ଜୀବନଚର୍ଯ୍ୟା |

ଘରର ସୌନ୍ଦର୍ଯ୍ୟ ଏବଂ ସୌଭାଗ୍ୟ ପାଇଁ ଡୋର କର୍ଟନ୍‌

ଘରର ସୌନ୍ଦର୍ଯ୍ୟ ଏବଂ ସୌଭାଗ୍ୟ ପାଇଁ ଡୋର କର୍ଟନ୍‌
ସ୍ବପ୍ନର ଘରଟିଏ କରିବା ପାଇଁ ଊଣା ଅଧିକେ ସମସ୍ତେ ଚାହିଁଥାନ୍ତି। ତେବେ ଘରଟି ନିର୍ମାଣ ହୋଇଗଲା ପରେ ତା’ର ସାଜସଜ୍ଜା ମଧ୍ୟ ବେଶ୍‌ ଗୁରୁତ୍ୱ ରଖିଥାଏ। ଘରର ସାଜସଜ୍ଜାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ଡୋର କର୍ଟନ । ତେବେ ବାସ୍ତୁ ଅନୁଯାୟୀ କେଉଁ ଦିଗରେ କିଭଳି ରଙ୍ଗର ଡୋର କର୍ଟନ୍‌ ଲଗାଇଲେ ଶୁଭଫଳ ମିଳିଥାଏ ସେ ସମ୍ପର୍କରେ। 
* ପୂର୍ବ ଦିଗରେ ଅବସ୍ଥିତ କୋଠରିରେ ସବୁଜ ରଙ୍ଗର ଡୋର କର୍ଟନ୍‌ ଲଗାଇଲେ ବାଣିଜ୍ୟ ବ୍ୟବସାୟରେ ଶୁଭଫଳ ମିଳିବା ସହିତ ଆୟ ଜନିତ ଉତ୍ସ ମଧ୍ୟ ବୃଦ୍ଧି ପାଇଥାଏ।
* ପଶ୍ଚିମ ଦିଗରେ ଅବସ୍ଥିତ କୋଠରିଗୁଡ଼ିକ ପାଇଁ ଧଳାରଙ୍ଗର ଡୋର କର୍ଟନ୍‌ ଶୁଭ ବୋଲି କୁହାଯାଏ। ଏହାଦ୍ୱାରା ଘରର ସଦସ୍ୟଙ୍କୁ ସମସ୍ତ କାର୍ଯ୍ୟରେ ସୁଫଳ ମିଳିଥାଏ। 
* ଉତ୍ତର ଦିଗରେ ଥିବା କୋଠରିରେ ନୀଳରଙ୍ଗର ଡୋର କର୍ଟନ୍‌ ଲଗାଇବା ଦ୍ୱାରା ଘରେ ଧନ ସମ୍ପଦର ଅଭାବ ପରିଲକ୍ଷିତ ହୁଏ ନାହିଁ।
*  ଦକ୍ଷିଣ ଦିଗରେ ଥିବା କୋଠରି ପାଇଁ ନାଲିରଙ୍ଗର ଡୋର କର୍ଟନ୍‌ ଅତ୍ୟନ୍ତ ଉପଯୁକ୍ତ ଏହା ଦ୍ୱାରା ଘରେ  ସଦସ୍ୟମାନଙ୍କ ମଧ୍ୟରେ ସ୍ନେହ, ଭଲପାଇବା ବୃଦ୍ଧି ଘଟିଥାଏ।
* ବେଡରୁମ୍‌ରେ ସର୍ବଦା ହାଲ୍‌କା ରଙ୍ଗ ଯେମିତି ଗୋଲାପି, ଆକାଶୀ, ବାଦାମି ଆଦି ରଙ୍ଗର ଡୋର କଟନ୍‌ ବ୍ୟବହାର କରିବା ଉଚିତ। ଏହା ଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ।
* ଡ୍ରଇଂରୁମ୍‌ ପାଇଁ ଧଳା, ବାଦାମି, ଧୂସର ରଙ୍ଗର ଡୋର କର୍ଟନ୍‌ ବ୍ୟବହାର କରିବା ଉଚିତ।
* ରୋଷେଇଘର ଲାଗି ନାରଙ୍ଗି ବା ନାଲି ରଙ୍ଗର ଡୋର କର୍ଟନ୍‌ ଲଗାଇବା ଦ୍ୱାରା ସ୍ବାସ୍ଥ୍ୟ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ।
All Right Reserved By

