଁ ପଛେ ଖାଲି ଗୋଟିଏ ମିନିଟ୍‌ ପାଇଁ ଆମଘର ଆଗରେ ଓହ୍ଲାଇବେ। ଚିନ୍ତାକଲି ତାଙ୍କର ଆଗ୍ରହ ଭାଙ୍ଗିବା ଠିକ୍‌...

ସାବତ ମାଆର ପୁଅ

ସାବତ ମାଆର ପୁଅ

ମନ-ମାନଚିତ୍ର/ଡ. ନରହରି ବେହେରା

ସଂସାରରେ ଭାଗ୍ୟବାନ ସନ୍ତାନଟିଏ ହିଁ ମାଆର ସ୍ନେହ ଲାଭ କରିଥାଏ। ତାହାଠାରୁ ସେ ସନ୍ତାନ ଆହୁରି ଅଧିକ ଭାଗ୍ୟବାନ, ଯିଏ ସାବତ ମାଆଠାରୁ ମାଆର ସ୍ନେହ ପାଇଥାଏ। ଯେଉଁ ସାବତ ମାଆ ନିଜ ସନ୍ତାନ ପରି ଅନ୍ୟ ସନ୍ତାନକୁ ମାଆର ସ୍ନେହ ଦେଇପାରନ୍ତି, ସେ ସର୍ବଦା ନମସ୍ୟା। ମାତ୍ର ଅଧିକାଂଶ କ୍ଷେତ୍ରରେ ସାବତ ମାଆଠାରୁ ଏ ସ୍ନେହ ମିଳେନାହିଁ। 

ଦିନେ ସମ୍ରାଟ୍‌ ସୁଲେମାନଙ୍କ ନିକଟରେ ଗୋଟିଏ ଶିଶୁପୁତ୍ରକୁ ଧରି ଦୁଇଜଣ ମହିଳା ଆସି ପହଞ୍ଚତ୍ଲେ। ଏ ଦୁଇ ମହିଳା ସେହି ଶିଶୁପୁତ୍ରକୁ ନିଜର ସନ୍ତାନ ବୋଲି ଦାବି କଲେ। ସମ୍ରାଟ୍‌ ଥିଲେ ବିଚାର-ବିଚକ୍ଷଣ। ସେ କିଛି ମୁହୂର୍ତ୍ତ ଚିନ୍ତାକରି ଶିଶୁ ପୁତ୍ରଟିକୁ ଦୁଇଖଣ୍ଡ କରି ଦୁଇ ମହିଳାଙ୍କ ମଧ୍ୟରେ ବାଣ୍ଟିଦେବା ପାଇଁ ଦୂତକୁ ଆଦେଶ ଦେଲେ। ଏଥିରେ ନକଲି ମାଆଟି ଖୁସିହୋଇ ସମ୍ରାଟ୍‌ଙ୍କ ଆ..

ଏଇ ଭାରତରେ

ଏଇ ଭାରତରେ

ଭାରତରେ ଏପରି ଏକ ନଦୀଘାଟ ଅଛି, ଯେଉଁଠି ଗାଧୋଇଲେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥାଏ। କାଶୀରେ ଗଙ୍ଗାକୂଳରେ ରହିଛି ୮୪ଟି ଘାଟ। ସବୁଘାଟରେ ସ୍ନାନକଲେ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ସେଠାରେ ଥିବା କୁବାଈ ଘାଟରେ ସ୍ନାନ କଲେ ଦମ୍ପତିଙ୍କ ପାରିବାରିକ ଜୀବନରେ ଝଡ଼ ଉଠିବା ସହିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଦମ୍ପତି..

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..