ଫୁରସତ |

ଖପୁରି ପରି ହେବା ପାଇଁ

ଖପୁରି ପରି ହେବା ପାଇଁ
ସୁନ୍ଦର ଆଖି, ନାକ, ଓଠ, କାନ ଥିବା ମଣିଷର ଚେହେରା ଲାଗେ ଭାରି ଆକର୍ଷକ। ହେଲେ ମୃତ୍ୟୁ ପରେ ଏଇ ଚେହେରା ପଛର ଖପୁରି କିନ୍ତୁ ଲାଗେ ଭାରି ଭୟାନକ। ତାକୁ ଦେଖିଦେଲେ ଲୋମଟାଙ୍କୁରି ଉଠେ। ହେଲେ କଲମ୍ବିଆର କାଲାକା ସ୍କଲ ନାମକ ଜଣେ ୨୨ ବର୍ଷୀୟ ଟାଟୁ ଆର୍ଟିଷ୍ଟ ନିଜ ଚେହେରାକୁ ଖପୁରିରେ ରୂପାନ୍ତରିତ କରିଦେଇଛନ୍ତି। ଭାବି ଆଶ୍ଚର୍ଯ୍ୟ ହେଉଥିବେ ଚେହେରାକୁ ଖପୁରି ପରି କିଭଳି କରିହେବ? ତେବେ କାଲାକା ବିଭିନ୍ନ ସର୍ଜରି ଓ ଟାଟୁ କରି ନିଜ ମୁହଁକୁ ଖପୁରିର ରୂପ ଦେଇଛନ୍ତି। ତେବେ ତାଙ୍କର ପ୍ରକୃତ ନାମ ହେଉଛି ଏରିକ୍‌ ୟେଇନର ହିନ୍‌କ୍ୟାପି ରମିରେଜ୍‌। ପିଲାଦିନୁ ତାଙ୍କ ଭିତରେ ଖପୁରିକୁ ନେଇ ଭଲ ପାଇବା ଓ ଆକର୍ଷଣ ଥିଲା। ଆଉ ନିଜ ଚେହେରାକୁ ବି ସେ ଖପୁରିରେ ରୂପାନ୍ତରିତ କରିବାକୁ ଚାହୁଁଥିଲେ। ହେଲେ ତାଙ୍କ ମା’ ଏହାକୁ ବିରୋଧ କରୁଥିଲେ। ଦୁଇ ବର୍ଷ ତଳେ କାଲାକାଙ୍କ ମା’ ମୃତ୍ୟୁବରଣ କଲେ। ଏହାପରେ ହିଁ ସେ ଚେହେରାକୁ ଖପୁରିରେ ରୂପାନ୍ତରିତ କରିବା ଆରମ୍ଭ କଲେ। ପ୍ରଥମେ ସେ ନାକର ତଳ ଭାଗରୁ ଅଧା କାଟିଲେ। କାରଣ ଖପୁରିର ନାକ ନ ଥାଏ। ଏହାସହିତ ଦୁଇ କାନର ବାହ୍ୟ ଅଂଶକୁ ବି କାଟିଦେଲେ। ଜିଭକୁ ଦୁଇ ଫାଳ କରି କାଟି ତାକୁ ଟାଟୁ ଦ୍ୱାରା ନୀଳ ଓ ଧୂସର ମିଶ୍ରିତ ରଙ୍ଗରେ ଟାଟୁ କରାଇଲେ। ଆଖିର ଧଳା ଅଂଶକୁ ବି କଳା କରାଇଲେ। କାନମୂଳଠାରୁ ଦୁଇ ଓଠ ଚାରିପଟେ ବିରାଟକାୟ ଦନ୍ତମାଳାର ଟାଟୁ କରିଛନ୍ତି। ଆଖି ଚାରିପଟେ ମୋଟା କଳା ରଙ୍ଗର ଟାଟୁ କରାଇଛନ୍ତି ଯେମିତିକି ତାହା ଆଖିର କୋରଡ ପରି ଲାଗିବ। କାଲାକା ହେଉଛନ୍ତି କଲମ୍ବିଆର ପ୍ରଥମ ବ୍ୟକ୍ତି, ଯିଏକି ନିଜର ନାକ ଓ ଦୁଇ କାନ କାଟିଛନ୍ତି। ଲୋକେ ତାଙ୍କୁ ଦେଖି ଭୟ କରନ୍ତି, ଅନେକେ ତାଚ୍ଛଲ୍ୟ ବି କରନ୍ତି। କେହି କେହି ପାଗଳ ବି କହନ୍ତି। ହେଲେ କାଲାକାଙ୍କ ଉପରେ ଏହାର ପ୍ରଭାବ ପଡି ନ ଥାଏ। ସେ ନିଜର ଏହି ଲୁକ୍‌କୁ ନେଇ ବେଶ୍‌ ସନ୍ତୁଷ୍ଟ। ସେ କୁହନ୍ତି, ମୁଁ ବି ଅନ୍ୟମାନଙ୍କ ଭଳି ସାଧାରଣ ମଣିଷ। ହେଲେ ଚେହେରା ଅସାଧାରଣ। 

All Right Reserved By

ଫୁରସତ |

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

କୁହାଯାଏ ବୟସ ବଢ଼ିଲେ ତାହାର ପ୍ରଭାବ ଶରୀର ଉପରେ ବାରି ହୋଇପଡ଼ିଥାଏ। ବିଶେଷକରି ଚର୍ମରେ ଏହାର ପ୍ରଭାବ ଦେଖାଯିବା ଫଳରେ ଏହା ନରମ ହୋଇଯାଏ। ସେହିପରି ଆଖିରେ ମଧ୍ୟ ରିଙ୍କେଲ(କୁଞ୍ଚନ) ଦେଖାଯାଇଥାଏ। ଏଥିରୁ ହିଁ ବ୍ୟକ୍ତିର ବୟସ ଅନ୍ୟମାନଙ୍କୁ ସହଜରେ ଜଣାପଡ଼ିଯାଏ। 

ଆଇଫୋନ୍‌ ଗନ୍‌

ଆଇଫୋନ୍‌ ଗନ୍‌

ପୃଥିବୀରେ ଯେତିକି ଲୋକଙ୍କ ପାଖରେ ବନ୍ଧୁକ ଅଛି ତା’ର ୪୮% ଅଛି କେବଳ ଆମେରିକୀୟଙ୍କ ପାଖରେ। ସେଥିପାଇଁ ତ ଏଠାକାର ଅସ୍ତ୍ରଶସ୍ତ୍ର ତିଆରି କରୁଥିବା କମ୍ପାନୀର ବାର୍ଷିକ ଆୟ ୯୧୦୦୦ କୋଟି ହୋଇଥାଏ। 

ହାତର ବିଭିନ୍ନ ସିମ୍ବଲ ଏବଂ ଏହାର ଉତ୍ପତ୍ତି

ହାତର ବିଭିନ୍ନ ସିମ୍ବଲ ଏବଂ ଏହାର ଉତ୍ପତ୍ତି

ମଣିଷ ସାଧାରଣତଃ ବିଭିନ୍ନ ଅଙ୍ଗଭଙ୍ଗୀ କରିଥାଏ। ହେଲେ ସେସବୁ ମଧ୍ୟରୁ କେତୋଟି ନିର୍ଦ୍ଦିଷ୍ଟ ଭଙ୍ଗୀକୁ କିଛି ସିମ୍ବଲ ଭାବେ ଗ୍ରହଣ କରାଯାଇଥାଏ। ଠିକ୍‌ ଯେମିତି ହାତର ଆଙ୍ଗୁଳିରେ କରାଯାଉଥିବା କିଛି ଭଙ୍ଗୀ ବା ମୁଦ୍ରା ବି ବିଭିନ୍ନ ସିମ୍ବଲ ଭାବେ ଜନ ସାଧାରଣରେ ବେଶ୍‌ ଆଦୃତ। ତେବେ ଏହାର ପ୍ରଚଳନ ଯେ କେତେ ପୁରୁଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ୟୁଥ୍‌ ଆଲର୍ଟ: ନିଜ ଫୋନ୍‌କୁ ରଖନ୍ତୁ ସୁରକ୍ଷିତ

