ଅପରାଧ | ବାଲେଶ୍ୱର

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୬ ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୬ ଗିରଫ
ଜଳେଶ୍ୱର, ୧୦।୯ (ଡି.ଏନ୍‌.ଏ.)-ଜଳେଶ୍ୱର ଥାନା ଆଇଆଇସି ପ୍ରଦୀପ କୁମାର ମାଝୀଙ୍କ ନେତୃତ୍ୱରେ ଏକ ଟିମ୍‌ ରବିବାର ବିଳମ୍ବିତ ରାତିରେ ସହରର ଝାଡ଼େଶ୍ୱରପୁରସ୍ଥିତ ସେକ୍‌ ଗମିରୁଦ୍ଦିନଙ୍କ ବାସଭବନରେ ଅତର୍କିତ ଚଢ଼ାଉ କରିଥିଲେ। ଚଢାଉ ବେଳେ ୬ ଜଣ ଜୁଆଡ଼ିଙ୍କୁ ଗିରଫ କରାଯିବା ସହ ନଗଦ ୪୨ ହଜାର ୭୫୫ ଟଙ୍କା, ୬ ମୋବାଇଲ ଓ ୩ ବାଇକ ଜବତ କରାଯାଇଛି। ଗିରଫ ଜୁଆଡ଼ିମାନେ ହେଲେ ସେକ୍‌ ଗମିରୁଦ୍ଦିନ, ହିରୋ ବକ୍ସ, ସେକ ମମତାଜ, ସେକ୍‌ ଗନିରୁଦ୍ଦିନ, ସେକ ମଙ୍ଗଲୁ ଓ ଅନ୍ୟ ଜଣେ ଯୁବକଙ୍କୁ ପୋଲିସ ଗିରଫ ଦର୍ଶାଇ ପରେ ଜାମିନରେ ଛାଡ଼ିଥିଲେ। ଚଢ଼ାଉ ଟିମ୍‌ରେ ଏସ୍‌ଆଇ ସେକ୍‌ ଇମରାନ୍‌, ଏଏସ୍‌ଆଇ ରମାକାନ୍ତ ସେଠୀ, ସତ୍ୟନାରାୟଣ ବଳ ଓ ଅନ୍ୟ ଅଧିକାରୀ ତଥା କର୍ମଚାରୀ ସାମିଲ ଥିଲେ।
All Right Reserved By

ଅପରାଧ | ବାଲେଶ୍ୱର

ଭିଜିଲାନ୍ସ ଜାଲରେ ଭଞ୍ଜନଗର ବିଇଓ ଅଫିସ ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ ଭଞ୍ଜନଗର ବିଇଓ ଅଫିସ ମୁଖ୍ୟ କିରାଣୀ

ଭଞ୍ଜନଗର,୧୪।୧୧(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ଭଞ୍ଜନଗର ବିଇଓ ଅଫିସ ମୁଖ୍ୟ କିରାଣୀ ପ୍ରିୟଦର୍ଶୀ ଦାଶ। ଶିକ୍ଷକମାନଙ୍କ ଏରିୟର ଟଙ୍କା ପାସ୍‌ କରିବା ପାଇଁ ୨ ଜଣ ଶିକ୍ଷକଙ୍କଠାରୁ ବୁଧବାର ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତିି।

ନଗଡ଼ିଆ ପଲି ଛକ  ନିକଟରୁ ଲୁଟ୍‌ ଘଟଣା: ୩ ଅଟକ, ଟଙ୍କା ଭର୍ତ୍ତି ବସ୍ତା ଜବତ

ନଗଡ଼ିଆ ପଲି ଛକ ନିକଟରୁ ଲୁଟ୍‌ ଘଟଣା: ୩ ଅଟକ, ଟଙ୍କା ଭର୍ତ୍ତି ବସ୍ତା ଜବତ

ବେଗୁନିଆ,୧୪।୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଧୀନ ନଗଡ଼ିଆ ପଲି ଛକ  ନିକଟରେ ଗତ ୮ ତାରିଖରେ ଏଲ୍‌ ଆଣ୍ଡ୍‌ ଟି ଏଜେଣ୍ଟଙ୍କଠାରୁ ୬୧ ଲକ୍ଷ ୭୨ ହଜାର  ୨୪୭ ଟଙ୍କା ଲୁଟ୍‌ ହୋଇଥିଲା।