ଜୀବନଚର୍ଯ୍ୟା |

ଶୀତଦିନେ ସ୍ମାର୍ଟଲୁକ୍‌ ପାଇଁ କିଛି ଶୀତ ପୋଷାକ

ଶୀତଦିନେ ସ୍ମାର୍ଟଲୁକ୍‌ ପାଇଁ କିଛି ଶୀତ ପୋଷାକ

ଶୀତଋତୁରେ ଥଣ୍ଡାର ପ୍ରକୋପ ବଢ଼ିଥାଏ। ତ୍ୱଚା ଅଧିକ ଶୁଷ୍କ ହୋଇଯାଏ। ତେବେ ଏହି ଦିନରେ ଆକର୍ଷଣ ଓ ସ୍ମାର୍ଟ ଦେଖାଯିବା ପାଇଁ  ଅନେକ ପୋଷାକ ବ୍ୟବହାର କରିଥାଉ।  ତେବେ ଜାଣନ୍ତୁ ଥଣ୍ଡାଦିନେ ସ୍ମାର୍ଟ ଦେଖାଯିବା ପାଇଁ କିଛି ଥଣ୍ଡା ପୋଷାକର ବ୍ୟବହାର।

କାଜୁ ପନିର

କାଜୁ ପନିର

ଆବଶ୍ୟକ ସାମଗ୍ରୀ:ପନିର ୨୦୦ଗ୍ରାମ୍‌, ଅଧା ଛୋଟ ଗିନା କାଜୁ ପେଷ୍ଟ, ଦୁଇଟି ପିଆଜ(ମୋଟା ଆକାରରେ କଟା ହୋଇଥିବ),ଏକ ଛୋଟ ଚାମଚ ଅଦା ଓ କଞ୍ଚାଲଙ୍କା ପେଷ୍ଟ, ଅଧା ଛୋଟ ଚାମଚ ରସୁଣ ପେଷ୍ଟ,ଏକ ବଡ଼ ଚାମଚ ଟମାଟୋ ପ୍ୟୁରି, ଏକ ଛୋଟ ଚାମଚ ହଳଦୀ,ଏକ ଛୋଟ ଚାମଚ ଧନିଆ ପାଉଡର, ଏକ ଛୋଟ କାଶ୍ମୀରୀ ମିର୍ଚ୍ଚ ପାଉଡର, ଏକ ବଡ଼ ଚାମଚ କ୍ରିମ୍‌,ଏକ ଛୋଟ ଚାମଚ ଜିରା, ଏକ ଛୋଟ ଚାମଚ ଗରମମସଲା, ଲୁଣ ସ୍ବାଦ ଅନୁସାରେ,ଏକ ଛୋଟ ଚାମଚ ଧନିଆପତ୍ର, ଭଜା ହୋଇଥିବା କାଜୁ ୫-୬ଟି।  

ଗୃହିଣୀଙ୍କ ପାଇଁ ଟିପ୍ସ

ଗୃହିଣୀଙ୍କ ପାଇଁ ଟିପ୍ସ

ରୋଷେଇ କରିବା ସମୟରେ ଯଦି ତରକାରୀ ପୋଡିଯାଇଛି ତେବେ ସେଥିରେ ଅଳ୍ପ ମାତ୍ରାରେ ଦହି ମିଶାଇ ଦିଅନ୍ତୁ। ଏହାଦ୍ୱାରା ପୋଡା ଗନ୍ଧ ଦୂର ହୋଇଯିବ। 

