ଫୁରସତ |

କର୍ମଚାରୀଙ୍କୁ ୧ ଘଣ୍ଟା ଅବସର ପାଇଁ ପ୍ରସ୍ତାବ

କର୍ମଚାରୀଙ୍କୁ ୧ ଘଣ୍ଟା ଅବସର ପାଇଁ ପ୍ରସ୍ତାବ
କର୍ମଚାରୀଙ୍କୁ ଆରାମ ତଥା ଖୁସି ରଖିବାକୁ ସ୍ବିଡେନ ସରକାର ସର୍ବଦା କିଛି ନୂଆ ନୂଆ ଯୋଜନା କରିଥାନ୍ତି। ଏବେ ପୁଣି ସେମିତି କିଛି ନୂଆ ପ୍ରସ୍ତାବ ଆଗତ ହେବାକୁ ଯାଉଛି। ଏହି ପ୍ରସ୍ତାବ ଅନୁଯାୟୀ ସ୍ବିଡେନ ସରକାର ନିଜ କର୍ମଚାରୀମାନଙ୍କୁ ଏକ ଘଣ୍ଟା ସେକ୍ସ ପାଇଁ ସୁଯୋଗ ଦେବା ଲାଗି ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଓବରଟୋର୍ଣ୍ଣିଆ ସହରର କାଉନ୍‌ସିଲର ପେର ଏରିକ୍‌ ଆଣିଛନ୍ତିି। ସେ କହିଛନ୍ତି, ଆଜିକାଲି ବ୍ୟସ୍ତବହୁଳ କାରଣରୁ ସ୍ବାମୀ-ସ୍ତ୍ରୀ ପରସ୍ପରକୁ  ସମୟ ଦେଇପାରୁନାହାନ୍ତି। ଫଳରେ ଦୁହଁିଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି। ଆଶା ଅଛି, ସଂସଦରେ ଯଦି ଏହି ପ୍ରସ୍ତାବ ପାରିତ ହେବ, ତେବେ ଦମ୍ପତିିମାନଙ୍କ ସମ୍ପର୍କ ଆହୁରି ଦୃଢ ହେବ। ୨୦୧୫ରେ ସ୍ବିଡେନ ସରକାର ମହିଳା କର୍ମଚାରୀଙ୍କ କାର୍ଯ୍ୟର ସମୟସୀମା ୮ ଘଣ୍ଟାରୁ କମ କରି ୬ ଘଣ୍ଟା କରିଥିଲେ। ଏହାପରେ କର୍ମଚାରୀଙ୍କ ପ୍ରଦର୍ଶନରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିଲା। ସେ ସମୟରେ ସରକାର କହିଥିଲେ କି, ଯଦି କର୍ମଚାରୀ ନିଜ ପରିବାରକୁୁ ଅଧିକ ସମୟ ଦେବେ, ତେବେ ଅଫିସରେ ଭଲ କାମ କରିପାରିବେ।

All Right Reserved By

ଫୁରସତ |

ହିନ୍ଦୀ ଟୁଇଟ୍‌ ଲୋକପ୍ରିୟତା ବଢ଼ୁଛି

ହିନ୍ଦୀ ଟୁଇଟ୍‌ ଲୋକପ୍ରିୟତା ବଢ଼ୁଛି

ଓ୍ବାଶିଂଟନ୍‌: ଭାରତରେ ହିନ୍ଦୀରେ ଟୁଇଟ୍‌ କରିବାର ଲୋକପ୍ରିୟତା ବୃଦ୍ଧିପାଇବାରେ ଲାଗିଛି। ଆମେରିକାରେ ଜଣେ ଭାରତୀୟଙ୍କ ସମେତ କେତେକ ଗବେଷକଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡିଛି।

ଅବସର ସମୟରେ ମେକାନିକ୍‌ କାମ କରନ୍ତି ରାଜା

ଅବସର ସମୟରେ ମେକାନିକ୍‌ କାମ କରନ୍ତି ରାଜା

ଦୁଇ ଦୁଇଟି ଦେଶର ରାଜା ସେ ପୁଣି ଅବସର ସମୟରେ କାର୍‌ ମେକାନିକ୍‌ ଭାବେ କାମ କରନ୍ତି! ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। 

ଯେଉଁଠି ରୋଗୀଙ୍କୁ ମାଟିରେ ପୋତି କରାଯାଏ ଚିକିତ୍ସା

ଯେଉଁଠି ରୋଗୀଙ୍କୁ ମାଟିରେ ପୋତି କରାଯାଏ ଚିକିତ୍ସା

ସୌଦିରେ ଉଦୁଉଦିଆ ଖରାବେଳେ ବାହାରକୁ ବାହାରିବା ମୁସ୍କିଲ୍‌। ମାତ୍ର ଏଠାରେ ରୋଗୀଙ୍କ ଚିକିତ୍ସା ଉତ୍ତପ୍ତ ବାଲିରେ କରାଯାଏ। ରୋଗୀଙ୍କ ଶରୀରରୁ କପଡ଼ା କାଢ଼ିନିଆଯାଏ ଏବଂ  ଖରାରେ ବେକ ପର୍ଯ୍ୟନ୍ତ ବାଲିରେ ଗାତରେ ଠିଆ କରି ପୋତି ଦିଆଯାଏ। 

ସଫଳତା ପାଇବା ପୂର୍ବରୁ ଏହି କଳାକାରଙ୍କ କିପରି ଥିଲା ଜୀବନ

ସଫଳତା ପାଇବା ପୂର୍ବରୁ ଏହି କଳାକାରଙ୍କ କିପରି ଥିଲା ଜୀବନ

କଳାକାର ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ମୋହିଥାନ୍ତି। କେତେବେଳେ ଦର୍ଶକଙ୍କୁ ହସାଇଥାନ୍ତି ତ ଆଉ କେତେବେଳେ କନ୍ଦାଇଥାନ୍ତି। ଅଭିନୟ ଦ୍ୱାରା ପ୍ରତ୍ୟେକ କଳାକାର ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥାନ୍ତି। ମାତ୍ର ପରଦା ଉପରେ ଚମକୁଥିବା କଳାକାରଙ୍କ କ୍ୟାରିୟର କେତେ ସଂଘର୍ଷମୟ ତାହା ଦର୍ଶକଙ୍କୁ ଜଣା ନ ଥାଏ। 

ଦାମ୍ପତ୍ୟ ଜୀବନରେ ସୁଖ ପାଇଁ ଆପଣେଇ ପାରିବେ ଏହି ଉପାୟ

ଦାମ୍ପତ୍ୟ ଜୀବନରେ ସୁଖ ପାଇଁ ଆପଣେଇ ପାରିବେ ଏହି ଉପାୟ

ଦାମ୍ପତ୍ୟ ଜୀବନରେ ସୁଖ ପାଇଁ ବେଡ୍‌ ରୁମ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଠାରେ ପଡ଼ିଥିବା ବେଡ୍‌ ଏବଂ ଏଥିରେ  ସ୍ତ୍ରୀ ସ୍ବାମୀ କେଉଁ ଦିଗକୁ ମୁଣ୍ଡ କରି ଶୋଉଛନ୍ତି ତାହା ଦାମ୍ପତ୍ୟ ଜୀବନର ସରସତାକୁ ସୂଚିତ କରିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ରହିଛି ଉଲ୍ଲେଖ। ଉତ୍ତର-ପଶ୍ଚିମ କିମ୍ବା ଉତ୍ତର-ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇ ନ ଥାଏ। 

ସ୍ତ୍ରୀଙ୍କ ମୃତ ଦେହ ସହ ୬ ଦିନ ବିତାଇଲେ ସ୍ବାମୀ

ସ୍ତ୍ରୀଙ୍କ ମୃତ ଦେହ ସହ ୬ ଦିନ ବିତାଇଲେ ସ୍ବାମୀ

ଇଂଲଣ୍ଡର ରାଜଧାନୀ ଲଣ୍ଡନରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ମୃତ ଦେହ ସହ ୬ ଦିନ ବିତାଇଛନ୍ତି। ତାଙ୍କ ସ୍ତ୍ରୀ ଓ୍ବେଣ୍ଡେ ଡେଭିସନ୍‌ ୧୦ ବର୍ଷ ଧରି ସର୍ଭିକାଲ କ୍ୟାନସରରେ ପୀଡ଼ିତ ହେବାପରେ ଦେହତ୍ୟାଗ କରିଥିଲେ। 

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ରାୟପୁର, ୨୦।୯: ଛତିଶଗଡ଼ର ଭୀମରାଓ ଆମ୍ବେଡକର ହସ୍ପିଟାଲରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଡାକ୍ତର ଜଣେ ମହିଳାଙ୍କୁ ମୃତ ଘୋଷଣା କରିବାର ୧୭ ଘଣ୍ଟା ପରେ ପୁଣି ଥରେ ମହିଳା ଜୀବିତ ଅବସ୍ଥାରେ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

କରାଚୀ, ୨୦।୯: ବିଘ୍ନବିନାଶନ ଗଣେଶଙ୍କ ଆରାଧନା କେବଳ ଭାରତରେ ନୁହେଁ, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ବେଶ୍‌ ଧୁମଧାମରେ ପାଳନ କରାଯାଏ। 

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

ଭୋପାଳ, ୨୦।୯: ୪୦ ବର୍ଷ ଅପେକ୍ଷା କଲେ ମଧ୍ୟ ବୃଦ୍ଧଙ୍କୁ ମିଳୁନି ନ୍ୟାୟ। ମଧ୍ୟପ୍ରଦେଶର ଧଓ୍ବାରୀରେ ରହୁଥିବା ବୃଦ୍ଧ ରାମସ୍ବରୂପ ଲଖେରା ନିଜ ଜମି ଆବଣ୍ଟନକୁ ନେଇ ୧୯୭୨ରେ ପ୍ରଥମେ ଆଇନର ଆଶ୍ରୟ ନେଇଥିଲେ। 

ପୁଅର ଅଭିନୟ ଆଖିରେ ଲୁହ ଭରି ଦେଇଥିଲା

ପୁଅର ଅଭିନୟ ଆଖିରେ ଲୁହ ଭରି ଦେଇଥିଲା

ପୁଅର ଅଭିନୟ ମୋ ଆଖିରେ ଲୁହ ଭରି ଦେଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବିଜୟ ମହାନ୍ତିଙ୍କ ସହିତ ମୋ ପୁଅ ଅଂଶୁମାନ ‘ଅନ୍ତର୍ଲିନ’ ନାମକ ଏକ ଚଳଚ୍ଚିତ୍ରରେ ଜଣେ ଅଟିଷ୍ଟିକ ଶିଶୁ ଭୂମିକାରେ ଅଭିନୟ କରିଥିଲେ।

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ଧାରାବାହିକ ‘ତୁଳସୀ’ରେ କ୍ରିଷ୍ଣା ଚରିତ୍ରରେ ପ୍ରଥମ କରି  ପରଦାକୁ ଓହ୍ଲାଇଥିଲେ ଅଭିନେତା ଶୁଭାଶିଷ୍‌ ଶର୍ମା (ଡାକ ନାମ ମଣ୍ଟୁ)। ପରେ ସେ ‘ଅପା’, ‘ଆଇନା’ ଭଳି ଅନେକ ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇବାର ସୁଯୋଗ ପାଇଥିଲେ।

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

୮୦ଟି ଫିଲ୍ମ, ୫୦୦ ଆଲବମ୍‌ ଓ ୧୫ଟି ଟେଲି ସିରିଏଲ୍‌ର ଟାଇଟଲ ଟ୍ରାକ୍‌। କେବଳ ଏତିକି ନୁହେଁ, ୮୦୦ରୁ ଊର୍ଦ୍ଧ୍ୱ ମ୍ୟୁଜିକ୍‌ ଭିଡିଓରେ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ।