ମନୋରଞ୍ଜନ |

ପୁଣି ଥରେ ଆଇଟମ୍‌

ପୁଣି ଥରେ ଆଇଟମ୍‌
ପ୍ରଥମେ ‘ଓ ମାଇଁ ଗଡ୍‌’ ତା’ପରେ ‘ବସ୍‌’,  ‘ହିମ୍ମତଓ୍ବାଲା’ ଏବଂ ‘ଅଲ୍‌ ଇଜ ଓ୍ବେଲ୍‌’-ଏସବୁ ସିନେମାରେ ସୋନାକ୍ଷୀଙ୍କୁ ଦେଖିବାକୁ ମିଳିଥିଲା ଆଇଟମ ଗର୍ଲ ଭାବରେ। ଆଉ ପୁଣି ଥରେ ସେ ଆଇଟମ ନମ୍ବରରେ ନାଚିବାକୁ ଯାଉଛନ୍ତି। ଇନ୍ଦ୍ର କୁମାରଙ୍କ ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ’ରେ ସୋନାକ୍ଷୀ ପୁଣି ଥରେ ଆଇଟମ ଗର୍ଲ ସାଜୁଛନ୍ତି। ଏଥିରେ ସଂଯୋଜିତ ଆଇଟମ ନମ୍ବର ‘ମୁଙ୍ଗଡା’ର ତାଳେ ତାଳେ ନାଚିବେ ସେ। ଯେତେବେଳେ ଇନ୍ଦ୍ର କୁମାର ତାଙ୍କୁ ଏହି ଅଫରଟି ଦେଲେ ସେତେବେଳେ ସୋନାକ୍ଷୀ ଆଖି ବୁଜି ହଁ ଭରିଥିଲେ। ନିକଟରେ ରିଲିଜ ହୋଇଥିବା ‘ହାପି ଫିର୍‌ ଭାଗ୍‌ ଯାୟେଗି’ରେ   ଆଇଟମ ନମ୍ବର  ‘ମେରା ନାମ୍‌  ଚିନ୍‌ ଚିନ୍‌ ଚୁ’ ସୋନାକ୍ଷୀଙ୍କୁ ନେଇ ଦୃଶ୍ୟାୟିତ ହୋଇଥିଲା। ‘ଟୋଟାଲ ଧମାଲ’ରେ ଅନିଲ କପୁର, ମାଧୁରୀ ଦୀକ୍ଷିତ, ଅଜୟ ଦେବଗନ, ଆର୍ସାଦ ଓ୍ବାର୍ସି, ଈଷା ଗୁପ୍ତା, ରିତେଶ ଦେଶମୁଖ ଏବଂ ଜାଭେଦ ଜାଫ୍ରି ଅଭିନୟ କରିବେ। ଇନ୍ଦ୍ର କୁମାରଙ୍କ ବ୍ୟତୀତ ଅଶୋକ ଥାକେରିଆ, ଅଜୟ ଦେବଗନ ଏହାର ଅନ୍ୟତମ ପ୍ରଯୋଜକ ଅଛନ୍ତି। ୩୧ବର୍ଷ ବୟସ୍କା ସୋନାକ୍ଷୀଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘ଦବଙ୍ଗ’ରୁ। ‘ରାଉଡି ରାଥୋଡ’, ‘ଆର୍‌ ରାଜକୁମାର’ ବ୍ୟତୀତ ‘ଅକିରା’ ଏବଂ ‘ନୂର’ରେ ସୋନାକ୍ଷୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। 

All Right Reserved By

ମନୋରଞ୍ଜନ |

ଭାଇଜାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି କ୍ୟାଟ୍ରିନା

ଭାଇଜାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି କ୍ୟାଟ୍ରିନା

ମୁମ୍ବାଇ: ବଲିଉଡର ବାର୍ବି ଗର୍ଲ କ୍ୟାଟ୍ରିନା କେଫ୍‌ ଦବଙ୍ଗ ଷ୍ଟାର ସଲମାନ ଖାଁଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ତେବେ ବଲିଉଡର ୩ଖାଁ ମାନେ ଶାହାରୁଖ, ଆମିର ଓ ସଲମାନଙ୍କ ଭିତରେ ସେ ସଲମାନ ଖାଁଙ୍କୁ ସବୁଠାରୁ ଭଲ ଅଭିନେତା ବୋଲି ଭାବନ୍ତି।

ସୋନମ-ଆନନ୍ଦ ପ୍ରେମ କାହାଣୀ

ସୋନମ-ଆନନ୍ଦ ପ୍ରେମ କାହାଣୀ

ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ଦୀର୍ଘ ଦିନର ପ୍ରେମ ବିବାହରେ ରୂପାନ୍ତରିତ ହୋଇସାରିଛି। ଆଉ ଏବେ ଦୁହେଁ ବୈବାହିକ ଜୀବନକୁ ନେଇ ବେଶ୍‌ ଖୁସିରେ ଅଛନ୍ତି ବୋଲି କହି ବୁଲୁଛନ୍ତି।

କିଏ ହେବ ଗୁଲସନ କୁମାର

କିଏ ହେବ ଗୁଲସନ କୁମାର

ଗୁଲସନ କୁମାର, ଯାହାଙ୍କର ପରିଚୟ ଦେବା କେବଳ ଔପଚାରିକତା ମାତ୍ର। କାରଣ ସଙ୍ଗୀତ ଜଗତରେ ସେ ସୃଷ୍ଟି କରିଥିଲେ ସ୍ବତନ୍ତ୍ର ସ୍ଥାନ। ଟି ସିରିଜ ନାମକ ଏକ କ୍ୟାସେଟ୍‌ କମ୍ପାନୀ ପ୍ରସ୍ତୁତ କରି ହିନ୍ଦୀ ତଥା ବିଭିନ୍ନ ପ୍ରାନ୍ତୀୟ ଭାଷାର ଗୀତଗୁଡିକୁ ସେ ଶ୍ରୋତାଙ୍କ ନିକଟରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। 

ମାଫିଆ ସବ୍ୟସାଚୀ

ମାଫିଆ ସବ୍ୟସାଚୀ

ଓଡ଼ିଆ ସିନେମା ‘ପାଗଳ ପ୍ରେମୀ’ରୁ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିବା ସବ୍ୟସାଚୀଙ୍କ ଖୁସି କହିଲେ ନ ସରେ। ଓଡ଼ିିଆ,ତେଲୁଗୁ ପରେ ସେ ଏବେ ଆଉ ଏକ ସିନେମା ଦୁନିଆରେ ପାଦ ରଖିଛନ୍ତି। 

ଟ୍ରୋଲ୍‌ର ଜବାବ ଦେଲେ ରିୟା

ଟ୍ରୋଲ୍‌ର ଜବାବ ଦେଲେ ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ନେଇ ଏବେ ସୋସିଆଲ ମିଡିଆ ବେଶ୍‌ ସରଗରମ। କିଛିଦିଦ ତଳେ ବିଗ୍‌ବସ୍‌ ୧୨ର କଣ୍ଟେଷ୍ଟାଣ୍ଟ ଭାବେ ଆସିଥିବା ଅଭିନେତ୍ରୀ ଜସଲିନ୍‌ ଓ ତାଙ୍କ ପୁରୁଷ ବନ୍ଧୁ ତଥା ତାଙ୍କଠାରୁ ୩୭ ବର୍ଷ ବଡ ଭଜନ ଗାୟକ ଅନୁପ ଜଲୋଟାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଆଲୋଚନା ହୋଇଥିଲା।

ମୋବାଇଲ୍‌ ନିଶା

ମୋବାଇଲ୍‌ ନିଶା

ସତେ ଯେମିତି ଲାଗୁଛି ମହେଶ ତନୟା ଆଲିୟାଙ୍କ ଆଖିକୁ ଆଉ କିଛି ଦେଖାଯାଉନାହିଁ। ଶୟନେ, ସପନେ, ଜାଗରଣେ କେବଳ ଗୋଟିଏ କଥା-ଲଭ୍‌..ଲଭ୍‌..ଲଭ୍‌। 

ଓଃ ! କି କଷ୍ଟ..

ଓଃ ! କି କଷ୍ଟ..

ଯାହା କହନ୍ତୁ ନା କାହିଁକି ୟାମିଙ୍କ ଧୈର୍ଯ୍ୟକୁ ମାନିବାକୁ ପଡିବ। ଅଫର ମିଳିବା ବେଳଠାରୁ ଶୁଟିଂ ଆରମ୍ଭ ହେବା ପର୍ଯ୍ୟନ୍ତ ସେ ଟେନସନରେ ଥିଲେ। 

ଭାଗ୍ୟ ହିଁ ସାହାରା

ଭାଗ୍ୟ ହିଁ ସାହାରା

କୌଣସି କାମ ଆରମ୍ଭ କଲେ ତାହାକୁ ନେଇ ମନରେ ଅନେକ ଆଶା ରହିଥାଏ। ବେଳେବେଳେ ତାହାର ସଫଳତାକୁ ନେଇ ସୃଷ୍ଟି ହୁଏ ପ୍ରଶ୍ନବାଚୀ। ପୁଣି ଗୋଟିଏ ଘଟଣା ଅକସ୍ମାତ ଘଟିଯାଏ ଏବଂ ତାକୁ ପାଥେୟ କରି ଜଣେ ନିଜର ଲକ୍ଷ୍ୟ ପଥରେ ଅଗ୍ରସର ହୋଇଥାଏ।

ପରଲୋକରେ କଳ୍ପନା ଲାଜମୀ

ପରଲୋକରେ କଳ୍ପନା ଲାଜମୀ

ମୁମ୍ବାଇ, ୨୩।୯: ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କର ରବିବାର ଭୋର୍‌ ୪ଟା ୩୦ରେ ୬୪ ବର୍ଷରେ ପରଲୋକ ହୋଇଯାଇଛି। ସେ କିଡ୍‌ନୀ କର୍କଟ ରୋଗରେ ପୀଡ଼ିତ ଥିଲେ। 

ସେଲିବ୍ରିଟିଙ୍କ ଅଜବ ଅଭ୍ୟାସ

ସେଲିବ୍ରିଟିଙ୍କ ଅଜବ ଅଭ୍ୟାସ

ସେଲିବ୍ରିଟିଙ୍କ ଚାକଚକ୍ୟ, ତାଙ୍କ ଷ୍ଟାଇଲ୍‌ ସମସ୍ତଙ୍କୁ ଆକର୍ଷିତ କରିଥାଏ। ତେବେ ସମସ୍ତଙ୍କ ଆଇକନ୍‌ ପାଲଟିଥିବା ସେଲିବ୍ରିଟିମାନେ ମଧ୍ୟ ମଣିଷ। ଆଉ ତାଙ୍କର ସାଧାରଣ ମଣିଷଙ୍କ ଭଳି ଥାଏ କିଛି ଅଭ୍ୟାସ ଓ ବଦଭ୍ୟାସ। ଜାଣନ୍ତୁ ସେ ସମ୍ପର୍କରେ....

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନୂଆଦିଲ୍ଲୀ, ୨୨।୯: ବଲିଉଡ୍‌ ଅଭିନେତ୍ରୀ ଜୟପ୍ରଦା ନେପାଳ ପର୍ଯ୍ୟଟନ ବିଭାଗର ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି।

ବିଦେଶରେ ପ୍ରଦର୍ଶିତ ହେବ ‘ଲଭ୍‌ ସୋନିଆ’

ବିଦେଶରେ ପ୍ରଦର୍ଶିତ ହେବ ‘ଲଭ୍‌ ସୋନିଆ’

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଥିବା ହିନ୍ଦୀ ଫିଲ୍ମ ‘ଲଭ୍‌ ସୋନିଆ’ ଆମେରିକାରେ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି। ନିର୍ଦ୍ଦେଶକ ତବରେଜ ନୁରାନି ଓ ପ୍ରଯୋଜକ ଡାଭିଡ ଓମାର୍କଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ଆମେରିକାରେ ପ୍ରଦର୍ଶନ କରାଯିବ।