ୟୁଥ୍‌ ଆଲର୍ଟ: ନିଜ ଫୋନ୍‌କୁ ରଖନ୍ତୁ ସୁରକ୍ଷିତ

ବର୍ତ୍ତମାନ କାହା ପାଖରେ ବା ସ୍ମାର୍ଟଫୋନ୍‌ ନାହିଁ। କେବଳ କଥା ହେବା କିମ୍ବା  ଇଣ୍ଟରନେଟ୍‌ ବ୍ୟବହାର ପାଇଁ ନୁହେଁ, ପର୍ସନାଲ ଡାଟା ଷ୍ଟୋରେଜ୍‌ ପାଇଁ ମଧ୍ୟ ଏହା ଏକ ଆବଶ୍ୟକ ସାମଗ୍ରୀରେ ପରିଣତ ହୋଇଗଲାଣି।

ରବର୍‌ ଗର୍ଲ

ରବର୍‌ ଗର୍ଲ

ଜର୍ମାନୀର ୩୧ ବର୍ଷୀୟା ଜୁଲିଆ ଗୁନ୍ଥେଲ, ପରିଚିତ ଜେଲ୍ଟା ନାମରେ। ତାଙ୍କ ଶରୀର ଅସମ୍ଭବଭାବେ ନମନୀୟ। କହିବାକୁଗଲେ ରବର୍‌ ଭଳି। ସେ ନିଜ ଶରୀରକୁ ଏମିତି ମୋଡି ପାରନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।

ଶୁଭ ସୂଚକ ପ୍ରାଣୀ

ଶୁଭ ସୂଚକ ପ୍ରାଣୀ

ହିନ୍ଦୁଧର୍ମ ଅନୁଯାୟୀ ଗୋମାତାଙ୍କୁ ଦେବତା ତୁଲ୍ୟ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସାପ, ବୃଷଭ ଆଦି ଜୀବଙ୍କୁ ଦେବତା ସ୍ବରୂପ ଗ୍ରହଣ କରାଯାଏ। ସେହିଭଳି ବିଭିନ୍ନ ସଂସ୍କୃତିରେ ଭିନ୍ନ ଭିନ୍ନ ଜୀବଙ୍କୁ ଶୁଭ ସୂଚକ ବୋଲି କୁହାଯାଏ।

ପ୍ରଥମ ରୋଜଗାର ଟଙ୍କା ସ୍ବାମୀଙ୍କୁ ଦେଇଥିଲି

ପ୍ରଥମ ରୋଜଗାର ଟଙ୍କା ସ୍ବାମୀଙ୍କୁ ଦେଇଥିଲି

କଣ୍ଠଶିଳ୍ପୀ ତଥା ଲେଖିକା ଛନ୍ଦା ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଚାଲିଲା ଲେଗୋ ବ୍ରିକ୍‌ର କାର୍‌

ଚାଲିଲା ଲେଗୋ ବ୍ରିକ୍‌ର କାର୍‌

ଛୋଟ ପିଲାମାନେ ଲେଗୋ ବ୍ରିକ୍‌କୁ ଜଏଣ୍ଟ କରି ଘରଠୁ ଆରମ୍ଭ କରି ବ୍ରିଜ୍‌, ଗେଟ୍‌ ଅନେକ କିଛି ତିଆରି କରନ୍ତି। ତେବେ ନିକଟରେ ସେହି ଲେଗୋ ବ୍ରିକ୍‌ରେ ତିଆରି କରାଯାଇଥିଲା ଏକ ବୁଗାତି ଚିରୋନ୍‌ କାର୍‌। ଡେନମାର୍କର ଟୟ କମ୍ପାନୀ ଏହାକୁ ତିଆରି କରିଥିଲା। 

ଘାଟ

ଘାଟ

ନଦୀରେ ଯାତାୟାତ ପାଇଁ ଡଙ୍ଗାର ଆବଶ୍ୟକତା ଯେତିକି ଥାଏ, ସେତିକି ଥାଏ ଘାଟର। ନଦୀତଟର ଗୋଟିଏ ପଟରୁ ଅନ୍ୟ ପଟକୁ ଜଳପଥରେ ପାର ହେବା ପାଇଁ ଘାଟରୁ ହିଁ ଆରମ୍ଭ ହୁଏ ନୌଯାତ୍ରା ...

ମହଙ୍ଗା କ୍ଲବ୍‌

ମହଙ୍ଗା କ୍ଲବ୍‌

ଅବସର ବିନୋଦନ ପାଇଁ ଆଜିର ଯୁବ ସମାଜ ବିଭିନ୍ନ କ୍ଲବ୍‌ ଏବଂ ପବ୍‌ କୁ ଯାଇ ସାଙ୍ଗସାଥୀଙ୍କ ସହ ମଉଜ ମସ୍ତି କରୁଥିବାର ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସଂସ୍ଥା ଯୁବ ପିଢିଙ୍କୁ ଆକୃଷ୍ଟ କରିବା ଲାଗି ଭିନ୍ନ ଭିନ୍ନ ଆକର୍ଷକ ଇଣ୍ଟେରିୟର ସହ ନୂଆ ନୂଆ ଥିମ୍‌ ଉନ୍ମୋଚନ କରିଥାନ୍ତି।

ନକାରାତ୍ମକ ଶକ୍ତିଠାରୁ ଦୂରେଇ ରହିବାକୁ ଚାହୁଛନ୍ତି, ଆପଣେଇ ପାରିବେ ଏହି ଉପାୟ

ନକାରାତ୍ମକ ଶକ୍ତିଠାରୁ ଦୂରେଇ ରହିବାକୁ ଚାହୁଛନ୍ତି, ଆପଣେଇ ପାରିବେ ଏହି ଉପାୟ

ଭବିଷ୍ୟ ଓ ଗରୁଡ଼ ପୁରାଣରେ ଏପରି କିଛି କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ଜାଣତରେ ହେଉ କି ଅଜାଣତରେ କରିବା ଦ୍ୱାରା ବିଭିନ୍ନ ସମସ୍ୟାରେ ପଡ଼ିଯାଆନ୍ତି । ଏସବୁ କାର୍ଯ୍ୟ କରିବା ଦ୍ୱାରା ଖରାପ ଶକ୍ତି ଆକର୍ଷିତ ହୋଇଥାଏ । 

ଏପରି ଏକ ମନ୍ଦିର ଯେଉଁଠି ଠାକୁରଙ୍କୁ ଲାଗି ହୁଏ ମଦ

ଏପରି ଏକ ମନ୍ଦିର ଯେଉଁଠି ଠାକୁରଙ୍କୁ ଲାଗି ହୁଏ ମଦ

ମହାରାଷ୍ଟ୍ରର ଉଜ୍ଜୟିନୀ ସହରରେ ରହିଛି କାଳଭୈରବଙ୍କ ମନ୍ଦିର। ଯେଉଁଠାରେ ପ୍ରସାଦ ଭାବେ ମଦ ଅର୍ପଣ କରାଯାଏ। ଏଠାକୁ ବହୁ  ଶ୍ରଦ୍ଧାଳୁ  ନିଜର ମାନସିକ ପୂରଣ ଆଶା ନେଇ ଆସନ୍ତି।