ରାଜ୍ୟ |

ଓଏଏସ୍‌ସ୍ତରରେ ଅଦଳବଦଳ: ବଦଳିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ

ଓଏଏସ୍‌ସ୍ତରରେ ଅଦଳବଦଳ: ବଦଳିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ
ଭୁବନେଶ୍ୱର,୧୦।୯(ବ୍ୟୁରୋ)- ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ସ୍ତରରେ ସୋମବାର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ନିଯୁକ୍ତି ଅନୁଯାୟୀ ଶ୍ରୀମନ୍ଦିରର ନୀତି ପ୍ରଶାସକ ଥିବା ପ୍ରଦୀପ କୁମାର ଦାସ ଜଳସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଦୀପଙ୍କ ସ୍ଥାନରେ ବିଶ୍ୱଜିତ ବିଶ୍ୱାଳ ଶ୍ରୀମନ୍ଦିର ପ୍ରଶାସକ(ନୀତି)  ଭାବେ କାର୍ଯ୍ୟ କରିବେ। କନ୍‌ସୋଲିଡେଶନ୍‌ର କମିଶନର ଥିବା ଅଶୋକ କୁମାର ନାୟକ ବିଭାଗୀୟ ତଦନ୍ତର ଅତିରିକ୍ତ ଦାୟିତ୍ୱରେ ରହିବେ। ବିଶ୍ୱମୋହନ ରାୟ କଟକସ୍ଥିତ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଏମ୍‌ଡି, ରବୀନ୍ଦ୍ରନାଥ ମିଶ୍ର ସିଡିଏ ଉପାଧ୍ୟକ୍ଷ, ବୌଦ୍ଧ ଅତିରିକ୍ତ ଜିଲାପାଳ ଥିବା ତାରିଣୀସେନ୍‌ ନାୟକ-୧ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମର ଜିଏମ୍‌ ଭାବେ କାର୍ଯ୍ୟ କରିବେ। 
ଭୂମେଶ ଚନ୍ଦ୍ର ବେହେରା ପୂର୍ବଭଳି ସୁନ୍ଦରଗଡ ଡିଆରଡିଏର ପିଡି ଭାବେ କାର୍ଯ୍ୟ କରିବେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ କରାଯାଇଥିବା ତାଙ୍କର ପୂର୍ବ ବଦଳିକୁ ବାତିଲ କରାଯାଇଛି। ବିଜୟ କୁମାର ରଥଙ୍କୁ ମଧ୍ୟ ପୂର୍ବ ଭଳି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କର ସିଏମ୍‌ସି କମିଶନର ଭାବେ ହୋଇଥିବା ବଦଳିକୁ ବାତିଲ କରାଯାଇଛି। ଓଏଏସ୍‌ ଅଧିକାରୀ ସୁକାନ୍ତ ତ୍ରିପାଠୀଙ୍କ ପୂର୍ବ ବିଜ୍ଞପ୍ତିକୁ ବାତିଲ କରାଯାଇ ସମ୍ବଲପୁର ଡିଆରଡିଏ  ପିଡି ଭାବେ ନିଯୁକ୍ତି ଦିଆଯାଇଛି। ନାରାୟଣ ମୁର୍ମୁଙ୍କୁ କୋରାପୁଟର ଅତିରିକ୍ତ ଜିଲାପାଳ, ସୁଜାତା ମିଶ୍ରଙ୍କୁ ଅତିରିକ୍ତ ଭୂ କମିଶନର ଭାବେ ନିଯୁକ୍ତି ମିଳିଛି। ଶୁଭଦର୍ଶିନୀ ସ୍ବାଇଁଙ୍କୁ ଓଡ଼ିଶା ପାନୀୟ ଜଳ ନିଗମର  ଜିଏମ୍‌, ଡ. ପ୍ରମୋଦ ପୃଷ୍ଟିଙ୍କୁ  ବିଏମ୍‌ସିର ଡେପୁଟି କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଏତଦ୍‌ ବ୍ୟତୀତ ଦରିଦ୍ର ଭଞ୍ଜନ ଏମ୍‌.ଏମ୍‌ ପାତ୍ରଙ୍କୁ ଜଳସମ୍ପଦ ବିଭାଗର ଜମି ଅଧିଗ୍ରହଣ ଅଧିକାରୀ, ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ  ନିୟୋଜନ ନିର୍ଦ୍ଦେଶକ, ପବିତ୍ର ବେହେରାଙ୍କୁ ରେଜିଷ୍ଟ୍ରାର କୋଅପ୍‌ରେଟିଭ ସୋସାଇଟିର ଏ.ଓ  ଭାବେ ବଦଳି କରାଯାଇଛି। 
All Right Reserved By