ଭିଜିଲାନ୍ସ ଜାଲରେ ଜୁନିୟର ଏମ୍‌ଭିଆଇ

ଭିଜିଲାନ୍ସ ଜାଲରେ ଜୁନିୟର ଏମ୍‌ଭିଆଇ

ଭଦ୍ରକ ଅଫିସ,୧୪।୧୧: ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଜୁନିୟର ଏମ୍‌ଭିଆଇ ଶଙ୍କର ନାରାୟଣ ଚୌଧୁରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ଚଢାଉ ବେଳେ ଗୁଳି ଫୁଟାଇ ଖସିଗଲେ ୨ ଡକାୟତ, ଜଣେ ଗିରଫ

ଚଢାଉ ବେଳେ ଗୁଳି ଫୁଟାଇ ଖସିଗଲେ ୨ ଡକାୟତ, ଜଣେ ଗିରଫ

ବାସୁଦେବପୁର,୧୪।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଆର୍ତ୍ତୁ ଗ୍ରାମରେ ଥିବା ଏକ ଭଡ଼ାଘରେ ୩ ଜଣ ଡକାୟତ ରହି ଲୁଟ ପାଇଁ ଯୋଜନା କରୁଥିବାବେଳେ ପୋଲିସ ସୂଚନା ପାଇ ମଙ୍ଗଳବାର ଚଢ଼ାଉ କରିଥିଲା। ଏହା ଜାଣିପାରି ଡକାୟତମାନେ ହଠାତ ଗୁଳି ଫୁଟାଇ ପୋଲିସକୁ ଭୟଭୀତ କରି ଫେରାର ହେବାକୁ ଚେଷ୍ଟା କରିଥିଲେ। 

ବାଇକ୍‌ ପାଇଁ ଯୁବକଙ୍କୁ ଅପହରଣ

ବାଇକ୍‌ ପାଇଁ ଯୁବକଙ୍କୁ ଅପହରଣ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ)- ବାଇକ ପାଇଁ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। ପରେ ତାଙ୍କୁ ଏକ ଘରେ ନଜରବନ୍ଦୀରେ ରଖି ଲୁହାରଡ୍‌ରେ ମାଡ଼ ମାରିବା ସହ ନିର୍ଯାତନା ଦିଆଯାଇଛି। ଯୁବକ ଜଣକ କୌଶଳକ୍ରମେ ଖସି ଆସିବା ପରେ ପ୍ରଥମେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। 

ଏଟିଏମ୍‌ରେ ଟଙ୍କା ଭର୍ତ୍ତି ଆଳରେ ୪୦ ଲକ୍ଷ ଲୁଟ ଘଟଣା: ଟଙ୍କା ନେଉଥିବା ଗାଡି ଡ୍ରାଇଭର, ସହଯୋଗୀ ଗିରଫ

ଏଟିଏମ୍‌ରେ ଟଙ୍କା ଭର୍ତ୍ତି ଆଳରେ ୪୦ ଲକ୍ଷ ଲୁଟ ଘଟଣା: ଟଙ୍କା ନେଉଥିବା ଗାଡି ଡ୍ରାଇଭର, ସହଯୋଗୀ ଗିରଫ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ)- ଏସ୍‌ବିଆଇ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ଆଳରେ ୪୦ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଟଙ୍କା ଭର୍ତ୍ତି କରିବା ଦାୟିତ୍ୱ ନେଇଥିବା ରାଡିଆଣ୍ଟ କ୍ୟାଶ୍‌ ମ୍ୟାନେଜମେଣ୍ଟ ସଂସ୍ଥାର ଗାଡ଼ି ଡ୍ରାଇଭର ଏବଂ ତାଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି।

୨୯ ଲକ୍ଷ ଠକେଇ: ଥାନା ଘେରାଉ କଲେ ମହିଳା

୨୯ ଲକ୍ଷ ଠକେଇ: ଥାନା ଘେରାଉ କଲେ ମହିଳା

ଭୁବନେଶ୍ୱର,୧୪।୧୧ (ବ୍ୟୁରୋ)- ନୟାପଲ୍ଲୀ ଥାନା ଜଳେଶ୍ୱର ବସ୍ତିରେ ଥିବା ଏକ ମହିଳା ଗେଷ୍ଠୀରୁ ୨୯ ଲକ୍ଷ ଟଙ୍କା ଠକେଇ ହୋଇଛି। ୬ ଜଣ ଗୋଷ୍ଠୀରୁ ଟଙ୍କା ନେଇ ଫେରସ୍ତ କରୁନାହାନ୍ତି। 

ବନ୍ଧୁପତ୍ନୀ ସହ ପରକୀୟା ପ୍ରୀତି ପାଇଁ ୪ ଅଙ୍ଗୁଳି ହରାଇଲେ, ସାଙ୍ଗକୁ ଗୋଡ଼ାଇ ଖଣ୍ଡାରେ ହାଣିଲା ସାଙ୍ଗ

ବନ୍ଧୁପତ୍ନୀ ସହ ପରକୀୟା ପ୍ରୀତି ପାଇଁ ୪ ଅଙ୍ଗୁଳି ହରାଇଲେ, ସାଙ୍ଗକୁ ଗୋଡ଼ାଇ ଖଣ୍ଡାରେ ହାଣିଲା ସାଙ୍ଗ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ)- ବନ୍ଧୁପତ୍ନୀ ସହ ପରକୀୟା ପ୍ରୀତି ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ନିଜ ସାଙ୍ଗ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି। ଫଳରେ ତାଙ୍କୁ ୪ଟି ଅଙ୍ଗୁଳି ହରାଇବାକୁ ପଡ଼ିଛି। ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ବସ୍ତିରେ ମଙ୍ଗଳବାର ଏଭଳି ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଆହତ ଯୁବକଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ଆମ୍ବପଳାସରେ ସ୍ବତନ୍ତ୍ର ସ୍କ୍ବାଡ୍‌ର ଚଢ଼ାଉ: ୧୬୦ ଲିଟର ମହୁଲି ଜବତ, ୩ ଗିରଫ

ଆମ୍ବପଳାସରେ ସ୍ବତନ୍ତ୍ର ସ୍କ୍ବାଡ୍‌ର ଚଢ଼ାଉ: ୧୬୦ ଲିଟର ମହୁଲି ଜବତ, ୩ ଗିରଫ

ପରଜଙ୍ଗ, ୧୩।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାରେ ବଢୁଥିବା ଅବାଧ ମଦକାରବାର ରୋକିବାକୁ ଅବକାରୀ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଗଠନ କରାଯାଇଛି ସ୍ବତନ୍ତ୍ର ସ୍କ୍ବାଡ୍‌। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରେ ସ୍କ୍ବାଡ୍‌ ପକ୍ଷରୁ ପରଜଙ୍ଗ ବ୍ଲକ ଆମ୍ବପଳାସ ଅଞ୍ଚଳରେ ଚଢ଼ାଉ କରାଯାଇ ୧୬୦ ଲିଟର ମହୁଲି ମଦ ସହ ଅଟୋରିକ୍ସା (ଓଆର୍‌ ୧୯ ଏମ୍‌ ୭୭୩୫) ଏବଂ ସାଇକେଲ ଜବତ କରାଯାଇଛି।

ଚଳନ୍ତା ବାଇକରୁ ଟଙ୍କା ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ଚଳନ୍ତା ବାଇକରୁ ଟଙ୍କା ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ବାସୁଦେବପୁର,୧୩।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ସହରର ପୁରୁଣା କୋର୍ଟ ରାସ୍ତାରେ ମଙ୍ଗଳବାର ଚଳନ୍ତା ବାଇକରୁ ୨ ଦୁର୍ବୃତ୍ତ ୧.୩ ଲକ୍ଷ ଥିବା ଏକ ଟଙ୍କା ବ୍ୟାଗ ଲୁଟି ନେଇଛନ୍ତି।

ଆଦିବାସୀ ନାବାଳକକୁ ମାଡ଼ ଘଟଣା: ପରିଚାଳକ ଗିରଫ

ଆଦିବାସୀ ନାବାଳକକୁ ମାଡ଼ ଘଟଣା: ପରିଚାଳକ ଗିରଫ

ବଡ଼ସାହି,୧୩।୧୧(ସ୍ବ.ପ୍ର.):  ବଡ଼ସାହି ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଆଦିବାସୀ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ମଙ୍ଗଳବାର ବଡ଼ସାହି ପୋଲିସ ମେସ୍‌ ପରିଚାଳକ ଦେବବ୍ରତ ଦ୍ୱିବେଦୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବେଣୁ ଆହତ

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବେଣୁ ଆହତ

ଭଞ୍ଜନଗର, ୧୩।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡା ଥାନା ଅନ୍ତର୍ଗତ ରାମପଡା ଜଙ୍ଗଲରେ ପୋଲିସ ଓ ପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁର୍ଦ୍ଧାନ୍ତ ଅପରାଧୀ ବେଣୁ ବାରିକ ଆହତ ହୋଇଛନ୍ତି।