ମନୋରଞ୍ଜନ |

ସୁଇଜରଲାଣ୍ଡରେ ପ୍ରତିଷ୍ଠା ହେବ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି

ସୁଇଜରଲାଣ୍ଡରେ ପ୍ରତିଷ୍ଠା ହେବ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି
ବର୍ନ: ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଯୋଜନା କରୁଛନ୍ତି ସୁଇଜରଲାଣ୍ଡ ସରକାର। ଶ୍ରୀଦେବୀଙ୍କ ସୁପରହିଟ୍‌ ଫିଲ୍ମ ‘ଚାନ୍ଦ୍‌ନୀ’ ସୁଇଜରଲାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପରିବେଶରେ ଶୁଟିଂ ହୋଇଥିବାରୁ ତାଙ୍କର ପ୍ରତିମୂର୍ତ୍ତି ଦେଶର ପର୍ଯ୍ୟଟନ ଶିଳ୍ପ ପାଇଁ ବେଶ୍‌ ମହତ୍ତ୍ୱ ରଖିବ ବୋଲି ଚିନ୍ତା କରାଯାଉଛି। ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ୟଶ୍‌ ଚୋପ୍ରାଙ୍କର ପ୍ରତିମୂର୍ତ୍ତି ମଧ୍ୟ ୨୦୧୬ରେ ଇଣ୍ଟରଲାକେନ୍‌ଠାରେ ପ୍ରତିଷ୍ଠା କରାଯାଇଥିଲା। ଦେଶର ପର୍ଯ୍ୟଟନ ଶିଳ୍ପ ପ୍ରତି ଲୋକପ୍ରିୟତା ବୃଦ୍ଧି ଲାଗି ଶ୍ରୀଦେବୀଙ୍କ ଭୂମିକାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ସେଥିପାଇଁ ଏଠାରେ ତାଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ ଲାଗି ବିଚାର କରାଯାଉଛି।  ୧୯୮୯ରେ ବ୍ଲକ୍‌ବଷ୍ଟର ‘ଚାନ୍ଦ୍‌ନୀ’ ସୁଇଜରଲାଣ୍ଡକୁ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଥିଲା। ୧୯୬୪ରେ ରାଜ କପୁରଙ୍କ ନିର୍ଦ୍ଦେଶିତ ‘ସଙ୍ଗମ’ ହେଉଛି ପ୍ରଥମ ଫିଲ୍ମ ଯାହାର ଶୁଟିଂ ସୁଇଜରଲାଣ୍ଡରେ ହୋଇଥିଲା। ପରେ ୧୯୬୭ରେ ‘ଆନ୍‌ ଇଭନିଙ୍ଗ୍‌ ଇନ୍‌ ପ୍ୟାରିସ୍‌’ର ଶୁଟିଂ ହୋଇଥିଲା। ଏହା ପରଠାରୁ ବଲିଉଡ୍‌ ସୁଇଜରଲାଣ୍ଡକୁ ଏକ ପ୍ରିୟତମ ଶୁଟିଂସ୍ଥଳରେ ପରିଣତ କରିବା ପରେ ଏହି ଦେଶର ପ୍ରାକୃତିକ ଦୃଶ୍ୟପଟ ଭାରତୀୟ ଫିଲ୍ମ ନିର୍ମାତାଙ୍କ ପାଇଁ ସ୍ବର୍ଗପୁର ପାଲଟିଯାଇଥିଲା।
All Right Reserved By

ମନୋରଞ୍ଜନ |

ଡରିଗଲେ ସଲମାନ

ଡରିଗଲେ ସଲମାନ

ଏମିତି ତ ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ଇଣ୍ଡଷ୍ଟ୍ରିରେ ସମସ୍ତେ ଡରନ୍ତି। କିନ୍ତୁ ଏଥର ସଲୁ ନିଜେ ଡରିଯାଇଛନ୍ତି। ଲାଗୁଛି କୋର୍ଟ କଚେରି ମାମଲା ସଲୁଙ୍କ ପିଛା ଛାଡୁନି।

ମହିଳାମାନେ ନିଜ ଅଧିକାର ପାଇଁ ସ୍ବର ଉଠାନ୍ତୁ: ସନ୍ନି ଲିଓନ୍‌

ମହିଳାମାନେ ନିଜ ଅଧିକାର ପାଇଁ ସ୍ବର ଉଠାନ୍ତୁ: ସନ୍ନି ଲିଓନ୍‌

ନୂଆଦିଲ୍ଲୀ: ମହିଳାମାନେ ନିଜ ଅଧିକାର ହାସଲ ପାଇଁ ସ୍ବର ଉଠାନ୍ତୁ ବୋଲି ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ୍‌ ପ୍ରକାଶ କରିଛନ୍ତି। ତରୁଣ ନ ହେଲେ ବି ପ୍ରାପ୍ତ ବୟସରେ ବଲିଉଡ୍‌ ଫିଲ୍ମରେ ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ସନ୍ନି ନିଜ ଅଧିକାର ହାସଲ ପାଇଁ ଦୃଢ଼ ଭାବରେ ଛିଡା ହେବାକୁ ସେ ମହିଳାମାନଙ୍କୁ ପରାମର୍ଶ ଦେଇଛନ୍ତି। ନିଜ ଜୀବନରେ ଅନେକ ପ୍ରତିବନ୍ଧକ ଦେଇ ଗତିକରିଥିବା ସେ କହିଛନ୍ତି।

ସତ କହିଲେ ପ୍ରିୟଙ୍କା

ସତ କହିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସବୁବେଳେ ରହୁଛନ୍ତି ଚର୍ଚ୍ଚାରେ। ଏବେ ସେ ତାଙ୍କ ପର୍ସନାଲ ଲାଇଫ୍‌ ସହ ଯୋଡି ହୋଇ ରହିଥିବା କିଛି କଥାର ରାଜ୍‌ ଖୋଲିଛନ୍ତି।

ମାଆ ହେଲେ କ୍ୟାନସର ପୀଡିତା ଅଭିନେତ୍ରୀ ଲିସା

ମାଆ ହେଲେ କ୍ୟାନସର ପୀଡିତା ଅଭିନେତ୍ରୀ ଲିସା

ମୁମ୍ବାଇ: ଅଭିନେତ୍ରୀ ଲିସା ରାୟ ଏବେ ମାଆ ହୋଇଛନ୍ତି। ତାହା ପୁଣି ସରୋଗେସି ମାଧ୍ୟମରେ। କ୍ୟାନସର ଭଳି ରୋଗ ସହ ଲଢି ଜୀବନ ଜିଇଁଥିବା ଏହି ଅଭିନେତ୍ରୀଙ୍କର ସ୍ବପ୍ନ ସାକାର ହୋଇଛି। 

ଏବେ ଦିଲ୍ଲୀରେ ପ୍ରତିଦିନ ଦେଖିହେବ ହଟ୍‌ ଷ୍ଟାର ସନ୍ନି ଲିଓନଙ୍କୁ

ଏବେ ଦିଲ୍ଲୀରେ ପ୍ରତିଦିନ ଦେଖିହେବ ହଟ୍‌ ଷ୍ଟାର ସନ୍ନି ଲିଓନଙ୍କୁ

ନୂଆଦିଲ୍ଲୀ: ବଲିଉଡ୍‌ ବୋଲ୍ଡ କୁଇନ୍‌ ସନ୍ନି ଲିଓନଙ୍କୁ ଏବେ ସାଧାରଣ ଲୋକେ ଦେଖିପାରିବେ। ତାହା ପୁଣି ଅତି ନିକଟରୁ ଆଉ ରାଜଧାନୀ ଦିଲ୍ଲୀରେ। କଥା ହେଲା ଦିଲ୍ଲୀସ୍ଥିତ ମାଡାମ୍‌ ତୁଷାଡ୍ସ ମ୍ୟୁଜିୟମରେ ମଙ୍ଗଳବାରଠାରୁ ସ୍ଥାନିତ ହୋଇଛି ପର୍ନଷ୍ଟାର ସନ୍ନି ଲିଓନଙ୍କ ମହମ ପ୍ରତିମୂର୍ତ୍ତି। 

ଫେରିବେ ବ୍ଲାକ ବିୟୁଟି ବିପାଶା

ଫେରିବେ ବ୍ଲାକ ବିୟୁଟି ବିପାଶା

ମୁମ୍ବାଇ: ବଲିଉଡ୍‌ର ବୋଲ୍ଡ କୁଇନ୍‌ ବିପାଶା ବସୁ ପୁଣିଥରେ ସିଲ୍‌ଭର ସ୍କ୍ରିନ୍‌କୁ କମ୍‌ ବ୍ୟାକ୍‌ କରିବେ ବୋଲି ଖବର ଆସିଛି। ଲମ୍ବା ସମୟ ଧରି ବଡ ପରଦାରୁ ଦୂରେଇ ରହିଥିବା ଏହି ବ୍ଲାକ ବିୟୁଟି ଏକ ରିମେକ୍‌ ଫିଲ୍ମରେ ନଜର ଆସି ପାରନ୍ତି।

ଆଦର୍ଶ ମା’ର ଭାବମୂର୍ତ୍ତି ପ୍ରତିଷ୍ଠା କରିଛି ଫିଲ୍ମ

ଆଦର୍ଶ ମା’ର ଭାବମୂର୍ତ୍ତି ପ୍ରତିଷ୍ଠା କରିଛି ଫିଲ୍ମ

ନୂଆଦିଲ୍ଲୀ: ଟିଭି ଓ ଫିଲ୍ମ ପରଦାରେ ଅଭିନୟ କରିବା ଦ୍ୱାରା ଜଣେ ମହିଳା ପାଇଁ ଆଦର୍ଶ ମା’ର ଭାବମୂର୍ତ୍ତି ପ୍ରତିଷ୍ଠା ହୋଇପାରେ। ପ୍ରଥମ କରି ଅଭିନୟରେ ପାଦ ଦେଉଥିବା ଅଧିକାଂଶ ମହିଳା ଏହି ଅନୁଭୂତି ହାସଲ କରିଥାଆନ୍ତି। 

୩୭ ବର୍ଷ ସାନ ଗାୟିକାଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା

୩୭ ବର୍ଷ ସାନ ଗାୟିକାଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା

ମୁମ୍ବାଇ: ଭଜନ ଗାୟକ ଅନୁପ ଜଲୋଟା ବିଗ୍‌ ବସ୍‌ ୧୨ରେ କଣ୍ଟେଷ୍ଟାଣ୍ଟ ଭାବେ ନଜର ଆସିବେ।  ସେ ୨୮ବର୍ଷୀୟା ଗାୟିକା ଜସଲିନ୍‌ ମଥାରୁଙ୍କ ସହ ଏହି ଶୋ’ରେ ନଜର ଆସିବେ ବୋଲି ଜଣାପଡିଛି।

ଦୁଇ ବର୍ଷର ଅପେକ୍ଷା

ଦୁଇ ବର୍ଷର ଅପେକ୍ଷା

ଅପେକ୍ଷାର ଫଳ ମିଠା। ଦେଖୁନାହାନ୍ତି, ଦୁଇବର୍ଷ ଅପେକ୍ଷା କରିବା ପରେ ପୁଣି ଥରେ କେମିତି ଡାକରା ଆସିଲା। ଆଉ ଏଥର ମନ ଦୁଃଖ କରି ଫେରିବାକୁ ପଡି ନ ଥିଲା। 

ଆଲ୍ଲୁଙ୍କ ସଜବାଜ

ଆଲ୍ଲୁଙ୍କ ସଜବାଜ

ଆଲ୍ଲୁ ଅର୍ଜୁନ-କେବଳ ନାମ ହିଁ ଯଥେଷ୍ଟ। ତାମିଲ ସିନେମାରେ  ଇଏ ଜଣେ ପରିଚିତ ତଥା ଲୋକପ୍ରିୟ ଅଭିନେତା। ଏବେ ସେ ସଜବାଜରେ ବ୍ୟସ୍ତ।

ନାହିଁ ନାହିଁର ପ୍ରୋଜେକ୍ଟରେ ତାପସୀ

ନାହିଁ ନାହିଁର ପ୍ରୋଜେକ୍ଟରେ ତାପସୀ

ପ୍ରୋଜେକ୍ଟ ହେବ କି ନାହିଁ ତା’ ଉପରେ ଏବେ ମଧ୍ୟ ପ୍ରଶ୍ନବାଚୀ ଲାଗି ରହିଛି। ହେଲେ ପ୍ରଯୋଜକଙ୍କ କାଷ୍ଟିଂ ଫାଇନାଲ ହୋଇପାରୁ ନାହିଁ। ପ୍ରଯୋଜକ ଶୈଳେଶ ଆର. ସିଂଙ୍କ ଅନଟାଇଟଲଡ ଫିଲ୍ମକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। 

ଶୁଭ ଦିନକୁ ଅପେକ୍ଷା

ଶୁଭ ଦିନକୁ ଅପେକ୍ଷା

ଅକ୍ଷୟ କୁମାର ସେହି ଶୁଭ ଦିନକୁ ଅପେକ୍ଷା କରିଛନ୍ତି। କେବେ ‘ଟୁ. ଜିରୋ’ ଫିଲ୍ମଟି ପରଦା ଉପରକୁ ଆସିବ ତାହାକୁ ନେଇ ଏବେ ମଧ୍ୟ କଳ୍ପନାଜଳ୍ପନା ଲାଗି ରହିଛି।