ଅପରାଧ | ଅନଗୁଳ-ଢେଙ୍କାନାଳ

ବନ୍ଧୁକ ଦେଖାଇ ସୁନାଗହଣା, ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ସୁନାଗହଣା, ଟଙ୍କା ଲୁଟ୍‌
କଣିହାଁ, ୧୦ା୯(ଡି.ଏନ.ଏ.)- କଣିହାଁ ଥାନା ମଶୁଣିହତା ଗ୍ରାମର ମିଟୁ ସାହୁଙ୍କ ଘରୁ ଶନିବାର ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ମିଟୁଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନଗହଣା, ନଗଦ ଅର୍ଥ ଲୁଟ୍‌ କରିଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡିଛି, ମିଟୁ ରାତିରେ ଅପେରା ଦେଖିବାକୁ ଯାଇଥିବାବେଳେ ଘର କବାଟ ବାହାରପଟୁ ଦେଇଯାଇଥିଲେ। ତାଙ୍କ ସ୍ତ୍ରୀ ଭିତର ପଟୁ କବାଟ ଦେଇ ନ ଥିବାରୁ ଲୁଟେରାମାନେ ତାଲା ଭାଙ୍ଗି ଭିତରେ ପଶିଯାଇଥିଲେ। ପରେ ତାଙ୍କ ସ୍ତ୍ରୀଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ଆଲମିରା ଚାବି ମାଗି ନେଇ ସେଥିରେ ଥିବା ସୁନା ଅଳଙ୍କାର ଓ ସେ ପିନ୍ଧିଥିବା ଗହଣା ନେଇ ଯାଇଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। 
All Right Reserved By

ଅପରାଧ | ଅନଗୁଳ-ଢେଙ୍କାନାଳ

ତୁଳସୀପୁର ଏଟିଏମ୍‌ ମେଶିନ୍‌  ଲୁଟ୍‌ ଘଟଣା : ଜାମିନ ନାମଞ୍ଜୁର, ୨  ଅଭିଯୁକ୍ତଙ୍କୁ ଜେଲ

ତୁଳସୀପୁର ଏଟିଏମ୍‌ ମେଶିନ୍‌ ଲୁଟ୍‌ ଘଟଣା : ଜାମିନ ନାମଞ୍ଜୁର, ୨ ଅଭିଯୁକ୍ତଙ୍କୁ ଜେଲ

ଖୋର୍ଦ୍ଧା ଅଫିସ,୧୭।୧୧: ଖୋର୍ଦ୍ଧା ଟାଉନ ଥାନା ବାଘମାରୀ ଫାଣ୍ଡି ଅନ୍ତର୍ଗତ  ତୁଳସୀପୁରର ଇଣ୍ଡିକାସ୍‌ ଏଟିଏମ୍‌ ମେଶିନ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି ।

 ପପିନା ବେହେରା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ବାମୀ କୋର୍ଟଚାଲାଣ

ପପିନା ବେହେରା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ବାମୀ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୧୭।୧୧: ପପିନା ବେହେରା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ସ୍ବାମୀ ରବୀନ୍ଦ୍ର ବେହେରାଙ୍କୁ ବ୍ରହ୍ମପୁର ଟାଉନଥାନା ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି।

ଥାନା ପରିସରରୁ ସାଇକେଲ ଚୋରି କରି ଯୁବକ ଗିରଫ

ଥାନା ପରିସରରୁ ସାଇକେଲ ଚୋରି କରି ଯୁବକ ଗିରଫ

ବାଲୁଗାଁ,୧୭ା୧୧(ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ପରିସରରୁ ସାଇକେଲ ଚୋରି କରି ଜଣେ ଯୁବକ ପୋଲିସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣପୁର ଗ୍ରାମର ମନୋଜ କୁମାର ତ୍ରିପାଠୀ (୩୨) ।  ଏ ନେଇ ଥାନାରେ ୧୨୮/୧୮ରେ ମାମଲା ରୁଜୁ ହୋଇଥିବାବେଳେ ଗୁରୁବାର ସନ୍ଧ୍ୟାରେ ମନୋଜଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପ୍ରକାଶ କରିଛି ।  

ବନ୍ଧୁକ ଦେଖାଇ ଔଷଧ ଦୋକାନୀଙ୍କୁ ଲୁଟ୍‌ ଉଦ୍ୟମ: ବାଇକ୍‌, କଟୁରି ଛାଡି ପଳାଇଲେ ଦୁର୍ବୃତ୍ତ

ବନ୍ଧୁକ ଦେଖାଇ ଔଷଧ ଦୋକାନୀଙ୍କୁ ଲୁଟ୍‌ ଉଦ୍ୟମ: ବାଇକ୍‌, କଟୁରି ଛାଡି ପଳାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୧୭ା୧୧(ବ୍ୟୁରୋ)- ଖଣ୍ଡଗିରି ବାରି ଅଞ୍ଚଳରେ ଥିବା ରାଧାକୃଷ୍ଣ ମେଡିସିନ୍‌ ଷ୍ଟୋର ମାଲିକଙ୍କୁ ବନ୍ଧୁକ ଓ କଟୁରି ଦେଖାଇ ଲୁଟ ଉଦ୍ୟମ ହୋଇଛି। ଦୋକାନୀଙ୍କ ଉପସ୍ଥିତ ବୃଦ୍ଧିଯୋଗୁ ଲୁଟେରାମାନେ ଲୁଟ କରିବାରେ ବିଫଳ ହୋଇଛନ୍ତି। ଶେଷରେ ଧରାପଡିଯିବା ଭୟରେ ସେମାନେ ବାଇକ୍‌ ଏବଂ ମାରଣାସ୍ତ୍ର ଛାଡ଼ି ଫେରାର ହୋଇଯାଇଛନ୍ତି। 

ଢାବାରେ ଚଢାଉ: ବିଦେଶୀ ମଦ ଜବତ, ଢାବା ମାଲିକ ଗିରଫ

ଢାବାରେ ଚଢାଉ: ବିଦେଶୀ ମଦ ଜବତ, ଢାବା ମାଲିକ ଗିରଫ

ନୂଆଗାଁ,୧୬।୧୧ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ଥାନା ନୂଆଗାଁଠାରେ ଥିବା ଦୁଇଟି ଢାବାରେ ଗୁରୁବାର ରାତିରେ ପୋଲିସ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଢାବା ମାଲିକଙ୍କୁ ଗିରଫ କରିଛି। 

ମାରୁତି ସହ ୫ ଶାଗୁଆନ ଗଣ୍ଡି ଜବତ: ଜଣେ ଗିରଫ

ମାରୁତି ସହ ୫ ଶାଗୁଆନ ଗଣ୍ଡି ଜବତ: ଜଣେ ଗିରଫ

ରଣପୁର,୧୬।୧୧ (ସ୍ବ.ପ୍ର.)- ଖୋର୍ଦ୍ଧା ଜିଲା ବନଖଣ୍ଡ ଅଧୀନରେ କାର୍ଯ୍ୟ କରୁଥିବା ନୟାଗଡ଼ ଜିଲା ରଣପୁର ବନ ବିଭାଗର ମାଳ ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଶାଳ, ଶାଗୁଆନ ଗଛ କାଟି ଦୁର୍ବୃତ୍ତମାନେ ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଆସୁଥିଲା। 

୧୯୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

୧୯୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

କଟକରୋଡ, ୧୬।୧୨(ଡି.ଏନ.ଏ): ରାଜଧାନୀର ନୟାପଲ୍ଲୀ ଥାନା ଅଧୀନ ଆଦିବାସୀ ଗାଁରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସହଦେବ ଦାସ ଓ ବୁଲୁ ନାୟକ। 

ବେଆଇନ ବନ୍ଧୁକ କାରବାର:  ଯୁବକ ଗିରଫ

ବେଆଇନ ବନ୍ଧୁକ କାରବାର: ଯୁବକ ଗିରଫ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବେଆଇନ ବନ୍ଧୁକ କାରବାର ଘଟଣାରେ ଖଣ୍ଡଗିରି ଥାନା ପୋଲିସ ଗୁରୁବାର ରାତିରେ ଗଣ୍ଡମୁଣ୍ଡା ଅଞ୍ଚଳରୁ ଜଣେ ଯୁବକଙ୍କୁ ଗିରଫ କରିଛି।   ସେ ହେଲେ ପିପିଲି ଅଞ୍ଚଳର ମୁସ୍ତାକ ଅଲ୍ଲୀ। 

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାସିିଷ୍ଟ ସଞ୍ଜୀବ କୁମାର ପତି

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାସିିଷ୍ଟ ସଞ୍ଜୀବ କୁମାର ପତି

କଟକ ଅଫିସ /ବାରିପଦା ଅଫିସ, ୧୬।୧୧: ବାରିପଦା ସହର ତୁଳସୀଚଉରା ନିବାସୀ ସଞ୍ଜୀବ ପତିଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସଞ୍ଜୀବ ମୟୂରଭଞ୍ଜ ଜିଲା ରଙ୍ଗମାଟିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଞ୍ଜୀବଙ୍କ ଘର ଓ ଅଫିସ ସମେତ ମୋଟ ୩ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।

ବେଆଇନ କୋଇଲା ଖଣିରେ  ଚଢାଉ : ୩ ଜେସିବି  ଜବତ

ବେଆଇନ କୋଇଲା ଖଣିରେ ଚଢାଉ : ୩ ଜେସିବି ଜବତ

ଛେଣ୍ଡିପଦା,୧୬।୧୧(ଡି.ଏନ.ଏ.)-ଛେଣ୍ଡିପଦା ଥାନା ବ୍ରାହ୍ମଣବିଲ ଗ୍ରାମ ଇଲାକାରେ ବେଆଇନ କୋଇଲା ଖଣିରେ ଗୁରୁବାର ସାରେ ଅନୁଗୋଳ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଚଢାଉ   କରିଥିଲେ। ଏଥିରେ କୋଇଲା ଖଣି ଖନନ କାର୍ଯ୍ୟରେ ନିୟୋଜିତ ୩ଟି ଜେସିବି ମେଶିନ ଜବତ କରାଯାଇଛି। 

ଟଙ୍କା ଦ୍ୱିଗୁଣା କରିଦେବା ନାଁରେ ୩ କୋଟି ଠକେଇ: ଆମ୍ବିସିୟସ ଚିଟ୍‌ଫଣ୍ଡ ନିର୍ଦ୍ଦେଶକ ଗିରଫ

ଟଙ୍କା ଦ୍ୱିଗୁଣା କରିଦେବା ନାଁରେ ୩ କୋଟି ଠକେଇ: ଆମ୍ବିସିୟସ ଚିଟ୍‌ଫଣ୍ଡ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର, ୧୫ା୧୧(ବ୍ୟୁରୋ)- ଟଙ୍କା ଦ୍ୱିଗୁଣା କରିଦେବା ନାଁରେ ଓଡିଶାରୁ ୩କୋଟି ଠକେଇ କରିଥିବା ଆମ୍ବିସିୟସ୍‌ ଡାଇଭର୍ସିଫାଏଡ ପ୍ରୋଜେଟ ମ୍ୟାନେଜମେଣ୍ଟ ନାମକ ଚିଟ୍‌ଫଣ୍ଡ ସଂସ୍ଥାର ନିର୍ଦ୍ଦେଶକ ମ୍ରିରଙ୍ଗିକା ଶେଖର ଚକ୍ରବର୍ତ୍ତୀଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ କୋଲକାତାରୁ ଗିରଫ କରିଛି। ସେ ପଶ୍ଚିମବଙ୍ଗର ଆଶାନସୋଲ ଆଶୀର୍ବାଦ ଆପାର୍ଟମେଣ୍ଟରେ ରହୁଥିଲେ। 

୬ ଶହ ଲିଟର ଡିଜେଲ ଜବତ, ୫ ଗିରଫ

୬ ଶହ ଲିଟର ଡିଜେଲ ଜବତ, ୫ ଗିରଫ

ତାଳଚେର,୧୫ା୧୧(ନି.ପ୍ର.)- ଏମ୍‌ସିଏଲ ଅନନ୍ତ କୋଇଲା ଖଣିର ସିକ୍ୟୁରିଟି କର୍ମଚାରୀମାନେ ବୁଧବାର ରାତିରେ ଏକ ପିକ୍‌ଅପ ଭ୍ୟାନ ସହିତ ୬ ଶହ ଲିଟର ଡିଜେଲ ଜବତ କରିଛନ୍ତି।