ଫୁରସତ |

ଦୁଇ ହଜାର ବର୍ଷ ତଳର ବେଶ୍ୟାଳୟ

ଦୁଇ ହଜାର ବର୍ଷ ତଳର ବେଶ୍ୟାଳୟ
ଦେହ ବ୍ୟବସାୟ ବା ବେଶ୍ୟାବୃତ୍ତି ଏବେକାର କଥା ନୁହେଁ। ରାଜା ମହାରାଜାଙ୍କ ଅମଳରେ ମଧ୍ୟ ଏହା ପ୍ରଚଳିତ ଥିବା ଇତିହାସ କୁହେ। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି। ପଶ୍ଚିମ ଇଟାଲୀରେ ଏମିତି ଏକ ବେଶ୍ୟାଳୟର ସନ୍ଧାନ ମିଳିଛି ଯାହା ୨ହଜାର ବର୍ଷ ତଳର ବୋଲି ଐତିହାସିକମାନେ କହିଛନ୍ତି। ଏହା ଇଟାଲୀର ପ୍ରାଚୀନ ସହରରେ ଥିବା ପୋମ୍ପେଇ ମାଉଣ୍ଟ ବିସୁବିୟସ ନାମରେ ପରିଚିତ। ଅବଶ୍ୟ ଇଟାଲୀ ମାନଚିତ୍ରରେ ଏହା ଦର୍ଶାଯାଇନାହିଁ। ହେଲେ ଧର୍ମଗ୍ରନ୍ଥରେ ଏହାର ବର୍ଣ୍ଣନା କରାଯାଇଛି। କାରଣ ୭୯ଶ ଶତାଦ୍ଦିରେ ଆସିଥିବା ଏକ ଭୟଙ୍କର ଜ୍ୱାଳାମୁଖୀ ଯୋଗୁ ପୁରା ପୋମ୍ପେଇ ସହର ଧ୍ୱଂସ ପାଇ ଯାଇଥିଲା। ୧୭୪୮ରେ ଏହାର ଖନନ କରାଯିବା ପରେ ଏଠାରେ ଥିବା ବେଶ୍ୟାଳୟ ସମ୍ପର୍କରେ ଜଣାପଡିଥିଲା। ଏଠାରୁ ମିଳିଥିବା ଅବଶେଷକୁ ସଂରକ୍ଷଣ କରାଯାଇ ରଖାଯାଇଥିଲା। ୨୦୦୬ରେ ଏହା ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଖୋଲିଦିଆଯାଇଥିଲା। ଯେତେବେଳେ ସାଧାରଣ ଲୋକେ ଏହାକୁ ଦେଖିଲେ ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ଉକ୍ତ ଗୃହର କାନ୍ଥରେ କେତେ ଗୁଡିଏ ନଗ୍ନ ଚିତ୍ର ସ୍ଥାନ ପାଇଥିଲା। ଏହାପରେ ଏକ ଗବେଷଣାରୁ ଜଣାପଡିଥିଲା ଯେ ପୋମ୍ପେଇରେ ଦେହ ବ୍ୟବସାୟ ଅପରାଧ ନ ଥିଲା। ଏହାପରେ ମଧ୍ୟ ଦେହଜୀବୀଙ୍କୁ ବେଶ୍ୟାଳୟରେ ଗୁଲାମ ଭାବେ ରଖାଯାଉଥିଲା। ଏହି ବେଶ୍ୟାଳୟରେ ପ୍ରାୟ ୧୦ଟି କୋଠରି ଥିବା ବେଳେ ପଥରକୁ ନେଇ ଶଯ୍ୟା ପ୍ରସ୍ତୁତ କରାଯାଇଥିଲା। ଏଠାରେ ହିଁ ଦେହଜୀବୀମାନେ ଗ୍ରାହକଙ୍କ ସହ ସମୟ କାଟୁଥିଲେ। ଐତିହାସିକଙ୍କ ମତରେ ସେତେବେଳେ ପୁରୁଷମାନେ ଯେତେ ଚାହିଁଲେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାରେ ବାଧାବିଘ୍ନ ନ ଥିଲା। ହେଲେ ବିବାହିତା ମହିଳାଟି କେବଳ ତାଙ୍କ ସ୍ବାମୀଙ୍କ ବ୍ୟତୀତ ଆଉ କାହା ସହ ଶାରୀରିକ ସମ୍ପର୍କ ରଖିବାରେ କଟକଣା ଥିଲା। 
All Right Reserved By

ଫୁରସତ |

ବିଶ୍ୱର ସର୍ବବୃହତ ବିୟର୍‌ ଫେଷ୍ଟିଭାଲ୍‌

ବିଶ୍ୱର ସର୍ବବୃହତ ବିୟର୍‌ ଫେଷ୍ଟିଭାଲ୍‌

ଜର୍ମାନୀର ମ୍ୟୁନିଖ୍‌ ସହରର ବିଶ୍ୱର ସର୍ବବୃହତ୍‌ ବିୟର୍‌ ଫେଷ୍ଟିଭାଲ୍‌ ‘ଅକ୍ଟୋବର ଫେଷ୍ଟ୍‌’ ଆରମ୍ଭ ହୋଇଯାଇଛି। ଏହା ୧୭ ଦିନ ଧରି ଚାଲିବ।

ମା’ ଝିଅ  ସମ୍ପର୍କ

ମା’ ଝିଅ ସମ୍ପର୍କ

ଝିଅଟିଏ ତା’ ଜୀବନରେ  ପ୍ରତିଟି ନିଷ୍ପତ୍ତି ନେବାରେ ତଥା ଭଲ ଓ ମନ୍ଦ ଉଭୟ ସମୟରେ ମା’ର କଥାକୁ ଗୁରୁତ୍ୱ ଦେଇଥାଏ। ଉଭୟ ପରସ୍ପର ମଧ୍ୟରେ ସୁଖଦୁଃଖ ବାଣ୍ଟିଥାନ୍ତି। ଝିଅର ହାତ ଧରି ତାକୁ ଠିକ୍‌ ରାସ୍ତାରେ ନେବା ହେଉଛି ଏକ ମା’ର କର୍ତ୍ତବ୍ୟ। ଜାଣନ୍ତୁ ସେ ସମ୍ପର୍କରେ କିଛି କଥା ଯାହା ଝିଅକୁ ଶିଖାଇବା ନିହାତି ଆବଶ୍ୟକ...

ଏଇଥି ପାଇଁ ମନ ଖୋଜେ ସାଥୀ...

ଏଇଥି ପାଇଁ ମନ ଖୋଜେ ସାଥୀ...

ପରିବେଶ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ। ଫଳରେ ମନୁଷ୍ୟଠାରେ ଋତୁ ଅନୁସାରେ ବିଭିନ୍ନ ପ୍ରବୃତ୍ତି ଜାଗ୍ରତ ହୋଇଥାଏ।

ମା’ଠୁ ସ୍ତନ୍ୟପାନ କରୁଥିବା ସହିତ ଶିଶୁର ସମ୍ପର୍କ ହୋଇଥାଇ କ’ଣ...

ମା’ଠୁ ସ୍ତନ୍ୟପାନ କରୁଥିବା ସହିତ ଶିଶୁର ସମ୍ପର୍କ ହୋଇଥାଇ କ’ଣ...

ସ୍ତନ୍ୟପାନ କରୁଥିବା ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ। ଏନେଇ ବୋଇସ୍‌ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଧିକ ଦିନ ଧରି ସ୍ତନ୍ୟପାନ କରିଥିବା ଶିଶୁ ମା’ଠାରୁ ଦୂରେଇ ରହିପାରେ ନାହିଁ।

ସହଜରେ ଦୂରେଇ ହେବ ଯନ୍ତ୍ରଣା ଦେଉଥିବା ସ୍ମୃତି

ସହଜରେ ଦୂରେଇ ହେବ ଯନ୍ତ୍ରଣା ଦେଉଥିବା ସ୍ମୃତି

ମସ୍ତିଷ୍କର ସ୍ମୃତିରେ ଭଲ ଏବଂ ଖରାପ ଅନୁଭୁତି ରହିଥାଏ। ଭଲ ବା ସୁଖ ଅନୁଭୁତି ମନରେ ଆନନ୍ଦ ଆଣୁଥିବାବେଳେ ଖରାପ ଅନୁଭୁତି ଆଣିଥାଏ ମାନସିକ ଯନ୍ତ୍ରଣା। 

ପ୍ରେମରେ ପଡ଼ିଲେ ଏପରି ବଢ଼େ ଶକ୍ତି...

ପ୍ରେମରେ ପଡ଼ିଲେ ଏପରି ବଢ଼େ ଶକ୍ତି...

ପ୍ରେମରେ ପଡ଼ିଲେ ପ୍ରେମୀ ଯୁଗଳଙ୍କ ସ୍ମୃତିଶକ୍ତି  ବଢ଼ିଥାଏ। ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁ ମିଳିଛି। ଯୁବକଙ୍କ ତୁଳନାରେ ପ୍ରେମରେ ପଡ଼ିଥିବା ଯୁବତୀଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଏ। 

ଚୁମ୍ବନ ଦେବାରୁ ସ୍ବାମୀଙ୍କ ଜିଭ କାଟିଦେଲେ ସ୍ତ୍ରୀ

ଚୁମ୍ବନ ଦେବାରୁ ସ୍ବାମୀଙ୍କ ଜିଭ କାଟିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ, ୨୪।୯: ସ୍ବାମୀ-ସ୍ତ୍ରୀ ଝଗଡାର କରୁଣ ପରିସ୍ଥିତି। ଦିଲ୍ଲୀର ରନହୋଲା ନଗରରେ ଏକ ଅଜବ ଘଟଣା ଘଟିଛି। ସ୍ତ୍ରୀଙ୍କୁ ସ୍ବାମୀ ଚୁମ୍ବନ ଦେବାରୁ ତାଙ୍କ ଜିଭ କାଟି ଦେଇଛନ୍ତି ଗର୍ଭବତୀ ସ୍ତ୍ରୀ।

ଏହି ବିଲ୍ଡିଂ ଯେଉଁଠି ଅଛି ଶହ ଶହ ଟନ୍‌ ସୁନା...

ଏହି ବିଲ୍ଡିଂ ଯେଉଁଠି ଅଛି ଶହ ଶହ ଟନ୍‌ ସୁନା...

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ନିକଟରେ ରହିଛି ସବୁଠୁ ଅଧିକ ସୁନା। ଆମେରିକା ଏହି ସୁନାକୁ ଫୋର୍ଡନକ୍ସସ୍ଥିତ ବୁଲିୟନ ଡିପୋଜିଟ୍‌ରେ ରଖିଛି। ଏହାର ପରିମାଣ ୪୬ ଶହ ଟନ୍‌।

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ସିନ୍ଦୂରରେ ନିର୍ମିତ ଠାକୁର...

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ସିନ୍ଦୂରରେ ନିର୍ମିତ ଠାକୁର...

ଭାରତରେ ଅନେକ ସ୍ଥାନରେ ଗଣେଶ ମନ୍ଦିର ରହିଛି। ଏସବୁ ମନ୍ଦିରରେ ସାଧାରଣତଃ ଗଣେଶଙ୍କ ପଥର ନିର୍ମିତ ମୂର୍ତ୍ତି ପୂଜା ପାହାନ୍ତିି । ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଏକ ମନ୍ଦିରରେ ପୂଜା ପାଉଛନ୍ତି ସିନ୍ଦୁରରେ ନିର୍ମିତ ଗଣେଶ ମୂର୍ତ୍ତି। 

ସୌରଜଗତକୁ  ପରିକ୍ରମା କରୁଥିବା  ସ୍ବପ୍ନର ମଣିଷ

ସୌରଜଗତକୁ ପରିକ୍ରମା କରୁଥିବା ସ୍ବପ୍ନର ମଣିଷ

ପୃଥିବୀକୁ ମିଶେଇ ଆମ ସୌରଜଗତରେ ଆଠଟି ଗ୍ରହ ଅଛନ୍ତି ା ଗ୍ରହଗୁଡ଼ିକ ନିଜ ଚାରିପଟେ ନଟୁ ପରି ବୁଲିବା ସହ ସୂର୍ଯ୍ୟଙ୍କ ଚାରିପଟେ ଘୂରୁଛନ୍ତିି। ସୂର୍ଯ୍ୟ ମଧ୍ୟ ସ୍ଥିର ନୁହେଁ ା ସେ ବି ନିଜ ଚାରିପଟେ ଘୂରିବା ସହ ଆମ ଆକାଶଗଙ୍ଗା ଛାୟାପଥରେ ଘୂରୁଛି। ଆକାଶଗଙ୍ଗା ଛାୟାପଥରେ ସୂର୍ଯ୍ୟ ଭଳି କୋଟି କୋଟି ବଡ଼ ସାନ ନକ୍ଷତ୍ର ରହିଛି। ଆମ ବିଶ୍ୱ ବ୍ରହ୍ମାଣ୍ଡରେ ଆକାଶଗଙ୍ଗା ଛାୟାପଥ ଭଳି ଅନେକ ଛାୟାପଥ ରହିଛି ା ସବୁ ଛାୟାପଥ ଘୂରୁଛନ୍ତି ା ମୋଟାମୋଟି କହିଲେ, ବିଶ୍ୱ ବ୍ରହ୍ମାଣ୍ଡରେ ସମସ୍ତ ଗ୍ରହ, ଉପଗ୍ରହ, ନକ୍ଷତ୍ର ଓ ଛାୟାପଥ ସମସ୍ତେ ଘୂରୁଛନ୍ତି। ସତରେ କେତେ ଶୃଙ୍ଖଳିତ ସେମାନେ?

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

କୁହାଯାଏ ବୟସ ବଢ଼ିଲେ ତାହାର ପ୍ରଭାବ ଶରୀର ଉପରେ ବାରି ହୋଇପଡ଼ିଥାଏ। ବିଶେଷକରି ଚର୍ମରେ ଏହାର ପ୍ରଭାବ ଦେଖାଯିବା ଫଳରେ ଏହା ନରମ ହୋଇଯାଏ। ସେହିପରି ଆଖିରେ ମଧ୍ୟ ରିଙ୍କେଲ(କୁଞ୍ଚନ) ଦେଖାଯାଇଥାଏ। ଏଥିରୁ ହିଁ ବ୍ୟକ୍ତିର ବୟସ ଅନ୍ୟମାନଙ୍କୁ ସହଜରେ ଜଣାପଡ଼ିଯାଏ। 

ଆଇଫୋନ୍‌ ଗନ୍‌

ଆଇଫୋନ୍‌ ଗନ୍‌

ପୃଥିବୀରେ ଯେତିକି ଲୋକଙ୍କ ପାଖରେ ବନ୍ଧୁକ ଅଛି ତା’ର ୪୮% ଅଛି କେବଳ ଆମେରିକୀୟଙ୍କ ପାଖରେ। ସେଥିପାଇଁ ତ ଏଠାକାର ଅସ୍ତ୍ରଶସ୍ତ୍ର ତିଆରି କରୁଥିବା କମ୍ପାନୀର ବାର୍ଷିକ ଆୟ ୯୧୦୦୦ କୋଟି ହୋଇଥାଏ।