ଜୀବନଚର୍ଯ୍ୟା |

ଯୋଗ ଜୁଏଲେରି

ଯୋଗ ଜୁଏଲେରି
ଯୋଗଦ୍ୱାରା ଶରୀର, ମନ ଓ ମସ୍ତିଷ୍କ ସୁସ୍ଥ ରହିଥାଏ।  କିନ୍ତୁ ଏବେ ଏମିତି ବି କିଛି ଜୁଏଲେରି ଆସିଲାଣି, ଯାହା ଯୋଗର ବିଭିନ୍ନ ପ୍ରକାରର ମୁଦ୍ରା ତଥା ଯୋଗ ସହ ସମ୍ପର୍କ ଥିବା କିଛି ଧାତୁ  ଅବା ଷ୍ଟୋନକୁ ନେଇ ତିଆରି ହୋଇଥାଏ।  ଆଉ ଏ ଧରଣର  ଜୁଏଲେରିକୁ ବ୍ୟବହାର କରିବା ଦ୍ୱାରା ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ସେଥିପାଇଁ ତ ଏହାକୁ ଯୋଗ ଅନୁପ୍ରାଣିତ ଜୁଏଲେରି କୁହାଯାଇଥାଏ।   
ଯୋଗ ଦ୍ୱାରା ମନ ଶାନ୍ତ ଆଉ ଶରୀର ଫୂର୍ତ୍ତି ହୁଏ। ସେଥିପାଇଁ ଅନେକେ ନିଜକୁ ଫିଟ୍‌ ଆଣ୍ଡ ଫାଇନ୍‌ ରଖିବା ପାଇଁ ଯୋଗାଭ୍ୟାସ କରିଥାନ୍ତି। କିନ୍ତୁ ଏବେ ଏମିତି ବି କିଛି ଜୁଏଲେରି ଆସିଲାଣି, ଯାହାର ବ୍ୟବହାର ଶରୀରକୁ ସୁସ୍ଥ ରଖିପାରିବ। ମୁଖ୍ୟତଃ ଯୋଗର ବିଭିନ୍ନ ପ୍ରକାର ମୁଦ୍ରା ତଥା ଭିନ୍ନଭିନ୍ନ ପ୍ରକାରର ଧାତୁ ଖଚିତ ମାଳି, ପଦ୍ମ ଫୁଲ ଓ ଚକ୍ର ଚିହ୍ନ ଥିବା ମୁଦି ତଥା ବ୍ରେସ୍‌ଲେଟ୍‌, ଓମ୍‌ ଲକେଟ୍‌ ଇତ୍ୟାଦି ଡିଜାଇନ୍‌ରେ ଏହି ଜୁଏଲେରି ଆସିଥାଏ। ଏପରି କି ରୁଦ୍ରାକ୍ଷ ଲାଗିଥିବା କୌଣସି ଜୁଏଲେରି ବି ଏହି ଲିଷ୍ଟରେ ଆସିପାରିବ। ତେବେ ଏହି ସବୁ ଜୁଏଲେରି ପିନ୍ଧିଲେ ଯେ ଜଣେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ତାହା ଭାବିବା ଭୁଲ୍‌। କିନ୍ତୁ ଏହା ମନ ଭିତରେ ସକାରାତ୍ମକ ଚିନ୍ତାଧାରା ଜାତ କରାଇ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ସଚେତନ ହେବାକୁ ନିଶ୍ଚୟ ପ୍ରବର୍ତ୍ତାଇବ। ସେଥିପାଇଁ ତ ଏହାକୁ ଯୋଗ ଅନୁପ୍ରାଣିତ ଜୁଏଲେରି କୁହାଯାଇଥାଏ। ତେବେ ଏହି ଜୁଏଲେରିର କେଉଁ ଡିଜାଇନ୍‌ କି ଫାଇଦା ପ୍ରଦାନ କରେ ସେ ସମ୍ପର୍କରେ...
ହାର୍ଟ ଓ ଆରୋ ଶେପ୍‌ର ମୁଦି: ଏ ଷ୍ଟାଇଲ୍‌ର ଯୋଗ ଜୁଏଲେରିକୁ ମୁଖ୍ୟତଃ ରୁପାରେ ତିଆରି କରି ପିନ୍ଧିଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ଏଥିରେ ହୋଇଥିବା ହାର୍ଟ ଡିଜାଇନ୍‌ ଆମକୁ ସକାରାତ୍ମକ ଚିନ୍ତା କରିବାକୁ ପ୍ରେରଣା ଦେଉଥିବାବେଳେ ଆରୋ ବା ତୀର ଚିହ୍ନର ଡିଜାଇନ୍‌ ମନୋବଳ ବଢାଇଥାଏ।
ରୁଦ୍ରାକ୍ଷ ମାଳି: ଏବେ ମାର୍କେଟ୍‌ରେ ରୁଦ୍ରାକ୍ଷ ଲାଗିଥିବା ଅନେକ ଭେରାଇଟ୍‌ର ଜୁଏଲେରି ମିଳିଲାଣି। ମୁଖ୍ୟତଃ ଏହାର ମାଳି ଓ ବ୍ରେସ୍‌ଲେଟ୍‌ ଦେଖିବାକୁ ଖୁବ୍‌ ଟ୍ରେଣ୍ଡି ଲାଗିଥାଏ। ତା’ଛଡ଼ା ଶରୀରରେ ରୁଦ୍ରାକ୍ଷ ରହିଲେ ମନ ଶାନ୍ତ ରହିବା ସହ ସହନ ଶକ୍ତି ବୃଦ୍ଧି ହୋଇଥାଏ ବୋଲି ଅନେକଙ୍କର ଧାରଣା ରହିଛି। କେବଳ ସେତିକି ନୁହେଁ ରୁଦ୍ରାକ୍ଷ ପିନ୍ଧିଲେ ଶରୀରକୁ ସର୍ବଦା ସଫାସୁତୁରା ରଖିବାକୁ ମଧ୍ୟ ମନ ସ୍ବତଃ ଆମକୁ ପ୍ରେରଣା ଦେଇଥାଏ। 
ମୁନ୍‌ଷ୍ଟୋନ ନେକ୍‌ଲେସ୍‌: ମୁନ୍‌ଷ୍ଟୋନ୍‌କୁ କେହି କେହି ଟ୍ରାଭେଲର୍ସ ଷ୍ଟୋନ ବୋଲି କହିଥାନ୍ତି। କୌଣସି ସ୍ଥାନକୁ ଯାତ୍ରା କରୁଥିବା ସମୟରେ ଏହି ନେକ୍‌ଲେସ୍‌କୁ ପିନ୍ଧିଲେ ଯାତ୍ରା ସଫଳ ହୋଇଥାଏ ବୋଲି ଅନେକଙ୍କର ବିଶ୍ୱାସ ରହିଛି। ତା’ଛଡ଼ା ଏହି ଷ୍ଟୋନ ଶରୀରରେ ଶକ୍ତି ସଞ୍ଚାର କରାଇବା ସହିତ ଦୁଃସାହସିକ କାମ କରିବାକୁ ମଧ୍ୟ ପ୍ରେରଣା ଦେଇଥାଏ।
ଲାଭେଣ୍ଡର୍‌ ବ୍ରେସ୍‌ଲେଟ୍‌: ସୁଗନ୍ଧଯୁକ୍ତ ବାଇଗଣିଆ ରଙ୍ଗର ଫୁଲ ଥିବା ଏକ ଜାତୀୟ ଗୁଳ୍ମକୁ ଅନୁକରଣ କରି ଏହି ବ୍ରେସ୍‌ଲେଟ୍‌କୁ ତିଆରି କରାଯାଇଥାଏ।  କୁହାଯାଏ, ଏ ଧରଣର ବ୍ରେସ୍‌ଲେଟ୍‌କୁ କଚଟିରେ ପିନ୍ଧିଲେ ଦେହରେ ରକ୍ତ ସଂଚାଳନ ଠିକ୍‌ରେ ହୋଇଥାଏ, ଯଦ୍ଦ୍ବାରା ମନ ପ୍ରଫୁଲ୍ଲ ରୁହେ। 
ଚକ୍ର ଓ ପଦ୍ମ ଫୁଲର ଚିହ୍ନ: ପଦ୍ମ ଫୁଲ କିମ୍ବା ଚକ୍ର ଚିହ୍ନ ଥିବା ଜୁଏଲେରିକୁ ପିନ୍ଧିଲେ ମନ ଶାନ୍ତ ରହିବା ସହ ଶରୀରରେ ଶକ୍ତି ସଞ୍ଚାର ହୋଇଥାଏ ବୋଲି ବିଶ୍ୱାସ ରହିଛି। ତା’ସହିତ କାମ କରିବାକୁ ମଧ୍ୟ ଆଗ୍ରହ ଜାତ ହୁଏ। ଏହି ଜୁଏଲେରି ଶରୀରରେ ରହିଲେ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବାକୁ ମଧ୍ୟ ମନ ଚାହିଁଥାଏ।
ଓମ୍‌ ଲକେଟ୍‌: ଓମ୍‌ ଉଚ୍ଚାରଣରେ ହିଁ ଶରୀରରେ ଶକ୍ତି ବୃଦ୍ଧି ହେବା ସହ ଇନ୍ଦ୍ରିୟଗୁଡ଼ିକ ସକ୍ରିୟ ହୋଇଥାନ୍ତି। ତା’ସହିତ ଆତ୍ମଶାନ୍ତି ମିଳିଥାଏ। ଏପରି କି ଓମ୍‌ ଲକେଟ୍‌ କିମ୍ବା ଓମ୍‌ ଡିଜାଇନ୍‌ର ମୁଦି ପିନ୍ଧିଲେ ବି ସ୍ବତଃ ମନରେ ଏହି ଧାରଣା ଜାତ ହୁଏ ବୋଲି ମଧ୍ୟ ଲୋକବିଶ୍ୱାସ ରହିଛି। ତା’ଛଡ଼ା ଏହା ସକାରାତ୍ମକ ଚିନ୍ତାଧାରା ବି ଜାଗ୍ରତ କରାଇଥାଏ।
ଯୋଗ ମୁଦ୍ରା ଥିବା ଜୁଏଲେରି: ଏ ଷ୍ଟାଇଲ୍‌ର ଜୁଏଲେରି ବି ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ସଚେତନ ହେବା ପାଇଁ ପ୍ରବର୍ତ୍ତାଇଥାଏ। ଯୋଗର ବିଭିନ୍ନ ମୁଦ୍ରା ଥିବାରୁ ମନ ମଧ୍ୟ ସେହି ଦିଗରେ ଅଗ୍ରସର ହେବାକୁ ଇଚ୍ଛା କରିଥାଏ। ଫଳରେ ଶରୀର ଫିଟ୍‌ ଆଣ୍ଡ ଫାଇନ୍‌ ରୁହେ।
All Right Reserved By

ଜୀବନଚର୍ଯ୍ୟା |

ଯୁବାବସ୍ଥାରେ ହୃଦ୍‌ରୋଗ

ଯୁବାବସ୍ଥାରେ ହୃଦ୍‌ରୋଗ

ହୃଦ୍‌ରୋଗ ଏଭଳି ଏକ ମାରାତ୍ମକ ରୋଗ ଯାହା ଦେଖେନି ବୟସ। ଏହି ରୋଗରେ ଆକ୍ରାନ୍ତ ହେଲେ ଅସମୟରେ ରୋଗୀ ଟାଣି ହୋଇଯାଏ ମୃତ୍ୟୁମୁଖକୁ। ତେବେ ଯୁବାବସ୍ଥାରେ ବଢୁଥିବା ହୃଦ୍‌ରୋଗ ସମସ୍ୟାକୁ ଏଡାଇବାକୁ ହେଲେ ଜୀବନଶୈଳୀରେ ପରିବର୍ତ୍ତନ ସହ କେତୋଟି ଦିଗପ୍ରତି ବିଶେଷ ଯତ୍ନଶୀଳ ହେବା ଆବଶ୍ୟକ...

ସକାଳେ ମୁହଁ ନ ଧୋଇ କରନ୍ତୁ ଏପରି, ବହୁ ରୋଗଠୁ ନିଜକୁ ରଖିବେ ଦୂରେଇ...

ସକାଳେ ମୁହଁ ନ ଧୋଇ କରନ୍ତୁ ଏପରି, ବହୁ ରୋଗଠୁ ନିଜକୁ ରଖିବେ ଦୂରେଇ...

ପ୍ରତିଦିନ ସକାଳେ ମୁହଁ  ନ ଧୋଇ ଦେଢ଼ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏପରି କଲେ ପାଚନ କ୍ରିୟା ସ୍ବାଭାବିକ ହେବା ସହିତ ଏସିଡିଟି ସମସ୍ୟାରୁ ମିଳିଥାଏ ମୁକ୍ତି। 

ପ୍ଲାଷ୍ଟିକ୍‌ ବୋତଲରୁ ପ୍ରସ୍ତୁତ ଟି-ଶାର୍ଟ

ପ୍ଲାଷ୍ଟିକ୍‌ ବୋତଲରୁ ପ୍ରସ୍ତୁତ ଟି-ଶାର୍ଟ

ବଜାରରେ ଏବେ ପ୍ଲାଷ୍ଟିକ ବୋତଲରୁ ପ୍ରସ୍ତୁତ ଟି-ଶାର୍ଟ ଏକ ନୂଆ ଟେଣ୍ଡ୍‌ ଭାବେ ଉଭା ହୋଇଛି। ଅନେକ ପ୍ରକାରର ଫେବ୍ରିକରୁ ପ୍ରସ୍ତୁତ ଶାର୍ଟ ବଜାରରେ ଉପଲବ୍ଧ ହେଉଛି। 

ଆର୍ଥ୍ରାଇଟିସ୍‌ ସମସ୍ୟାରୁ ମୁକୁଳିବା ପାଇଁ...

ଆର୍ଥ୍ରାଇଟିସ୍‌ ସମସ୍ୟାରୁ ମୁକୁଳିବା ପାଇଁ...

ତୁଳସୀ ପତ୍ର ବା ରସ ନିୟମିତ ସେବନ କରୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଅପେକ୍ଷା ଅଧିକ ସୁସ୍ଥ ରୁହନ୍ତି ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦିଅନ୍ତି। କାରଣ ଏଥିରେ ରହିଛି ଅନେକ ଔଷଧୀୟ ଗୁଣ। ତେବେ ଆର୍ଥ୍ରାଇଟିସ୍‌ ପାଇଁ ଏହା ଖୁବ୍‌ ଉପକାରୀ। 

ଚିନ୍ତା ବଢ଼ାଏ ମେଦବହୁଳତା..

ଚିନ୍ତା ବଢ଼ାଏ ମେଦବହୁଳତା..

କଥାରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ। ମାତ୍ର ଆଜିକାଲିର ଯୁବପିଢ଼ୀ କର୍ମଜଞ୍ଜାଳ ମଧ୍ୟରେ ନିଜର ଉପରେ ଧ୍ୟାନ ଦେବାକୁ ସମୟ ପାଉନାହିଁ। ଫଳରେ ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ  ଶାରିରିକ ଗଠନ ଯେପରିକି ମେଦବହୁଳତା ଏକ ସମସ୍ୟା ପାଲଟିଛି। ତେବେ ଏହା କେବଳ ଯେ ଆପଣଙ୍କ ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ ତାହା ନୁହେଁ, ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ମଧ୍ୟ ପକାଇଥାଏ।

ମେଦବହୁଳତାଠାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଅଧାକପ ନାଲି ଚା’

ମେଦବହୁଳତାଠାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଅଧାକପ ନାଲି ଚା’

ପ୍ରତିଦିନ ଦୁଇଥର ନାଲି ଚା’ ପିଇବା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। 

ଇନ୍‌ଡୋର ପ୍ଲାଣ୍ଟ: ସୌନ୍ଦର୍ଯ୍ୟ, ଉପକାରିତା ପାଇଁ ଡିମାଣ୍ଡ

ଇନ୍‌ଡୋର ପ୍ଲାଣ୍ଟ: ସୌନ୍ଦର୍ଯ୍ୟ, ଉପକାରିତା ପାଇଁ ଡିମାଣ୍ଡ

ନିର୍ମଳ ବାୟୁ ଆମକୁ ନା କେବଳ ପ୍ରଦୂଷଣଜନିତ ରୋଗଠାରୁ ରକ୍ଷା କରୁଛି, ମନ ଓ ଶରୀରକୁ ଫୂର୍ତ୍ତି ରଖିବାରେ ସହାୟକ ମଧ୍ୟ ହେଉଛି। ପ୍ରାୟତଃ ସହରରେ ନିର୍ମଳ ବାୟୁ, ସବୁଜ ପରିବେଶ, ଘର ପାଖରେ ବଗିଚା ଉପଲବ୍ଧ ହେବା କଷ୍ଟକର।

ଚିକେନ୍‌ ଚିପ୍ସ

ଚିକେନ୍‌ ଚିପ୍ସ

ଚଟ୍‌ପଟା ଖାଦ୍ୟ ଖାଇବାକୁ ସାଧାରଣତଃ ଲୋକେ ପସନ୍ଦ କରିଥାନ୍ତି। ଯଦି ତାହା ଚିକେନ୍‌ରେ ପ୍ରସ୍ତୁତ ହୋଇଥାଏ ତେବେ ଖାଇବାର ଇଚ୍ଛା ଆହୁରି ବଢିଯାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ଖାଦ୍ୟରୁଚି ସ୍ତମ୍ଭରେ ସ୍ଥାନ ପାଇଛି ଚାଇନିଜ୍‌ ଡିସ୍‌ ‘ଚିକେନ୍‌ ଚିପ୍ସ’। ଏହାର ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ କହିଛନ୍ତି ମାଲ୍‌ଓ୍ବା ରେଷ୍ଟୁରାଣ୍ଟର ସେଫ୍‌ ଗୌତମ ଦେବନାଥ।

ଜାଣନ୍ତୁ ପ୍ରଥମ ଷ୍ଟେଜ୍‌ରୁ ଜଣା ପଡୁ ନ ଥିବା କିଛି କ୍ୟାନ୍ସର ଓ ତା’ର ଲକ୍ଷଣ ସମ୍ବନ୍ଧରେ

ଜାଣନ୍ତୁ ପ୍ରଥମ ଷ୍ଟେଜ୍‌ରୁ ଜଣା ପଡୁ ନ ଥିବା କିଛି କ୍ୟାନ୍ସର ଓ ତା’ର ଲକ୍ଷଣ ସମ୍ବନ୍ଧରେ

କ୍ୟାନ୍ସର ଏକ ମାରାତ୍ମକ ରୋଗ। ଦିନକୁ ଦିନ ଏହା ନିଜର ଭୟାବହତା ଦେଖାଇ ଚାଲିଛି। ଏଥିସହ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସାଧାରଣତଃ ୨୦୦ରୁ ଊର୍ଦ୍ଧ ପ୍ରକାରର କ୍ୟାନ୍ସର ରହିଛି। ଏସବୁର ଲକ୍ଷଣ ମଧ୍ୟ ଭିନ୍ନ ଭିନ୍ନ। ଯଦି ଏହା ‘ପ୍ରାରମ୍ଭିକ ପର୍ଯ୍ୟାୟ’ ବା ଫାଷ୍ଟ ଷ୍ଟେଜ୍‌ରୁ ଜଣାପଡ଼ିଥାଏ, ତେବେ ଏହାକୁ ରୋକିବାର ସମ୍ଭାବନା ଅଧିକ ରହିଥାଏ। ମାତ୍ର ଏପରି କିଛି କ୍ୟାନ୍ସର ରହିଛି ଯାହା ପ୍ରଥମରୁ ଜଣା ନ ପଡ଼ି ଶେଷ ପର୍ଯ୍ୟାୟ ବା ଲାଷ୍ଟ ଷ୍ଟେଜ୍‌ରେ ଜଣାପଡ଼ିଥାଏ। 

ରକ୍ତଚାପଠୁ  ଦୂରେଇ ରହିବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏହି ସହଜ ଉପାୟ

ରକ୍ତଚାପଠୁ ଦୂରେଇ ରହିବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏହି ସହଜ ଉପାୟ

ବ୍ୟସ୍ତ ବହୁଳ ଜୀବନରେ ଏବେ କେତେକଙ୍କଠାରେ ଦେଖାଯାଉଛି ରକ୍ତଚାପ। ତେବେ ଏହାକୁ ସହଜରେ ଦୂରେଇ ହେବ। ଆୟୁର୍ବେଦରେ ଉଲ୍ଲେଖ ରହିଛି ପ୍ରତିଦିନ ସକାଳେ ଚାମୁଚେ ଦହି ଖାଇଲେ ରକ୍ତଚାପ ସ୍ବାଭାବିକ ହୋଇଥାଏ।

ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ଲୋକଙ୍କୁ ମିଳେ ଅଧିକ ସଫଳତା

ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ଲୋକଙ୍କୁ ମିଳେ ଅଧିକ ସଫଳତା

ଶରୀର ପାଇଁ ବିଶ୍ରାମ ନିହାତି ଆବଶ୍ୟକ। ଅତିବେଶିରେ ରାତିରେ ୬-୭ ଘଣ୍ଟା ବିଶ୍ରାମ ନେବା ଶରୀର ପାଇଁ ଆବଶ୍ୟକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏହାସହ ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ବ୍ୟକ୍ତିଙ୍କଠାରେ ଶାରୀରିକ ସମସ୍ୟା ଖୁବ୍‌କମ ଦେଖାଯାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।

ଏପରି ପିଅନ୍ତୁନି ପାଣି

ଏପରି ପିଅନ୍ତୁନି ପାଣି

ପାଣି ମଣିଷ ଶରୀର ପାଇଁ ଅତି  ଜରୁରୀ । ଶରୀରରେ ପାଣିର ପରିମାଣ ଠିକ୍‌ ନ ରହିଲେ ସ୍ବାସ୍ଥ୍ୟକ୍ଷେତ୍ରରେ ସୃଷ୍ଟି ହୋଇଥାଏ ନାନା ସମସ୍ୟା।