ଫୁରସତ |

ସବୁଠୁ ଛୋଟ ହେଲିକପ୍ଟର

ସବୁଠୁ ଛୋଟ ହେଲିକପ୍ଟର
ମାତ୍ର ଜଣେ ବସିପାରୁଥିବା ଏହି ହେଲିକପ୍ଟରର ନାଁ ହେଉଛି ଜେନ୍‌ ଏଚ୍‌-୪। ଜାପାନର ଜେନ୍‌ କର୍ପୋରେଶନ୍‌ ନାମକ ଏକ ଇଲେକ୍ଟ୍ରୋନିକ କମ୍ପାନୀ ହେଉଛି ଏହାର ନିର୍ମାତା। ୭୫ କି.ଗ୍ରା. ବିଶିଷ୍ଟ ଉକ୍ତ ଏକ ଜଣିକିଆ ଏୟାରକ୍ରାଫ୍ଟ ପୃଥିବୀର ସବୁଠୁ ଛୋଟ ହେଲିକପ୍ଟରର ମାନ୍ୟତା ପାଇଛି। ଏଥିରେ ଦୁଇଟି ରୋଟରର ଏକ ସେଟ୍‌ ଅଛି। ଆଉ ଏହା ଘଣ୍ଟା ପ୍ରତି ୫୦ କି.ମି. ବେଗରେ ଉଡିପାରେ। ଏଥିରେ ଏକ ଚେୟାର, ଫୁଟ୍‌ ରେଷ୍ଟ ଓ ହ୍ୟାଣ୍ଡେଲ ବାର୍‌ ଅଛି। ଏହାର ଡେଭଲପର୍‌ ଜେନାଇ ୟାନାଗିସାଓ୍ବା କହନ୍ତି, ”ଉକ୍ତ ହେଲିକପ୍ଟରର କନସେପ୍ଟ ଇଟାଲୀରୁ ଆସିଥିଲା। ତେଣୁ ଏହାର ପ୍ରଥମ ଉଡାଣରେ ମୁଁ ଭିନ୍ସି ଯିବାକୁ ଚାହୁଁଥିଲି, ଯାହାକି ଇଟାଲୀର ମହାନ୍‌ କଳାକାର ଓ ଉଦ୍ଭାବକଙ୍କୁ ମୋର ଶ୍ରଦ୍ଧାଞ୍ଜଳି ହେବ। ଆଉ ପ୍ରଥମ ଉଡାଣରେ ତାହା କରିପାରିଥିବାରୁ ବହୁ ଆତ୍ମସନ୍ତୋଷ ମିଳିଥିଲା।“

All Right Reserved By

ଫୁରସତ |

ନାକରେ କଳାଜାଇ ମହିଳାଙ୍କ ପାଇଁ ଆଣେ ସୌଭାଗ୍ୟ...

ନାକରେ କଳାଜାଇ ମହିଳାଙ୍କ ପାଇଁ ଆଣେ ସୌଭାଗ୍ୟ...

ମହିଳାଙ୍କ ନାକରେ କଳାଜାଇ ଥିଲେ ଏହା ଆଣିଥାଏ ସୌଭାଗ୍ୟ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ନାକର ବାମ ପଟେ କଳାଜାଇ ଥିବା ମହିଳାଙ୍କର ସ୍ବାମୀଙ୍କ ପ୍ରତି ରହିଥାଏ ଅତ୍ୟଧିକ ସ୍ନେହ ଓ ପ୍ରେମ। 

ଯେଉଁଠି ଶାରୀରିକ ସମ୍ପର୍କଠାରୁ  ଦୂରେଇ ରୁହନ୍ତି ଯୁବତୀ...

ଯେଉଁଠି ଶାରୀରିକ ସମ୍ପର୍କଠାରୁ ଦୂରେଇ ରୁହନ୍ତି ଯୁବତୀ...

ଦାମ୍ପତ୍ୟ ଜୀବନର ସଫଳତା ଅନେକ ଗୁଡ଼ିଏ କାରଣ ଉପରେ ନିର୍ଭର କରିଥାଏ। ସେଥିମଧ୍ୟରୁ ଅନ୍ୟତମ କାରଣ ହେଉଛି ଦମ୍ପତିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ। ତେବେ ଜାପାନ ଏବଂ ବ୍ରିଟେନ୍‌ରେ ଗତ ୧୦ ବର୍ଷ ଧରି ଦାମ୍ପତ୍ୟ ଜୀବନରେ ସୃଷ୍ଟି ହେବାରେ ଲାଗିଛି ଝଡ଼। 

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଜବ ପନ୍ଥା

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଜବ ପନ୍ଥା

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଜବ ପନ୍ଥା ଆପଣାଇଛିି ଅଷ୍ଟ୍ରେଲିଆର ଏକ କମ୍ପାନୀ।

ସାନିଟାରୀ ପ୍ୟାଡ୍‌ରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ

ସାନିଟାରୀ ପ୍ୟାଡ୍‌ରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ

ଜାକର୍ତ୍ତା, ୧୯।୧୧: ଯୁବତୀମାନଙ୍କ ଦ୍ୱାରା ବ୍ୟବହୃତ ସାନିଟାରୀ ନାପକିନ୍ସ ଓ ଟ୍ୟାମ୍ପୁନ୍ସରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। 

କାହିଁକି ପାଳିତ ହୁଏ ବଡ଼ ଓଷା...

କାହିଁକି ପାଳିତ ହୁଏ ବଡ଼ ଓଷା...

କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀରେ ପାଳିତ ହୋଇଥାଏ ବଡ଼ ଓଷା। ଏହି ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍‌ଥାନ ଏକାଦଶୀ ପରେ ପାଳିତ ହୋଇଥାଏ।

ଏମିତି ସ୍ଥାନ ଯେଉଁଠି ସମସ୍ତେ ଅନ୍ଧ...

ଏମିତି ସ୍ଥାନ ଯେଉଁଠି ସମସ୍ତେ ଅନ୍ଧ...

କାନାଡ଼ାର ଓଣ୍ଟୋରିଓ ପ୍ରଦେଶରେ ରହିଛି  ତିଲ୍‌ଟେକ୍‌ ଗାଁ। ଏଠାରେ ଜୋପ୍‌ଟେକ ଜନଜାତିର ଲୋକେ ବାସ କରନ୍ତି। ଏମାନେ ଉତ୍ତର ଆମେରିକାରୁ ଆସିଥିବା ରେଡ୍‌ ଇଣ୍ଡିଆନ ସମ୍ପ୍ରଦାୟର।

ଯେଉଁଠି ସନ୍ତାନ ଜନ୍ମରେ ପରିବାର ଲୋକେ କାନ୍ଦନ୍ତି...

ଯେଉଁଠି ସନ୍ତାନ ଜନ୍ମରେ ପରିବାର ଲୋକେ କାନ୍ଦନ୍ତି...

ସାନ୍ତାଳ ଜନଜାତି  ପୃଥିବୀରେ ବାସ କରୁଥିବା ସବୁଠୁ ପ୍ରାଚୀନତମ ଜନଜାତି। ଏମାନେ ମୁଖ୍ୟତଃ ଝାଡଖଣ୍ଡ, ଓଡ଼ିଶା, ବିହାର, ମଧ୍ୟପ୍ରଦେଶରେ ବାସ କରିଥାନ୍ତି। ଘନ ଜଙ୍ଗଲ ଭିତରେ ଥାଏ ଏମାଦଙ୍କର ବସ୍ତି।

ଯେଉଁଠି ସୋମବାର ଯୁବତୀଙ୍କ ସହିତ ଏପରି କରନ୍ତି ଯୁବକ...

ଯେଉଁଠି ସୋମବାର ଯୁବତୀଙ୍କ ସହିତ ଏପରି କରନ୍ତି ଯୁବକ...

ମଧ୍ୟ ୟୁରୋପର ପୋଲାଣ୍ଡୀ ଚେକ୍‌ ଗଣରାଜ୍ୟରେ ରହିଛି ଏକ ପରମ୍ପରା। ଏଠାରେ ସୋମବାର ନିଜ ମନପସନ୍ଦର ଯୁବତୀଙ୍କୁ ଯୁବକମାନେ ପାଣିରେ ଓଦା କରିବାର ଉତ୍ସବ ପାଳନ କରାଯାଇଥାଏ। 

ମନ୍ଦିର ଯେଉଁଠି ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା

ମନ୍ଦିର ଯେଉଁଠି ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା

ମଧ୍ୟପ୍ରଦେଶର ରତଲାମ ସହରର ମାଣକଠାରେ ରହିଛି ମାତା ଲକ୍ଷ୍ମୀଙ୍କର ଏକ ପ୍ରାଚୀନ ମନ୍ଦିର । ଏଠାରେ ପୂଜା ପାଇଁ ଆସିଥିବା ଭକ୍ତଙ୍କୁ ପ୍ରେସାଦରେ ଦିଆଯାଇଥାଏ ସୁନା। ଲକ୍ଷ୍ମୀଙ୍କ ଏହି ମନ୍ଦିରକୁ ପ୍ରତି ବର୍ଷ ବହୁ ଅନେକ ଭକ୍ତ ଦର୍ଶନ ପାଇଁ ଆସନ୍ତି । 

ଯେଉଁଠି କାଦୁଅରେ ଗାଧାନ୍ତି ଲୋକେ

ଯେଉଁଠି କାଦୁଅରେ ଗାଧାନ୍ତି ଲୋକେ

ଅଜରବୈଜାନର ଗୋବୁସ୍ତାନ ନ୍ୟାଶନାଲ ପାର୍କ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି। ଏଠାରେ ପାଖାପାଖି ୨୦ଟି ଜ୍ୱାଳାମୁଖୀ ଥିବାରୁ ଏହା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା ପାଇଛି। ଏଠାରେ ଥିବା ଜ୍ୱାଳାମୁଖୀ ୨୦ ବର୍ଷରେ ଥରେ ଫାଟି ଯାଇଥାଏ। 

ଫାଷ୍ଟ ଇମ୍ପ୍ରେସନ

ଫାଷ୍ଟ ଇମ୍ପ୍ରେସନ

କୁହାଯାଏ ପ୍ରଥମ ଇମ୍ପ୍ରେସନ ଦୀର୍ଘସ୍ଥାୟୀ ହୋଇଥାଏ। ତେଣୁ ପ୍ରଥମ ଇମ୍ପ୍ରେସନ ସର୍ବଦା ସକାରାତ୍ମକ ହେବା ନିହାତି ଆବଶ୍ୟକ। ତେବେ କୌଣସି ଜବ୍‌ ଇଣ୍ଟରଭ୍ୟୁ ହେଉ ବା ପ୍ରଥମ ଥର ଯଦି କାହାକୁ ଦେଖା କରିବାକୁ ଯାଉଛନ୍ତି ତେବେ ସେହି ସମୟରେ ଆପଣଙ୍କ ଇମ୍ପ୍ରେସନ କିଭଳି ରହିବା ଆବଶ୍ୟକ ସେ ସମ୍ପର୍କରେ...

ଅସୁନ୍ଦର ଚିତ୍ରର ସଂଗ୍ରହାଳୟ

ଅସୁନ୍ଦର ଚିତ୍ରର ସଂଗ୍ରହାଳୟ

ଅସୁନ୍ଦର ଜିନିଷ ପ୍ରତି ଲୋକମାନଙ୍କର ଏକ ନକାରାତ୍ମକ ଚିନ୍ତାଧାରା ରହିଥାଏ। କିନ୍ତୁ  ମାସାଚ୍ୟୁସେଟ୍‌ର ଦେଧାମଠାରେ ରହିଛି ଏଭଳି ଏକ ମ୍ୟୁଜିୟମ ଯାହା ଉଦ୍ଦିଷ୍ଟ କେବଳ ଅସୁନ୍ଦର ଚିତ୍ରକଳା ସକାଶେ।