ମନୋରଞ୍ଜନ |

ଗଛ ଚଢ଼ା ଶିଖୁଛନ୍ତି ଆଦା

ଗଛ ଚଢ଼ା ଶିଖୁଛନ୍ତି ଆଦା
ଆଦା ଶର୍ମା ଏବେ ଗୋଟିଏ କାମରେ ବ୍ୟସ୍ତ। ସୀମିତ ସମୟ ଭିତରେ ଏହି କାମକୁ ଯେମିତି ହେଲେ ଶେଷ କରିବାକୁ ପଡିବ। ତାହା କ’ଣ ଜାଣନ୍ତି ? ଗଛ ଚଢ଼ା। ହେଲେ କ’ଣ ଏମିତି ଦରକାର ପଡିଲା ଯେ ସେ ଗଛ ଚଢ଼ା ଶିଖୁଛନ୍ତି। ଏବେ ଆଦା  ଏକ ଆକ୍ସନ ଥ୍ରୀଲର ହିନ୍ଦୀ ସିନେମା ‘କମାଣ୍ଡୋ ୩’ରେ ଅଭିନୟ କରୁଛନ୍ତି। ଏଥିରେ ତାଙ୍କୁ ଗଛ ଚଢ଼ିବାକୁ ପଡିବ। ଅର୍ଥାତ୍‌, ଯେଉଁ କଥାକୁ ସେ ପିଲାଦିନରୁ ଡରନ୍ତି ଏବେ ସେହି କାମ କରିବାକୁ ପଡିବ। ଯେହେତୁ ଆକ୍ଟିଂ ସହ ଏହା ଜଡିତ ତେଣୁ ସାହସର ସହ ଗଛ ଚଢ଼ିବା ଶିଖୁଛନ୍ତି। ପୁଣି ଏଭଳି ଫଟୋକୁ ସେ  ତାଙ୍କର ସୋସିଆଲ ସାଇଟ୍‌ରେ ପୋଷ୍ଟ କରିଛନ୍ତି। ଏ ବିଷୟରେ ଆଦ୍ୟା କହନ୍ତି, ‘ଏହି ଫିଲ୍ମରେ ମୋ ଭୂମିକାଟି ହେଲା ଭାବନା ରେଡ୍ଡୀ।’ ଏଭଳି ଏକ ଆକ୍ସନ ଥ୍ରୀଲର ଫିଲ୍ମ ମୋ କ୍ୟାରିୟରକୁ ବେଶ୍‌ ମାଇଲେଜ ଦେବ ଆଶା ରହିଛି।’  ‘କମାଣ୍ଡୋ ୩’ରେ ଆଦାଙ୍କ ଅପୋଜିଟ୍‌ରେ ଅଛନ୍ତି ବିଦ୍ୟୁତ ଜାମଓ୍ବାଲ। ଏହାର ଶୁଟିଂ ଏବେ ଲଣ୍ଡନରେ ଚାଲୁ ରହିଛି। ଏହି ଫିଲ୍ମ ବ୍ୟତୀତ ତାଙ୍କୁ ତାମିଲ ଫିଲ୍ମରେ ବ୍ରେକ୍‌ ମିଳିଛି, ଯାହାର ଟାଇଟଲ ରହିଛି ‘ଚାର୍ଲି ଚାପଲିନ୍‌ ୨’। ଲୋକପ୍ରିୟ ଅଭିନେତା ତଥା ପ୍ରଯୋଜକ ପ୍ରଭୁଦେବାଙ୍କ ସହ ତାଙ୍କୁ ଏଥିରେ ଦେଖିବାକୁ ମିଳିବ। ୨୦୦୨ରେ ରିଲିଜ ହୋଇଥିବା ପ୍ରଭୁଦେବାଙ୍କ ‘ଚାର୍ଲି ଚାପଲିନ୍‌’ର ଏହା ହେଉଛି ସିକୁଏଲ୍‌। 
All Right Reserved By

ମନୋରଞ୍ଜନ |

ସଫଳ ଯୋଡ଼ି ସିଲୁ-କାଳୀ

ସଫଳ ଯୋଡ଼ି ସିଲୁ-କାଳୀ

ଜଲିଉଡ୍‌ର ଅନେକ ସୁପରହିଟ୍‌ ଯାତ୍ରାଯୋଡ଼ିଙ୍କ ମଧ୍ୟରୁ ସିଲୁ-କାଳୀ ବେଶ୍‌ ପ୍ରସିଦ୍ଧ। ସିଲୁଙ୍କ ମୂଳନାମ ସମ୍ପଦ ପ୍ରସାଦ ସ୍ବାଇଁ ହୋଇଥିବା ବେଳେ ଇଣ୍ଡଷ୍ଟ୍ରିରେ ସେ ‘ସିଲୁ’ ଭାବରେ ଜଣାଶୁଣା। ସେହିଭଳି ଅଭିନେତ୍ରୀ କାଳୀଙ୍କ ମୂଳନାମ ନିକିତା ସ୍ବାଇଁ।

”ଭଲ କଳାକାର ହେଇ ବଞ୍ଚତ୍ବାକୁ ଚାହେଁ“

”ଭଲ କଳାକାର ହେଇ ବଞ୍ଚତ୍ବାକୁ ଚାହେଁ“

କିଏ ଚାହେଁ ବଡ଼ ହୋଇ ଭଲ ଚାକିରି କରିବ। ହେଲେ ସେ ଚାହୁଁଥିଲେ ସେ ବଡ଼ ହେଇ ଜଣେ କଳାକାର ହେବେ। ସତେ ଯେମିତି କଳାକୁ ସାଥିରେ ନେଇ ଜନ୍ମ ହୋଇଥିଲେ ସେ। 

କନ୍ୟା ସନ୍ତାନର ଜନନୀ ହେଲେ ନେହା

କନ୍ୟା ସନ୍ତାନର ଜନନୀ ହେଲେ ନେହା

ମୁମ୍ବାଇ: ସେଲିବ୍ରିଟି କପୁଲ ନେହା ଧୁପିଆ ଓ ଅଙ୍ଗଦ ବେଦୀ ଏକ କନ୍ୟା ସନ୍ତାନର ଅଭିଭାବକ ପାଲଟି ଯାଇଛନ୍ତି। ରବିବାର ସକାଳେ ନେହା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ସୋନାଲିଙ୍କ ପରେ କ୍ୟାନସରରେ ପୀଡିତ ହେଲେ ଆଉ ଜଣେ ଅଭିନେତ୍ରୀ

ସୋନାଲିଙ୍କ ପରେ କ୍ୟାନସରରେ ପୀଡିତ ହେଲେ ଆଉ ଜଣେ ଅଭିନେତ୍ରୀ

ମୁମ୍ବାଇ,୧୮।୧୧: ବଲିଉଡରେ ଗୋଟିଏ ପଟେ ଖୁସିର ପରିବେଶ ଥିବା ବେଳେ ଅନ୍ୟପଟେ ଦୁଃଖ ବି ରହିଛି। ଏବେ ନାୟିକା ସୋନାଲି ବେନ୍ଦ୍ରେ କ୍ୟାନସରରେ ପୀଡିତ ହୋଇ ବିଦେଶରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପ୍ରଶଂସକମାନେ  ସେ ଶୀଘ୍ର ସୁସ୍ଥ ହେବାର କାମନା କରୁଛନ୍ତି।

ମୁମ୍ବାଇ ଫେରିଲେ ଦୀପିକା-ରଣବୀର

ମୁମ୍ବାଇ ଫେରିଲେ ଦୀପିକା-ରଣବୀର

ମୁମ୍ବାଇ,୧୮।୧୧: ବଲିଉଡ୍‌ର ବହୁ ଚର୍ଚ୍ଚିତ ଯୋଡି ଦୀପିକା ପାଦୁକୋନ ଓ ରଣବୀର କପୁର ରବିବାର ସକାଳୁ ମୁମ୍ବାଇ ଫେରିଛନ୍ତି। ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବାକୁ ଅନେକ ଲୋକ ଅପେକ୍ଷା କରିଥିଲେ।

ବନ୍ଦ ଘରେ ଆଲିୟା

ବନ୍ଦ ଘରେ ଆଲିୟା

ମହେଶ ତନୟା ଆଲିୟା ଏବେ ଏକ ବନ୍ଦ ଘରେ ରହୁଛନ୍ତି। ଖୁବ୍‌ ଅଳ୍ପ ସମୟ ପାଇଁ ବାହାରକୁ ବାହାରୁଛନ୍ତି। ପୁଣି ତା’ ଭିତରକୁ ଆଉ କେହି ଯାଇପାରିବେ ନାହିଁ। ହେଲେ ସେହି ଘର ଭିତରେ ସେ କ’ଣ କରୁଛନ୍ତି ? ଏହା ପଛରେ ସେମିତି କିଛି ସ୍ପେଶାଲ କଥା ନାହିଁ।

କାଜଲଙ୍କ ମୌନ ଅବତାର

କାଜଲଙ୍କ ମୌନ ଅବତାର

ତେଲୁଗୁ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଏବେ ଅଧିକାଂଶ ସମୟ ନୀରବ ରହୁଛନ୍ତି। କେହି ଭେଟ ହେଲେ ଅଳ୍ପ ସମୟ କଥା ହେଉଛନ୍ତି। ପୂର୍ବରୁ ତାଙ୍କ ସହ କାହାର ଭେଟ ହେଲେ ସେ ବେଶ କିଛି ସମୟ କଥା ହେଉଥିଲେ, ହେଲେ ଏବେ ତାଙ୍କର ମୌନ ଅବତାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ ତାଙ୍କ ଅଭିନୀତ ଏକ ତେଲୁଗୁ ଫିଲ୍ମର ଟିଜର ରିଲିଜ ହୋଇଥିଲା। 

ଦୋଛକିରେ ଦିଶା

ଦୋଛକିରେ ଦିଶା

ଏକ ନୂଆ ସିନେମାକୁ ନେଇ ଦିଶା ପଟାନି ଦୋଛକିରେ ପଡିଯାଇଛନ୍ତି। ଏହାର କାହଣୀ ସିନା ମନକୁ ଛୁଇଁଛି ହେଲେ ତାହାର କାଷ୍ଟିଂକୁ ନେଇ ଅଡୁଆରେ ପଡିଛନ୍ତି। ଟାଇଟଲ ଫାଇନାଲ ହୋଇ ନ ଥିବା ଏହି ଫିଲ୍ମରେ ଦିଶାଙ୍କ ଅପୋଜିଟ୍‌ରେ ପ୍ରଯୋଜକ ଜଣେ ନବାଗତଙ୍କୁ ନେବାକୁ ଚାହୁଁଛନ୍ତି। ହେଲେ ଦିଶାଙ୍କ ଇଚ୍ଛା ସୁଶାନ୍ତ ସିଂ ରାଜପୁତ କେମିତି ଏଥିରେ ଏଣ୍ଟ୍ରି କରିବେ।

ଅଭିନବ ପ୍ରୟାସ

ଅଭିନବ ପ୍ରୟାସ

ଥରେ ମନେ ପକାନ୍ତୁ ନା ସୁପରହିଟ୍‌ ଓଡ଼ିଆ ଚଳଚ୍ଚିତ୍ର ‘ଆଇ ଲଭ୍‌ ୟୁ’କୁ। ଏଥିରେ ସଂଯୋଜିତ ‘ମିତରେ ମିତ’ ଗୀତଟିକୁ ଏବେ ମଧ୍ୟ ଅନେକ ଗୁଣୁଗୁଣେଇ ଥାଆନ୍ତି। ବର୍ତ୍ତମାନର ଅନ୍ୟତମ ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତିଙ୍କର ଏହା ଥିଲା ପ୍ରଥମ ଚଳଚ୍ଚିତ୍ର। ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ତାଙ୍କୁ ରାତାରାତି ଷ୍ଟାର ମାନ୍ୟତା ଦେଇଥିଲା।

ଶ୍ରଦ୍ଧାଙ୍କ ଦୁଃଖ

ଶ୍ରଦ୍ଧାଙ୍କ ଦୁଃଖ

ଶ୍ରଦ୍ଧା କପୁରଙ୍କ ମନ ଭଲ ନାହିଁ। କଥାଟିକୁ ସେ ଯେତେ ଭୁଲିବାକୁ ଚାହୁଁଛନ୍ତି ଭୁଲି ପାରୁନାହାନ୍ତି। କଥା କ’ଣ କି ସେ ନିକଟରେ ତାଙ୍କ ସାଙ୍ଗମାନଙ୍କୁ ଟ୍ରିଟ୍‌ ଦେବାକୁ କଥା ଦେଇଥିଲେ।

ସ୍ପେଶାଲ ଗିଫ୍ଟ

ସ୍ପେଶାଲ ଗିଫ୍ଟ

ବରୁଣଙ୍କ ସ୍ପେଶାଲ ଗିଫ୍ଟକୁ ନେଇ ଏବେ ଚର୍ଚ୍ଚା। ନିକଟରେ କ’ଣ ହୋଇଛି ନା ପ୍ରେମିକା ନତାଶା ଦଲାଲଙ୍କ ସହ ତାଙ୍କର ଟିକେ ମତାନ୍ତର ହୋଇଯାଇଥିଲା। ଯାହା ହେଲେ ବି ତାଙ୍କୁ ମନାଇବାକୁ ପଡିବ। 

ମହିଳା କମିଶନକୁ ଭୟ

ମହିଳା କମିଶନକୁ ଭୟ

ମୁମ୍ବାଇ: ନୋଟିସ ଜାରି ସତ୍ତ୍ୱେ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ମହାରାଷ୍ଟ୍ର ରାଜ୍ୟ ମହିଳା କମିଶନ ନିକଟରେ ହାଜର ହେଉନାହାନ୍ତି। ଏଥିପାଇଁ ତନୁଶ୍ରୀଙ୍କ ଯୌନ ମାମଲାର ବିଚାର ପ୍ରକ୍ରିୟାରେ ଅଗ୍ରଗତି ହୋଇପାରୁ ନ ଥିବା କମିଶନ୍‌ ପକ୍ଷରୁ କୁହାଯାଇଛି।