ରାଜ୍ୟ |

ଶ୍ରୀଲିଙ୍ଗରାଜ ମନ୍ଦିରରେ ପଞ୍ଚକ ଆରମ୍ଭ: ପ୍ରସାଦ ମିଳିଲାନି, ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଶ୍ରୀଲିଙ୍ଗରାଜ ମନ୍ଦିରରେ ପଞ୍ଚକ ଆରମ୍ଭ: ପ୍ରସାଦ ମିଳିଲାନି, ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ପୁରୁଣାଭୁବନେଶ୍ୱର, ୧୯ା୧୧( ଡି.ଏନ.ଏ.)-  କାର୍ତ୍ତିକ ମାସର ଶେଷ ସୋମବାର ସହ ପବିତ୍ର ପଞ୍ଚକ ପାଇଁ ଏକାମ୍ରକ୍ଷେତ୍ର ବେଶ ଚଳଚଞ୍ଚଳ ହୋଇ ଉଠିଥିଲା। ଶ୍ରୀଲିଙ୍ଗରାଜଙ୍କ ରାଇ ଦାମୋଦର ବେଶ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା।

ପ୍ରସ୍ତାବିତ ବିୟର ବଟ୍‌ଲିଂ ପ୍ଲାଣ୍ଟ ଉପରେ ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ

ପ୍ରସ୍ତାବିତ ବିୟର ବଟ୍‌ଲିଂ ପ୍ଲାଣ୍ଟ ଉପରେ ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବଳରାମପୁରରେ ପ୍ରସ୍ତାବିତ ବିୟର ବଟ୍‌ଲିଂ ପ୍ଲାଣ୍ଟ ଉପରେ ରୋକ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆର୍‌ଡିସି ସ୍ତରୀୟ ତଦନ୍ତ ପରେ ରିପୋର୍ଟକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି। 

ଏଲ୍‌.ମାଣିକପ୍ରଭା ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା

ଏଲ୍‌.ମାଣିକପ୍ରଭା ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା

ତାଳଚେର,୧୯ା୧୧(ନି.ପ୍ର.)- ଓଡ଼ିଶା ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ତଥା ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ସୁଶ୍ରୀ ସୁସ୍ମିତା ଦେବଙ୍କ ଅନୁମୋଦନକ୍ରମେ ଓଡ଼ିଶା ମହିଳା କଂଗ୍ରେସ ପ୍ରଭାରୀ ସନ୍ଧ୍ୟା ସାୱାଲେଖା ରାଜ୍ୟ ମହିଳା କଂଗ୍ରେସ କମିଟି ପୁନର୍ଗଠନ କରିଛନ୍ତି। 

ତିତ୍‌ଲି କ୍ଷତିଗ୍ରସ୍ତ ପରିବାରକୁ ମିଳିବ ବିଜୁ ପକ୍କା ଘର

ତିତ୍‌ଲି କ୍ଷତିଗ୍ରସ୍ତ ପରିବାରକୁ ମିଳିବ ବିଜୁ ପକ୍କା ଘର

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ସାମୁଦ୍ରିକ ଝଡ ତିତ୍‌ଲି କ୍ଷତିଗ୍ରସ୍ତଙ୍କୁ ବିଜୁ ପକ୍କାଘର ଯୋଗାଇ ଦିଆଯିବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। 

ଅଳିଆଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଅଳିଆଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବଅଁରପାଳ,୧୯।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା କାଣ୍ଡସର ମହୁଲବୁରି ସାହିର ଏକ ଅଳିଆଗଦାରୁ ସୋମବାର ସକାଳେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। 

ସାକ୍ଷୀଗୋପାଳ ଠାକୁରଙ୍କ ଫଟୋ ଭାଇରାଲ

ସାକ୍ଷୀଗୋପାଳ ଠାକୁରଙ୍କ ଫଟୋ ଭାଇରାଲ

ସାକ୍ଷୀଗୋପାଳ, ୧୯।୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସାଙ୍ଗସାଥୀଙ୍କୁ ଅଁଳାନବମୀର ଅଭିନନ୍ଦନ ଜଣାଇ ଜଣେ ଯୁବକ ସାକ୍ଷୀଗୋପାଳ ଠାକୁର ଓ ଶ୍ରୀରାଧାଙ୍କ ଫଟୋ ଭାଇରାଲ କରିଛନ୍ତି।

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ

ପୁରୀ ଅଫିସ,୧୯ା୧୧: ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ । କେତେବେଳେ ଭକ୍ତ ସେଲ୍‌ଫି ଉଠାଇ ପୋଷ୍ଟ କରୁଛନ୍ତି ତ ଆଉ କେତେବେଳେ ପୋଲିସ କର୍ମଚାରୀ। 

ବିଶ୍ୱକପ୍‌ ହକିର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ବିଶ୍ୱକପ୍‌ ହକିର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଶ୍ୱକପ୍‌ ହକିର ପ୍ରଥମ ଟିକେଟ କିଣିଛନ୍ତି। ହକି ଇଣ୍ଡିଆର କର୍ତ୍ତୃପକ୍ଷ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକରି  ହକିର ଟିକେଟ ପ୍ରଦାନ କରିଛନ୍ତି। 

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୪୫ ପଞ୍ଚାୟତକୁ ୩୩.୩୦ କୋଟି ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୪୫ ପଞ୍ଚାୟତକୁ ୩୩.୩୦ କୋଟି ମଞ୍ଜୁର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୬  ଜିଲାର ୭ ବ୍ଲକ ପାଇଁ ୩୩.୩୦ କୋଟି ଟଙ୍କାର ପ୍ରକଳ୍ପ  ମଞ୍ଜୁର କରିଛନ୍ତି। 

 ପଞ୍ଚରାସରେ  ପ୍ରାଚୀ ଉପତ୍ୟକା ଉତ୍ସବମୁଖର

ପଞ୍ଚରାସରେ ପ୍ରାଚୀ ଉପତ୍ୟକା ଉତ୍ସବମୁଖର

କାକଟପୁର,୧୯।୧୧(ଡି.ଏନ୍‌.ଏ.): ମାସ ମଧ୍ୟରେ କାର୍ତ୍ତିକକୁ ଧର୍ମମାସ କୁହାଯାଏ। ଏହାକୁ ମଧ୍ୟ ଶ୍ରେଷ୍ଠ ମାସ ଭାବେ ବିବେଚନା କରାଯାଏ। ଏହି ମାସର ଶେଷ ୫ ଦିନକୁ ପଞ୍ଚକ କୁହାଯାଏ।

ଏସସିଙ୍କ ଅନୁଦାନ ହ୍ରାସ ନେଇ ବିଧାନସଭାରେ ହଙ୍ଗାମା: ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଏସସିଙ୍କ ଅନୁଦାନ ହ୍ରାସ ନେଇ ବିଧାନସଭାରେ ହଙ୍ଗାମା: ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): କେନ୍ଦ୍ରରୁ ଅନୁସୂଚିତ ଜାତି ବର୍ଗର ଛାତ୍ରୀଛାତ୍ରଙ୍କ ମେଧାବୃତ୍ତି ପାଇଁ ମିଳୁଥିବା ଅନୁଦାନ ହ୍ରାସ କରିବା ଏବଂ ସଚିବାଳୟରେ ସିବିଆଇ ପ୍ରବେଶ କରିବା ଘଟଣାକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଛି। ଉଭୟ ଶାସକ ଓ ବିରୋଧୀ ଦଳଙ୍କ ଗର୍ଜନରେ ଗୃହକାର୍ଯ୍ୟ ଅଚଳ ହୋଇଯାଇଛି। ପ୍ରବଳ ହଟ୍ଟଗୋଳ ଓ ନାରାବାଜି ଯୋଗୁ ଗୃହକୁ  ଅପରାହ୍ଣ ୩ ପର୍ଯ୍ୟନ୍ତ ବାଚସ୍ପତି ପ୍ରଦୀପ ଅମାତ ମୁଲତବୀ ଘୋଷଣା କରିଛନ୍ତି।

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଦୁଇ ଜଷ୍ଟିସ୍‌

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଦୁଇ ଜଷ୍ଟିସ୍‌

କଟକ ଅଫିସ୍‌, ୧୯।୧୧: ହାଇକୋର୍ଟ ବିଚାରପତି ଭାବେ ଶତ୍ରୁଘ୍ନ ପୂଜାହାରୀ ଓ ଡ. ଅକ୍ଷୟ କୁମାର ମିଶ୍ର ସୋମବାର ପୂର୍ବାହ୍ନ ୧୦ଟା ୧୫ରେ ଶପଥ ନେଇଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ. ଝାବେରୀ ଦୁଇ ଜଷ୍ଟିସଙ୍କୁ ଶପଥ ପାଠ କରାଇଛନ୍ତି।