ଫୁରସତ |

ଅନ୍ତରୀକ୍ଷରେ ଭାରତୀୟ ମହାକାଶଚାରୀ

ଅନ୍ତରୀକ୍ଷରେ ଭାରତୀୟ ମହାକାଶଚାରୀ
”ଅନ୍ତରୀକ୍ଷକୁ ଯାତ୍ରା କରିଥିବା ଏକମାତ୍ର ଭାରତୀୟ ହେଉଛନ୍ତି ରାକେଶ ଶର୍ମା, ଯେ ଏକ ରୁଷୀୟ ରକେଟ୍‌ ସାହାଯ୍ୟରେ ୧୯୮୮ ମସିହାରେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ। ତାଙ୍କ ପରେ ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିବା ଦୁଇଜଣ ମହିଳା ମହାକାଶଚାରୀ କଳ୍ପନା ଚାଓ୍ବଲା ଓ ସୁନୀତା ଉଇଲିୟମ୍‌ସ ମଧ୍ୟ ଅନ୍ତରୀକ୍ଷକୁ ଯାତ୍ରା କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ଜଣେ ହେଲେ ଭାରତୀୟ ଭାରତର ନିଜସ୍ବ ଅନ୍ତରୀକ୍ଷକ ଅଭିଯାନରେ ଅନ୍ତରୀକ୍ଷକୁ ଯାତ୍ରା କରିବାରେ ସଫଳ ହୋଇ ନାହାନ୍ତି।“

ଅନନ୍ତ ଅନ୍ତରୀକ୍ଷର ଅସୁମାରି ତାରକା ମନୁଷ୍ୟକୁ ସଦାସର୍ବଦା ପ୍ରଲୁବ୍ଧ କରିଛି। ସୋଭିଏତ୍‌ ମହାକାଶଚାରୀ ୟୁରି ଗାଗାରିନ୍‌ଙ୍କ ୧୯୬୧, ଏପ୍ରିଲ ୧୨ ତାରିଖରେ ମହାକାଶଯାତ୍ରା ପରଠାରୁ ଅନ୍ତରୀକ୍ଷ ମନୁଷ୍ୟର କ୍ରୀଡ଼ାଭୂମି ପାଲଟିଛି। ମନୁଷ୍ୟ ଏହାପରେ ଅନ୍ତରୀକ୍ଷକୁ ଅନେକ ଥର ଯାତ୍ରା କରିଛି ଏବଂ ଅନ୍ତରୀକ୍ଷରେ ଦୀର୍ଘ ଦିନ ଅବସ୍ଥାନ ପରେ ନିରାପଦରେ ପୃଥିବୀକୁ ଫେରି ଆସିଛି। ୟୁରି ଗାଗାରିନ୍‌ଙ୍କ ପରେ ଆମେରିକୀୟ ମହାକାଶଚାରୀ ଆଲାନ୍‌ ସେଫାର୍ଡ ୧୯୬୧, ମେ ୫ ତାରିଖରେ ଏବଂ ଚାଇନା ମହାକାଶଚାରୀ ଚ୍ୟାଙ୍ଗ୍‌ ଲିଓ୍ବେଇ ୨୦୦୩, ଅକ୍ଟୋବର ୧୫ ତାରିଖରେ ଅନ୍ତରୀକ୍ଷକୁ ଯାତ୍ରା କରନ୍ତି। ଯଦି ଭାରତ ନିଜର ‘ଗଗନ ଯାନ’ ଅନ୍ତରୀକ୍ଷ ଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ସ୍ବାଧୀନତା ଦିବସ ଉପଲକ୍ଷେ ଘୋଷଣା ଅନୁସାରେ ଆଗାମୀ ୨୦୨୨ ମସିହା ସୁଦ୍ଧା ଅନ୍ତରୀକ୍ଷକୁ ଜଣେ ମନୁଷ୍ୟ ପ୍ରେରଣ କରେ, ତେବେ ଆମ ଦେଶ ଅନ୍ତରୀକ୍ଷରେ ପଦାର୍ପଣ କ୍ଷେତ୍ରରେ ବିଶ୍ୱରେ ଚତୁର୍ଥ ଦେଶ ହେବ।

ଅନ୍ତରୀକ୍ଷକୁ ଯାତ୍ରା କରିଥିବା ଏକମାତ୍ର ଭାରତୀୟ ହେଉଛନ୍ତି ରାକେଶ ଶର୍ମା, ଯେ କି ଏକ ରୁଷୀୟ ରକେଟ୍‌ ସାହାଯ୍ୟରେ ୧୯୮୮ରେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ। ତାଙ୍କ ପରେ ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିବା ଦୁଇ ମହିଳା ମହାକାଶଚାରୀ କଳ୍ପନା ଚାଓ୍ବଲା ଓ ସୁନିତା ଉଇଲିୟମ୍‌ସ ମଧ୍ୟ ଅନ୍ତରୀକ୍ଷକୁ ଯାତ୍ରା କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ଜଣେ ହେଲେ ଭାରତୀୟ ଭାରତର ନିଜସ୍ବ ଅନ୍ତରୀକ୍ଷ ଅଭିଯାନରେ ଅନ୍ତରୀକ୍ଷକୁ ଯାତ୍ରା କରିବାରେ ସଫଳ ହୋଇ ନାହାନ୍ତି।

ଭାରତର ପ୍ରସ୍ତୁତି: ଭାରତ ଇତିମଧ୍ୟରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ମାନବବିହୀନ ଅଭିଯାନ ପ୍ରେରଣ କରିସାରିଥିଲେ ହେଁ ବର୍ତ୍ତମାନ ସମୟ ଆସିଛି ଅନ୍ତରୀକ୍ଷକୁ ଏକ ମନୁଷ୍ୟ ପ୍ରେରଣ କରିବା ପାଇଁ। ପୂର୍ବରୁ ମଣିଷ ଥିବା ଅନ୍ତରୀକ୍ଷ ଅଭିଯାନ (Human Space Flight Programme HSP) ପାଇଁ ଆମ ଦେଶର କୌଣସି ନିର୍ଦ୍ଦିଷ୍ଟ ଯୋଜନା ନ ଥିଲେ ହେଁ ଇସ୍ରୋ ଇତିମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିଗତ ଜ୍ଞାନକୌଶଳ ଏବଂ ଉପକରଣ ପରୀକ୍ଷା କରିସାରିଛି। ଇସ୍ରୋକୁ ଏ କ୍ଷେତ୍ରରେ ଥିବା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରତିବନ୍ଧକ ଯଥା ମହାକାଶଚାରୀ ଚୟନ ଓ ପ୍ରଶିକ୍ଷଣ, ସେମାନଙ୍କ ନିମନ୍ତେ ଖାଦ୍ୟ ଓ ପୋଷାକ ଇତ୍ୟାଦିକୁ ଅତିକ୍ରମ କରିବା ପାଇଁ ବେଶୀ ପରିଶ୍ରମ କରିବାକୁ ପଡିବ ନାହିଁ। ଇସ୍ରୋ ମଧ୍ୟ ଇତିମଧ୍ୟରେ ଯାନକୁ ନିରନ୍ତର ଟ୍ରାକିଂ କରିବା ପାଇଁ ନିଜର ଟ୍ରାକିଂ ଓ ଟେଲିମେଟ୍ରି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେଇଛି। ଏହିସବୁ କାର୍ଯ୍ୟକ୍ରମ ଯୋଜନା ମୁତାବକ ସମ୍ପନ୍ନ ହେଲେ, ତିନି ଜଣ ଭାରତୀୟ ମହାକାଶଚାରୀ ଆଗାମୀ ୨୦୨୨ ବେଳକୁ ଶ୍ରୀହରିକୋଟାଠାରେ ସ୍ବତନ୍ତ୍ର ଭାବେ ନିର୍ମିତ ଏକ ଉତ୍‌କ୍ଷେପଣ କେନ୍ଦ୍ରରୁ ଏକ ୭୦୦୦ କିଗ୍ରା ଓଜନ ଯାନରେ ଅନ୍ତରୀକ୍ଷକୁ ଯାତ୍ରା କରିବେ ଏବଂ ୭ ଦିନ ପାଇଁ ଏକ ସ୍ବଳ୍ପ ଉଚ୍ଚତା କକ୍ଷପଥରେ ପୃଥିବୀ ପୃଷ୍ଠଠାରୁ ୩୦୦ କିମିରୁ ୪୦୦ କିମି ଦୂରତା ମଧ୍ୟରେ ଥାଇ ପୃଥିବୀକୁ ପ୍ରଦକ୍ଷିଣ କରିବେ। ବିଗତ ପାଞ୍ଚ ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ ଇସ୍ରୋ ନିଜକୁ ଏକ ଅଗ୍ରଗଣ୍ୟ ଅନ୍ତରୀକ୍ଷ ସଂସ୍ଥା ରୂପେ ପ୍ରତିଷ୍ଠା କରିପାରିଛି ଏବଂ ମଣିଷକୁ ମହାକାଶରେ ସ୍ଥାପନ କରିବା ପାଇଁ ଏହାର ନିଶ୍ଚିତ ରୂପେ ବିଶ୍ୱସ୍ତରୀୟ ଜ୍ଞାନକୌଶଳ ଓ ସାମର୍ଥ୍ୟ ଅଛି।
ଖର୍ଚ୍ଚ ଓ ଉପାଦେୟତା: ଅନ୍ତରୀକ୍ଷକୁ ଏକ ମାନବ ଅଭିଯାନ ନିମନ୍ତେ ଆମ ଦେଶକୁ ଖର୍ଚ୍ଚ କରିବାକୁ ପଡିବ ସମୁଦାୟ ୧୦,୦୦୦ କୋଟି ଟଙ୍କା। ଭାରତ ମହାକାଶକୁ ଏକ ମାନବ ଅଭିଯାନ ପଠାଇଲେ ଏହା ସଙ୍ଗେସଙ୍ଗେ ଦେଶ ପାଇଁ କୌଣସି ଆର୍ଥିକ ସୁବିଧା ଆଣିବ ନାହିଁ, ବରଂ ଏହା ଏକ ପ୍ରଯୁକ୍ତିଗତ ପ୍ରଦର୍ଶନ ହେବ। କିଛି ସମାଲୋଚକ ଏହା ଅର୍ଥର ଅପବ୍ୟୟ ବୋଲି ମନେକରି ଯୁକ୍ତି କରନ୍ତି ଯେ, ଭାରତ ଭଳି ଏକ ବିକାଶଶୀଳ ଦେଶ ପାଇଁ ଏହି ଅର୍ଥକୁ ବରଂ ବିଭିନ୍ନ ମୌଳିକ ଆବଶ୍ୟକତା ଯଥା ଖାଦ୍ୟ, ବାସଗୃହ ଓ ସ୍ବାସ୍ଥ୍ୟସେବା ପୂରଣ କ୍ଷେତ୍ରରେ ବିନିଯୋଗ କରିବା ଉଚିତ। ଅନ୍ତରୀକ୍ଷ କ୍ଷେତ୍ରର ଏହି ପ୍ରତିଯୋଗିତାର ଆହ୍ବାନକୁ ଯଦି ଆମେ ସ୍ବୀକାର ନ କରିବା, ତେବେ ଚାଇନା ଭଳି କିଛି ପ୍ରତିଯୋଗୀ ରାଷ୍ଟ୍ର ଏ କ୍ଷେତ୍ରରେ ଆମକୁ ଟପିଯିବେ।  ଆମର ମହାକାଶ କାର୍ଯ୍ୟକ୍ରମର ଜନକ ବିକ୍ରମ ସରାଭାଇଙ୍କ ମତରେ, କେହି କେହି ଭାରତ ଭଳି ଏକ ବିକାଶଶୀଳ ଦେଶ ପାଇଁ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ପ୍ରାସଙ୍ଗିକତା ସମ୍ପର୍କରେ ପ୍ରଶ୍ନ ପଚାରନ୍ତି। ମାତ୍ର ଦେଶ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ଏ କ୍ଷେତ୍ରରେ ଏକ ଅର୍ଥପୂର୍ଣ୍ଣ ଭୂମିକା ପାଳନ କରିବାକୁ ହେଲେ ବ୍ୟକ୍ତି ଓ ସମାଜର ପ୍ରକୃତ ସମସ୍ୟା ସୁଧାରିବା ନିମନ୍ତେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କ୍ଷେତ୍ରରେ ଆମେ କାହା ପଛରେ ଦ୍ୱିତୀୟ ହୋଇ ପଡି ରହିବା ଉଚିତ ନୁହେଁ।
ସର୍ବଶ୍ରେଷ୍ଠ ଉପଲବ୍ଧି: ଭାରତ ଗତବର୍ଷ ଗୋଟିଏ ମାତ୍ର ଉତ୍‌କ୍ଷେପଣରେ ୧୦୪ଟି ଉପଗ୍ରହ ଅନ୍ତରୀକ୍ଷରେ ସ୍ଥାପନ କରି ରେକର୍ଡ ସୃଷ୍ଟି କରିଛି। ଗୋଟିଏ ଯାନରୁ ଏତେ ସଂଖ୍ୟକ ଉପଗ୍ରହ କକ୍ଷପଥରେ ସ୍ଥାପନ କରିବାରେ ଭାରତ ବିଶ୍ୱରେ ପ୍ରଥମ। ଏ କ୍ଷେତ୍ରରେ ଆଉ ଦୁଇ ପାଦ ଆଗେଇ ଯାଇ ଭାରତ ନିଜର ଜଣେ ମହାକାଶଚାରୀଙ୍କୁ ମହାକାଶକୁ ପଠାଇ ପାରିଲେ ତାହା ଦେଶ ପାଇଁ ସର୍ବଶ୍ରେଷ୍ଠ ଉପଲବ୍ଧି ହେବ, ଯାହାଠାରୁ ବଳି ମହାକାଶ ଇତିହାସରେ ଆଉ କୌଣସି ବଡ଼ଘଟଣା ହୋଇନପାରେ। ଏହା କେବଳ ବିଶ୍ୱକୁ ଭାରତର ଜ୍ଞାନକୌଶଳର ପରାକାଷ୍ଠା ପ୍ରଦର୍ଶନ କରିବ ନାହିଁ, ବରଂ ଆମର ଭବିଷ୍ୟତ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ରୂପରେଖକୁ ନୂତନ ମୋଡ଼ ଦେବ। ଏହି କାର୍ଯ୍ୟକ୍ରମର ଅଂଶସ୍ବରୂପ ଅନେକ ନୂତନ ଭିତ୍ତିଭୂମି ପ୍ରତିଷ୍ଠା ସହିତ ନୂଆ ନୂଆ ଜ୍ଞାନକୌଶଳ ପରୀକ୍ଷିତ ହେବ, ଯାହା ଭାରତର ମହାକାଶ କାର୍ଯ୍ୟକ୍ରମର ଦକ୍ଷତା ଓ ସାମର୍ଥକୁ ଦୃଢ଼ୀଭୂତ କରିବା ସହିତ ଅନନ୍ତ ଓ ରହସ୍ୟମୟ ଅନ୍ତରୀକ୍ଷର ଅଜଣା ରହସ୍ୟକୁ ଉନ୍ମୋଚନ କରିବାରେ ଆମର ସ୍ବପ୍ନ ଚରିତାର୍ଥ ହେବାରେ ପ୍ରେରଣା ଯୋଗାଇବ।
- ଏଜୁକେଶନ ଅଫିସର,ଢେଙ୍କାନାଳ 
ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ
ମୋ: ୮୦୧୮୭୦୮୮୫୮
All Right Reserved By

ଫୁରସତ |

୪୦୦ରୁ ଉର୍ଦ୍ଧ୍ୱ ଜୀବଜନ୍ତୁଙ୍କ ସହ ରହୁଛନ୍ତି ଜଣେ ବ୍ୟକ୍ତି

୪୦୦ରୁ ଉର୍ଦ୍ଧ୍ୱ ଜୀବଜନ୍ତୁଙ୍କ ସହ ରହୁଛନ୍ତି ଜଣେ ବ୍ୟକ୍ତି

ବିଶ୍ୱରେ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଅଜବ ସଉକ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଫ୍ରାନ୍ସର ନାଟେନ୍ସ ସହରରେ ରହୁଥିବା ୬୭ ବର୍ଷୀୟ ଫିଲିପ ଗିଲେଟ।

 ଜୋତାର  ମୂଲ୍ୟ ୧୨୩ କୋଟି

ଜୋତାର ମୂଲ୍ୟ ୧୨୩ କୋଟି

ଆବୁଧାବି: ଦୁନିଆର ସବୁଠୁ ମୂଲ୍ୟବାନ ଜୋତା ବୁଧବାର ଏଠାରେ ଲଞ୍ଚ୍‌ ହେବାକୁ ଯାଉଛି। ହୀରା ଏବଂ ଖାଣ୍ଟି ସୁନା ଖଚିତ ଏହି ବିଳାସମୟ ଫୁଟଓ୍ବିୟର୍‌ର ଡିଜାଇନ୍‌ ଓ ପ୍ରସ୍ତୁତି ଦୀର୍ଘ ୯ମାସ ଧରି ଚାଲିଥିଲା। ଦି ପାସନ୍‌ ଡାଇମଣ୍ଡ ସୁଜ୍‌ର ମୂଲ୍ୟ ୬୨.୪ ନିୟୁତ ଦିରହାମ୍‌ (୧୭ ନିୟୁତ ଆମେରିକୀୟ ଡଲାର ବା ୧୨୩ କୋଟି ଟଙ୍କା)। ଏହି ଜୋତା ଦୁଇଟିରେ ଶହ ଶହ ହୀରା ଖଚିତ ହୋଇଛି।

ଚା ପ୍ରିୟ ସହର ବେଙ୍ଗାଲୁରୁ

ଚା ପ୍ରିୟ ସହର ବେଙ୍ଗାଲୁରୁ

ଚେନ୍ନାଇ: ଭାରତୀୟମାନେ ଡେଲିଭରି କମ୍ପାନିରୁ କେବଳ ଖାଦ୍ୟ ମଗାନ୍ତି ନାହିଁ ସେମାନେ ଚା ଓ କଫି ଭଳି ପାନୀୟ ମଧ୍ୟ ମଗାଇ ଥାଆନ୍ତି। ‘ଉବର ଇଟ୍‌ସ’ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି।

ଧାର୍ମିକ ଭାବନା ସୃଷ୍ଟି ହେବାର ରହସ୍ୟ...

ଧାର୍ମିକ ଭାବନା ସୃଷ୍ଟି ହେବାର ରହସ୍ୟ...

ଲୋକଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଧାର୍ମିକ ଭାବନାର ରହସ୍ୟ ଏବେ ଜଣାପଡିଛି। ଦୀର୍ଘଦିନ ଅନୁଧ୍ୟାନ କରିବା ପରେ  ବେଜିଂ ବିଶ୍ୱବିଦ୍ୟାଳୟର ଗବେଷକ ଏ ସମ୍ପର୍କରେ ଏକ ଗବେଷଣା ରିପୋର୍ଟ ପ୍ରକାଶ କରିଛନ୍ତି। 

କୋ-ଏଜୁକେସନ ସ୍କୁଲରେ  ଭଲ ପଢ଼ନ୍ତି  ଛାତ୍ର,କାହିଁକି...

କୋ-ଏଜୁକେସନ ସ୍କୁଲରେ ଭଲ ପଢ଼ନ୍ତି ଛାତ୍ର,କାହିଁକି...

ସ୍କୁଲରେ ଛାତ୍ରୀ ଛାତ୍ରଙ୍କ ଉପସ୍ଥିତି ନେଇ ପାଠପଢ଼ାରେ ପ୍ରଭାବ ପଡିଥାଏ। ଛାତ୍ରୀ ଛାତ୍ର ଅଧ୍ୟୟନ କରୁଥିବା ସ୍କୁଲ ବା କୋ-ଏଜୁକେସନ୍‌ ସ୍କୁଲରେ ଛାତ୍ରମାନେ ଭଲ ପାଠ ପଢ଼ିଥାନ୍ତି  ବୋଲି ଓହିଓ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି।

ଏସବୁ କାର୍ଯ୍ୟ ପ୍ରତି ମହିଳାଙ୍କ ଥାଏ ଆଗ୍ରହ...

ଏସବୁ କାର୍ଯ୍ୟ ପ୍ରତି ମହିଳାଙ୍କ ଥାଏ ଆଗ୍ରହ...

ପୁରୁଷଙ୍କ ତୁଳନାରେ ମହିଳା ସାମାଜିକ କାର୍ଯ୍ୟ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରନ୍ତି। ମହିଳା ସାମାଜିକ କାର୍ଯ୍ୟକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି। ପୁରୁଷ ବ୍ୟକ୍ତିଗତ ସ୍ବାର୍ଥକୁ ଗୁରୁତ୍ୱ ଦେଉଥିବାବେଳେ ମହିଳା ସାହି ପଡିଶାରେ ଦୁଃଖରେ ରହୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ 

ଶାରୀରିକ ସମ୍ପର୍କ ଚାହାନ୍ତିନି ଅଧିକାଂଶ ପୁରୁଷ...

ଶାରୀରିକ ସମ୍ପର୍କ ଚାହାନ୍ତିନି ଅଧିକାଂଶ ପୁରୁଷ...

ଅନେକ ଭାବନ୍ତି ଯେ, ପୁରୁଷମାନେ ଶାରୀରିକ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦିଅନ୍ତି। ମାତ୍ର ଚାଇନା ବେଜିଂ ବିଶ୍ୱବିଦ୍ୟାଳୟର ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଧିକାଂଶ ପୁରୁଷ ଶାରୀରିକ ସମ୍ପର୍କ ଚାହିଁ ନ ଥାନ୍ତି। ପୁରୁଷମାନେ ପ୍ରେମାଳପ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି।

ବିଶ୍ୱର ସର୍ବବୃହତ ବିୟର୍‌ ଫେଷ୍ଟିଭାଲ୍‌

ବିଶ୍ୱର ସର୍ବବୃହତ ବିୟର୍‌ ଫେଷ୍ଟିଭାଲ୍‌

ଜର୍ମାନୀର ମ୍ୟୁନିଖ୍‌ ସହରର ବିଶ୍ୱର ସର୍ବବୃହତ୍‌ ବିୟର୍‌ ଫେଷ୍ଟିଭାଲ୍‌ ‘ଅକ୍ଟୋବର ଫେଷ୍ଟ୍‌’ ଆରମ୍ଭ ହୋଇଯାଇଛି। ଏହା ୧୭ ଦିନ ଧରି ଚାଲିବ।

ମା’ ଝିଅ  ସମ୍ପର୍କ

ମା’ ଝିଅ ସମ୍ପର୍କ

ଝିଅଟିଏ ତା’ ଜୀବନରେ  ପ୍ରତିଟି ନିଷ୍ପତ୍ତି ନେବାରେ ତଥା ଭଲ ଓ ମନ୍ଦ ଉଭୟ ସମୟରେ ମା’ର କଥାକୁ ଗୁରୁତ୍ୱ ଦେଇଥାଏ। ଉଭୟ ପରସ୍ପର ମଧ୍ୟରେ ସୁଖଦୁଃଖ ବାଣ୍ଟିଥାନ୍ତି। ଝିଅର ହାତ ଧରି ତାକୁ ଠିକ୍‌ ରାସ୍ତାରେ ନେବା ହେଉଛି ଏକ ମା’ର କର୍ତ୍ତବ୍ୟ। ଜାଣନ୍ତୁ ସେ ସମ୍ପର୍କରେ କିଛି କଥା ଯାହା ଝିଅକୁ ଶିଖାଇବା ନିହାତି ଆବଶ୍ୟକ...

ଏଇଥି ପାଇଁ ମନ ଖୋଜେ ସାଥୀ...

ଏଇଥି ପାଇଁ ମନ ଖୋଜେ ସାଥୀ...

ପରିବେଶ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ। ଫଳରେ ମନୁଷ୍ୟଠାରେ ଋତୁ ଅନୁସାରେ ବିଭିନ୍ନ ପ୍ରବୃତ୍ତି ଜାଗ୍ରତ ହୋଇଥାଏ।

ମା’ଠୁ ସ୍ତନ୍ୟପାନ କରିଥିବା  ଶିଶୁର ସମ୍ପର୍କ ହୋଇଥାଏ କ’ଣ...

ମା’ଠୁ ସ୍ତନ୍ୟପାନ କରିଥିବା ଶିଶୁର ସମ୍ପର୍କ ହୋଇଥାଏ କ’ଣ...

ସ୍ତନ୍ୟପାନ  କରିଥିବା ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ। ଏନେଇ ବୋଇସ୍‌ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଧିକ ଦିନ ଧରି ସ୍ତନ୍ୟପାନ କରିଥିବା ଶିଶୁ ମା’ଠାରୁ ଦୂରେଇ ରହିପାରେ ନାହିଁ।

ସହଜରେ ଦୂରେଇ ହେବ ଯନ୍ତ୍ରଣା ଦେଉଥିବା ସ୍ମୃତି

ସହଜରେ ଦୂରେଇ ହେବ ଯନ୍ତ୍ରଣା ଦେଉଥିବା ସ୍ମୃତି

ମସ୍ତିଷ୍କର ସ୍ମୃତିରେ ଭଲ ଏବଂ ଖରାପ ଅନୁଭୁତି ରହିଥାଏ। ଭଲ ବା ସୁଖ ଅନୁଭୁତି ମନରେ ଆନନ୍ଦ ଆଣୁଥିବାବେଳେ ଖରାପ ଅନୁଭୁତି ଆଣିଥାଏ ମାନସିକ ଯନ୍ତ୍ରଣା।