ମନୋରଞ୍ଜନ |

କୋଟିଏରେ ଗୋଟିଏ ମନ

କୋଟିଏରେ ଗୋଟିଏ ମନ
ସମାଜର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ। ଦୁନିଆରେ ଘଟୁଥିବା ବିଭିନ୍ନ ଘଟଣାବଳୀକୁ ଏଥିରେ ପ୍ରକାଶ କରାଯାଏ। ଏହି ମିଡିଆ ହାଉସ୍‌ ଉପରେ ପର୍ଯ୍ୟବସିତ ଏକ ମୌଳିକ ତଥା ସତ୍ୟ ଘଟଣାକୁ ଆଧାର କରି ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା। ଏହାର ଶୀର୍ଷକ ରହିଛି ‘କୋଟିଏରେ ଗୋଟିଏ ମନ’। ଚଳଚ୍ଚିତ୍ର ସମ୍ପର୍କରେ ସୂଚନା ଦେଇ ଏହାର ନିର୍ଦ୍ଦେଶକ ନରୋତ୍ତମ ପରିଡା କହନ୍ତି, ‘ସତ୍ୟର କେବେ ମୃତ୍ୟୁ ନାହିଁ। ଏହାକୁ ଯେତେ ଲୁଚାଇଲେ ମଧ୍ୟ ତାହା କେଉଁଠି ନା କେଉଁଠି ପ୍ରକାଶ ପାଏ। ଏ ସମାଜର ପ୍ରତ୍ୟେକ ମଣିଷର ମନର ଭାବାବେଗକୁ ବିଭିନ୍ନ ଚରିତ୍ର ମାଧ୍ୟମରେ ଉକ୍ତ ଚଳଚ୍ଚିତ୍ରରେ ଦୃଶ୍ୟାୟିତ କରାଯାଇଛି। ଏଭଳି ଏକ ଭିନ୍ନ ଧରଣର ତଥା ରୋମାଞ୍ଚକର କାହାଣୀ ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ଆଶା ରହିଛି।’ ମିଲନ୍‌ ମୁଭିଜ, ଭୁବନେଶ୍ୱର ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ଧୀରସାମନ୍ତ। କାହାଣୀ, ଚିତ୍ରନାଟ୍ୟ, ସଙ୍ଗୀତ, ସିନେମାଟୋଗ୍ରାଫି ଏବଂ ସହ-ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଅନ୍ୟତମ ଆଗଧାଡିର କ୍ୟାମେରାମ୍ୟାନ ତଥା ନିର୍ଦ୍ଦେଶକ ରାଜୁ ମିଶ୍ର। ସଂଯୋଜିତ ଗୀତଗୁଡିକୁ ରଚନା କରିଛନ୍ତି ସଚ୍ଚି ମହାନ୍ତି ଏବଂ ପ୍ରଦୀପ୍ତ ନନ୍ଦ। ମିହିର ଦାସ, କୁନା ତ୍ରିପାଠୀ, ରିତୁ ଷଡ଼ଙ୍ଗୀ, ରୋହିତ ରାଜ, ଅମରଜିତ ମିଶ୍ର, ମଧୁସ୍ମିତା ପ୍ରଧାନ, ଅଙ୍କିତା ରାଉତ, କୁନ୍‌ମୁନ୍‌ ମିତା ଚକ୍ରବର୍ତ୍ତୀ, ନିବେଦିତା ସାମଲଏବଂ ପ୍ରାପ୍ତି ନାୟକ (ବର୍ଷା) ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି।
All Right Reserved By

ମନୋରଞ୍ଜନ |

ରଣବୀରଙ୍କ ପୂର୍ବରୁ ଥିଲେ ତାଙ୍କର  ୫ ପ୍ରେମିକ

ରଣବୀରଙ୍କ ପୂର୍ବରୁ ଥିଲେ ତାଙ୍କର ୫ ପ୍ରେମିକ

ବଲିଉଡ ୟଙ୍ଗ୍‌ ସେନସେସନ୍‌ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସମ୍ପର୍କକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଦୁହେଁ ନିଜ ନିଜ ଅଭିନୟ ଲାଗି ଯେତିକି ଲୋକପିୟ ଆଫେୟାର୍ସ ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ।

ମହାକାଶକୁ ଯିବେ ଖିଲାଡି ହିରୋ

ମହାକାଶକୁ ଯିବେ ଖିଲାଡି ହିରୋ

ମୁମ୍ବାଇ: କିଛିଦିନ ହେବ ରୂପେଲି ପରଦାରେ ଜବରଦସ୍ତ ପରଫରମାନ୍ସ ଦେଉଛନ୍ତି ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ପ୍ୟାଡ ମ୍ୟାନ୍‌’ ଭଲ ବିଜନେସ୍‌ କରିଥିବା ବେଳେ ଏବେ ପୁଣି ଥରେ ଏକ ଭିନ୍ନ ଚରିତ୍ର ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଅକ୍ଷୟ। 

ଓସ୍କାର ଦୌଡରେ ସାମିଲ ହେଲା ଇରଫାନଙ୍କ ଅଭିନୀତ ଫିଲ୍ମ

ଓସ୍କାର ଦୌଡରେ ସାମିଲ ହେଲା ଇରଫାନଙ୍କ ଅଭିନୀତ ଫିଲ୍ମ

ଢାକା,୨୫।୯: ବଲିଉଡର ନାଁକରା ଅଭିନେତା ଇରଫାନ ଖାଁଙ୍କ ଅଭିନୀତ ଏକ ବାଂଲାଦେଶୀ ଫିଲ୍ମ ଓସ୍କାର ଦୌଡରେ ସାମିଲ ହୋଇଛି। ‘ଡୁବ: ନୋ ବେଡ୍‌ ଅଫ୍‌ ରୋଜେସ୍‌’ ନାମକ ଏହି ଫିଲ୍ମ ୨୦୧୯ ଓସ୍କାର ସମ୍ମାନ ପାଇଁ ବାଂଲାଦେଶରୁ ପଠାଯାଇଥିବା ସୂଚନା ମିଳିଛି।

ହସ୍ପିଟାଲ ଗଲେ କମେଡି କୁଇନ୍‌ ଭାରତିଙ୍କ ସହ ସ୍ବାମୀ ହର୍ଷ

ହସ୍ପିଟାଲ ଗଲେ କମେଡି କୁଇନ୍‌ ଭାରତିଙ୍କ ସହ ସ୍ବାମୀ ହର୍ଷ

ମୁମ୍ବାଇ: କମେଡି କୁଇନ୍‌ ଭାରତି ସିଂ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ଏବେ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୁହେଁ ଏବେ ଏକ ମାରାତ୍ମକ ରୋଗରେ ପୀଡିତ।

ଅଷ୍ଟ୍ରେଲିଆରେ ଶିଳ୍ପା ଶେଟ୍ଟି ବର୍ଣ୍ଣ ବୈଷମ୍ୟର ଶିକାର

ଅଷ୍ଟ୍ରେଲିଆରେ ଶିଳ୍ପା ଶେଟ୍ଟି ବର୍ଣ୍ଣ ବୈଷମ୍ୟର ଶିକାର

ସିଡ୍‌ନୀ,୨୪।୯: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟି କୁନ୍ଦ୍ରା ଅଷ୍ଟ୍ରେଲିଆରେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଛନ୍ତି। ସେ ସିଡ୍‌ନୀରୁ ମେଲବୋର୍ଣ୍ଡ ଯାତ୍ରା କରୁଥିବା ସମୟରେ ଏହା ଘଟିଛି। 

ଭାଇଜାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି କ୍ୟାଟ୍ରିନା

ଭାଇଜାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି କ୍ୟାଟ୍ରିନା

ମୁମ୍ବାଇ: ବଲିଉଡର ବାର୍ବି ଗର୍ଲ କ୍ୟାଟ୍ରିନା କେଫ୍‌ ଦବଙ୍ଗ ଷ୍ଟାର ସଲମାନ ଖାଁଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ତେବେ ବଲିଉଡର ୩ଖାଁ ମାନେ ଶାହାରୁଖ, ଆମିର ଓ ସଲମାନଙ୍କ ଭିତରେ ସେ ସଲମାନ ଖାଁଙ୍କୁ ସବୁଠାରୁ ଭଲ ଅଭିନେତା ବୋଲି ଭାବନ୍ତି।

ସୋନମ-ଆନନ୍ଦ ପ୍ରେମ କାହାଣୀ

ସୋନମ-ଆନନ୍ଦ ପ୍ରେମ କାହାଣୀ

ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ଦୀର୍ଘ ଦିନର ପ୍ରେମ ବିବାହରେ ରୂପାନ୍ତରିତ ହୋଇସାରିଛି। ଆଉ ଏବେ ଦୁହେଁ ବୈବାହିକ ଜୀବନକୁ ନେଇ ବେଶ୍‌ ଖୁସିରେ ଅଛନ୍ତି ବୋଲି କହି ବୁଲୁଛନ୍ତି।

କିଏ ହେବ ଗୁଲସନ କୁମାର

କିଏ ହେବ ଗୁଲସନ କୁମାର

ଗୁଲସନ କୁମାର, ଯାହାଙ୍କର ପରିଚୟ ଦେବା କେବଳ ଔପଚାରିକତା ମାତ୍ର। କାରଣ ସଙ୍ଗୀତ ଜଗତରେ ସେ ସୃଷ୍ଟି କରିଥିଲେ ସ୍ବତନ୍ତ୍ର ସ୍ଥାନ। ଟି ସିରିଜ ନାମକ ଏକ କ୍ୟାସେଟ୍‌ କମ୍ପାନୀ ପ୍ରସ୍ତୁତ କରି ହିନ୍ଦୀ ତଥା ବିଭିନ୍ନ ପ୍ରାନ୍ତୀୟ ଭାଷାର ଗୀତଗୁଡିକୁ ସେ ଶ୍ରୋତାଙ୍କ ନିକଟରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। 

ମାଫିଆ ସବ୍ୟସାଚୀ

ମାଫିଆ ସବ୍ୟସାଚୀ

ଓଡ଼ିଆ ସିନେମା ‘ପାଗଳ ପ୍ରେମୀ’ରୁ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିବା ସବ୍ୟସାଚୀଙ୍କ ଖୁସି କହିଲେ ନ ସରେ। ଓଡ଼ିିଆ,ତେଲୁଗୁ ପରେ ସେ ଏବେ ଆଉ ଏକ ସିନେମା ଦୁନିଆରେ ପାଦ ରଖିଛନ୍ତି। 

ଟ୍ରୋଲ୍‌ର ଜବାବ ଦେଲେ ରିୟା

ଟ୍ରୋଲ୍‌ର ଜବାବ ଦେଲେ ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ନେଇ ଏବେ ସୋସିଆଲ ମିଡିଆ ବେଶ୍‌ ସରଗରମ। କିଛିଦିଦ ତଳେ ବିଗ୍‌ବସ୍‌ ୧୨ର କଣ୍ଟେଷ୍ଟାଣ୍ଟ ଭାବେ ଆସିଥିବା ଅଭିନେତ୍ରୀ ଜସଲିନ୍‌ ଓ ତାଙ୍କ ପୁରୁଷ ବନ୍ଧୁ ତଥା ତାଙ୍କଠାରୁ ୩୭ ବର୍ଷ ବଡ ଭଜନ ଗାୟକ ଅନୁପ ଜଲୋଟାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଆଲୋଚନା ହୋଇଥିଲା।

ମୋବାଇଲ୍‌ ନିଶା

ମୋବାଇଲ୍‌ ନିଶା

ସତେ ଯେମିତି ଲାଗୁଛି ମହେଶ ତନୟା ଆଲିୟାଙ୍କ ଆଖିକୁ ଆଉ କିଛି ଦେଖାଯାଉନାହିଁ। ଶୟନେ, ସପନେ, ଜାଗରଣେ କେବଳ ଗୋଟିଏ କଥା-ଲଭ୍‌..ଲଭ୍‌..ଲଭ୍‌। 

ଓଃ ! କି କଷ୍ଟ..

ଓଃ ! କି କଷ୍ଟ..

ଯାହା କହନ୍ତୁ ନା କାହିଁକି ୟାମିଙ୍କ ଧୈର୍ଯ୍ୟକୁ ମାନିବାକୁ ପଡିବ। ଅଫର ମିଳିବା ବେଳଠାରୁ ଶୁଟିଂ ଆରମ୍ଭ ହେବା ପର୍ଯ୍ୟନ୍ତ ସେ ଟେନସନରେ ଥିଲେ।