ବିନା ଖର୍ଚ୍ଚରେ କରନ୍ତୁ ନେଲ୍‌ଆର୍ଟ ଡଟିଂ

ବିନା ଖର୍ଚ୍ଚରେ କରନ୍ତୁ ନେଲ୍‌ଆର୍ଟ ଡଟିଂ

ଆଜିର ସମୟରେ କିଏ ନ ଚାହେଁ ଫ୍ୟାଶନ ସହ ଆଗକୁ ବଢ଼ିବା ପାଇଁ। ଖାସ୍‌କରି ମହିଳାମାନେ ଫ୍ୟାଶନ ଦେଖାଯିବାକୁ ହେଲେ କେତେ ଉପାୟ ଆପଣାଇଥାନ୍ତି। ସେଥିମଧ୍ୟରୁ ନେଲ୍‌ଆର୍ଟ ଡଟିଂ ଗୋଟିଏ। ଏଥିରେ ନଖଗୁଡିକୁ ଡିଜାଇନ୍‌ ସହ ତାକୁ ଆକର୍ଷକ ମଧ୍ୟ କରାଯାଇଥାଏ। ଏଥିପାଇଁ ମହିଳାମାନେ ସାଧାରଣତଃ ପାର୍ଲର ଯାଇଥାନ୍ତି କିମ୍ବା ଦାମୀ ଟୁଲ୍ସ କିଣିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଟୁଲ୍ସ ବିଷୟରେ ସୂଚନା ଦେବୁ, ଯାହା ଆପଣଙ୍କୁ ସହଜରେ ଘରେ ମିଳିଯିବ। ଆପଣ ଘରେ ଥାଇ ମଧ୍ୟ ନେଲ୍‌ଆର୍ଟ ଡଟିଂ କରିପାରିବେ। ଆସନ୍ତୁ ଜାଣିବା ଏହି ଟୁଲ୍ସ ବିଷୟରେ..

ଛୋଟପିଲାଙ୍କ ଡ୍ରେସ୍‌  କିଣିବା ସମୟରେ...

ଛୋଟପିଲାଙ୍କ ଡ୍ରେସ୍‌ କିଣିବା ସମୟରେ...

ଛୋଟ ପିଲାଙ୍କ ଡ୍ରେସ କିଣିବା ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି। 


ଡ୍ରାଏ ସ୍କିନ୍‌ର ଘରୋଇ ଉପଚାର

ଡ୍ରାଏ ସ୍କିନ୍‌ର ଘରୋଇ ଉପଚାର

ଏବେ ଶୀତଦିନ । ଏହି ଋତୁରେ ଶରୀର ଏବଂ ତ୍ୱଚା ଶୁଖିଲା ଶୁଖିଲା ଲାଗିଥାଏ। ତ୍ୱଚାରୁ ଡ୍ରାଏନେସ୍‌ ଦୂର କରିବାକୁ ହେଲେ ମଶ୍ଚରାଇଜର ଏବଂ ଲୋଶନ ଅଧିକ ସମୟ ପର୍ଯ୍ୟନ୍ତ ରହି ନ ଥାଏ। ଏଥିପାଇଁ ଘରୋଇ ଉପଚାର ଆପଣାନ୍ତୁ, ଯାହା ଆପଣଙ୍କୁ ଡ୍ରାଏ ସ୍କିନ୍‌ରୁ ମୁକ୍ତି ଦେବ। ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାର ସମ୍ପର୍କରେ...

ଶୀତଦିନେ ତ୍ୱଚାର ଘରୋଇ ଉପଚାର

ଶୀତଦିନେ ତ୍ୱଚାର ଘରୋଇ ଉପଚାର

ସାଧାରଣତଃ ଶୀତଦିନେ ତ୍ୱଚା ରୁକ୍ଷ ଲାଗିଥାଏ। ତ୍ୱଚାର ଚମକ ନଷ୍ଟ ହୋଇଥାଏ। ସୁନ୍ଦର ତ୍ୱଚା ପାଇଁ ଅନେକେ ବିୟୁଟିପାର୍ଲର ଦୌଡ଼ିବା ସହ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। କିନ୍ତୁ ଫଳ ବିପରୀତ ହୋଇଥାଏ। ଏହା ସାମୟିକ ଭାବେ ତ୍ୱଚାରେ ଚମକ ଦେଉଥିଲେ ମଧ୍ୟ ପରେ ବହୁତ କ୍ଷତି କରିଥାଏ। ଏଥିରେ ଚମକ ଆଣିବା ପାଇଁ ଆସନ୍ତୁ ଜାଣିବା ତ୍ୱଚାର ଉପଚାର ବିଷୟରେ।

ସପ୍ତାହ  ୨ ଥର କରନ୍ତୁ ଉଷୁମ ତେଲ ମସାଜ ମିଳିବ ଏସବୁ ଫାଇଦା...

ସପ୍ତାହ ୨ ଥର କରନ୍ତୁ ଉଷୁମ ତେଲ ମସାଜ ମିଳିବ ଏସବୁ ଫାଇଦା...

ଶରୀରରେ ଉଷୁମ ତେଲ ମସାଜ୍‌ କଲେ ମିଳିଥାଏ ଅନେକ ଉପକାର। ଏହା ଦ୍ୱାରା ରାକ୍ତଚାପ ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। 

ଆନିମିଆ : କିଛି କଥା

ଆନିମିଆ : କିଛି କଥା

ଆମ ଶରୀରରେ ହିମୋଗ୍ଲୋବିନ ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର।  ଏହା ରକ୍ତକୋଷିକାରେ ରହିଥାଏ ଏବଂ କୋଷିକାଗୁଡିକୁ ଅମ୍ଳଜାନ ଯୋଗାଇଥାଏ। 

ନୀରୋଗ ରହିବା ପାଇଁ ନିୟନ୍ତ୍ରିତ ଆହାର

ନୀରୋଗ ରହିବା ପାଇଁ ନିୟନ୍ତ୍ରିତ ଆହାର

ରୋଗ ପାଇଁ ଅନିୟମିତ ଆହାର ଦାୟୀ। ତେଣୁ ଶରୀର ସୁସ୍ଥ ନୀରୋଗ ଓ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଦୈନିକ ମାତ୍ରା ଅନୁଯାୟୀ ପୌଷ୍ଟିକ ଆହାର ସେବନ ଆବଶ୍ୟକ। ଯେପରି ରୋଗୀ ପାଇଁ ବୟସ, କାଳ, ପରିସ୍ଥିତି ଦେଖି ଔଷଧ ମାତ୍ରା ନିର୍ଦ୍ଧାରଣ କରାଯାଏ, ସେହିପରି ଶରୀରକୁ ଦେଖି ଖାଦ୍ୟକୁ ଔଷଧ ପରି ମାତ୍ରା ଅନୁଯାୟୀ ଠିକ୍‌ ସମୟରେ ଗ୍ରହଣ କରିବା ଉଚିତ, ନଚେତ୍‌ ଭବିଷ୍ୟତରେ ଔଷଧକୁ ଆହାର ରୂପେ ଖାଇବେ।  ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୧୫୦୦ ରୁ ୨୫୦୦ କ୍ୟାଲୋରୀ ପର୍ଯ୍ୟନ୍ତ ଖାଦ୍ୟ ଖାଇବା ଆବଶ୍ୟକ। 

ମାଇକ୍ରୋପ୍ଲାଷ୍ଟିକ

ମାଇକ୍ରୋପ୍ଲାଷ୍ଟିକ

ମଣିଷ ମାଛରୁ ମୂଲ୍ୟବାନ ପ୍ରୋଟିନ୍‌ ପାଏ । ସମୁଦ୍ର ଓ ନଦୀ ପାଣି ମାଇକ୍ରୋପ୍ଲାଷ୍ଟିକରେ ପ୍ରଦୂଷିତ ହେବା ଫଳରେ ମାଛ ଦେହରେ ଜମିଥିବା ପ୍ଲାଷ୍ଟିକ ବିଷ ମଣିଷ ଶରୀରକୁ ଯାଇ ବିଭିନ୍ନ ରୋଗ ସୃଷ୍ଟି କରେ। ଜୀବକୋଷ ଭିତରେ ଥିବା ଡିଏନ୍‌ଏକୁ ନଷ୍ଟ କରିଦିଏ। କ୍ୟାନସର ହୁଏ। ଗର୍ଭବତୀ ମହିଳାଙ୍କଠାରୁ ବିକଳାଙ୍ଗ ଶିଶୁ ଜନ୍ମ ହୁଏ। ମାଇକ୍ରୋପ୍ଲାଷ୍ଟିକ ମଇଳା ପାଣି ସଫା କରିବା ଯନ୍ତ୍ରରୁ ରୋଗ ଜୀବାଣୁକୁ ନେଇ ରକ୍ତ ମାଧ୍ୟମରେ ବିଭିନ୍ନ ଅଙ୍ଗରେ ରୋଗ ସୃଷ୍ଟି କରେ।

ବିଳମ୍ବିତ ଭୋଜନ କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଏ

ବିଳମ୍ବିତ ଭୋଜନ କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଏ

କେତେକ ବ୍ୟକ୍ତିଙ୍କର ବିଳମ୍ବିତ ଭୋଜନ ଏକ ଅଭ୍ୟାସରେ ପରିଣତ ହୋଇଯାଇଥାଏ। ଏହାର କେତେକ ପ୍ରଭାବ ମଧ୍ୟ ଶରୀର ଉପରେ ପଡିଥାଏ। ଯଦି ଜଣେ ବ୍ୟକ୍ତି ନିୟମିତ ବିଳମ୍ବରେ ଭୋଜନ କରନ୍ତି ତେବେ ତାହା ତାଙ୍କର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡିଛି।